4/30/2021

ଜୀବନର ରାଜପଥ

ଦୀପ୍ତି ଦେବଦର୍ଶିନୀ ସୁତାର 
ଏ  ଜୀବନ ରାଜପଥ ଧାରେ ଚାଲେ
ଦୁନିଆଁ  ନାଟକ ଗାଡ଼ି
କେବେ ସରିଯିବ ଜଣା ତ ନଥାଏ
ଡାଲାରୁ ତା' ଖେଳ ପେଡ଼ି   ।।

ପାପ ଓ ପୁଣ୍ୟର ଧର୍ମ ଅଧର୍ମର
ଜଳାଇ ବତୀ ତା' ଦେହେ
ହସ କାନ୍ଦ ଲୁହ ସାକ୍ଷୀ କରିଥାଏ
ନୀରବେ ସଢ଼େ ସେ କୋହେ    ।।

କେତେ ଯନ୍ତ୍ରଣାକୁ ପିଠି କରି ସହି
ଅଙ୍କାବଙ୍କା ଦେହ ଧରି
ତଥାପି ଶୋଇ ସେ ସ୍ବପ୍ନ ଦେଖୁଥାଏ
ପଡ଼ନ୍ତା କି ଫୁଲ ଝରି     ।।

ଜନ୍ମ ହେଲା ଦିନୁ ଶରୀର ନେଇ ସେ
ଯୋଡ଼ିଛି ଜଣା ଅଜଣା
କେତେ ସମ୍ପର୍କକୁ ବୁକୁରେ ସାଇତି
ହୋଇଅଛି ମନ ଜିଣା    ।।

କଟୂକ୍ତି କଟାକ୍ଷ ଆଘାତ ସହି ଏ
ଜୀବନର ରାଜପଥ
ପଥର ପରି ତା 'ଛାତି କରିଦିଏ
ବାଣ୍ଟି ସମ୍ପର୍କ ଅମୃତ   ।।
ଓରାଳି  , ହାଟଡ଼ିହି , କେନ୍ଦୁଝର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।