ନିଜ ଭିତରେ ନିଜେ
ସର୍ବପ୍ରଥମେ ସଭିଙ୍କୁ ମୋର ସପ୍ରେମ ନମସ୍କାର।ଆଉ ହୃଦୟର ଗଭୀରତମ ପ୍ରଦେଶରୁ କାହାଣୀ ମୁଣି ଭେଟି ଯେଉଁ ମୁଣିରେ ଭରିରହିଛି ହସ,କାନ୍ଦର ଖଟାମିଠା ସ୍ୱାଦ,ମା'- ମାଟିର ମମତା,ଦେଶପାଇଁ ପ୍ରେମ ଆଉ ସଚେତନତାର ମହୁ।ଗାଁ,ମାଆ ମାଟିକୁ ଭଲପାଉଥିବା ମଣିଷଟିଏ ମୁଁ।ମୋ ପରିବାର,ସାଥି,ଗାଁ ପରିବେଶର ଶିକ୍ଷା,ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ଆଉ ପର୍ଯ୍ୟବେକ୍ଷଣ ରୁଚିରୁ ସାଉଁଟୁଥିବା ଅଭିଜ୍ଞତାର ମିଶ୍ରିତ ରସରେ ତିଆରିଛି କାହାଣୀ ମୁଣିର ସୁଆଦିଆ ମାନସିକ ଖାଦ୍ୟ।ଆଶା କରୁଛି ଖୁବ୍ ଭଲ ଲାଗିବ।
ମୋ ପ୍ରତିଭାକୁ ସମ୍ମାନ ଦେଇ ଆଗେଇବାର ହାତ ବଢ଼େଇଛି ମୋ ପ୍ରିୟ ଉଦୟ ଭାନୁ ପରିବାର,ସେଥିପାଇଁ ମୁଁ କୃତଜ୍ଞ।
*ସାରସ୍ୱତ ଜୀବନୀ*....
ନାମ-ନାରାୟଣ ଚନ୍ଦ୍ର ସେନାପତି
ପିତା-ସ୍ୱର୍ଗତ୍ ଚକ୍ରଧର ସେନାପତି
ମାତା-ଶ୍ରୀମତୀ ସାବିତ୍ରୀ ସେନାପତି
ପତ୍ନୀ-ଶ୍ରୀମତୀ ମନୋଜ ମଞ୍ଜୁଳା ସେନାପତି
ଜନ୍ମ ତାରିଖ-୧୭.୧୧.୧୯୭୧
ଜନ୍ମସ୍ଥାନ ଓ ସ୍ଥାୟୀ ଠିକଣା-ଜମ୍ଭରା,ଆନନ୍ଦପୁର,କେନ୍ଦୁ ଝର,ପିନ୍-758022।
ଶିକ୍ଷାଗତ ଯୋଗ୍ୟତା- ଏମ୍.ଏସ୍ ସି.(ଭୁତତ୍ତ୍ୱ ବିଜ୍ଞାନ)
( ଉତ୍କଳ ବିଶ୍ଵବିଦ୍ୟାଳୟ,ଭୁବନେଶ୍ୱର )
( ଡି.ଆଇ.ଇ.ଟି.(ସି.ଟି.) କେନ୍ଦୁଝର) ବି.ଏଡ୍.
ଏଲ.ଏଲ.ବି.
ବୃତ୍ତି-ଶିକ୍ଷକତା,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ତେଲକୋଇ ବ୍ଲକ୍,ଜିଲ୍ଲା-କେନ୍ଦୁଝର
ରୂଚି-ଗୀତ ରଚନା,ସଂଯୋଜନା,ଗାୟନ । ନାଟ୍ୟ ରଚନା,ନିର୍ଦ୍ଦେଶନା,ଅଭିନୟ ।କବିତା,ପ୍ରବନ୍ଧ,ଗଳ୍ପ ରଚନା ।
ସମ୍ମାନ
ସର୍ବ ସର୍ବୋତ୍ତମସମ୍ମାନ- (ଶିକ୍ଷା,ସଙ୍ଗୀତ,କବିତା,ଗଳ୍ପ,ବକ୍ ତୃତା,ନାଟ୍ୟ ଅଭିନୟ ପାଇଁ) ଡି.ଆଇ.ଇ.ଟି କେନ୍ଦୁଝର ତରଫରୁ।
ସାରସ୍ୱତ ସ୍ମୃତି ସୁଧା ସମ୍ମାନ (ଆଦର୍ଶ ଶିକ୍ଷକ,ଶ୍ରେଷ୍ଠ କବି,ଗାଳ୍ପିକ,ସଙ୍ଗୀତଜ୍ଞ,ଅଭିନେତା, କ୍ରୀଡା,ସଙ୍ଗଠକ ପାଇଁ)ରାହାସ କମିଟି କେନ୍ଦୁଝର ତରଫରୁ॥
ଶଙ୍କରାଚାର୍ଯ୍ୟ ସମ୍ମାନ (ନିଷ୍ଠା,ତ୍ୟାଗ,ଆଦର୍ଶ ଶିକ୍ଷକ,ଅଞ୍ଚଳର ଉନ୍ନତି ପାଇଁ)ଶ୍ରୀଜଗନ୍ନାଥ କମିଟି,ତେଲକୋଇ ତରଫରୁ।
ଆଶା ଶିଶୁ ବିକାଶ ସମ୍ମାନ
ଆଶା ଶିଶୁ ବିକାଶ ସମ୍ମାନ
ଗୁରୁ ପ୍ରଶିକ୍ଷକ,କବି,ଲେଖକ,ନାଟ୍ୟକାର, ସମାଜସେବା ପାଇଁ,ଆଶା ଶିଶୁ ବିକାଶ ପ୍ରକଳ୍ପ,ଚାଇଲଡ୍ ଫଣ୍ଡ ଇଣ୍ଡିଆ ତରଫରୁ।
ସାରସ୍ୱତ ସାହିତ୍ୟ ସମ୍ମାନ:ଆଦର୍ଶ ଶିକ୍ଷକ,ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ,ସୁନ୍ଦର ମୋ ଭାଷା ସାହିତ୍ୟ ସଂସଦ ତରଫରୁ।
*ବଣମଲ୍ଲୀ ଗଳ୍ପ ସମ୍ମାନ*:
ଗଳ୍ପ ପାଇଁ,ବଣ ମଲ୍ଲୀର ମହକ ଇ ସାହିତ୍ୟ ତରଫରୁ
*ଷ୍ଟୋରି ମିରର୍ ଗଳ୍ପ ଓ କବିତା ସମ୍ମାନ*:
ଷ୍ଟୋରି ମିରର ଇ ସାହିତ୍ୟ ତରଫରୁ
*ସମାକୋଇ ସଂସ୍କୃତି ସମ୍ମାନ*
ସମାକୋଇ ସାଂସ୍କୃତିକ ପରିଷଦ,ତେଲକୋଇ,କେନ୍ଦୁଝର ତରଫରୁ(ଆଦର୍ଶ ଶିକ୍ଷକ,ଗାଳ୍ପିକ,କବି,ପ୍ରାବନ୍ଧିକ, ସଙ୍ଗୀତ ଓ ନାଟ୍ୟ ପାଇଁ ॥
*ଶିକ୍ଷକ ଗୌରବ ସମ୍ମାନ-2019*:
*ଶିକ୍ଷକ ଗୌରବ ସମ୍ମାନ-2019*:
ପଦ୍ମଲୋଚନ ପାଠାଗାର ତରଫରୁ ଆଦର୍ଶ ଶିକ୍ଷକ,ଗୁରୁ ପ୍ରଶିକ୍ଷକ,ସାହିତ୍ୟ ସାଧନା ପାଇଁ ତା 5.01.2019 ରେ।
*ଶ୍ରେଷ୍ଠ ଦରଦୀ କବି ସମ୍ମାନ-2019*
ମ ମଙ୍ଗଳା ସାହିତ୍ୟ ସଂସ୍କାର ସଂସଦ ଜରିପୁଟ ଖୋର୍ଦ୍ଧା ତା-13 -01- 2019ରେ।
*ନବ ଦିଗନ୍ତ ସାରସ୍ୱତ କବିତା ସମ୍ମାନ-2019*
ନବ ଦିଗନ୍ତ ସାହିତ୍ୟ ସଂସଦ,ରିଆମାଳ, ଦେବଗଡ଼...ତା-20-01-2019 ରେ।
*ଶ୍ରେଷ୍ଠ ଲେଖକ ସମ୍ମାନ -2019*
ବିଶ୍ଵଶାନ୍ତି ସେବାସଙ୍ଘ କୋଣାର୍କ,ପୁରୀ
ତା 27-01-2019ରେ।
*ଉଦୟଭାନୁ ନିବନ୍ଧ ସମ୍ମାନ*
ଫେରିଆରେ ସୁଭାଷ,ପ୍ରଫୁଲ୍ଲ ଭାଇ ଜିନ୍ଦବାଦ୍......
*ସାରସ୍ୱତ ସାହିତ୍ୟ ସମ୍ମାନ*
*ସାରସ୍ୱତ ସାହିତ୍ୟ ସମ୍ମାନ*
ରାଜ୍ୟସ୍ତରୀୟ ଶୀତ ରାତିର କବିତା ସମ୍ମିଳନୀ ବାମରା କୋଣାର୍କ,ତା-୧୬/୦୨/୧୯
*ଗଣକବି ବୈଷ୍ଣବ ପାଣି ସ୍ମୃତି ସମ୍ମାନ*
ଚନ୍ଦ୍ରିକା ସାହିତ୍ୟ ଏକାଡେମୀ ପିତ୍ତଳ ଗଂଜାମ ତରଫରୁ,ସାରଳା ଭବନ କଟକ,ତା୧୭/୦୨/୧୯
*ଶ୍ରେଷ୍ଠ ନାଟ୍ୟକଳା ଜ୍ଞାନ ପ୍ରକାଶ ସମ୍ମାନ-2019*
ଜ୍ଞାନ ପ୍ରକାଶ ବୌଦ୍ଧ, ତା 23.03.2019.
*କଳ୍ପନା କବିରତ୍ନ ସମ୍ମାନ-2019*କଳ୍ପନା ସାଂସ୍କୃତିକ ଓ ସାମାଜିକ ପରିଷଦ,କଟକ,ଶ୍ରୀରାମଚନ୍ଦ୍ର ଭବନ,ତା 12/02/19*
*କବି ତପନ ସମ୍ମାନ-2019* *ଯମଧର୍ମ,ବୌଦ୍ଧ ବିହାର କୁରୁମ,କୋଣାର୍କ,ତା 18/05/2019*
*ସଙ୍ଗଠକ*:ବିଭିନ୍ନ ବେସରକାରୀ ସଙ୍ଗଠନର କର୍ମକର୍ତ୍ତା
ଉପ ସଭାପତି,ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ,ତେଲକୋଇ ଶାଖା
*ପ୍ରଶିକ୍ଷକ*:ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷକ,ବିତ୍ୟାଳୟ ଓ ଗଣଶିକ୍ଷା ବିଭାଗ,ଓଡିଶ,ଭୁବନେଶ୍ୱର ତରଫରୁ ଓ
ଚାଇଲଡ ଫଣ୍ଡ ଇଣ୍ଡିଆ ର ରାଜ୍ୟସ୍ତରୀୟ ପ୍ରଶିକ୍ଷକ,
ୟୁ ଏ ସି ତେଲକୋଇ ର ପ୍ରଶିକ୍ଷକ
*ସାହିତ୍ୟ*:ପ୍ରତ୍ୟହ ଓଡିଶାର ବିଭିନ୍ନ ପତ୍ର ପତ୍ରିକାରେ ଲେଖା ପ୍ରକାଶିତ.
*ପୁସ୍ତକ ଓ ପାଣ୍ଡୁଲିପି:*
*ନାଟକ-ଉପମନ୍ୟୁ,ମଙ୍ଗଳ ପାଣ୍ତେ,ଦାରୁବ୍ରହ୍ମ,Don't say bloody Indian..etc.
୪୦୦୦ରୁ ଉର୍ଦ୍ଧ୍ୱ କବିତା,୨୦୦ରୁ ଉର୍ଦ୍ଧ୍ଵ ଗଳ୍ପ,ପ୍ରବନ୍ଧ ଇତ୍ୟାଦି।*
*2011ରୁ ଏଯାବତ ଆଜିର ଅନୁଚିନ୍ତା ଲିଖନ ଓ ପ୍ରେରଣ*
କେତେକ ସଙ୍ଗୀତ ରଚନା ଓ_ ସଂଯୋଜନା ସହ କଣ୍ଠଦାନ*
*ଟେଲିଫୋନ୍ ନଂ*-୭୯୭୮୩୭୯୯୬୬.
*Email id*_senapatin307@gmail.com
*Whatsapp*_9437782432
ସୂଚୀପତ୍ର
୧.ମୋ ବୋଉ ସହ ପିଲାଦିନ
୨. ଭୁଲି ହେବକି ସେ ଅଭୁଲା ମୁହୂର୍ତ୍ତ !!!
