ନୀହାର ରଞ୍ଜନ ଆଚ଼ାର୍ଯ୍ଯ
ମୋ' ସ୍ମୃତିର ସ୍ମରଣିକାକୁ ଖୋଲିତମେ ଖୋଜୁଥିଲ
ମୋ' ମନର ଖୋଲା କାଗଜରେ
ସମ୍ପର୍କର କଲମ ମୁନରେ
ଲେଖାଥିବା ତମ ନାମକୁ ।
ମୋ' ସ୍ମୃତିର ସ୍ମରଣିକାକୁ ଖୋଲି
ତମେ ଦେଖୁଥିଲ
ମୋ' ହୃଦୟର କାନଭାସ ଉପରେ
ପ୍ରେମର ତୂଳିରେ
ଆଙ୍କିଥିବା ତମ ଛବିକୁ ।
ମୋ' ସ୍ମୃତିର ସ୍ମରଣିକାକୁ ଖୋଲି
ତମେ ପଢୁଥିଲ
ମୋ' ସ୍ପନ୍ଦନର ଶବ୍ଦକୋଷରେ
ମୋ' ଓଠର ନିରବ କବିତାରେ
ଯୋଡି ଗଢିଥିବା ତମ ଭାଷାକୁ ।
ମୋ' ସ୍ମୃତିର ସ୍ମରଣିକାକୁ ଖୋଲି
ତମେ ଖୋଜୁଥିଲ
ମୋ' ମନର ସହରରେ
ମୋ' ହୃଦୟ ବକ୍ଷରେ
ତମ ନାଁ-ଗାଁ-ଠିକଣାକୁ ।
ମୋ' ସ୍ମୃତିର ସ୍ମରଣିକାକୁ ଖୋଲି
ତମେ ସଜାଉଥିଲ
ତମ ହାତର କୋମଳ ସ୍ପର୍ଶରେ
ଭଲପାଇବାର ରଙ୍ଗୀନ ମନରେ
ଗଢିଥିବା ଆମ ସଂସାରକୁ ।
ମୋ' ସ୍ମୃତିର ସ୍ମରଣିକାକୁ ଖୋଲି
ତମେ ଆସିଥିଲ
ମୋ' ପ୍ରେମ ଦୁନିଆରେ
ମୋ' ମନ ଅଗଣାରେ
ମୋ' ହାତ ଧରି ବାଟ ଚାଲିବାକୁ ।
ସତରେ ପ୍ରିୟା
ଆସିଚ ଯଦି ଥରେ
ଫେରି ଯିବ ନାହିଁ କେବେ
ତମେ ଏକା ମୋର
ମୁଁ ଏକା ତୁମର
ରହିଥିବା ଆମେ ଜନ୍ମ ଜନ୍ମକୁ ।
ରାଜାବଗିଚ଼ା - କଟକ
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।