ଷ୍ଟାଲିନ୍ କୁମାର ସାମନ୍ତରାୟ (ଶିକ୍ଷକ)
ଆଦ୍ୟ ଗୁରୁ ଯିଏସନ୍ତାନ ଓଠରେ
ପ୍ରଥମ ଅକ୍ଷର
ସବୁରି ମୁହଁରେ
ଡାକ ଶିଖାଇଲା ମାଆ
ସିଏ ପରା ଆମ ମାଆ।।୧।
ନିଜେ ଭୋକେ ରହି
ପେଟକୁ ନ ଖାଇ
ଧନ ଖାଇବାକୁ
ଜଗି ବସିଥାଏ
ଖୋଇଦେବି ଧନ ଆ' ଆ'
ସିଏ ପରା ଆମ ମାଆ।।୨।
ଗୀତା ଭାଗବତ
ଯେତିକି ପୁରାଣ
ପୁରାଣ ଭିତରେ
ରହିଛି ତା' ଗୁଣ
ଖୋଲି ଦେଲେ ଦିଶେ ମାଆ
ସିଏ ପରା ଆମ ମାଆ।।୩।
ଦେବକୀ ଭଳିଆ
ଗର୍ଭରେ ଧରିଛି
ଯଶୋଦା ଭଳିଆ
ଆମକୁ ପାଳୁଛି
ସିଏ ଚିର ବନ୍ଦନିୟା
ସିଏ ପରା ଆମ ମାଆ।।୪।
ଜଗତ ଜନନୀ
କଲ୍ୟାଣ କାରିଣୀ
ଦୁଃଖ ବିନାଶିନୀ
ଅଭୟ ଦାୟିନୀ
ସଙ୍କଟ ମୋଚନୀ ମାଆ
ସିଏ ପରା ଆମ ମାଆ।।୫।
ଓଗାଳପୁର , କଣାସ , ପୁରୀ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।