୩. ଶେଷରେ ମାନିଲେ ଶେଷଦେବ ବାବୁ
୪. ଶ୍ରଦ୍ଧାର ଆଖିରେ ଆତ୍ମନ୍ ଲୁହ
୫. ମିଛ ସମ୍ପର୍କ
୬. ଫେରିଆରେ...ସୁଭାଷ
୭. ଧରମ ଭାଇ
୮. ଏକ ଦରଦୀ ଆତ୍ମାର ଅନ୍ତର୍ଧ୍ୱନି
୯. ପ୍ରଫୁଲ୍ଲ ଭାଇ ଜିନ୍ଦାବାଦ୍
୧୦. ବିଶ୍ୱାସର ବାୟାବସା
୧୧. ଚାଲିଗଲୁ କିରେ ଧନ
୧୨. ରକ୍ତର ଜବାବ ରକ୍ତରେ ଦିଅ
୧୩. ବନ୍ଧନୀ
୧୪. ଚାରିଗୋଟି ବିନ୍ଦୁରେ ଭାଗ୍ୟ
୧୫. ବିଚାରୀଟା
୧୬. ରହିଗଲା ତୁମ କାହାଣୀ ଅଧା
୧୭. ଉପହାର
୧୮. ମାନସିକତା
୧୯. ଗଛ ମାଉସୀ
ମୋ ବୋଉ ସହ ପିଲାଦିନ
ସମୟ ସକାଳ ସାଢେ ନଅଟା।ଆଲାରାମ୍ ଘଣ୍ଟାଟା ଗର୍ଜି ଉଠି ସୂଚେଇ ଦେଲା ମୋତେ ଅଫିସ୍ ବାହାରିବାକୁ ।ଡାଇନିଂରେ ବସି ଅପେକ୍ଷା କଲି ସ୍ୱପ୍ନାର ସ୍ୱପ୍ରସ୍ତୁତ ସୁଆଦିଆ
ଖାଦ୍ୟକୁ । ଡାକିଲି..ଏ ସ୍ୱପ୍ନା ସମୟ ହୋଇଗଲା ଯେ.. ଖାଇବାକୁ ଆଣ । ଗମ୍ଭୀର ଉତ୍ତର ଯାହା ପାଇଲି ତାହା କାନ ଶୁଣିବାକୁ ଚାହୁଁ ନ ଥିଲା । ମୁଁ ପରା ଡେରିରେ ଉଠିଲି...କିଛି ପ୍ରସ୍ତୁତ ହୋଇନି..ହୋଟେଲରେ ଖାଇଦେବ । ଆଉ ଟିଫିନ୍ ହୋଇଛି ନେବା ପାଇଁ ?...ତା ଉତ୍ତରରେ ପାଇଲି ଅଫିସ୍ ପିଅନ ହାତରେ ମଗେଇ ଖାଇନେବ..ମୁଁ କରିନି । କାନ୍ଥ ଘଣ୍ଟାକୁ ଚାହିଁଲି..ତା ଟିକ୍ ଟିକ୍ ଶବ୍ଦ ଯେମିତି ଆହ୍ୱାନ କରି କହୁଥିଲା ଠିକ୍ ସମୟରେ ଅଫିସ୍ ପହଞ୍ଚିବାକୁ ।
ନିତିଦିନିଆ ପ୍ରିୟ ବାହାନ ହୁଣ୍ଡାଗାଡିଟାକୁ ଧରି ହେଲମେଟ୍ ଲଗାଇ ଚାଲିଲି.. ଆଗକୁ। ମନେ ପଡିଲା ପିଲାଦିନ କଥା । ସ୍କୁଲ ପଢିଲା ବେଳେ ସକାଳ ନଅଟା ହେଲେ ମୋ ବୋଉ ମୋତେ ତରବର କରୁଥିଲା.. କହୁଥିଲା ଶୀଘ୍ର ଗାଧୋଇ ଖାଅ। । ଗାଧୋଇ ଆସିବା ପୂର୍ବରୁ ଆସନ ପକାଇ ଖାଇବା ଜିନିଷ ବାଢି ବସିଥାଏ ମୋତେ ଅନେଇ ।ପାଖରେ ବସି ଖୁଆଇ ଦିଏ ବଳେଇ ବଳେଇ । ବ୍ୟାଗ୍ ଧରି ବାହାରିଲା ବେଳେ ସରାଗରେ ତିଆରି କରିଥିବା ତା ସୁଆଦିଆ ଜଳଖିଆ ଦେଇ କହେ..ଖାଇଦେବୁ ଧନ । ଏହା ଭିତରେ ପ୍ରଧାନ ହୋଟେଲ୍ ପାଖରେ ପହଞ୍ଚି ଦେଖିଲି ହାଉସ୍ ଫୁଲ୍, କେତେକ ବି, ଅପେକ୍ଷାରତ ଚେୟାର ପାଖରେ ବଗ ମାଛ ଜଗିଲାପରି । ଭାବିଲି ଅପେକ୍ଷା କଲେ ଅଫିସ୍ ଠିକ୍ ସମୟରେ ପହଞ୍ଚି ପାରିବିନି । ମନେ ପଡିଲା ମୋ ବାପାଙ୍କ ପିଲାଦିନର ଉପଦେଶ-ଜଣେ ଅସମୟାନୁବର୍ତ୍ତୀ ଲୋକକୁ କେହି ସମ୍ମାନ ଦିଅନ୍ତି ନାହିଁ । ନୀତି ଆଦର୍ଶର ରାଜରାସ୍ତାରେ ଭାଳି ଭାଳି ଚାଲିଲି..ପହଞ୍ଚିଗଲି ଅଫିସ୍ରେ । ଅଫିସ୍ କାମରେ ନିଷ୍ଠାର ସହ ନିମଜ୍ଜିତ ହେଉ ହେଉ ଖାଇବା କଥା ପୂରା ଭୂଲିଗଲି । ଏ ଭିତରେ ଭୋକରେ ପେଟ କମ୍ପି ଉଠିଲା, ମନେ ପଡିଲା ବୋଉର କଥା।ବାପାରେ ଖୋଲାପେଟ ରଖିବୁ ନାହିଁ..କେତେ ରୋଗ ମାଡିବସିବ... ପୁଣି ବି ତା କଥା ବାହାରର ଦୂଷିତ ଖାଦ୍ୟଠୁ ଯେତେ ଦୂରେଇ ରହିବୁ,ଦେହପାଇଁ ସେତେ ଭଲ।ପିଅନକୁ ଡାକି ପାଉରୁଟି ଓ ବିସ୍କୁଟ ମଗାଇଲି।ମଧ୍ୟାହ୍ନରେ ଖାଇ ପୁଣି କାମରେ ଲାଗିଲି ।
ଅପରାହ୍ଣ ଚାରିଟା। ମନରେ ଅନେକ ଉତ୍କଣ୍ଠା ଘରେ ଶୀଘ୍ର ପହଞ୍ଚିବି ଆଉ ସ୍ୱପ୍ନା ଆଗ୍ରହରେ କରିଥିବା ଖାଦ୍ୟ ଖାଇବି । ବାଟରେ ଗାଡି ଚେକିଂ । ପହଞ୍ଚୁ ପହଞ୍ଚୁ ସାଢେ ପାଞ୍ଚ । ସଙ୍ଗେ ସଙ୍ଗେ ସ୍ୱପ୍ନାର ପ୍ରଶ୍ନ ବାଣ ମୋ ପାକସ୍ଥଳି ଓ ହୃତପିଣ୍ଡକୁ କ୍ଷତାକ୍ତ କରିଦେଲା । ତୁମର କ'ଣ ଏବେ ଅଫିସ୍ ଛୁଟି ହେଉଛି । କହିଥିଲି ଡେନିକ୍ସ ଓ ରୁପମ୍ କ୍ରିମ୍ ଆଣିଛ କି ? ଜାଣିଛି ପରା, ଭୋଳାମନ, ଆଣି ନ ଥିବ। ପଚାରିଲି ଆରେ ସ୍ୱପ୍ନା ଖାଇବାକୁ ଆଣ । ଖୁବ୍ ଜୋରରେ ଭୋକ ଲାଗୁଛି ଯେ । ହୋଟେଲରେ ଖାଇଥିବ..ପୁଣି ଏତେ ଭୋକ ହେଉଛି, ସ୍ୱପ୍ନାର ତୀକ୍ଷଣ କଥା ଗୁଡିକ ସତେ ଯେମିତି ବକ୍ଷ ବିଦାରି ଦେଲା । ତରକାରୀଟା ହୋଇନାହିଁ.. ଟିକେ ଶୋଇ ପଡିଥିଲି ତ ? ମନେପଡିଲା ମୋ ପିଲାଦିନ ସ୍କୁଲ୍ ଫେରନ୍ତା ଘଟଣା । ସ୍କୁଲ୍ ଫେରିଲା ବେଳକୁ ମୋ ବୋଉ ଦୁଆର ମୁହଁରେ ଚାହିଁଥାଏ । ଆସିଲା ପରେ ଆସନ ପକାଇ, ଖାଇବା ବାଢି, ତରବର କରେ ଖାଇବାକୁ।କିଛି କଥା କହିବାକୁ ଆରମ୍ଭ କଲେ ସେ କହେ, ଆରେ ଆଗ ଖାଇଦେ ମୋ ଧନ..ଖାଇସାରିଲା ପରେ ଯାହା କହିବୁ।ଖାଉ ଖାଉ ତାଳକୁ ଉଠିଗଲେ ମୁଣ୍ଡ ପିଠି ଥାପୁଡେଇ ପାଣି ଗ୍ଲାସରେ ପାଣି ପିଆଇଦେଇ କେତେ ବ୍ୟସ୍ତ ହୋଇଯାଏ।ରାତିରେ ପାଠପଢୁଥିଲା ବେଳେ ଖାଇବାକୁ ଡାକେ..।ମୁଁ ଯେବେ କହେ ବୋଉ ଟିକେ ଯାଉ- ପରେ ଖାଇବି।କହେ ନାଁ ରେ ଖାଇସାରି ପଢ।ଖେଳୁ ଖେଳୁ ପାଣି ପି' ଆସାିଲେ ସେ କହେ, ଧନରେ କଦଳୀଟା ଖାଇଦେ...ଆତଟା ଖାଇଦେ... ମୋ ସାଥିରେ ଦି' ଗୁଣ୍ଡା ଖାଇଦେ। ବୋଉ ଏବେ ପରା ଖାଇ ଥିଲି, ମୋ ପାଟିରୁ କଥା ଛଡେଇ କହେ ଆରେ କେତେବେଳୁ ଖାଇଥିଲୁ ଆଉ କ'ଣ ପେଟରେ ଥିବ, ଖାଇଦେ ।
ବିଶ୍ଳେଷଣର ଅଭେଦ ଗଣିତଟା ଅସ୍ତବ୍ୟସ୍ତ କରୁଥାଏ ମୋ ମନକୁ।ତୁଳନା କରୁଥାଏ ଜନ୍ମକଲା ମା' ଆଉ ଆଧୁନିକ ପତ୍ନୀର ମଣିଷପଣିଆକୁ।ମନେପଡେ ମୋ ବୁଢୀମା'ର କଥା, ସନ୍ତାନର ପେଟର ଭୋକ କେବଳ ମା'ପରା ଜାଣିପାରେ ?ଖନାବଚନ ବି କାନରେ କହେ; ମା' ଆଉଁସେ ପେଟ...ସ୍ତ୍ରୀ ଅଣ୍ଡାଳେ ପକେଟ।ଆନୁଗତ୍ୟ..କୃତଜ୍ଞତା...ମଣିଷପଣିଆର ସଂଜ୍ଞାମୁଁ ଖୋଜୁଥିଲି ମୋ ବିବେକର ଅଭିଧାନରେ।ଏ ସବୁକୁ ମୁଁ ବ୍ୟାଖ୍ୟା କରୁଥିଲି ମୋ ପିଲାଦିନର ବୋଉର ବାତ୍ସଲ୍ୟ ମମତାର ସ୍ମୃତି ପ୍ରବନ୍ଧରେ।ଏତିକି ଭିତରେ ଅଝଟିଆ ଆଖିରୁ ଅମାନିଆ ଲୁହ ଦି ଟୋପା ଗଡିଆସିଲା।ପୁଣି ଅନୁଭବ କଲି ମୋ ବୋଉର ଅନୁପସ୍ଥିତି। ସେ ଥିଲେ ଆଖି ଲୁହ ତା ପଣତକାନିକୁ ଭେଦି କେବେ କ'ଣ ଧରିତ୍ରୀ ମାତାକୁ ଓଦା କରିଥାନ୍ତା ? କହିଲି ଫେରିଆସନ୍ତାକି ମୋ ପିଲାଦିନ..ମୋ ବୋଉର ହାତରନ୍ଧା ଖିଆ,ତା ଭିତରେ ଶୃଙ୍ଖଳା- ସଂସ୍କାର- ନୀତି- ଆଦର୍ଶ ଓ ପ୍ରେରଣା ମୋତେ ପୁନର୍ଜୀବନ ଦିଅନ୍ତା।
ଭୁଲି ହେବକି ସେ ଅଭୁଲା ମୁହୂର୍ତ୍ତ !!!
