ପ୍ରଣତି ମହାପାତ୍ର
ପୁଣ୍ୟଭୂମି ଏ ଉତ୍କଳେ ଜନମ ଯାହାର
ଭାରତ ବର୍ଷ ତା ନାମ କେଡ଼େ ମଧୁର।
ସରଧାରେ କୋଳେ ଧରେ କେତେ ଯେ ସନ୍ତାନ
ନାହିଁ ତ ପ୍ରଭେଦ ଏଠି ହିନ୍ଦୁ ମୁସଲମାନ।
ମଧୁଠୁ ମଧୁର ତାର କଳକଳ ନଦୀ
ଜାତି ଜାତି ପଶୁପକ୍ଷୀ ତା ଗାନ କରନ୍ତି।
ମିଠା ଭାଷା ଓଡ଼ିଶାର ଓଡ଼ିଆ ମୋ ପ୍ରିୟ
ଜନମ ନେଇ ମୁଁ କହେ ମୋ ଉତ୍କଳ ଜୟ।
ଗଙ୍ଗା ତା ଚରଣ ଧୁଏ ହିମାଳୟ ମୁକୁଟ
ବନ୍ଦନୀୟ ପୂଜନୀୟ ଭାରତୀ ମା ଫଟୋ।
ଜ୍ଞାନୀ ଗୁଣୀ ବିଦ୍ଵାନ ସନ୍ତାନ ତ ତାହାର
ଏମିତି ଦେଶ ଯେ ନାହିଁ ଏ ମର୍ତ୍ତ୍ୟ ଧାମର।
ମୋ ଭାଷା ସ୍ଵତନ୍ତ୍ର ମାନ୍ୟତା ପାଇବା ପାଇଁ
ତୁଳନା ନାହିଁ ତା ପୁତ୍ର କନ୍ୟାଙ୍କର ଏଥିପାଇଁ।
ମହାନ ମୋ କଳା ସଂସ୍କୃତି ମୋ ପରମ୍ପରା
ବାର ମାସେ ତେର ଓଷା ପିଠା ପଣା ପରା।
ମୋ ଉତ୍କଳେ ଆରାଧ୍ୟ ଜଗତର ନାଥ
ତା ପାଦ ପଦ୍ମରେ ନଏଁ ସଭିଙ୍କର ମାଥ।
ଗୀତା ଭାଗବତ ତୁଣ୍ଡେ ସଭିଙ୍କର ଘୋଷା
ମୁଁ ଓଡ଼ିଆ ଗର୍ବେ କହେ ଓଡ଼ିଆ ମୋ ଭାଷା।
ମୋ ଭାଇ ଭଉଣୀ ମାଆ ବାପା ପରିବାର
ବୈକୁଣ୍ଠ ସମାନ ରହୁ ଆମେ ଭାରତର।
ଗୁରୁ ଗୁରୁଜନେ ସଦା ପ୍ରଣିପାତ କରୁ
ନମସ୍କାର କରୁ ବନ୍ଧୁ ଦେଖିଲେ ଦୂରରୁ।
ଚରକ ଶୁଶ୍ରୁତ ଭଳି ଦିବ୍ୟ ଯେ ପୁରୁଷ
ଜନମି ଅଛନ୍ତି କୁହେ ଆମ ଇତିହାସ।
ମୋ ଭାଷା ଓଡ଼ିଆ ମୁଁ ଅଟେ ଭାରତର
ଓଡ଼ିଶାର ଓଡ଼ିଆ ମୁଁ କହଇ ଗର୍ବର।
ଫକୀରମୋହନ ନଗର (ବାଲେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।