4/30/2021

ନିରବି ଯାଇଛି ବିଶ୍ୱ

ସ୍ନିଗ୍ଧା ସାମନ୍ତରାୟ 
🌼🌼🌼🌼🌼🌼🌼🌼🌼
ନିରବି ଯାଇଛି ଆଜି ବିଶ୍ୱ ଦରବାର
ମଣିଷ ପାଖେ ନାହିଁ କରୋନା ହତିଆର
ଘଣ୍ଟଘଣ୍ଟା, ଶଙ୍ଖ ଧ୍ଵନି ଦାଣ୍ଡ ପ୍ରକମ୍ପିତ
ହସ୍ତେ ଦୀପ ଧରି ତ୍ରାହି କର ହେ ଅଚ୍ୟୁତ ।
ସର୍ବଜୀବଙ୍କୁ ରକ୍ଷା କର କରୁଣାକର
ବାଳ, ବୃଦ୍ଧ ସହ ଦେଶକୁ ଉଦ୍ଧାର କର
ଚନ୍ଦ୍ର ସୂର୍ଯ୍ୟ ନୟନେ ଦେଖ ତୁମ ସଂସାର
ନିରୀହ ଜୀବନ ଯାଏ ଆତଙ୍କ ବିଶ୍ୱର ।
ତୁମେ ସଂସାର ପାଳ, ତୁମେ ମାୟାଧର
ତୁମ ଇଚ୍ଛା ରେ ଧ୍ୱଂସ ହେବ ଏ ଭୂତାଣୁର ।
ଭୁତ ବିଶ୍ୱ ଆଜି ଭାସି ଯାଏ ଘର
ସଂକ୍ରମଣ ବ୍ୟାଧିରୁ ତୁରନ୍ତ ରକ୍ଷା କର ।
ବୃହତ ବ୍ରହ୍ମ, ସର୍ବବ୍ୟାପି ହେ ନିରାକାର
ଜଗତ ହସୁ ଥିଲେ ସେବା ଦିଶେ ସୁନ୍ଦର
ଭୁତାଣୁ ମୁକ୍ତ ହେଉ ତୁମ ବିଶ୍ୱ ଏଥର
ଜଗତାଶ୍ରୟ ନାମେ ଜଗତକୁ ଉଦ୍ଧାର
ହେ ଯୋଗେଶ୍ୱର ମୋର ବିନତି ବାରବାର
ଜୀଵଜଗତ ସୁରକ୍ଷା ତୁମରି ହାତର ।
🙏🌼🌼🌼🌼🌼🌼🌼🙏
ଚୁନଭାଟି - ଗୋପାଳ ଗାଁ - ବାଲେଶ୍ବର 

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।