ପାହାନ୍ତାର କୁକୁଡା ରାବ ସାଥେ ସାଥେ ଅନାଥାଶ୍ରମର ସହାୟିକାଙ୍କ ହୁଇସିଲର ସ୍ୱର କନ୍ୟାମାନଙ୍କୁ ଶୀଘ୍ର ଶଯ୍ୟାତ୍ୟାଗ କରିବାପାଇଁ ଆହ୍ୱାନ ଦେଲା।ହେଲେ ଆଜି ସଭିଙ୍କ ମନରେ ଦୁଃଖର ଛାୟା,କାହିଁକି? ଆଶ୍ରମର ତତ୍ୱାବଧାରିକା ସଭିଙ୍କ ବିଳମ୍ବ ଦେଖି ଆସିଲେ କୋଠରୀ ଭିତରକୁ।କହିଲେ ...ଆରେ କୁନି, ମୁନି, କବିତା, ଅନୀତା... ଆଜି ପରା ରାକ୍ଷୀ ପୁନେଇଁ...ଉଠ,ଶୀଘ୍ର ସ୍ନାନ ଶୌଚ ସାରି ବାହାରିପଡ,ରାକ୍ଷୀ ପୁନେଇଁ ପାଳିବାପରା।ଦିଦି
ଚାଲୁଯାଉଁ ଯାଉଁ ତାଙ୍କ କର୍ଣ୍ଣକୁ ସ୍ପର୍ଶକଲା କାହାର..କ୍ରନ୍ଦନର ସ୍ୱର।ଅବାକ୍ ହୋଇ ପଛକୁ ଚାହିଁ ଦେଖିଲେ ସେ ସ୍ୱର ଆଉ କାହାର ନୁହଁ... ସେଇ ହତଭାଗିନୀ ବାଳିକାମାନଙ୍କର।ଦିଦି ପାଖକୁ ଆସି କୋମଳ ଦରଦୀ କଣ୍ଠରେ ଶ୍ରଦ୍ଧାରେ ପଚାରନ୍ତେ..ଉତ୍ତର ପାଇଲେ..ଦିଦି,ଆମେ ପରା ଅନାଥ, ଆମର ତ ଭାଇ ନାହିଁ.. ଆମେ କଣ କାହା ହାତରେ ରାକ୍ଷୀ ବାନ୍ଧିପାରିବୁ ? ଛଳଛଳ ଆଖି ଓ ବୁକୁଥରା ହୃଦୟରେ ଦିଦି କହିଲେ, ମୋ ସୁନାଟା ପରା... ଆରେ ତୁମେ ସବୁ ପ୍ରସ୍ତୁତ ହୁଅ, ମୁଁ କଥା ଦେଉଛି.. ଆଜି ନିଶ୍ଚୟ ତୁମ ଭାଇଙ୍କ ହାତରେ ମୁଁ ରାକ୍ଷୀ ବନ୍ଧା କରାଇବି।
ନୈରାଶ୍ୟର ସାହାରା ମରୁବାଲିରେ ସ୍ୱର୍ଗର ନନ୍ଦନକାନନର ପାରିଜାତ ଫୁଟିଲା ପରି ଅନାଥ କନ୍ୟାମାନଙ୍କ ହୃଦୟରେ ହସଖୁସିର ଜୁଆର ଖେଳିଗଲା।ଉତ୍କଣ୍ଠାର ଆକାଶରେ ଛବିଳ ଇନ୍ଦ୍ରଧନୁ ସତେ ଯେମିତି ଆବିର୍ଭାବ ହେଲା। ଚଳଚଞ୍ଚଳ ମନରେ ନିଜର ପ୍ରାରମ୍ଭିକ କାମ ସାରି ସଜାଇଲେ ସେମାନେ ଅତି ଶରଧାରେ ରକ୍ଷାବନ୍ଧନର ଥାଳି।ଆଶ୍ରମରେ ପାଳିତ ହେଲା ରକ୍ଷାବନ୍ଧନ । ଏହା ଭିତରେ ସେମାନଙ୍କର ଭାଇଙ୍କୁ ଦେଖିବା ଓ ରାକ୍ଷୀବାନ୍ଧିବାର ଜିଜ୍ଞାସା ତ୍ୱରାନ୍ୱିତ ହେଉଥାଏ।ଦିଦି ଡାକିଲେ ପିଲେ..ଆସ ଯିବା ରାକ୍ଷୀ ବାନ୍ଧି।ମନପବନର ଉଜାଣି ସ୍ରୋତରେ..ଆବେଗର ଚିରସ୍ରୋତା ସୁଅ ଓ ଉଦବେଗର ତରଙ୍ଗ ଟାଣିନେଲା ରାକ୍ଷୀବାନ୍ଧିବାକୁ।ଏ ଭିତରେ ପହଞ୍ଚିଯାଇଥିଲେ ସଭିଏଁ ଗୋଟିଏ ଫାଟକ ନିକଟରେ।ତାହାଥିଲା ଆମ ଦେଶର ସୁରକ୍ଷାକାରୀ ମହାମାନବ ଯବାନଙ୍କର ଆବାସସ୍ଥଳି।
ଆଜି ବି ଉଦାରତାର ବାଦଲରେ ଆଚ୍ଛାଦିତ ମାଟିର ମଣିଷ ଏ ଯବାନଙ୍କ ମନରେ ଦୁଃଖର କଳାବାଦଲ।ପାଖରେ ନାହାଁନ୍ତି ପରିବାର ଲୋକ ଆଉ ସେମାନଙ୍କର ଅନାବିଳ ସ୍ନେହ।ଆଜି ପବିତ୍ର ରକ୍ଷାବନ୍ଧନ।ଭାରତୀୟ ପବିତ୍ର ସଂସ୍କୃତିରେ ଭଉଣୀ ବାନ୍ଧିବ ମମତାର ରାକ୍ଷୀ।ମାତ୍ର ଆଜି ଆମ ପାଖରେ ନାହିଁ ଭଉଣୀ..କିଏ ବାନ୍ଧିବ ଏ ମମତାର ରାକ୍ଷୀ !!! ହଠାତ୍ ଆଖି ଲୁହ ଚିରସ୍ରୋତା ହୋଇ ବୋହି ନେଲା ଫାଟକ ଆଡକୁ।କେତେକ କୁନି ଝିଅ ଓ ଭଦ୍ର ମହିଳା ମାନଙ୍କୁ ଦେଖି ମନେ ପଡିଲା ଭଉଣୀ ମାନଙ୍କ କଥା, ସ୍ନେହ, ମମତା ଓ ସମ୍ପର୍କର ଅଭୁଲା ମୁହୂର୍ତ୍ତ॥
ସୁରକ୍ଷାକାରୀ ଫାଟକଟିକୁ ଖୋଲିବାପରେ ସହାସ୍ୟ ବଦନରେ ପ୍ରବେଶକଲେ କନ୍ୟାଏ.ହାତରେ ରକ୍ଷାବନ୍ଧନର ଅର୍ଘ୍ୟଥାଳି।ଉଦାସ ମନରେ ବସିଥିବା ଯବାନ ମାନଙ୍କ ପାଖକୁ ଯାଇ ଦିଦି କହିଲେ..ଏଇ ମାନେ ତୁମ ମାନଙ୍କ ଭାଇ।ଦିଦି ଏମାନେ !!! ଏମାନେ
କ'ଣ କରନ୍ତି ଯେ ? ର ଉତ୍ତରରେ ପିନଶ୍ଚ କହିଲେ ଯେଉଁ ଜନ୍ମଭୂମିରେ ଆମେ ଜନ୍ମ,ଯେ ତା'ର ସର୍ବସ୍ୱ ଦେଇ ଆମକୁ ଖୁସି କରାଏ ସେଇ ଭାରତମାତାକୁ ଶତ୍ରୁ କବଳରୁ ରକ୍ଷା କରିଥାନ୍ତି ଏଇମାନେ।ଖରା ବର୍ଷା ଶୀତ କାକର ଭ୍ରୁକ୍ଷେପ ନ କରି, ଦିବାରାତ୍ର ଆମ ଦେଶର ସୀମାନ୍ତକୁ ଜଗି, ଆମକୁ ଆନନ୍ଦରେ ଶୁଆନ୍ତି... ଏମାନେ । ନିଜ ଜୀବନକୁ ଜଳାଞ୍ଜଳି ଦେଇ ଆମ ଓଠରେ ଗୋଲାପି ହସ ଭରନ୍ତି ଏଇମାନେ।ବିଶ୍ୱ ଏମାନଙ୍କ ତ୍ୟାଗ ପାଇଁ ମଥାନତ କରେ।ଏମାନେ ମା', ଭଉଣୀ, ଭାଇ ପରିବାର ସମସ୍ତଙ୍କୁ ଦୂର କରି ଆପଣାନ୍ତି ଦେଶର ଆବାଳ ବୃଦ୍ଧବନିତାଙ୍କୁ ।
କନ୍ୟାମାନଙ୍କର ଆନନ୍ଦର ସୀମା କହିଲେ ନ ସରେ।ମନ କୁଣ୍ଢେମୋଟ ହେଉଥାଏ...ଏଭଳି ମହାନ ଦେଶଭକ୍ତଙ୍କୁ ଭାଇରୂପେ ପାଇ।ରକ୍ଷାବନ୍ଧନ ଥାଳି ନେଇ ଆଗେଇ ଯାଆନ୍ତି ରାକ୍ଷୀବାନ୍ଧିବାକୁ।ଯବାନମାନେ ହାତ ବଢେଇ ଦିଅନ୍ତି... ଆନନ୍ଦର ଅଶ୍ରୁ ଝରିଯାଉଥାଏ ତାଙ୍କ ଆକୁଳ ନୟନରୁ।
ଅପୂର୍ବ ଏ ମୁହୂର୍ତ୍ତ।କନ୍ୟାଏ ଭାଇଙ୍କର ଆଖିରୁ ଲୁହ ପୋଛି.. ତୀଳକ ପିନ୍ଧାଇ ସତେ ଯେମିତି କହୁଥିଲେ ଭାଇ, ତୁ ସଦା ବିଜୟ ହୋ,ଚନ୍ଦନ ଲଗାଇ ଅନ୍ତରେ କହୁଥାନ୍ତି.. ଭାଇ.ତୁ ଏମିତି କାମ କର ଯେମିତି ତା'ର ମହକ ଚଉଦିଗ ମହକାଉ ।ହାତରେ ପବିତ୍ର ରାକ୍ଷୀ ବାନ୍ଧି ଭିତରେ କହୁଥାଏ ଭାଇ, ଏ ମମତାର ରାକ୍ଷୀ ବାନ୍ଧିଲି..ତୁ କେବଳ ମୋର ନୁହେଁ..ସବୁ ମା' ଭଉଣୀଙ୍କର ମାନ ସମ୍ମାନ ରଖିବୁ, ସୁରକ୍ଷା ଦେବୁ..ଆଉ ମୋ ଭାରତମାତାର ଶିର ଉନ୍ନତ କରିବାକୁ କେବେ ଭୁଲିବୁ ନାହିଁ।
ଯବାନ ମାନେ ଭଉଣୀଙ୍କ ହାତରୁ ଶ୍ରଦ୍ଧାର ମିଠାଖାଇ ହୃଦୟର ଗଭୀରତମ ପ୍ରଦେଶରୁ ସତେ ଯେମିତି କହୁଥାନ୍ତି... ହଁ ଲୋ ଭଉଣୀ...ଏ ଭାଇଟା ତା'ଜୀବନ ଉତ୍ସର୍ଗ କରିଦେବ ପଛେ...ମା' ଭଉଣୀ ଓ ଦେଶର ଇଜ୍ଜତକୁ କେବେ ତଳେ ପକାଇଦେବ ନାହିଁ।
ସକାଳ ସୁରୁଯର ସୁନେଲି କିରଣ ଏସବୁ ଦେଖି ସତେ ଯେମିତି ମୁରୁକି ହସୁଥିଲା ! ମନ୍ଦ ସମୀରଣ ଗର୍ବରେ କହୁଥିଲା.. ବାଃ ବାଃ ରେ ଭାରତୀୟ ସଂସ୍କୃତି, ଭାଇ ଭଉଣୀର କି ଅକାଟ୍ୟ ବନ୍ଧନ !!! ଭାଇ ଭଉଣୀର ଏ ରକ୍ଷାବନ୍ଧନର ଦୃଶ୍ୟ ଦେଖି ସତେ ଯେମିତି ରାକ୍ଷୀପୁନେଇଁ ହସିହସି କହୁଥିଲା .."ଭୁଲିହେବନି....ଭୁଲିହେବକି ଏ ଅଭୁଲା ମୁହୂର୍ତ୍ତ"॥
ଶେଷରେ ମାନିଲେ ଶେଷଦେବ ବାବୁ
ଓଃ ଶେଷଦେବ ବାବୁଙ୍କର କି ଗର୍ବ।ହେବନି କେମିତି ଯେ, ସେ ପରା ଗାଁ ମୁଖିଆ।ଖାଲି ସେତିକି ନୁହଁ ପ୍ରତିବେଶୀ ସାତ ଖଣ୍ଡ ପଞ୍ଚାୟତର ସେ ନାମଜାତା ଲୋକ।ଧନରେ, ଜ୍ଞାନରେ, ବଳରେ । ଏଣେ ପୁଣି ସାତ ସାତଟା ପୁଅର ବାପା ବୋଲି ଗର୍ବରେ ଫାଟି ପଡନ୍ତି,ବେଳେ ବେଳେ ବି ଛାତି ଫୁଲେଇ ନିଶକୁ ମୋଡି ଛାତିକି ଚାପୁଡା ମାରି କୁହନ୍ତି ମୁଁ ସାତ କା ବାପ,କୁଛ୍ ମତ ବୋଲ୍, ହୋ ଯା ଚୁପ୍ ଚାପ୍।ବାପ୍ ରେ ବାପ୍,ବିଜୁଳି ବି ତାଙ୍କ ତେଜ ଦେଖି ଡରିଯିବ।ମାତ୍ର ଶେଷଦେବ ବାବୁଙ୍କର କେବଳ ଗୋଟିଏ ଜିନିଷରେ ମନ ଦୁଃଖ..ସେ ଗୋଟିଏ କନ୍ୟାର ବାପା ବି।
