ଶିବ ପ୍ରସାଦ ହାତୀ
ରାଗ - ମୁଖାବରୀଜଗତଜନନୀ ଗୋ,ଜଗତ ଦୁ଼ଃଖ ହର ।ପଦ।
ଜଗତର ଲୋକ ଦେଖ,ଜରରେ ପାଆନ୍ତି ଦୁ଼ଃଖ ।୧।
ଜୀବନ ହୁଏ ଦୁ଼ଃସହ,ଜୀଇଁବେ କିପରି କହ ।୨।
ଜୀବକୁଳେ କରି ସ୍ୱସ୍ଥ,ଜୀବଙ୍କୁ କର ଆଶ୍ୱସ୍ତ ।୩।
ଜଟିଳ କରନା ଆଉ,ଜଗତର ଦୁ଼ଃଖ ଯାଉ।୪।
ଜନନୀ ବୋଲି କହୁଛି,ଜୀବନ ଦେଖ ଯାଉଛି ।୫।
ଜାଣି ତୁ ରହୁ ନୀରବ,ଜବା ତୋତେ କିଏ ଦେବ ।୬।
ଜତୁଗୃହ ବୈଶ୍ୱାନର,ଜଳୁଛି ସାରା ସଂସାର ।୭।
ଜଗଦମ୍ବା ଡାକ ଶୁଣ, ଜନପ୍ରାଣୀ ଦୁ଼ଃଖ ହାଣ ।୮।
ଜଳଧର ଦେଇ ବାରି, ଜଗତ ଜନେ ଉଦ୍ଧରି ।୯।
ଜନନୀଗୋ ନିବେଦନ,ଜଣାଣ କରେ ସନ୍ତାନ ।୧୦।
ଜଗଦ୍ଧାତ୍ରୀ ରଖ ଲାଜ,ଜୀବନ କର ସହଜ ।୧୧।
ବିଜାଢ଼ୋଲ , ଝାରବନ୍ଧ , ବରଗଡ଼
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।