ଶ୍ରୀମତୀ କାଦମ୍ବିନୀ ଖୁଣ୍ଟିଆ
ଗୁରୁ ତ ମୋର ସଭିଏଁ ଅଟନ୍ତି...ମୋର ମାତା ପିତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଏବଂ ଛୋଟ ଶିଶୁଙ୍କ ପର୍ଯ୍ୟନ୍ତ ତାଙ୍କ ପାଖରୁ କିଛି ନା କିଛି ଶିକ୍ଷା ଗ୍ରହଣ କରିଛି । ତେଣୁକରି ମୋର ନିକଟେ ତ ସଭିଙ୍କ ଶିକ୍ଷାକୁ ମୋ' ଜୀବନେ ଶିକ୍ଷାର ସଂଚାର ସୃଷ୍ଟି କରିଛନ୍ତି ଏ ସଭିଏଁ ମୋ' ଗୁରୁଠୁ ବଳି କମ୍ ନୁହନ୍ତି....। ପିତା ମାତା ଲାଳନପାଳନ ଠାରୁ ଆରମ୍ଭ କରି ଜୀବନର କୌଣସି ମୋଡ଼ରେ ହାରି ନ ଯିବା ପାଇଁ ଶିକ୍ଷା ଦିଅନ୍ତି... ଶିକ୍ଷକ ଯିଏକି ବିଦ୍ୟାର ଭଣ୍ଡାର... ଯେଉଁ ଭଣ୍ଡାରରୁ ଯେତେ ବି ଶିକ୍ଷା ଗ୍ରହଣ କରିଲେ ସରେ ନାହିଁ... । ସେ ତ ଅସରନ୍ତି ଭଣ୍ଡାର... ସେ ହିଁ ତ ଗୁରୁ ଶିଷ୍ୟ ହୋଇ ଶିକ୍ଷା ଯେତେ ଆହରଣ କଲେ ମଧ୍ୟ ସରେ ନାହିଁ... ବରଂ ସମାଜରେ ସୁ ପ୍ରତିଷ୍ଠା ଲାଭ କରିବାରେ ଖୁବ୍ ସହାୟକ ହୋଇଥାଏ...ଶିଷ୍ୟ ଗୁରୁଙ୍କ ପ୍ରତି ଗୁରୁ ଭକ୍ତି ରଖି ଶକ୍ଷା ଗ୍ରହଣ କରିଥାନ୍ତି... । ଏବେ ଏବେ ଗୁରୁ ଶିଷ୍ୟ ପରମ୍ପରା କମି କମି ଗଲାଣି... ଆମେ ପଢି ଆସିଛୁ, ଶୁଣି ଆସିଛୁ ପୁରାଣରେ ବର୍ଣ୍ଣିତ କେତେ କେତେ ଗୁରୁ ଶିଷ୍ୟ ପରମ୍ପରା ବେଶ୍ ଅନାବିଳ ଓ ଅଲୌକିକ ରହି ଆସିଛି... ବିନା ମୂଲ୍ୟରେ ଶିକ୍ଷା ଆହରଣ କରିବା... ଏବେ ଆଉ ନାହିଁ... ଏବେ ଆଉ ଗୁରୁ ଦ୍ରୋଣାଚାର୍ଯ୍ୟ ନାହାନ୍ତି କି ନାହାନ୍ତି ସେଇ ଏକଲବ୍ୟ । ଯାହାକି ଅଜ୍ଞାନ ରୂପକ ଅନ୍ଧାର ପଥରୁ ଜ୍ଞାନର ପ୍ରଦୀପ ଜାଳି ଜୀବନକୁ ଆଲୋକ କରାଇଥାନ୍ତି... ଏବେ ସେମିତି ଦେଖିବାକୁ ମିଳୁ ନାହିଁ... ଗୁରୁ ଶିଷ୍ୟ ପରମ୍ପରା... । ଗୁରୁଙ୍କ ଛାଟ ପାହାର ନ ଖାଇଲେ ଶିଷ୍ୟ ଭଲ ମଣିଷଟେ ହୋଇପାରେନି. ଗୁରୁଙ୍କ ପ୍ରତି ଭୟ ସହ ବି ପରମ ଭକ୍ତି ହ୍ରୁଦୟରେ ଜାତ ହେଉଥିଲା... ।
ବର୍ତ୍ତମାନ ସମାଜ ଏତେ କଳୁଷିତ ହୋଇଗଲାଣି ଯେ, ଗୁରୁ ସଠିକ ରୂପେ ବିଦ୍ୟା ପ୍ରଦାନ କରିବାରେ ଅସମର୍ଥ ହେଲେଣି... ଶିଷ୍ୟଙ୍କ ପ୍ରତି ସ୍ନେହ ଭଲ ପାଇବାର ସୁସମ୍ପର୍କ ଖୁବ୍ କମ୍ ରଖିଛନ୍ତି... କିନ୍ତୁ ଖରାପ ଭାବନା ଅଧିକ ଦେଖା ଯାଉଛି...। ବେଳେ ବେଳେ ଗୁରୁ ରୂପୀ ନର ରାକ୍ଷାସ ଦେହର ଭୋକ ମେଣ୍ଟେଇବାକୁ ଯାଇ ଶିଷ୍ୟା ମାନଙ୍କୁ ଅଶ୍ଳୀଳ ବ୍ୟବହାର କରନ୍ତି... ଯାହାକି ଗୁରୁ ଜାତି ପାଇଁ କଳଙ୍କ ପାଲଟି ଯାଆନ୍ତି... ଏମିତି କିଛି କଳଂକିତ ଗୁରୁ ରହି ବାସ୍ତବ ଗୁରୁ ଯିଏକି ସ୍ଵୟଂ ଭଗବାନଙ୍କୁ ପୂଜିବାରୁ ବଂଚିତ ହେଇ ପଡୁଛୁ... ହରେଇ ବସିଛୁ ପ୍ରକୃତ ମାର୍ଗ ଦର୍ଶକ ପଥ ପ୍ରଦର୍ଶକ ପୂଜ୍ୟ ଗୁରୁଙ୍କୁ... ।