ସେ ଝିଅମାନକୁ ଘୃଣା କରନ୍ତି,କହନ୍ତି ଝିଅ ଗୁଡାକ ସମାଜର କଳଙ୍କ।ଯଦି କିଏ କହେ "ଦୁହିତା.ଦୁଇ କୁଳକୁ ହିତା" ସେ ଝଗଡା କରନ୍ତି,ଗାଳି ବି ଦିଅନ୍ତି,କହନ୍ତି ଦୁହିତା ଦୁଇ କୁଳକୁ ପିତା।ଜନ୍ମ ହୋଇ ବାପା ମା'ଙ୍କୁ ସର୍ବସ୍ୟାନ୍ତ କରନ୍ତି ପୁଣି ଶାଶୁଶ୍ୱସୁର ଘରେ ଯଦି ଝିଅ ଜନ୍ମ କରନ୍ତି ତାଙ୍କ ଉପରେ ବୋଝ ମୁଣ୍ଡାନ୍ତି।ଏଭଳି ଉଦ୍ଭଟ ଚିନ୍ତାଧାରା ପାଇଁ ତାଙ୍କ ପତ୍ନୀ ସୁମତିଙ୍କୁ ମାଡ ଗାଳି ଓ ଅତ୍ୟାଚାର ସହିବାକୁ ପଡେ।ଖାଲି ସେତିକି ନୁହଁ କାହିଁକି ଅଲକ୍ଷ୍ମୀ ଜନ୍ମ ହୋଇଛୁ କହି ବାପା ଯେବେ ମାଡ ଗାଳି ଦିଅନ୍ତି ବିଚାରୀ ଝିଅ ନନ୍ଦିନୀଟି କାନ୍ଦି କାନ୍ଦି ଆଖିର ଲୁହକୁ ଆଖିରେ ସୁଖେଇ ଦିଏ।
ଶେଷଦେବ ବାବୁ ସାତ ପୁଅଙ୍କୁ ବହୁତ ଆଦର କରନ୍ତି, ସେମାନେ ଯାହା ଚାହାଁନ୍ତି ସବୁ ପୁରଣ କରନ୍ତି;ହେଲେ ଝିଅ ନନ୍ଦିନୀକୁ ଭଲ ଖାଇବା ତ ଦୂରର କଥା ଭଲ ଜାମା ଖଣ୍ଧେ ବି ଦିଅନ୍ତି ନାହିଁ।ପୁଅମାନଙ୍କୁ କୁଟା ଖଣ୍ଡକୁ ଦି ଖଣ୍ଡ କରେଇ ଦିଅନ୍ତିନି ମାତ୍ର ଝିଅକୁ ଚାକରାଣୀ ପରି ଖଟାନ୍ତି।କୁହନ୍ତି ବାହା ବେଳେ ତ ସବୁ ନେଇ ମୋତେ ଦରିଦ୍ର କରିଦେବ..ପୁଣି ରାଣୀ ପରି ଖୁଆଇ ପିଆଇ ବଢେଇବି।ପୁଅମାନଙ୍କୁ ପାଠ ପଢାନ୍ତି ଟ୍ୟୁସନ୍ ଦିଅନ୍ତି..ସବୁ ପାଠ ଉପକରଣ ଯୋଗାନ୍ତି.. କିନ୍ତୁ ଝିଅକୁ ପାଠ ପଢେଇବାକୁ ନାରାଜ।ସୁମତି ଜିଦ୍ କଲେ କି ଗୁହାରୀ କଲେ କୁହନ୍ତି..ତୁ ଟା କୁମତି..ଦୁର୍ମତି..ଆରେ ଝିଅ ଜନମ ପରଘରକୁ..ୟାକୁ ପଢେଇଲେ ପଢୁଆ ବର ଦରକାର...ପୁଣି ବେଶୀ ଯୌତୁକ।ବାପକୁ ଶୋଷି ଶୋଷି ପରକୁ ପୋଷିବେ।ଯା ହେଉ ହତଭାଗିନୀ ନନ୍ଦିନୀଟା ଗାଁ ସ୍କୁଲ୍ ରେ ପଢେ,ଘରର କାମଦାମ କରେ।ସମସ୍ତଙ୍କ କଥା ମାନେ।ପୁଅମାନେ ସ୍ୱତନ୍ତ୍ର ଓଲଟା।ମଣିଷକୁ ମାନନ୍ତି ନାହିଁ, ନିଜକୁ ରାଜପୁତ୍ର ବୋଲି ଭାବନ୍ତି।ଗୁରୁ,ଗୁରୁଜନଙ୍କୁ ଭକ୍ତି ଓ ସମ୍ମାନ ତାଙ୍କ ପାଇଁ ସ୍ୱପ୍ନ।ଝିଅଟି ନମ୍ର, ଧୀର,ବ୍ୟବହାର ଚାଲିଚଳନ ମାର୍ଜିତ।ଖୁବ୍ ସୁନ୍ଦର ପାଠ ପଢେ ସେ।ସମସ୍ତର ଆଦର କରନ୍ତି ନନ୍ଦିନୀକୁ॥
ସମୟର ସ୍ରୋତ ଆଗକୁ ଆଗକୁ ମାଡି ଚାଲେ।ପିଲାମାନେ ବଢନ୍ତି ବନ୍ୟାର ସୁଅ ପରି।ଶେଷଦେବଙ୍କର ଅହଂକାର ବାଆଟା ଧି୍ର ହୋଇଯାଏ।ପୁଅମାନେ ସ୍ୱାଧିନତାକୁ ସ୍ୱେଚ୍ଚାଚାରୀତା ଭାବି ବାପା,ମା' କାହାକୁ ବି ମାନନ୍ତି ନାହିଁ।ନିୟମିତ ମଦ୍ୟପାନ କରି ବିଭିନ୍ନ ନିନ୍ଦା ଅପବାଦ ଘରକୁ ଆଣନ୍ତି।ବାପା ପ୍ରତିବାଦ କଲେ ସେମାନେ ବାପାଙ୍କୁ ବି ନିସ୍ତୁକ ପିଟନ୍ତି।ମୁଣ୍ଡକାନ ଆଉଁସି ଯେତେବେଳେ ଅସହାୟତାର ମହୁ ଚାଟୁଥାନ୍ତି ଶେଷଦେବ ;ଝିଅ ନନ୍ଦିନୀ ହିଁ ତାଙ୍କ ସେବା କରନ୍ତି।ହେଲେ ଗର୍ବ ଅହଙ୍କାରର ଖଣ୍ଡିଆଭୂତ ତାଙ୍କ ଠାରୁ ଛାଡି ଯାଇ ନ ଥାଏ କି ଝିଅକୁ ଘୃଣା କରିବାର ଚିନ୍ତା ତାଙ୍କୁ ଜାବୁଡି ଧରିଥାଏ,. ବିବାହ ବୟସ ଉପନୀତ ହେଲା ନନ୍ଦିନୀର,ମାତ୍ର ଶେଷଦେବ ବାବୁଙ୍କର ଘୃଣା ଓ ହେୟଜ୍ଞାନ ତାକୁ ସେ ସୁଯୋଗ ଦେଲାନି।ମା' ସୁମତି ଝିଅ ବିବାହ ଉଠାଇବାରୁ ତାକୁ ପ୍ରହାର ସହିବାକୁ ପଡିଲା।ହେଲେ ୟା ଭିତରେ ନନ୍ଦିନୀ ଯୁକ୍ତ ତିନି କଳାରେ ବିଶ୍ୱବିଦ୍ୟାଳୟରେ ପ୍ରତମ ସ୍ଥାନ ଅଧିକାର କରିଥାଏ।ଆହୁରି ପଢିବାକୁ ଇଚ୍ଛା ହେଲେ ସୁଯୋଗ ଦେଲେନାହିଁ ବାବୁ ଶେଷଦେବ।
ଯାହାର କେହି ସାହା ନାହିଁ ଭଗବାନ ତା'ର ହିଁ ସାହା।ପାଖ ଗାଁର ମଦନ ବାବୁ ଜଣେ ଅବସରପ୍ରାପ୍ତ ଶିକ୍ଷକ..ପୁଅ ସତ୍ୟଜିତ୍ ପୋଲିସ୍ ଇନିସପେକ୍ଟର।ସତ୍ୟସହ ଏକ ସଭାରେ ଦେଖା।ନନ୍ଦିନୀର ଉପସ୍ଥାପନା ଶୈଳୀ ଭିତରେ ସେ ସ୍ୱଭାବର ବାସନାରେ ବିମୋହିତ ହୋଇ ପ୍ରଥମ ଦେଖାରେ ଯାଚିଥିଲେ ପ୍ରେମ ନିବେଦନ।ସାଦରେ ଗ୍ରହଣ କରିଥିଲା ନନ୍ଦିନୀ।ହେଲେ ଭୟ ଓ ଆଶଙ୍କାର ଭୂତ ଗୋଡାଉଥିଲା ତା ଅମଣିଷ ବାପା ଓ ଅସାମାଜିକ ଭାଇମାନଙ୍କ ପାଇଁ। ଯା' ହେଉ ଶେଷଦେବ ଯୌତୁକରୁ ରକ୍ଷା ପାଇବା ଜାଣି ରାଜି ହେଲେ ମାତ୍ର ଟଙାକାଟିଏ ବାହାଘରରେ ଖର୍ଚ୍ଚ କରିବାକୁ ରାଜି ନହେବାରୁ ସତ୍ୟଜିତ୍ ତାକୁ କୋର୍ଟ ମେରେଜ କଲା।
ଏଣେ ଶେଷଦେବର ବିଷବୃକ୍ଷ ପୁଅମାନେ ବାପାଠାରୁ ପିଟିମାରି ସବୁ ସମ୍ପତ୍ତି ବ୍ୟାଜାପ୍ତ କରିଦେଲେ। ବିବାହ କରି ପରସ୍ପର କଳିଝଗଡାରେ ଲିପ୍ତ ରହି ଅଲଗା ହୋଇଗଲେ।ଶେଷଦେବର ଛାତିକୁ ଚାପୁଡା ମାରା ନିମିଷକେ ମିଳେଇ ଗଲା ପୁଅଙ୍କ ଖାଇବା ପାଳିରେ ଓ ବୋହୂ ମାନଙ୍କ କଟୁ ଭତ୍ସନାରେ ବାକି ଘର ଖଣ୍ଡକ।
ଏପଟେ ନନ୍ଦିନୀ ସତ୍ୟଜିତଙ୍କ ଉତ୍ସାହରେ କଠିନ ପରିଶ୍ରମ କରି ଆଇ.ଏ.ଏସ୍.ଟପ୍ପର। ତଥାପି ସେ ଜନ୍ମକଲା ମା' ବାପାଙ୍କୁ ଭୁଲି ନ ଥାଏ।ପୁଅମାନଙ୍କର ଅମଣିଷ ପଣିଆ ଓ ସ୍ୱାମୀର ଔଦ୍ଧତ୍ୟାମି ଯୋଗୁ ସଢି ସଢି ଆର ପାରିକୁ ଚାଲିଗଲେ ସୁମତି।ମା'ର କ୍ରିୟାକର୍ମ କଲେ ଝିଅ ନନ୍ଦିନୀ।ଧିରେ ଧିରେ ଗର୍ବରେ ଛାତି ଫୁଲେଇ ଛିଡା ହୋଇଥିବା ନଡିଆଗଛ ଝଡରେ ନଇଁଲା ପରି ଶେଷଦେବ ବାବୁଙ୍କର ମୁଣ୍ଡ ନଇଁ ଆସୁଥାଏ।କେତେକ ବି ତାଙ୍କୁ ଦେଖି ପରିହାସ କରି କହୁଥାନ୍ତି ପୁଅ ଜନମ ବଡ କରମ, ଧର ପଲମ ଶେଷ ଗରମ॥
ୟା ଭିତରେ ଅକର୍ମା ପୁଅମାନେ ବାପକୁ ପିଟି ମାରି ଘରକୁ ନିଲାମ କଲେ।ବିଚରା ଶେଷଦେବ ମୁଣ୍ଡକାନ ଆଉଁସି ବୁଲୁ ଥାଏ। ହଠାତ୍ ଦେଖାହୋଇଗଲା ନନ୍ଦିନୀ ସହ।ଲଜ୍ଜାରେ ପାଟିରୁ କଥା ବି ବାହାରୁ ନଥାଏ ତ'ର।କ'ଣ କହିବ ସେ.. ତା'ର କ'ଣ ମୁହଁ ଅଛି..।ଝିଅ ସବୁ ଶୁଣିଲା ପରେ ନିଲାମରେ ବାପାଙ୍କ ଘରଟି ମୁକୁଳାଇ ପାରିଲା।ଭାଇ ମାନଙ୍କ ଅସହାୟତା ଜାଣି ସେମାନଙ୍କୁ ବାଟକୁ ଆଣିଲା।
ହେଲେ ଶେଷଦେବଙ୍କ ମନରେ ଉଙ୍କି ମାରିଥିଲା ଅତୀତର କଟୁକଥା,ଅତ୍ୟାଚାର ଓ ଝିଅମାନଙ୍କୁ ଘୃଣା ମନ୍ତବ୍ୟ।ସେ ନିଜ ଝିଅକୁ ହାତଯୋଡି କହିଲେ..ଝିଅ ମୋତେ ଛମା କର।ଆଖିରୁ ଝରିପଡିଲା ଝିଅର ଅନନ୍ଦାଶ୍ରୁ ।ବାପାଙ୍କୁ କୁଣ୍ଢେଇ ପକାଇ କହିଲା ବାପା ..ତୁମେ ପରା ମୋ ବାପା..।ବାପା ପରା ସ୍ୱର୍ଗଠୁ ଉଚ୍ଚା।ହେଲେ.... ଶେଷଦେବ ବୁଝି ପାରିଲେ... ମୁଣ୍ଡ ନୁଆଁଇ କହିଲେ... ମୋ ଆଖି ଆଜି ତୁ ଖୋଲି ଦେଇଛୁ ଝିଅ। ସତରେ ଦୁହିତା ଦୁଇ କୁଳକୁ ପିତା ନୁହଁ..ଦୁଇ କୁଳକୁ ହିତା।
*ଶ୍ରଦ୍ଧାର ଆଖିରେ ଆତ୍ମନ୍ ଲୁହ*
