4/30/2021

କର କରୋନାକୁ କରାୟତ

ଦୀନବନ୍ଧୁ ବେଜ୍
ବନ୍ଧବାଡ ସବୁ ହେଲା ଉବୁଟୁବୁ
ବେକେ ହୋଇଲାଣି ପାଣି ,
କେତେବେଳେ ଯେବେ କ'ଣ ଯେ ହୋଇବ                     
କେହି ପାରୁନାହିଁ ଜାଣି ।
ବାଆ ବତାସର ବେଗ ଯେ ପ୍ରଖର
ବହେ ଚତୁର୍ଦିଗ ହୋଇ,
ଦେହଟି ତାହାର ଅଦୃଶ୍ୟ ଦ୍ରବ୍ୟର
ରହିଛି ମିଶ୍ରଣ ହୋଇ ।
ଜଳ ବିନା ଜୀବ ଯେପରି ନିଶ୍ଚିନ
ଜଳରେ ଜହର ଅଛି,
ଟୋପାଏ ଜହର ଅମୃତଠୁ ଦୂର
ଭୋଲା ମହେଶ ଜାଣିଛି ।
ପବନ ବହିଲେ ଜୀବ ରହେ ଭଲ
ଜୀବନ ଉଜାଣି ଖେଳ,
ପବନ ବି ଏଠି ଘାତକ ଠୁ ବେଶି
ହେଲେ ଭୂତାଣୁର ମେଳ ।
ଭୁତାଣୁ ଏଠି ଭୟଙ୍କର ବେଶି
ଧରେ ଛାଡେର ଅବସ୍ଥା,
କରୋନା ଭୁତାଣୁ ଚୁଟି ଧରି ଟାଣୁ
କରିବା ଆଶୁ ବ୍ୟବସ୍ଥା ।
ହେଣ୍ଡୱ।ସରେ ହାତକୁ ଧୋଇବୁ
ଛୁଇଁବୁ ନାହିଁ କାହାକୁ ,
ଛୁଇଁଲେ ତୁରନ୍ତ ସ୍ପିରିଟରେ ହାତ
ଡର ରହିବନି କରୋନାକୁ ।
କାଶ ଛିଙ୍କ ବେଳେ ମାସ୍କ ରହିଥିଲେ
ଭୁତାଣୁରୁ ମିଳେ ରକ୍ଷା,
ଡାକ୍ତରଖାନାରେ ଚେକ କରାଇଲେ
ଜାରି ରହେରେ ପରୀକ୍ଷା ।
ହେଲେ ନେଗେଟିଭ ରହିବ ଏଲିଭ
ଭଗବାନ ବଡ଼ଲୋକ,
ହେଲେ ପଜିଟିଭ ଦୁଃଖ ଗଡଗିଭ
ଅକଳନ ହେବ ଦୁଃଖ ।
ବେଣୁ ସାବଧାନ ହୁଅ ସାଧୁଜନ
ହେଳା ନକର  ଏହାକୁ,
ଭେଳା ବୁଡିଯିବ ଆନ୍ଧାର ଦିଶିବ
ସର୍ବେ ଯିବା ଶ୍ଳଶାନକୁ ।
######(୦)######
              ସ ଲ ନା ହାଇସ୍କୁଲ 
         ଶିଖପାଲୀ , ମାଲକାନଗିରି 
       ଭ୍ରାମ୍ଯଭାଷ - ୭୬୮୩୯୨୦୨୨୧        
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।