ଗୋଦାବରୀଶ ଦାସ
(ସଂସ୍କୃତ ଶିକ୍ଷକ)
ଆଦିମ ଯୁଗରୁ ବଣ ଜଙ୍ଗଲରେ
ମଣିଷ କରିଛି ବାସ
ଫଳମୂଳ ଖାଇ ଜୀବନ ବଞ୍ଚାଇ
କରିଲା କ୍ରମ ବିକାଶ ।
ପାହାଡ଼ ତଳରେ ନଦୀ ଉପକୂଳେ
ତିଆରି କରିଲା ଘର
ଚାଷବାସ କରି ସଭ୍ଯତା ଗଢିଲା
ବୃକ୍ଷ ଚିର ସହଚର ।
ଘର ପାଇଁ ବୃକ୍ଷ କାଠ ଯୋଗାଇଲା
ଖାଇବାକୁ ଦେଲା ଫଳ
ରୋଗ ବଇରାଗ ଦୂରେଇ ଦେବାକୁ
ସଦା ଦେଲା ଚେରମୂଳ ।
ଶୁଖିଲା କାଠକୁ ଜାଳେଣି କରିଣ
ମଣିଷ ରାନ୍ଧିଲା ଖାଦ୍ଯ
କାଠର ଗଣ୍ଡିକୁ ଖୋଦେଇ କରିଲା
ତିଆରିଲା ନାନା ବାଦ୍ଯ ।
ମୁନି ଋଷିମାନେ ଅରଣ୍ଯ ମଧ୍ଯରେ
ସୃଷ୍ଟି କଲେ ତପୋବନ
ବନ୍ଯଜନ୍ତୁ ଗଣ ହୋଇ ଏକମନ
ଭ୍ରମିଲେ ନିର୍ଭୟେ ବନ ।
ଅଙ୍ଗାରକାମ୍ଳକୁ ଶୋଷଣ କରିଣ
ବୃକ୍ଷ ଦିଏ ଅମ୍ଳଜାନ
ଶୁଦ୍ଧ ବାୟୁ ଟିକେ ଦେଲା ସେହି ବୃକ୍ଷ
ରଖିଲା ଆମ ଜୀବନ ।
ମୃତ୍ତିକା କ୍ଷୟକୁ ରୋଧ କରି ବୃକ୍ଷ
ମାଟି କଲା ସଂରକ୍ଷଣ
ନିର୍ଭୟରେ ସର୍ବ ବନ୍ଯ ଜନ୍ତୁଗଣ
କରୁଥିଲେ ବିଚରଣ ।
ବନ୍ଯା ବାତ୍ଯା ସବୁ ନିୟନ୍ତ୍ରଣ କରି
ମରୁଡିକୁ କରେ ଦୂର
ବିପଦେ ଆପଦେ ରକ୍ଷା କରିଥାଏ
ବୃକ୍ଷ ଆମ ଦରକାର ।
ଜଳ ସ୍ତରକୁ ସେ ସାଇତି ରଖିଛି
ଅଳପ ଗଭୀର ତଳେ
ଅଧମ ମଣିଷ ବୁଝି ପାରେନାହିଁ
ଗଛକୁ କାଟଇ ହେଳେ ।
ଝୁଣା ଲାଖ ମହୁ ପ୍ରଦାନ କରଇ
ବୃକ୍ଷ ତ ଆମର ବନ୍ଧୁ
ଆମ ଜୀବନକୁ ବଞ୍ଚାଇ ରଖିଛି
ଜୀବନର ରକ୍ତବିନ୍ଦୁ ।
ନବୁଝି ମଣିଷ କାଟି ପକାଉଛି
ପ୍ରତିଦିନ କେତେ ବୃକ୍ଷ
ଜଙ୍ଗଲ ସମ୍ପଦ ନଷ୍ଟ ହେଉଅଛି
ଶୂନ୍ଯ ଯେ ଧରଣୀ ବକ୍ଷ ।
ବରଷକୁ ଗୋଟେ ଗଛ ଲଗାଇଲେ
ହସିବ ଧରଣୀ ରାଣୀ
ଆମ ପରିବେଶ ସୁନ୍ଦର ହୋଇବ
ଫଳ ଦେବ ମନଜାଣି ।
ଉଣିଶ ପଚାଶ ମସିହା ବେଳରୁ
ସରକାର କଲେ ନୀତି
ଜୁଲାଇ ପ୍ରଥମ ସପ୍ତାହ ହୁଅଇ
ବନ ମହୋତ୍ସବ ରୀତି ।
ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ପରାଣ
ବୃକ୍ଷକୁ ନକର ତୁଛ
ଜୀବନରେ କେବେ ଭୂଲିଯିବା ନାହିଁ
ଲଗାଇବା ପାଇଁ ଗଛ ।
,,,,,,,,,,,,,,,,,,,,,,,,,,,,,,,,,,,,
ଶଙ୍ଖମୂଳ , ରଣପୁର , ନୟାଗଡ଼
ଜୟ ସାହିତ୍ୟ, ଜୟ ସମାଜ
(ସଂସ୍କୃତ ଶିକ୍ଷକ)