ପୁରୀ ସମୁଦ୍ର ବେଳାଭୂଇଁ।ଜୁଆରର ଚମକ ଚମକାଉଥିଲା ତୀର୍ଥଯାତ୍ରୀଙ୍କର ଅମାନିଆ ମନକୁ।ତା ଭିତରେ ଆତ୍ମନ ଗଣୁଥିଲା ତରଙ୍ଗର ସଂଖ୍ୟାକୁ ତା ଉଦବେଗର ମାନକ ସ୍କେଲରେ।ଖୁସିରେ ବୁଡ ସାରି ଆସୁଥିଲା ବେଳାଭୂଇଁରେ କ'ଣ ଭାବିଭାବି।ଅମାନିଆଁ ମନଟା ଲାଗୁଥିଲା ଅପୂରଣ ଅପୂରଣ,ସତରେ ତାକୁ କିଏ ନା ସେ କାହାକୁ ଖୋଜୁଛି ? ସେ ଅନୁଭବ କରୁଥିଲା ନିକଟରେ କେଉଁ ଅତି ଆପଣାର ଲୋକର
ବାସ୍ନା।ହଠାତ୍ ଏକ ନରମ ପରିଚିତ ଧ୍ୱନି ତା କର୍ଣ୍ଣରେ ବାଜିଲା-"ବାବା ପଡିବୁ..ଦୌଡୁନା । ଅାତ୍ମନ୍ ର ଆଖି ଆଗରେ ପଡିଗଲା ସୁନ୍ଦର ସୁକୋମଳ ଶିଶୁଟିଏ।ଶ୍ରଦ୍ଧାରେ ଉଠାଉ ଉଠାଉ କେହିଜଣେ ଶିଶୁଟିକୁ ଆଉଁସୀ କହିଲା.."ବାବା କହୁଛି ପରା ପଡିଯିବୁ"।ମୁଁ ପିଲାଟିକୁ ଉଠାଇଥିବାରୁ ସେ ମୋତେ ନରମ ଗଳାରେ କହିଲେ.. ଧନ୍ୟବାଦ ଆଜ୍ଞା।ଚାହିଁଲି..ଏ ମୋର ଚିହ୍ନା ଚିହ୍ନା ଜଣା ସ୍ୱର।ଏକ ସୁନ୍ଦରୀ ତରୁଣୀ..କଳା ଚଷମା ଆବୃତା ଆଖିରେ, ଗୋରା ତକତକ ଚେହେରାରେ,କେବଳ ବେଳାଭୂମିର ନୁହଁ ମୋ ହୃଦୟରେ ତରଙ୍ଗ ସୃଷ୍ଟି କରୁଛନ୍ତି।ଚଷମା ଖୋଲି କହିବସିଲେ...ଆତ୍ମନ୍ ତୁମେ..।ଠିକ୍ ଏକା ସାଙ୍ଗରେ ମୋ ଓଠରୁ ବି ବାହାରି ପଡିଲା..ଶ୍ରଦ୍ଧା..ତୁମେ...॥
ତା'ପରେ ଦୁଇ ଜଣ ପରସ୍ପରକୁ ଚହାଁଚହିଁ ହୋଇ ଅବାକ୍ ହୋଇଗଲେ।ସତେ ଯେମିତି ଉତ୍ତାଳ ତରଙ୍ଗଟା କିଛି ସମୟ ପାଇଁ ବିରହରେ ନୀରବ ପ୍ରାର୍ଥନା କରୁଥିଲା ! ଦୁହିଁଙ୍କ ଆଖି ଛଳ ଛଳ।ମନରେ ଉଙ୍କି ମାରୁଥିଲା କେତେ ଯେ ଜଟିଳ ବୀଜଗଣିତର ଅଜସ୍ର ଅଙ୍କା ବଙ୍କା ପ୍ରଶ୍ନ।ସେସବୁ ଜ୍ୟାମତିର ଜଟିଳ ଅଙ୍କନ ପରି ଦ୍ୱନ୍ଦ୍ୱ ପରେ ଦ୍ୱନ୍ଦ୍ୱ ଝଲସୁଥାଏ।ଦୁହେଁ କିଛି ସମୟ ପାଇଁ ଫେରିଗଲେ ପୁରୁଣା ଦିନକୁ...ସେଥିରେ ଖଞ୍ଜି ହୋଇଥିବା ଅଭୁଲା ଅଲିଭା ସ୍ମୃତି।
ଆତ୍ମନ୍ ଥାଏ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନର ପ୍ରଥମ ବର୍ଷର ମେଧାବୀ ଛାତ୍ର।ସୁନ୍ଦର ସୁକୁମାର ଚେହେରା ସାଙ୍ଗକୁ ମନରେ ଅସୀମ ଆଶା ଓ ଅଭୀପ୍ସାର ପଟ୍ଟଚ୍ଚିତ୍ର।ହସହସ ମୁହଁରେ ସତେ ଯେମିତି କିଣୁଥାଏ ଏ ବିଶାଳ ପୃଥିବୀର ହୃଦୟକୁ।ତା'ର ଘନିଷ୍ଠ ସାଥୀ ପଙ୍କଜ।ତା ଠାରୁ ବୟସରେ ସାମାନ୍ୟ ବଡ,ମିଷ୍ଟଭାଷି ଓ ବିଚକ୍ଷଣ ଧୀଶକ୍ତିସମ୍ପନ୍ନ।ଆତ୍ମନ୍ କୁ ସେ ତା' ଆତ୍ମାରୁ ଭଲପାଏ।ସତେ ଯେମିତି କୃଷ୍ଣ ସୁଦାମାଙ୍କ ଯୋଡି।କେହି କାହାକୁ ଛାଡନ୍ତି ନାହିଁ,ନିମିଷକେ ବି ଅଲଗା ରହିବାକୁ ଚାହାଁନ୍ତି ନାହିଁ।
ଦିନକର କଥା, ପଙ୍କଜ ଓ ଆତ୍ମନ୍ ଙ୍କ ଅନୁଷ୍ଠାନରୁ ଫେରୁଥାନ୍ତି, ବାଟରେ ପଡେ ପଙ୍କଜର ସମ୍ପର୍କୀୟଙ୍କ ଘର ।ସେଠାକୁ ଯାଆନ୍ତି ଦୁଇ ଅନ୍ତରଙ୍ଗ ସାଥି।ଆତ୍ମନ୍ ଥାଏ ଡ୍ରଇଂ ରୁମ୍ ରେ,ପଢୁଥାଏ ଏକ ମାସିକ ପତ୍ରିକା।ସେପଟେ ପଙ୍କଜ କଥା ହେଉଥାଏ ତା ସମ୍ପର୍କୀୟଙ୍କ ସାଥିରେ।ହଠାତ୍ ଏକ କଅଁଳିଆ, ନରମ, ସୁମଧୁର କଣ୍ଠ ସ୍ୱର ସତେ ଯେମିତି ତାକୁ ଏକ ସୁଷମ ସ୍ପର୍ଶ ଆଣି ଦେଲା।ତା ପ୍ରାଣ ଯେମିତି କହୁଥିଲା ବାରମ୍ବାର ଶୁଣନ୍ତି କି ସେ ମଧୁରସ୍ୱର।ଯେତିକି ସେ ସ୍ୱର ବାଜୁଥିଲା ତା କାନରେ..ମନରେ ଶତ ଶିହରଣ ଆନ୍ଦୋଳିତ କରୁଥିଲା ତା ହୃଦୟର ପ୍ରୀତି ଇଲାକାକୁ।ମନ ହେଉଥିଲା ଆଜି ଏଇମିତି ଶୁଣନ୍ତିକି !ଆହୁରି ଉତ୍କଣ୍ଠା ଆସୁଥିଲା କଣ୍ଠ ତ ଏତେ ସୁନ୍ଦର..ସେ କେମିତି ସୁନ୍ଦର ହୋଇନଥିବେ? ସତେ ଯେମିତି ତା ମନ କହୁଥିଲା; ସରଗପରୀଟେ ହୋଇଥାଆନ୍ତା କି ! ମୂହୂର୍ତ୍ତଟା ଖଳନାୟକ ସାଜି ପଙ୍କଜର କାମକୁ ସାରିଦେଲା।କଥା କହି କହି ସେ ଆସିଲେ ଡ୍ରଇଂରୁମକୁ। ସରି ସାଙ୍ଗ ..ତୁମେ ବୋର୍ ହୋଇଥିବ ପାଟିରୁ ବାହାରି ଆସିଲା ପଙ୍କଜଙ୍କର।
ନା ସାଙ୍ଗ କହି ଆତ୍ମନ୍ ମୁରୁକି ହସା ମାରୁ ମାରୁ ଆଖିଟା ପଡିଗଲା ସାମନା କବାଟ ଫାଙ୍କକୁ।ସତେ ଯେମିତି ମୁକ୍ତାର ଆଖି ଦୁଇଟା ଚକଚକ କରୁଥାଏ।ତା ଭିତରୁ ଗୋରା ତକ୍ ତକ୍ ଚେନାଏ ଚାନ୍ଦିନି ଝଲସୁଥାଏ ରୁପାପରି।ତା'ର ଲାଜ ବୋଳା ହସ,ଆଖିର ଚୋରାଚାହାଣି ଆକର୍ଷଣ କରୁଥାଏ ତା ଉଚ୍ଛନ୍ନ ମନକୁ।ପଙ୍କଜ ପରିଚୟ କରିଦେଲା,ଏ ମୋ ସାଙ୍ଗ ଆତ୍ମନ୍ ସାମନ୍ତରାୟ।ଶ୍ରଦ୍ଧା ଶ୍ରଦ୍ଧାରେ ଲାଜେଇ ଲାଜେଇ ମୋତେ ଆସି ପାଦ ଛୁଇଁ ନମସ୍କାର କଲା।ବାସ୍ତବରେ ତା'ର ଆନ୍ତରିକତାପୂର୍ଣ୍ଣ ସମ୍ମାନ ଜଣାଇଲା ସେ ଏକ ସଂସ୍କାରୀ ଝିଅ।ହଠାତ୍ କିଏ ଡାକିବାରୁ ପଙ୍କଜ କହିଲା,ସାଙ୍ଗ ତୁମେ ଟିକେ ବସି କଥା ହେଉଥାଅ,ମୁଁ ଆସୁଛି।ମୋ ମନ କୁଣ୍ଢେମୋଟ ହୋଇଗଲା।
କଥାରେ ଅଛି,ରୋଗୀ ଖୋଜୁଥିଲା ଯାହା..ବଇଦ ବତାଇଲା ତାହା।ଶ୍ରଦ୍ଧା ଆଉ ଆତ୍ମନ୍ ,ଆଉ ସେ ମୁହୂର୍ତ୍ତ ଓ ଦୁହିଁଙ୍କ ଆବିଳତା।ଦେହ ଥରୁଥାଏ ଦୁହିଁଙ୍କର,କେହି କାହାକୁ କିଛି କହୁ ନଥାନ୍ତି।ଦେହ ଭିତରେ ଝଡ,ମାତ୍ର ବାହାରେ ଶାନ୍ତ ଅବସ୍ଥା।ଆତ୍ମନ୍ ଭାବିଲା ଯଦି ଏ ସୁଯୋଗ ଛାଡେ ତେବେ ଆଉ ସୁଯୋଗ ମିଳିବ ନାହିଁ ତା ସହ ପଦେ କଥା ହେବାକୁ।ଖନି
ମରା କଣ୍ଠରେ ପଚାରିଲା...ତୁମ ନାଆଁ କଅଣ ?ଏକ ସୁମଧୁର ଗଳାର ଆଶଙ୍କା ପୂର୍ଣ୍ଣ କଣ୍ଠସ୍ୱରର ଉତ୍ତର,..... ଶ୍ରଦ୍ଧା... ଶ୍ରଦ୍ଧାଞ୍ଜଳି ଉପାଧ୍ୟାୟ।କି ଅମୀୟବୋଳା କଣ୍ଠଧ୍ୱନି ! ଆଉ କିଛି ଶୁଣିବାକୁ ମନ ଚାହୁଁଥାଏ।ତୁମେ କ'ଣ ପଢୁଛ?ଉତ୍ତର ଥିଲା +୨ସେକେଣ୍ଡ୍ ୟର୍।ଏଇ ଦୁଇ ପଦ କଥା, ପରସ୍ପରର ହସ..ସତେ ଯେମିତି ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଅପେକ୍ଷା କରିଥିଲା ଯୁଗ ଯୁଗରୁ।ସେଇ ସମୟ ସତେ ଯେମିତି ନାଚୁଥିଲା ମନେ ପକାଇ ରାଧା କୃଷ୍ଣଙ୍କର ପ୍ରେମକୁ ମନେ ପକାଇ।ମନ୍ଦ ମନ୍ଦ ସମୀରଣ କାନରେ ଫୁସ୍ ଫୁସ୍ କହୁଥିଲା ତୁମେ ପରା ଜନ୍ମିଛ ଜନ୍ମ ଜନ୍ମର ସାଥି ହେବାକୁ।ପଙ୍କଜର କାମ ସରିବାରୁ ଅନିଚ୍ଛା ଥିଲେ ବି ବାଧ୍ୟ ହେଲା ଆତ୍ମନ୍ ସେ ସ୍ଥାନରୁ ଆସିବାକୁ।ମନେ ମନେ ଗାଳି ଦେଉଥିଲା ସମୟକୁ।ସାମୟିକ ବିଦାୟ..ଥିଲା ଆକସ୍ମିକ ଓ ଯନ୍ତ୍ରଣାଦାୟକ ହେଲେ ସ୍ମରଣୀୟ ମଧ୍ୟ।ଫେରିଲା ବେଳେ ଚାହିଁ ରହିଥାଏ ଶ୍ରଦ୍ଧା..ଶୁଖି ଯାଇଥାଏ ତା କୋମଳ ଗୋଲାପି ମୁଖଟା।ସତେ ଯେମିତି ଲାଗୁଥିଲା ସେ କହୁଛି.. ପ୍ଲିଜ୍.. ତୁମେ ଯାଅନା ମ ?ଆତ୍ମନ୍ ର କ'ଣ ଇଚ୍ଛା ଯିବାକୁ।ଦୁହିଁଙ୍କର ଚାରିଆଖିର ଆକର୍ଷଣ ପାଖେ କେଦାର ଗୌରୀବି ପଛରେ ପଡିଯିବେ।ସତରେ ଚାନ୍ଦ ସହ କୁମୁଦ..ରବି ସହ ନଳିନୀର କି ଅପୂର୍ବ ସଂଯୋଗ !!!
