ରଜୀତ ଦାସ
ତମେ ଗଲା ପରେ ବୋଧେ
ରାତି ଏଠି
ଶାନ୍ତିରେ ଶୋଉନିଝାଉଁ ବଣ ଡେଇଁ ଜହ୍ନ
ଏବେ ଆଉ ସହଳ ଆସୁନି
ମୁଁ କିନ୍ତୁ କଷୁ ଅଛି
ଏ ଯାଏ ସେ ଅଛିଣ୍ଡା ଗଣିତ
ସୂତ୍ର ଖୋଜି ପାଉନାହିଁ
କସି କସି ରଫ ଖାତା
ହୋଇଲାଣି ଶେଷ
ଅନେକ ଭାବିଛି
ରଫ ଖାତା ଚିରିଦେବି
କାଗଜର ଡ଼ଙ୍ଗା କରି
ଭସେଇବି ଅମାନିଆ
ଆଖିର ଲୁହରେ
ପୁଣି ଭାବେ
କଣ ପାଇଁ ଲୁହ କୁ ସାରିବି
ଆଖିକୁ ମୁଁ ଏତେ କଷ୍ଟ ଦେବି
ରଫ ଖାତା ରଖିଦିଏ
ଆଜିଯାଏଁ ଥିବା
ସେଇ ପୁରୁଣା ଥାକରେ
କଟିଯାଏ ସମୟ ବି
ତୁମ ଅପେକ୍ଷାରେ
କାଳେ କେବେ ଗଣିତର
ସୂତ୍ର ବାହାରିବ
ଭାଗ ଶେଷ ସୁନ ହେଉ ପଛେ
ରାତି ତ ଟିକେ
ଶାନ୍ତିରେ ଶୋଇବ।
ସିଙ୍ଗିଟାଳି - କୁଜଙ୍ଗ - ପାରାଦ୍ବୀପ
8249309460
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।