କୈଳାସ ଚନ୍ଦ୍ର ପାଢ଼ୀ
ଅତୀତକୁ ଆଜି
ଓଲଟି ଚାହିଁଲେ
ଆଖିରେ ଜାଗଇ ଲୁହ,
କି ଥିଲା ଏ ଦେଶ
କି ହେଲାଣି ଆଜ
କିଏସେ କହିବ କୁହ ?
ଯେ' ଦେଶ ମାଟିରେ
ମହମହ ହୋଇ
ଚନ୍ଦନ ବାସୁଥିଲା,
ସ୍ନେହ ଓ ପ୍ରେମର
ମନ୍ଦାକିନୀ ଯେ
ଉଲ୍ଲାସେ ଝରୁଥିଲା ।
କେମିତି ବଦଳି ଗଲା ??
ଜଣ ଜଣ କରି
ପଚାରେ ସଭିଙ୍କୁ
କହିବକି କିଏ ଭଲା ।
ଆଜି ଏ ମାଟିରେ
ଅମୃତ ନାହିଁ
ଭରା ହଳାହଳ ବିଷ,
ବିଷର ବଳୟେ
ଜଳି ଯାଉଅଛି
ମଣିଷ ଓଠର ହସ ।
ଶକୁନି ରଚୁଛି
ଷଡ଼ଯନ୍ତ୍ର ଏଠି
ଆତ୍ମୀୟତାର ଛଳେ,
ହୃଦୟ ତଳେ ତା'
ଲେଲିହାନ ଶିଖା
ପ୍ରଖରୁଁ ପ୍ରଖର ଜଳେ ।
ବୁଝିବାକୁ କାହିଁ ବେଳ
ସାରୁ ଭିତରର
ମାରୁକୁ ଖୋଜିଲେ
ଚାଲିବ ଝିମିଟି ଖେଳ ।
ଖେଳ ତ ଚାଲିଛି
ଖେଳୱାଡ଼ ଏଠି
ତାଳିକୁ ରହିଛି ଚାହିଁ,
ଦର୍ଶକ ଏଠି
ଭକୁଆ ବନିଚି
ମାୟା ତା'ର ବୁଝିନାହିଁ ।
ହାରିବା ପାଇଁ ସେ
ନେଇଛି ବଇନା
ଦେଶ ବଦନାମ ହେଉ,
ନିଜେ ଜୀଇଁଥିଲେ
ବାପର ନାଁ ତ
ମରୁଛି ଯେ' ମରିଯାଉ।
ସବୁ ଏଠି ଚାଲେ
ଉପରେ ଉପରେ
ଭିତରକୁ ପଶେ କିଏ ?
ବହୁରୂପୀ ତା'ର
ସାମ୍ରାଜ୍ୟ ରଚି
ଭଗବାନ ସାଜୁଥାଏ ।
ବିସ୍ମୟ ଜାଗେ ମନେ
ସୁପ୍ତ ଚେତନା
ଜାଗ୍ରତ ହେବ
ଅବା ଆଉ କେତେଦିନେ ?
କୁମାରପୁର - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ
ଅତୀତକୁ ଆଜି
ଓଲଟି ଚାହିଁଲେ
ଆଖିରେ ଜାଗଇ ଲୁହ,
କି ଥିଲା ଏ ଦେଶ
କି ହେଲାଣି ଆଜ
କିଏସେ କହିବ କୁହ ?
ଯେ' ଦେଶ ମାଟିରେ
ମହମହ ହୋଇ
ଚନ୍ଦନ ବାସୁଥିଲା,
ସ୍ନେହ ଓ ପ୍ରେମର
ମନ୍ଦାକିନୀ ଯେ
ଉଲ୍ଲାସେ ଝରୁଥିଲା ।
କେମିତି ବଦଳି ଗଲା ??
ଜଣ ଜଣ କରି
ପଚାରେ ସଭିଙ୍କୁ
କହିବକି କିଏ ଭଲା ।
ଆଜି ଏ ମାଟିରେ
ଅମୃତ ନାହିଁ
ଭରା ହଳାହଳ ବିଷ,
ବିଷର ବଳୟେ
ଜଳି ଯାଉଅଛି
ମଣିଷ ଓଠର ହସ ।
ଶକୁନି ରଚୁଛି
ଷଡ଼ଯନ୍ତ୍ର ଏଠି
ଆତ୍ମୀୟତାର ଛଳେ,
ହୃଦୟ ତଳେ ତା'
ଲେଲିହାନ ଶିଖା
ପ୍ରଖରୁଁ ପ୍ରଖର ଜଳେ ।
ବୁଝିବାକୁ କାହିଁ ବେଳ
ସାରୁ ଭିତରର
ମାରୁକୁ ଖୋଜିଲେ
ଚାଲିବ ଝିମିଟି ଖେଳ ।
ଖେଳ ତ ଚାଲିଛି
ଖେଳୱାଡ଼ ଏଠି
ତାଳିକୁ ରହିଛି ଚାହିଁ,
ଦର୍ଶକ ଏଠି
ଭକୁଆ ବନିଚି
ମାୟା ତା'ର ବୁଝିନାହିଁ ।
ହାରିବା ପାଇଁ ସେ
ନେଇଛି ବଇନା
ଦେଶ ବଦନାମ ହେଉ,
ନିଜେ ଜୀଇଁଥିଲେ
ବାପର ନାଁ ତ
ମରୁଛି ଯେ' ମରିଯାଉ।
ସବୁ ଏଠି ଚାଲେ
ଉପରେ ଉପରେ
ଭିତରକୁ ପଶେ କିଏ ?
ବହୁରୂପୀ ତା'ର
ସାମ୍ରାଜ୍ୟ ରଚି
ଭଗବାନ ସାଜୁଥାଏ ।
ବିସ୍ମୟ ଜାଗେ ମନେ
ସୁପ୍ତ ଚେତନା
ଜାଗ୍ରତ ହେବ
ଅବା ଆଉ କେତେଦିନେ ?
କୁମାରପୁର - ଭଦ୍ରକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।