ସେଦିନ ନା ଆତ୍ମନକୁ ନିଦ ନା ଶ୍ରଦ୍ଧାକୁ ନିଦ।ଉଭୟେ ଆକୁଳେ ଚାହୁଁଥାନ୍ତି । ଆଉଥରେ ଦେଖା ହୁଅନ୍ତା କି ମନରେ ଉଙ୍କି ମାରୁଥାଏ ଏ ଅଭୀପ୍ସା ? ଆତ୍ମନ୍ ବାରମ୍ବାର ପରୋକ୍ଷରେ ପଚାରୁଥାଏ ଶ୍ରଦ୍ଧାଙ୍କ ଘର କଥା..। ପଙ୍କଜ କ'ଣ ନିର୍ବୋଧ ଯେ ? ସେ ଜାଣିପାରି କହୁଥାଏ କ'ଣ ସାଙ୍ଗ..କ'ଣ ଶ୍ରଦ୍ଧାର ଶ୍ରଦ୍ଧାରେ ହଜିଗଲ କି?ଆତ୍ମନର ଲାଜୁଆ ଓ ଧିର ଜଣାଇଦେଲା ସବୁକିଛି।ୟା ଭିତରେ ପଙ୍କଜ ନେଇଯାଏ ମାମୁଁଘରକୁ।ସୁଯୋଗ ବି ଦିଏ କଥା ହେବାକୁ।ପଙ୍କଜ କୁହେ ସାଙ୍ଗ ଶୀଘ୍ରସ୍ୟ ଶୁଭମ୍।ଜଣାଇଦିଅ ତୁମ ଅନ୍ତରର କଥା।ନ ହେଲେ ଆଉ କିଏ ନେଇଯିବ ଯେ,ତୁମ ଶରଧାର ଶ୍ରଦ୍ଧାକୁ? କିଂ କର୍ତ୍ତବ୍ୟବିମୂଢ ଆତ୍ମନ୍ ନିଜ ମନ ଓ ବିବେକକୁ ପଚାରୁଥିଲା ଅସମାହିତ ପ୍ରଶ୍ନ।କ'ଣ କହିବ..କେମିତି କହିବ..ଯେ ସେ ତାକୁ ଭଲ ପାଏ ବୋଲି।ଯଦି ଶ୍ରଦ୍ଧା କିଛି ଖରାପ ଭାବେ।ତା ସାଙ୍ଗ ତା ପାଇଁ ଗାଳି ଶୁଣେ।ଯାହାକୁ ସେ ଅନ୍ତର ଦେଇ ଭଲ ପାଏ ସେ ଯଦି ଖରାପ ବୁଝାମଣାରୁ ଅପ୍ରିୟ ହୋଇଯାଏ..ସେ ବଞ୍ଚି ପାରିବ ନା ? ଯାଉ କିଛି ଦିନ ସେ ସମୟ ସୁଯୋଗ ଦେଖି ନିଶ୍ଚୟ ଜଣାଇବ।ଅତି ଯତନରେ ମନର କଥାକୁ ଲେଖିଲା ଚିଠିରେ । ହେଲେ ସେ ଚିଠି ଚିଠି ହୋଇ ଶୋଇ ରହିଲା ତା ରୁଦ୍ଧ ଦ୍ୱାର ବାକ୍ସରେ..॥
ମଣିଷ ଯାହା ଭାବେ ସବୁ କ'ଣ ମିଳିଯାଏ ? ସବୁ ସ୍ୱପ୍ନ କ'ଣ ସାକାର ହୁଏ ? ସମୟର କାଳସ୍ରୋତରେ ବନ୍ୟା ଯେବେ ଖଳସାଜି ପ୍ରେମର କୂଳର ଅତଡାକୁ ଆଘାତ ଦିଏ.. କୂଳର ଅବସ୍ଥା କ'ଣ ହୁଏ ? ହଠାତ୍ ଆବିଷ୍କାର ହୁଅନ୍ତି ଅମିତ୍ ପଟ୍ଟନାୟକ ନାମକ ଏକ ଯୁବକ।ତାଙ୍କର ଦେଖାହୁଏ ଶ୍ରଦ୍ଧାସହ।ସେ ବିହ୍ୱଳ ହୋଇଯାଆନ୍ତି ଶ୍ରଦ୍ଧାର ରୂପ ଲାବଣ୍ୟରେ । ଦୃଢ ଓ ଦମ୍ଭରେ ପରିବାରରେ ଅବଗତ କରନ୍ତି ଓ ମାଗନ୍ତି ସଭିଙ୍କ ସମ୍ମତି ।ସେ ବିବାହ କରନ୍ତା ଶ୍ରଦ୍ଧାଙ୍କୁ।ଶ୍ରଦ୍ଧାଙ୍କ ଘର ସ୍ୱଚ୍ଛଳ ନ ଥିଲା।ଅତି ସାଧାରଣ ଚଳଣି, ଏମିତିକି ଶ୍ରଦ୍ଧାକୁ ବିବାହ କରିବା ସାମର୍ଥ୍ୟ ତାଙ୍କର ନ ଥିଲା।ପରିବାର ଲୋକ ସମ୍ମତି ଥିଲା ମାତ୍ର ଅପେକ୍ଷା ଥିଲା ଶ୍ରଦ୍ଧାର ସମ୍ମତି ଓ ନିଷ୍ପତ୍ତି।ବାରମ୍ବାର ପାଟୀଗଣିତ ଓ ବୀଜଗଣିତକୁ କଷିଲା ପରି କଷିଲା ତା ଭବିଷ୍ୟତର ଅଭେଦ । କେତେ କ'ଣ ଚିନ୍ତା କଳ୍ପନାକୁ ଅଜ୍ଞାତ ବୀଜ ନେଇ କଷିଲା ଓ କଲା ପ୍ରମାଣ ଦୁଇ ପାର୍ଶ୍ୱକୁ ମନଯୋଗାନୁସାରେ ।ଆତ୍ମନ୍ ମୋତେ ସାଥିବୋଲି ଭଲ ପାଆନ୍ତି ନା ଜୀବନ ସାଥି । କେମିତି ଜାଣିବି?ମୁଁ ଝିଅଟେ ହୋଇ କେମିତି ପଚାରିବି ଯେ ? ଯଦି ପଚାରିବି..ସେ ଖରାପ ଭାବନ୍ତି ଓ ନିଶ୍ଚୟ କହିବେ ଗୋଟେ ବାଜ୍ୟେ ଝିଅ।ଏଇମିତି ଖଣ୍ଡିଆଭୂତ ଘୂରାଇଲା ପରି ଘୁରିଲା ତା ମୁଣ୍ଡ ।ଏଣେ ବୁଝିଲା ଆତ୍ମନ୍ ବି କିଛି ମାସ ପାଇଁ ନିଜ ଗାଆଁକୁ ଯାଇଛନ୍ତି।ଯୋଗାଯୋଗ କରିବାର ସୁବିଧା ବି ନାହିଁ।ଏଣେ ଘର ଲୋକ ବ୍ୟସ୍ତ କଲେଣି ଓ ଦେଇଥିବା ସମୟ ବି ସରିଗଲାଣି।ନିଜର ସୁନେଲି ସ୍ୱପ୍ନକୁ ଭାଙ୍ଗି ଘର ଲୋକଙ୍କ ଚାପରେ ଶୂନ୍ୟ ପୃଥିବୀକୁ ଆବୋରିଲା ଶ୍ରଦ୍ଧା ଶୁଷ୍କ ଆନନ୍ଦରେ ।ସରିଗଲା ବିବାହ..ରହିଗଲା ସ୍ମୃତି । ବିଚରା ଆତ୍ମନ୍ ଜାଣି ନି ଏ ଘଟଣା।କ'ଣ ହେବ ତା ଅବସ୍ଥା,ଯଦି ସେ ମୋତେ ଭଲପାଉଥାଏ....॥
ଦୁଇମାସପରେ କାଳଅସୁସ୍ଥରୁ ସୁସ୍ଥ ହୋଇ ଯେବେ ଫେରିଲା ଆତ୍ମନ୍ ତା'ର ଆତ୍ମାଟା ଭୁତ ହୋଇଗଲା ଏ ଘଟଣା ଶୁଣି।ତା ଆଶାର ତାଜମହଲଟା ଭୁଷୁଡି ପଡିଲା ଏ
ଦୁଃସମ୍ବାଦର ଭୂମିକମ୍ପରେ।ପ୍ରତିକ୍ଷଣରେ ହୃଦୟଟା ଫାଟି ଯାଉଥିଲା । ଆଖିର ଲୁହଟା ଚିରସ୍ରୋତା ବନ୍ୟା ପରି ବହିଗଲା ତା ନିଃଷ୍ଫଳ ପ୍ରେମର ଉଦ୍ୟାନରେ।ଗଜୁରିଥିବା ପ୍ରଣୟ ଚାରାଟାର ଚେର ଉପୁଡିଯାଇ କେଉଁଆଡେ ଉଭାନ୍ ହୋଇଗଲା ଯେ ଆଉ ତା ଛବି ବି ମିଳିଲା ନାହିଁ।ଏକ ବ୍ୟର୍ଥ ପ୍ରେମିକ ସାଜି ନୀରବରେ ବସ୍ତୁନିଷ୍ଠ ପ୍ରଶ୍ନ ପଚାରୁଥିଲା ତା ନିଜକୁ ? କେଉଁଠି ତା'ର ଭୁଲ୍ ହୋଇଗଲା ? ସାଥି ପଙ୍କଜ ବି ଲଜ୍ଜାରେ କିଛି କହୁ ନଥାଏ।ଖାଲି କହୁଥାଏ ସାଙ୍ଗ ମୁଁ ନାଚାର..ତୁମ ପାଇଁ କିଛି କରିପାରିଲି ନାହିଁ ।
ଦିନପରେ ଦିନ ଗଡିଚାଲିଲା।ଆତ୍ମନ୍ ଖୋଜୁଥାଏ ତା ଭଲ ପାଇବାର ସ୍ମୃତିକୁ ନିତି ଅଣ୍ଡାଳି ଅଣ୍ଡାଳି।ହଠାତ୍ ଫେସ୍ ବୁକ୍ ରେ ଦେଖିଲା ତା ସେଦିନର ପ୍ରେମ ଶ୍ରଦ୍ଧା,ତା ସ୍ୱାମୀ ଓ ସନ୍ତାନଙ୍କ ଫଟୋ।କେତେ ଥର ସେ ଦେଖୁଥିଲା ପ୍ରତି କୋଣରୁ । ଟିକେ ସିନା ମୋଟା ହୋଇଯାଇଛି..ହେଲେ ସେଇ ଆଖି,ସେଇ ମୁହଁ ସେଇ ହସ...।ହଠାତ୍ ଚାଟିଂ କଲା.. ମୂହୂର୍ତ୍ତକ ଭିତରେ ଭୁଲିଗଲା ଯେ ତା ଶ୍ରଦ୍ଧା ବିବାହିତ ବୋଲି
- ତୁମେ ମୋତେ କେମିତି ଭୁଲିଗଲ ଶ୍ରଦ୍ଧା ?...
-ତୁମେ ବହୁତ ବିଳମ୍ବ କରିଦେଲ ଆତ୍ମନ ।...
-କେମିତି କହିଥାନ୍ତି ଯେ..ଏବେ ବି ସେ ଚିଠି ରଖିଛି..ମାତ୍ର ଜଣାଇ ପାରିଲି ନାହିଁ।
-ତୁମ ପ୍ରେମରେ ଦମ୍ଭ ନ ଥିଲା।ଭୟାଳୁ ବ୍ୟକ୍ତି କେବେ ଭଲ ପାଇପାରେନା ?
-ମୁଁ ବିବେକ,ସ୍ୱାଭିମାନ୍ ଓ ସମ୍ମାନକୁ ଜଗିଲି ଶ୍ରଦ୍ଧା।
- ହେଲେ ମୋ କଥା ଟିକେ ଭାବିଲ ନାହିଁ..ମୁଁ ପରା ଝିଅ ପିଲାଟା.. ବାପା ମା'ଙ୍କୁ ମୁଁ କ'ଣ ଉତ୍ତର ଦେଇ ଥାଆନ୍ତି ???
ମୋର ଯଦି ଭୁଲ୍ ଥାଏ ତେବେ କ୍ଷମା କରିଦେବ ଆତ୍ମନ..।
-ସବୁ ଭୁଲ୍ ତ ମୋର୍..।
ହଠାତ୍ ପୁଅର ମାଆ ଡାକରେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲେ ଶ୍ରଦ୍ଧା । ଆଖିରେ ଆଖିଏ ଲୁହ।କ୍ଷୀଣ ଓ ଶୁଖିଲା ଥରିଲା କଣ୍ଠରେ କହିଲେ..
