4/30/2021

ଭାରତ ଭାରତ ଭାସୁଛି

                ସୂର୍ଯ୍ୟ ନାରାୟଣ ସାବତ 

ବାସ୍ତରି ବର୍ଷର ସ୍ଵାଧୀନତା ପରେ
ବାସ୍ତବ କଥା କି ଶୁଣୁଛି,         
ସମଗ୍ର ବିଶ୍ଵରେ ପୂଜ୍ୟ ନରେନ୍ଦ୍ର,
ଭାରତ ଭାରତ ଭାସୁଛି।
ଭାରତ ଜନନୀ, ବିଶ୍ଵ ବନ୍ଦିନୀ
ସୃଷ୍ଟି ନିୟନ୍ତାଙ୍କ ଶ୍ରେଷ୍ଠ ନନ୍ଦିନୀ
ସାରା ଜଗତକୁ ଜ୍ଞାନ ଦେଇଛି,
କାଳର କରାଳ ଗତିରେ ଛନ୍ଦା
ନିଷ୍ଠୁର ସମୟ ହାତରେ ବନ୍ଧା
କେତେ ଯେ ଯାତନା ସହିଛି,
ସହସ୍ର ବରଷ ପରାଧିନ ରହି
ସ୍ଵାଧୀନତା ଫେରି ପାଇଛି।
ବାସ୍ତରି ବର୍ଷର ସ୍ଵାଧୀନତା ପରେ
ଭାରତ ଭାରତ ଭାସୁଛି।
ଗୋଟିଏ ନରେନ୍ଦ୍ର ବିଶ୍ଵ ବିଖ୍ୟାତ,
ବେଦବେଦାନ୍ତ ଗ୍ୟାନରେ ଚର୍ବିତ,
ଉପନିଷଦୀୟ ବାଣୀରେ ସମୃଦ୍ଧ,
ବିଶ୍ଵ ଭାତୃତ୍ଵ ମନ୍ତ୍ରେ ମନ୍ତ୍ରିତ,
ସାରା ଜଗତକୁ କଲେ ସେ ଦିକ୍ଷୀତ,
ସାଜିଲେ ବିବେକାନନ୍ଦ।
ଆରେକ ନରେନ୍ଦ୍ର ଭାରତ ସେବକ,
ଜନନୀ ଆଖିରୁ ପୋଛିଲେ ଲୋତକ,
ବିଶ୍ଵ ପରିବାର ରଚନା ସ୍ଵପ୍ନ,
ମାନବିକତାର ଶ୍ରେଷ୍ଠ ନିଦର୍ଶନ,
ନବଜାଗରଣ ଆଣିଦେଲେ ଆଜି
ସାଜିଲେ ଜଗତବନ୍ଦ୍ୟ ।
ସମ୍ପୂର୍ଣ ଦୁନିଆ ଦେଖୁଛି,
ପୁରୁଣା ଐତିହ୍ୟ ଫେରି ଆସିଅଛି
ଭାରତ ଭାରତ ଭାସୁଛି।


   ସହକାରୀ ଶିକ୍ଷକ  ସରକାରୀ ଉଚ୍ଚ ବିଦ୍ଯାଳୟ
      ବୋରିଗୁମ୍ମା (କୋରାପୁଟ)
      ଯୋଗାଯୋଗ - ୯୭୭୭୫୯୨୦୦୨


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।