ଆଦିମ ଯୁଗରୁ ବଣ ଜଙ୍ଗଲରେ
ମଣିଷ କରିଛି ବାସ
ଫଳମୂଳ ଖାଇ ଜୀବନ ବଞ୍ଚାଇ
କରିଲା କ୍ରମ ବିକାଶ ।
ପାହାଡ଼ ତଳରେ ନଦୀ ଉପକୂଳେ
ତିଆରି କରିଲା ଘର
ଚାଷବାସ କରି ସଭ୍ଯତା ଗଢିଲା
ବୃକ୍ଷ ଚିର ସହଚର ।
ଘର ପାଇଁ ବୃକ୍ଷ କାଠ ଯୋଗାଇଲା
ଖାଇବାକୁ ଦେଲା ଫଳ
ରୋଗ ବଇରାଗ ଦୂରେଇ ଦେବାକୁ
ସଦା ଦେଲା ଚେରମୂଳ ।
ଶୁଖିଲା କାଠକୁ ଜାଳେଣି କରିଣ
ମଣିଷ ରାନ୍ଧିଲା ଖାଦ୍ଯ
କାଠର ଗଣ୍ଡିକୁ ଖୋଦେଇ କରିଲା
ତିଆରିଲା ନାନା ବାଦ୍ଯ ।
ମୁନି ଋଷିମାନେ ଅରଣ୍ଯ ମଧ୍ଯରେ
ସୃଷ୍ଟି କଲେ ତପୋବନ
ବନ୍ଯଜନ୍ତୁ ଗଣ ହୋଇ ଏକମନ
ଭ୍ରମିଲେ ନିର୍ଭୟେ ବନ ।
ଅଙ୍ଗାରକାମ୍ଳକୁ ଶୋଷଣ କରିଣ
ବୃକ୍ଷ ଦିଏ ଅମ୍ଳଜାନ
ଶୁଦ୍ଧ ବାୟୁ ଟିକେ ଦେଲା ସେହି ବୃକ୍ଷ
ରଖିଲା ଆମ ଜୀବନ ।
ମୃତ୍ତିକା କ୍ଷୟକୁ ରୋଧ କରି ବୃକ୍ଷ
ମାଟି କଲା ସଂରକ୍ଷଣ
ନିର୍ଭୟରେ ସର୍ବ ବନ୍ଯ ଜନ୍ତୁଗଣ
କରୁଥିଲେ ବିଚରଣ ।
ବନ୍ଯା ବାତ୍ଯା ସବୁ ନିୟନ୍ତ୍ରଣ କରି
ମରୁଡିକୁ କରେ ଦୂର
ବିପଦେ ଆପଦେ ରକ୍ଷା କରିଥାଏ
ବୃକ୍ଷ ଆମ ଦରକାର ।
ଜଳ ସ୍ତରକୁ ସେ ସାଇତି ରଖିଛି
ଅଳପ ଗଭୀର ତଳେ
ଅଧମ ମଣିଷ ବୁଝି ପାରେନାହିଁ
ଗଛକୁ କାଟଇ ହେଳେ ।
ଝୁଣା ଲାଖ ମହୁ ପ୍ରଦାନ କରଇ
ବୃକ୍ଷ ତ ଆମର ବନ୍ଧୁ
ଆମ ଜୀବନକୁ ବଞ୍ଚାଇ ରଖିଛି
ଜୀବନର ରକ୍ତବିନ୍ଦୁ ।
ନବୁଝି ମଣିଷ କାଟି ପକାଉଛି
ପ୍ରତିଦିନ କେତେ ବୃକ୍ଷ
ଜଙ୍ଗଲ ସମ୍ପଦ ନଷ୍ଟ ହେଉଅଛି
ଶୂନ୍ଯ ଯେ ଧରଣୀ ବକ୍ଷ ।
ହସିବ ଧରଣୀ ରାଣୀ
ଆମ ପରିବେଶ ସୁନ୍ଦର ହୋଇବ
ଫଳ ଦେବ ମନଜାଣି ।
ଉଣିଶ ପଚାଶ ମସିହା ବେଳରୁ
ସରକାର କଲେ ନୀତି
ଜୁଲାଇ ପ୍ରଥମ ସପ୍ତାହ ହୁଅଇ
ବନ ମହୋତ୍ସବ ରୀତି ।
ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ପରାଣ
ବୃକ୍ଷକୁ ନକର ତୁଛ
ଜୀବନରେ କେବେ ଭୂଲିଯିବା ନାହିଁ
ଲଗାଇବା ପାଇଁ ଗଛ ।
,,,,,,,,,,,,,,,,,,,,,,,,,,,,,,,,,,,,
ଶଙ୍ଖମୂଳ , ରଣପୁର , ନୟାଗଡ଼
ଜୟ ସାହିତ୍ୟ, ଜୟ ସମାଜ




No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।