-ମୁଁ ଆସୁଛି.ଆତ୍ମନ..।
ଆତ୍ମନର ଆଖିରେ ଲୁହ ମନରେ କୋହ।କ'ଣ ବା କହିବ, ଧିରେ କହିଲେ, "ତୁମେ କ'ଣ ସତରେ ଚାଲିଯାଉଛ ଶ୍ରଦ୍ଧା ...ମୋ ଦୁନିଆଁରୁ...ତୁମ ସେ ସେଦିନର ଆତ୍ମନକୁ ଛାଡି ??"
ପ୍ରକୃତି ସତେ ଯେମିତି ଧକେଇ କାନ୍ଦୁଥିଲା ଦୁଇଟି ଦରଦୀ ହୃଦୟର ବିକଳ ଦେଖି।ପ୍ରେମ ବି ମୁହଁ ଲୁଚେଇ ଠିଆ ହୋଇଥିଲା । ଆଉ ସମ୍ପର୍କ କହୁଥିଲା...ଦେଖ, ଭାଇ ଭଉଣୀ ମାନେ..ଶ୍ରଦ୍ଧାର ଆଖିରେ ଆତ୍ମନର ଲୁହ...॥
*ମିଛ ସମ୍ପର୍କ*
ଦେ..ତୋ ଶଙ୍ଖା ସିନ୍ଦୁର ମୋତେ ଦେ..। ନାଁ.. ମୁଁ ପରା ସଧବା.. ସମ୍ପର୍କର ଚିହ୍ନକୁ କେହି କ'ଣ ଦେଇ ପାରେ?ସମ୍ପର୍କ ଦେଖାଉଛୁ.. ସମ୍ପର୍କ,ଏ ମିଛ ସମ୍ପର୍କକୁ ନେଇ କୁହୁଡି ପହଁରୁଛୁ । କେହି ଜଣେ ଜୋର ଜବରଦସ୍ଥ ଖୋଲୁଥାଏ ହାତର ଶଙ୍ଖାକୁ,ଚିତ୍କାର କରି ବାରଣ କରୁଥାଏ ମାନସୀ, ହଠାତ୍ ପାହାନ୍ତାର ଭୟାନକ ଦୁଃସ୍ୱପ୍ନ ମାନସୀର ତନ୍ତ୍ରୀକୁ ଥରାଇଦେଲା।ମାଘମାସ ବାଘଶୀତର ପ୍ରକମ୍ପ ପରି ଭୟରେ ଥରୁଥିଲା ତା ସର୍ବାଙ୍ଗ ଶରୀର।ମୁହଁରୁ ଝରୁଥାଏ ଆଶଙ୍କା ଜର୍ଜରିତ ଘର୍ମମାଳା।ମୁହୁର୍ତ୍ତଟା ପ୍ରକୃତିସ୍ଥ ହେବାପରେ ନିଜକୁ
ସ୍ୱଭାବିକ ଅବସ୍ଥାକୁ ଆକର୍ଷି ନେଲା ସେ।ହେଲେ ବ୍ରାହ୍ମ ମୂହୁର୍ତ୍ତର ବିକଟାଳ ଦୁଃସ୍ୱପ୍ନ ଦୃଶ୍ୟ ଏବେ ବି ମହାବାତ୍ୟାର ଘନ ଗର୍ଜନ ପରି ହୁଙ୍କାର କରୁଥାଏ।ପାଖ ଗଛରୁ ଅଶୁଭ ପେଚାର ବିକଟାଳ ସ୍ୱର ଓ ଶ୍ୱାନ ଶୃଗାଳଙ୍କର କର୍କଶ ଅରୁଚିକର ଧ୍ୱନି ସତେ ଯେମିତି କର୍ଣ୍ଣପଟହକୁ ଧକ୍କା ମାରୁ ଥିଲା।ସାହସର ଅଣ୍ଟାଭିଡି ଫିଲଟରରୁ ପାଣି ଗଡାଇ ପିଇବାକୁ ଉଦ୍ୟତ ହେବାବେଳେ ପାଖ କୋଠରୀ ରୁ ଶୁଭିଲା ଟେଲିଫୋନ୍ ର କ୍ରିଂ କ୍ରିଂ ଆୱାଜ।ଭୟ, ଆଶଙ୍କା ବୋଳା କୌତୁହଳ ଉଙ୍କି ମାରିଲା ତା ସ୍ପନ୍ଦନରେ।ଫୋନ୍ କଲ୍ ଟି ଥିଲା ତା ଶ୍ୱସୁର ରଞ୍ଜିତ୍ ମହାପାତ୍ରଙ୍କର।ଯାହାଙ୍କର ସେ ଥିଲା ଗେହ୍ଲା ବୋହୂ।ମାତ୍ର ଆଜି ତା'ର କଳଙ୍କିତ କାର୍ଯ୍ୟ କଳାପ ତାଙ୍କ ଫୋନ୍ କଲ୍ କୁ ରିସିଭ୍ କରିବାକୁ ବିବେକ ପ୍ରତିବାଦ କରୁଛି।ସମସ୍ତଙ୍କ ନ୍ୟାୟାଳୟରେ ସେ ଚରିତ୍ରହୀନା।ନିଜ ସ୍ୱାମୀ ମାନସ ମହାପାତ୍ରଙ୍କୁ ଛାଡି ସେ ବୟଫ୍ରେଣ୍ଡ ଅସାମାଜିକ ଅଗ୍ନି ସାମନ୍ତରାୟ ସହ ଘର ଛାଡି ଚାଲି ଯାଇଥିଲା । ଫୋନ୍..ପୁଣି ତାକୁ,ନିଶ୍ଚୟ ଗାଳି ବର୍ଷଣ, ନହେଲେ ଛାଡପତ୍ର ଦେବାକୁ ବାଧ୍ୟ କରିବେ..।ତାକୁ କ୍ଷମାବି କରିପାରନ୍ତି।ଏଇମିତି ଅସମାହିତ ପ୍ରଶ୍ନର ପ୍ରଶ୍ନାବଳି ଧରି ପ୍ରଶ୍ନମଞ୍ଚର ଅପ୍ରତିଦ୍ୱନ୍ଦି ଅଂଶଗ୍ରହଣକାରୀ ସେ । ନା ଆଉ କ'ଣ ହେଲା...? ସକାଳୁ ଏ ଦୁଃସ୍ୱପ୍ନ !ସନ୍ତର୍ପଣରେ ରିସିଭ୍ କଲା ଫୋନ୍ କଲ୍।
ବାପା ପ୍ରଣାମ, ଛେପ ଢୋକି ଢୋକି କହିଲା ମାନସୀ।
ହଁ ମାନସୀ ଅତ୍ୟନ୍ତ ଜରୁରୀ ଅଛି,ଯଥାଶୀଘ୍ର ପହଞ୍ଚ।ଏଇ ଜରୁରୀ ଓ ଯଥାଶୀଘ୍ର ପରି ଦୁଇ ଆନ୍ଦୋଳିତ ଶବ୍ଦ ଦ୍ୱୟ ତା ଚିନ୍ତାର ବେଗକୁ ତ୍ୱରାନ୍ୱିତ କରୁଥାଏ।ଏଭଳି ବିପନ୍ନ ଶବ୍ଦ ଦ୍ୱୟକୁ କିଏ ବା ଆଶଙ୍କା ନ କରିବ?ମନରେ ସାହସ ଓ ଧୈର୍ଯ୍ୟ ସହନଶୀଳତାକୁ ଆମନ୍ତ୍ରଣ କରିଵବିଜୁଳି ବେଗରେ ପ୍ରସ୍ତୁତ ହେଲା ମାନସୀ।ସେଦିନର ସମ୍ଭ୍ରାନ୍ତ ଘରର ବୋହୂ ଆଜି ଅଟୋକୁ ଅପେକ୍ଷା କରି ଶେଷରେ ଯାତ୍ରା ଆରମ୍ଭ କଲା।ଭାବନାର ପଣ୍ୟଶାଳାରେ ଅନେକ ପ୍ରଶ୍ନର ଦୋକାନ।ପସନ୍ଦ ବି ନାହିଁ ତା ପାଖରେ।ଦୁଇ ନାବ ଆଜି ରାଗାକ୍ରାନ୍ତ।ନାଁ ମାନସଙ୍କର ସତୀ ସ୍ତ୍ରୀ ନା ଅସାମାଜିକ ପ୍ରେମିକ ଅଗ୍ନିର ସହଧର୍ମିଣୀ।ଚତୁରତାର ସହ ଘରୁ ନେଇ ଯାଇଥିବା ସୁନା ଗହଣା ଅଳଙ୍କାର ହରଲୁଟ୍ କରି ଓ ମାଡମାରି ଅଧାବାଟରେ ଛାଡି ଅଗ୍ନି ଚାଲିଗଲା ବିଦେଶ।ଏପଟେ ଶାଶୁ ଶ୍ୱସୁର ସମ୍ମାନରେ ଚୁନକାଳି ବୋଳିଥିବା ବୋହୂ କେଉଁ ଡାଳ ଧରିବ?ସେପଟେ ବାପାଙ୍କର ତେଜ୍ୟପୁତ୍ରୀ।ବିଚିତ୍ର ଦୁନିଆଁର ତ୍ରିଭଙ୍ଗୀ ଠାଣି।ଶୀତୁଆ ଦିନରେ ମାନସୀ ଦେହରୁ ଗମ୍ ଗମ୍ ଆଶଙ୍କାର ଝାଳ ।ଇତି ମଧ୍ୟରେ ତା ଶ୍ୱସୁର ଘର ପାଣି ପବନକୁ ଛୁଇଁଲା ତା ନିଃଶ୍ୱାସ।ବାଟରୁ ସ୍ୱାମୀ,ଶାସୁ ଶ୍ୱସୁରଙ୍କ ମନପସନ୍ଦ ଖାଇବା ଦରବ ନେବାକୁ ବି ଭୁଲି ନ ଥାଏ।ପହଞ୍ଚି କିଛି ଦେଖିବା ପୂର୍ବରୁ କାନ ଶୁଣିବାରୁ ବଞ୍ଚିତ ନ ଥିଲା..ଏଇ ଅଲକ୍ଷଣୀ ପାଇଁ ଏୟା ହେଲା।କି ବେଳରେ ଜନ୍ମ କରିଥିଲେ ୟା ବାପ ମାଆ ? କିଭଳି ପିଲା...ଆଜି ଚରିତ୍ରହୀନାଟା ପାଇଁ....। ଦେହ ମନ ଆଖି ସବୁକୁ କଳା ମୁଗୁନି ପଥର କରି ଦେଖିଲା ସମସ୍ତଙ୍କ ଆଖିରେ ଲୁହର ବନ୍ୟା,ବୁକୁଫଟା ଚିତ୍କାରରେ ଦୁଲୁକି ଯାଉଥିଲା ସେ ପରିସର।ସମସ୍ତଙ୍କୁ ତା ଆଖି ଛୁଇଁଲା..ହେଲେ ମାନସ କାହାଁନ୍ତି?ମୋ ଆସୁଥିବା ଶୁଣି ସେ ନିଶ୍ଚେ ଏ ଜାଗାଛାଡି ଚାଲିଯାଇଛନ୍ତି । କେମିତି ନ କରିଥାନ୍ତେ.. ସେ ଭୁଲ୍ ର କାଶ୍ମୀର ସୀମାକୁ ଅତିକ୍ରାନ୍ତ କରିଯାଇଛି ।
ମୋତେ କ୍ଷମା କରିଦିଅ ବାପା..ମୋତେ କ୍ଷମା କରିଦିଅ ମାଆ କହି ଦୁହିଁଙ୍କ ଗୋଡ ଧରି କାନ୍ଦୁଥିବା ବେଳେ କ୍ଷୀଣ ସ୍ୱରର କଥା ଦୁଇ ପଦ ତାକୁ ଭୀମକୁଣ୍ଡର ଭଉଁରୀକୁ ନେଇ ଗଲା।
-ତୁ ବହୁତ ବିଳମ୍ବ କରିଦେଲୁ ।
ଆଉ କିଛି ନାହିଁ।
ମାନସ ???
ଏଇ ଦେଖ...!!!
ପାଗଳି ପରି ନିମିଷକେ ଭରସାର ମାରାଥନ ନେଇ ଗଲା ତଳେ ଚିରଦିନ ପାଇଁ ଶୋଇବାକୁ ପ୍ରତିଜ୍ଞା କରିଥିବା ଭୀଷ୍ମ ପ୍ରତିଜ୍ଞ।ମୁହଁ ଉପରୁ ନିର୍ମଳ ପ୍ରତିଭାର ଧବଳ ଆବରଣ ଖୋଲି ଯାହା ଦେଖିଲା ..ତା ଜନ୍ମ ଜନ୍ମାନ୍ତରର ଆଶାର ପାହାଡଟା ଭାଙ୍ଗି ଚୁର୍ ମାର୍ ହୋଇଗଲା।ମୁଣ୍ଡକୁ କଚାଡି କାନ୍ଦି କାନ୍ଦି ଖାଲି କହୁଥିଲା..ଏ ମାନସ..ତମେ ମୋତେ କ୍ଷମା କରି ପାରିଲ ନାହିଁ।ଆମର ନିବିଡ ନିଗୁଢ ସମ୍ପର୍କକୁ ମିଛ ସମ୍ପର୍କ କରିଦେଲ???
