4/30/2021

ଅନାଦି ମହିମା

ମୃଣ୍ମୟୀ ବେହେରା
ଅନାଦି ଅଚ୍ୟୁତ ପ୍ରଭୁ ପରଂବ୍ରହ୍ମ
ଅନାଥର ନାଥ ହେ ପୁରୁଷୋତ୍ତମ
ଅଣାକାର ହୋଇ ତୁମେ ବି ସାକାର
ଅନ୍ତର୍ଯ୍ୟାମୀ ହୋଇ ହୃଦେ ରହିପାର ।।

ଅଵିନାଶ ତୁମେ ହେ ଅଭୟବର
ଅବିଶ୍ୱାସେ ତୁମେ ହୋଇଥାଅ ଦୂର
ଅନନ୍ତ ମୂରତି ଆହେ  ପଦ୍ମମୁଖ
ଅଭକ୍ତ ଭକ୍ତିରେ ପ୍ରଭେଦ ନଦେଖ ।।

ଅଜନ୍ମା ହୋଇବି ମର୍ତ୍ତ୍ୟେ ଜନ୍ମିଥାଅ
ଅବତାର ନେଇ ପାପୀ ତାରିଥାଅ,
ଅଖିଳ ବ୍ରହ୍ମାଣ୍ଡେ ତୁମେ ପରମାତ୍ମା
ଅସୀମ ତୁମରି ନାମର ମହିମା ।।

ଅଳକା ଧୂଅଇ ଯେଉଁ ଶ୍ରୀପୟର
ଅର୍ପିଲି ସେ ପାଦେ ହୃଦୟମୋହର,
ଅକୁଣ୍ଠିତ ଚିତ୍ତେ ଯେଭଜେ ହରିଙ୍କୁ
ଅବିଳମ୍ବେ  ତରେ ସିଏ ଭବ ପଙ୍କୁ ।।
ଝାରପଡ଼ା - ଭୁବନେଶ୍ୱର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।