ଏମିତି ଗୁରୁ ଅଛନ୍ତି ଯିଏକି ଅରଣ୍ୟରେ ବହୁ ତପସ୍ୟା ସାଧନା କରିବା ପରେ ପ୍ରଭୁଙ୍କ ଆଶୀର୍ବାଦ ଲାଭ କରି ଗୁରୁ ହେବାରେ ସମର୍ଥ ହୋଇଥା'ନ୍ତି... ତାଙ୍କ ଦର୍ଶନ ଲଭିବା ଏବେ ବହୁ କଷ୍ଟକର ହୋଇ ପଡ଼ିଲାଣି ... । କାହିଁକି ନା ଗୁରୁଙ୍କ ନାଁରେ ଏମିତି କିଛି କଳଙ୍କ ଅଛନ୍ତି ଯାହାକି ସମାଜକୁ କଳୁଷିତ କରି ସାରିଲେଣି... ଝିଅ ବୋହୂଙ୍କ ଉପରେ ଖରାପ ବ୍ୟବହାର ଦେଖେଇବା, କିଛି ମିଛ ସତ କହି ଲୁଟି ନେବା. ମିଛ ପ୍ରବଞ୍ଚନା ଦେଖେଇବା, ମିଷ୍ଟତା ଜନ୍ମାଇ ବିଶ୍ଵାସେ ମନ ଜିତିବା. ପର ମୁହୂର୍ତ୍ତରେ ବହୁତ ଠକାମିର ଶିକାର ହୋଇ ଥାଆନ୍ତି... ଯାହାକି ଯେଉଁ ଗୁରୁ ଐଶ୍ୱରିକ ଶକ୍ତି ଲାଭ କରିଛନ୍ତି... ତାଙ୍କ ଦର୍ଶନ ଓ ଶିକ୍ଷାରୁ ବଂଚିତ ହେବାକୁ ପଡ଼େ... ତଥାପି ବି ସେଇ ଗୁରୁ ଶିଷ୍ୟ ପରମ୍ପରା କେଉଁଠି ନା କେଉଁଠି ବଂଚି ରହିଛି. ଯୋଉଥି ପାଇଁ ସମାଜ ତିଷ୍ଠି ରହିଛି... । ଜ୍ଞାନର ଦୀପାଳି ପ୍ରଜ୍ଵଳିତ ହେଉଛି... ଅଜ୍ଞାନର ଅମା ଅନ୍ଧକାରକୁ ଦୂର କରିବାରେ ସହାୟକ ହେଉଛି. କଣ୍ଟକିତ ପଥ ପୁଷ୍ପିତ କରିବାରେ ବେଶ୍ ତତ୍ପର ଗୁରୁ ଶିଷ୍ୟ ପରମ୍ପରା... ସେଥିପାଇଁ ଗୁରୁ ହିଁ ଶ୍ରେଷ୍ଠ... ସିଏ ଯିଏବି ହୁଅନ୍ତୁ ନା କାହିଁକି... ସ୍ଵୟଂ ଜୀବନରେ କିଛି କୌଣସି ମାଧ୍ୟମରେ ଶିକ୍ଷା ପାଇ ନିଜ ଜୀବନରେ ଲଗେଇ ପାରିଲେ ତାଙ୍କୁ ହିଁ ଗୁରୁ ରୂପେ ମାନିନେଉ. ସେଣିକି ସିଏ ସ୍ଵୟଂ ପିତା ମାତା ବା ଶିକ୍ଷକ କି ସାଧୁ ସନ୍ୟାସୀ କିମ୍ବା ଯାହାଙ୍କ ପାଖରୁ ଜୀବନରେ ନିକଟରୁ ଭଗବାନଙ୍କ ସାନିଧ୍ୟ ନିମନ୍ତେ ଗୁରୁ ଦୀକ୍ଷା ଗ୍ରହଣ କରିବା ହେଉ, ଛୋଟ ଶିଶୁ ବା ମନୁଷ୍ୟ ହୁଅନ୍ତୁ କି ପଶୁ, ପକ୍ଷୀ, କୀଟ, ପତଙ୍ଗ, ଜଳ, ବାୟୁ, ପବନ. ପ୍ରତି ମୋଡ଼ରେ ଆମେ କିଛି ନା କିଛି ଶିଖିବାକୁ ପାଉ. ତେଣୁକରି ଗୁରୁ ନାମ ଧରୁ ଧରୁ ତୁଣ୍ଡରେ ଆପେ ଆପେ ଆସେ....
ଗୁରୁ ସାକ୍ଷାତ ପରଂବ୍ରହ୍ମତସ୍ମୈ ଶ୍ରୀ ଗୁରବେ ନମଃ"
ଗୁରୁ ହିଁ ସାକ୍ଷାତ ଈଶ୍ଵର.....
🙏🙏🙏🙏
କରମକୂଳ ଆଶ୍ରମ (ବାଲିକୁଦା)
କେନ୍ଦ୍ରାପଡ଼ା
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।