4/30/2021

ସୁନ୍ଦରୀର ଆବଶ୍ଯକତା.....ଭଲପାଇବାର ନୁହେଁ

    ସନ୍ଦୀପା ମହାପାତ୍ର 
ସୁନ୍ଦର ତୃପ୍ତିର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଇ
ମନ ସବୁବେଳେ ଚାହୁଁଥାଏ
ସବୁ ଜିନିଷ ହୋଇଥାଉ
ରମଣୀୟ ମୋ ପାଇଁ.....
ମନ ଚାହିଁବା ମୁତାବକ
ସବୁବେଳେ ସବୁକିଛି ମିଳେନି
କାରଣ ଭବରଙ୍ଗ ଭୂମି ପରେ
ବିଭୁ କୃପା ବିନା କିଛି ବି ମିଳେନା.....
ମନ କିନ୍ତୁ ଚଞ୍ଚଳ
ଅପେକ୍ଷା କରିବାକୁ ଚାହେଁନି
ମନର ଇଚ୍ଛା ଉପର ସୁନ୍ଦର ଥାଉ
ଭିତର ପଛେ ଖରାପ ହଉ ଚଳିବ
ତାକୁ ବା କିଏ ଦେଖୁଛି ....!
ସେ ତ ଭିତରରେ ରହୁଛି
ସତେ ଯେମିତି ମହାକାଳ ଫଳ
ବାହାର ସୁନ୍ଦର ଭିତର ପୋଡ଼ା ଅଙ୍ଗାର
ସବୁରି ଏଇଟା ହିଁ ପସନ୍ଦ
ଆଜିର ଏ ମଣିଷ ସମାଜେ.....
ମନ ଅନେକ କିଛି ଚାହେଁ
କିନ୍ତୁ ଭାଗ୍ଯର ବିଡମ୍ବନା ପାଇଁ
ତାକୁ ସେ ସବୁ ମିଳେନି  ;
ମୁଁ ନିଜେ ବି ପାରେନା ବୁଝି
ସବୁ କ୍ଷେତ୍ରେ କାହିଁକି
ଖୋଜନ୍ତି ଲୋକ ସୁନ୍ଦର.....
ତଥାପି ଚାହିଁ ବି ମୁଁ ହୋଇ ପାରିଲିନି
ସୁନ୍ଦର, ସରଳ,ନମ୍ର ;
ର୍ଦୁଭାଗ୍ଯ ମୋର ଯେ ମୁଁ
ଏମିତି ଗୋଟିଏ ହତଭାଗିନୀ
ଯେଉଁ ମଣିଷକୁ ନିଜରଠୁ ଅତି ନିଜର ଭାବିଥିଲି...
ତାଙ୍କୁ ସବୁବେଳେ ପସନ୍ଦ  ସୁନ୍ଦର,ସରଳ,ନମ୍ର ଓ ଭଦ୍ର.....
ମୋ' ପାଖରେ ନାହିଁ
ସେ ସବୁର କିଛି ବି ଗୁଣ
ଯେମିତି ନୌକାଟି
 ନାଉରୀଆ ପାଇଁ ସୁନ୍ଦର
ସେମିତି ଏକ ସୁନ୍ଦର ମଣିଷକୁ
ଗୋଟିଏ ସୁନ୍ଦର ମଣିଷ ମିଳିଲେ
ତାକୁ ସେ ମନେକରେ
ବହୁତ  ସୁନ୍ଦର ବୋଲି.....
ସେମିତି ଏକ ସୁନ୍ଦର ମଣିଷକୁ
ଗୋଟିଏ ଅସୁନ୍ଦରୀ ମିଳିଲେ
ସେ ବହୁ ପଶ୍ଚାତାପ କରେ ସିନା
କିନ୍ତୁ କହି ପାରେନି କାହା ଆଗେ...
ହେଲେ ସେ ତା' ମନ କଥା
ଖୋଲିକି ଆଜି କହି ପାରିଛି
କହି ପାରିଛି କି ତାକୁ
ସୁନ୍ଦରୀର ଆବଶ୍ଯକତା ଅଛି
ଭଲପାଇବାର ନୁହେଁ.....


       କେନ୍ଦ୍ରାପଡ଼ା 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।