4/30/2021

ନିଷିଦ୍ଧ ରାତି

ସରିତା ସେନାପତି 
ରାତି ସାରା ଏଠି ସଜାଏ ସପନ
ପଲକର ପ୍ରତି କ୍ଷଣେ,
ଅପେକ୍ଷାରେ ମୋର କଟିଯାଏ ରାତି
ମନେପଡେ ସବୁ ଦିନେ।
ସକାଳ ସୂରୁଜ ସଂଚାରେ ମନରେ
ଆଶା ର ଆଲୋକ ବୁଣି,
ଜୀବନରେ ମୋର ତୁମେ ତ ଈଶ୍ୱର
ତୁମେ କି ପାରନି ଜାଣି।
କେହି ଆସିବାର ଥାଏ ଜୀବନ ରେ
ଦେଖା ତ ମିଳେନି ତାର,
ହେଲେ ରାତି ଏଠି ସପନ ମାଗୁଛି
ନିରୀହ ଆଖିକୁ ମୋର।
ନିଷିଦ୍ଧ ଅନ୍ଧାର ଖୋଜୁଛି ତା ଛବି,
 ପ୍ରୀତି ଫୁଲ ବରଷେଇ,
ଭାବୁଛି ଆସିବ ଏ ମନ ଛୁଇଁବ,
ରାତି କୁ ନବ ଚୋରେଇ।
ଭାବେ ବସି କେବେ ଚାଲିଯିବି ସାଥେ
ଡେଇଁ ମୁଁ ଲକ୍ଷ୍ମଣ ରେଖା,,
ଜୀବନ ଟା ଏଠି କୁହୁଡି ର ରାତି,
ଦେଇନାହିଁ କେବେ ଦେଖା।।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।