ଭଜରାମ ସେଠୀ
(୧)"ମାଟି ମାଆ ପାଇଁ ଜୀବନ ପ୍ରଦୀପ
ହସି ହସି ଲିଭିଯାଉ,
ପଥଭ୍ରଷ୍ଟ ନର ଲୁଚି ଛପି ମୂଢ଼
ହାଡ଼ ମାଂସ ମୋର ଖାଉ"
(୨)
"କିଏ ବା କାହିଁକି ମୋତେ ଭଲପାଅ
ଜଗତେ ମୁଁ ' ଯାଯାବର,
ଆଜିର କୁଡ଼ିଆ କାଲି କି ନ ଥିବ
ମଶାଣି ଠିକଣା ମୋର "
(୩)
"ସ୍ବାର୍ଥପର ଜନ ନ ଜାଣେ ସେ ପ୍ରେମ
ବାଞ୍ଛିବା ପାଇଁ ନାଟକ,
ଅଭିନୟ ତା'ର କୁମ୍ଭୀର କ୍ରନ୍ଦନ
ମଞ୍ଚ ମଧ୍ୟେ (ସେ) ଭଦ୍ରଲୋକ "
( ୪)
"ନରମ ନରମ ମରମ ପରିକା
ବଚନ ଭାଷି କି ହେବ ?
ପଣ୍ଡିତ ବୋଲାଇ ଭ୍ରଷ୍ଟାଚାରୀ ହୁଏ
ତା'କୁ କେ' ଜ୍ଞାନୀ କହିବ" ।
(୫)
"ଦୁର୍ଜନ ଯେଉଁଠି ସର୍ପ କି କରିବ
ମରତେ ରହସ୍ୟ ଥାଏ ?,
ସଜନ ଯେଉଁଠି ଈଶ୍ବର ସେଇଠି
ମନ୍ଦିର ସେ ଘର ହୁଏ " ।
*********************************
ନିରାଳ,ଆସିକା,ଗଞ୍ଜାମ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।