ବାରମ୍ବାର ଅଚେତ୍ ହୋଇପଡୁଥାଏ ମାନସୀ।ଧିରେ ଧିରେ ସେ ଅବାକ୍ ହୋଇଗଲା।ମନକୁ ଆସିଲା ତା'ର ବିଗତ ଦିନର ସ୍ମୃତି। କଲେଜ୍ ତର୍କ ପ୍ରତିଯୋଗୀତାରେ ଦେଖା ହୋଇଥିଲା ତା'ର ମାନସ ସହ।ସେ ଥିଲା +୩ ପ୍ରଥମ ବର୍ଷର ଇଂରାଜୀ ସମ୍ମାନ ଛାତ୍ରୀ ମାତ୍ର ମାନସ ଥିଲା +୩ଦ୍ୱିତୀୟ ବର୍ଷର ଭୂତତ୍ତ୍ୱ ସମ୍ମାନ ଛାତ୍ର।ଅସାଧାରଣ ବାଗ୍ମୀତା।ପାଠ ସହ ପ୍ରତି ବିଭାଗରେ ସେ ପ୍ରଥମ।ଭଲ ପାଇଲା ତାକୁ।ନିବିଡତାର ସାଗର ଦରିଆରେ ଦୁହେଁ ଠିକ୍ କରିଥିଲେ ବିବାହ ବନ୍ଧନରେ ଛନ୍ଦିହେବାକୁ।ମାନସ ଥିଲା ଆଡଭୋକେଟ୍ ରଞ୍ଜିତ ମହାପାତ୍ରଙ୍କ ଏକୋଇର ବେଳା ବିଶିକେସନ।ମାତ୍ର ମାନସୀ ଥିଲା ଶିଳ୍ପପତି ଅଶାନ୍ତ ପଟ୍ଟନାୟକଙ୍କ ଗେହ୍ଲା ଝିଅ।ମାନସ ପୂର୍ବରୁ ସେ ଅବୈଧ ସମ୍ପର୍କ ଥିଲା ଅଗ୍ନିସହ।ବିବାହ ପରେ ଦୁହିଁଙ୍କ ମିଳାମିଶା, ପାର୍ଟି,ମଦ୍ୟପାନକୁ ବାରଣ କରିଥିଲେ ମାନସ ଓ ତା'ର ରକ୍ଷଣଶୀଳ ପରିବାର।ସ୍ୱେଚ୍ଛାଚାରିତାର କାଳସ୍ରୋତକୁ ଆବୋରି ମାନସୀ ଧକ୍କା ଦେଲା ଆମାୟିକ ହୃଦୟଙ୍କୁ।ଶେଷରେ ପ୍ରତାରଣା କଲା ସଭିଙ୍କୁ।ହେଲେ ମନେ ପଡୁଛି ତା'ର ସେଇ ବାର୍ଷିକ ଦିବସର କେଇପଦ କଥା।
ମାନସ ମୁ୍ଁ କିଛି ଭୁଲ୍ କଲେ ତୁମେ କ୍ଷମା କରିଦେବ?
ହଁ ମାନସୀ..ଆମ ସମ୍ପର୍କ କ'ଣ ମିଛ ସମ୍ପର୍କ ଯେ ତୁମକୁ ଭୁଲିଯିବି ??? ହଠାତ୍ କେହି ଜଣେ ମାନସୀକୁ ଧରାଇ ଦେଲା ମାନସର ଶେଷଚିଠି॥
ଏ ମାନସୀ..ଆମେ ଦିନେ ସ୍ୱପ୍ନ ଦେଖିଥିଲେ ନାଁ ସତ ସମ୍ପର୍କ ଗଢିବାକୁ..।ହେଲେ ତୁମର ପ୍ରତାରଣା ବଦଳାଇ ଦେଲା ଆମ ସମ୍ପର୍କକୁ।କେମିତି ତୁମେ ବଦଳି ଗଲ ?
ତୁମେ ଛାଡିଗଲା ପରେ ମୋ ପୌରୁଷତ୍ୟ ପ୍ରଶ୍ବାବାଚୀ ହେଲା, ଅସମ୍ମାନର ଶିକୁଳିଟା ମୋ ହୃଦୟକୁ ବନ୍ଦୀ କରିଦେଲା । ଧୈର୍ଯ୍ୟର ଅତଡାଟା ଖସିଗଲା।ସେଇ ଅତଡାରୁ ଖସି ମୁଁ ଚାଲିଯାଉଛି ସମ୍ପର୍କର ସୁଅରେ ବହୁ... ଦୂରକୁ।ଯେଉଁଠିକି ଗଲେ କେହି ବି ଫେରନ୍ତି ନାହିଁ। ତୁମେ ନିଜକୁ ସଜାଡି ଦେବ,ଆର ଜନ୍ମରେ ଆମେ ସତ ସମ୍ପର୍କ କରିବା।ଯେବେ ତୁମ ଭୁଲ୍ ବୁଝିପାରିବ..ମୁଁ ତ ନ ଥିବି..ମୋ ବାପା ମାଆଙ୍କ ସେବା କରିବ ନା ? ସେମାନେ ତୁମକୁ ମୋ ଠୁ ବି ଭଲ ପାଉଥିଲେ।ତାଙ୍କ ସହ ମିଛ ସମ୍ପର୍କ କେବେ ବି କରିବ ନାହିଁ..ନଚେତ୍ ଦୁନିଆଁ ହାଟରେ ତୁମେ ଠକିଯିବ।
ରହୁଛି।କାହାକୁ କେବେ କହିବ ନାହିଁ ଆମ ସମ୍ପର୍କ ମିଛ ସମ୍ପର୍କ ଥିଲା ବୋଲି। ଇତି..ତୁମର ମାନସ ॥
ନୀରବତା ତାକୁ ଧିକ୍କାର କରୁଥାଏ।କିଛି ସମୟ ଭାବିଲା.. ଦୀର୍ଘ ଶ୍ୱାସ ଛାଡି କହିଲା...ସତରେ ଆମ ସମ୍ପର୍କ କ'ଣ ମିଛ ସମ୍ପର୍କ ॥
ଫେରିଆରେ...ସୁଭାଷ
ଆଖିରୁ କ୍ରନ୍ଦନାଶ୍ରୁ ବିଗଳିତ ହେଉଛି ଅସୀମାର।ରାତି ପାହିଲେ ନେତାଜୀ ଜୟନ୍ତୀ,ବକ୍ତୃତା ପ୍ରତିଯୋଗୀତାରେ ସେ ନେଇଛି ଭାଗ ମାତ୍ର ତା'ର ଦୁର୍ଭାଗ୍ୟ ଯେ ତା ପ୍ରସଙ୍ଗର ଭାଷଣ କିଏ ବା ଶିଖାଇବ ତାକୁ?ଯାହା ସହାୟତା ଲୋଡିଲା ସେମାନଙ୍କୁ ତାହା ଜଣା ନାହିଁ।ଯାହା କିଛି ଜାଣିଥିଲା ତାକୁ ହିଁ ଆଶ୍ରାକରି ସେ ପ୍ରତିଯୋଗୀତା ଜିତି ପାରିବନି।ଜିଣିବା ମୋ ଭାଗ୍ୟରେ ନାହିଁ କହି ଶୋଇପଡିଲା ନିଘୋଡ ନିଦରେ॥ନିଶା ଗର୍ଜ୍ଜନ ସାଙ୍ଗକୁ ଶୀତର ପ୍ରକୋପ ବଢୁଥାଏ।ସପନରାଣୀ ସତେ ଯେମିତି ତା ଆଖିରୁ ଲୁହ ପୋଛି ତାକୁ ଆଉଁସୁଥାଏ।ତା ସମ୍ମୁଖରେ ଦଣ୍ଡାୟମାନ ରାଣୀ ଲକ୍ଷ୍ମୀବାଈ ବେଶଧାରୀ ମା' ଭାରତମାତା।ହୀରକ ସମ ଚକଚକ କରୁଥାଏ ସେ ଆସ୍ଥାନ।ଆଖିରୁ ଝରି ପଡୁଥାଏ ଦୁଃଖ ଅସହାୟର ଲୁହ ଧାର।ମା'ର ଆଖିରୁ ଲୁହପୋଛୁଥାଏ ଅସୀମା।ପ୍ରଣାମ ଜଣାଇ ଧୀର ଗମ୍ଭୀର ସ୍ୱରରେ ପଚାରିଲା, ମା' ତୁମେ..କାନ୍ଦୁଛ ? ତୁମ ଆଖିରେ କ'ଣ ଅଶ୍ରୁ ? କୁହ ମା' ...କାହିଁକି ??? ମା' ଅସୀମାର ମୁଣ୍ଡ ଆଉଁସୀ..ଛଳଛଳ ଆଖିରେ କହିଲେ...ଶୁଣିବୁ ଧନ ! ଆଜି ପାକିସ୍ଥାନ,ବାଂଲାଦେଶ ମୋ ନିରୀହ ସନ୍ତାନ ମାନଙ୍କୁ କଲବଲ କରି ମାରୁଛି।ତାଙ୍କର ଅସହାୟତା ଓ ଆର୍ତ୍ତଚିତ୍କାରରେ ମୋ ଛାତି ଫାଟି ଯାଉଛି।ଚୀନ୍ ବାରମ୍ବାର ଧମକ ଦେଉଛି।ମୋ ଦେଶ ଆଜି ଟଳମଳ ହେଉଛି।ଆଜି ମୋ ସନ୍ତାନସନ୍ତତିଗଣ ସ୍ୱାର୍ଥପର ଅବିବେକୀ ହୋଇ ଗୋଲାମର ଗୋଲାମ ହୋଇଗଲେଣି।ଗାନ୍ଧୀର ଅହିଂସାକୁ ପୋଡିଦେଲେଣି ହିଂସା ନିଆଁରେ।ଚାଚାର ହୃଦୟକୁ ଭଲପାଇବା ବାଣୀ ବନ୍ଧୁକ ଗୁଳିର ମୁଣିରେ ରହିଲାଣି।ଥିଲା ମୋର ଗୋଟେ ପୁଅ।ସେ ଯଦି ଆଜି ଥାଆନ୍ତା ମୋ ଆଖିରୁ କ'ଣ ଲୁହ ଗଡାଇଦେଇଥାଆନ୍ତା !ଅସୀମା କହିଲା..ମା' ..କିଏ ସେ ? କ'ଣ ତାଙ୍କ ନାମ ? ସେ କ'ଣ ଏଡେ ବୀର ଥିଲେ ? କୁହନା ମା'...ତାଙ୍କ ବିଷୟରେ ? ହଁ ରେ ଧନ ମୁଁ ନିଶ୍ଚୟ କହିବି।ମନଦେଇ ଶୁଣୁ ।
ଓଡିଶା ବୋଲି ଥିଲା ଏକ ବୀରଭୂଇଁ..ଧର୍ମଭୂଇଁ।ସେହି ରାଜ୍ୟର ଏକ ଐତିହାସିକ ସହର..ନାଁ ତା'ର କଟକ।ସେହି କଟକର ଓଡିଆ ବଜାରରେ ଜନ୍ମହୋଇଥିଲା ଇଂରାଜୀ ବର୍ଷ ପ୍ରଥମ ମାସ ୨୩ ତାରିଖରେ ।ତାଙ୍କ ବାପା ଥିଲେ ଜଣେ ବଡ ଓକିଲ,ମା' ଥିଲେ ଜଣେ ଧର୍ମପ୍ରାଣା ମହିୟସୀ ମହିଳା।ଦିବ୍ୟ ଚେହେରା,ସାକ୍ଷାତ ରାଜ କୁମାର।ବୁଦ୍ଧି ଜ୍ଞାନ ବିଚକ୍ଷଣତାରେ ସାକ୍ଷାତ ବିଜୁଳି।ପାଠ ପଢିଲା..ବିଦ୍ୟାଳୟର ଗୁରୁଜୀ ଗୁରୁମା ଆଶ୍ଚର୍ଯ୍ୟଚକିତ।ସମସ୍ତଙ୍କ ମୁହଁରେ ଗୋଟିଏ କଥା,ବାଃ ବାଃ ରେ କି ଅଦ୍ଭୂତ ପିଲା।କି ଯାଦୁ ! କି ଧୀଶକ୍ତି ! ଭବିଷ୍ୟତରେ ନିଶ୍ଚୟ ହେବ ଏକ ମହାପୁରୁଷ।
ଦିନକର କଥା ପରୀକ୍ଷା ସରଥାଏ,କୌତୁହଳ କେତେ ନମ୍ବର ସେ ରଖିଛି।ଶିକ୍ଷକଙ୍କୁ ପଚାରିବାରୁ କହିଲେ ସବୁ ଫେଲ୍..ମାତ୍ର ଜଣେ ପାଶ୍।ଦମ୍ଭରେ ସେ କହିଲା ସାର୍ ଯଦି ଜଣେ ପାଶ୍..ତେବେ ସେ ଜଣକୁ ମୁଁ।ଶିକ୍ଷକ ଅବାକ୍..କି ଆତ୍ମବିଶ୍ୱାସ..କୁଣ୍ଢେଇପକାଇ ପିଠି ଥାପୁଡାଇଦେଲେ ତା'ର।ଖାଲି ପାଶ୍ ନୁହଁ..ସବୁଥିରେ ଫାଷ୍ଟ କ୍ଲାସ୍ ଫାଷ୍ଟ।
ଗଲେ ଇଂଲଣ୍ଡ...ବାପାଙ୍କ ଇଚ୍ଛା ସିଭିଲ୍ ସର୍ଭିସ୍ କରୁ।ଚମକାଇଦେଲେ ସେ।ଆଇ.ସି.ଏସ୍.ପରୀକ୍ଷାରେ ଚତୁର୍ଥ ସ୍ଥାନ ମାତ୍ର ଓଡିଆ ପିଲା ହୋଇ ଇଂରାଜୀରେ ପ୍ରଥମ।ମିଳିଲା ଅଧିକାରୀ ପଦବୀ।ଶୁଣିଲେ, ନୃଶଂସ ଇଂରେଜ ପ୍ରିୟ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଛନ୍ତି।ମନ ବିବେକ କହିଲା ତୁ ଏ ସୈତାନ୍ ଙ୍କର ଗୋଲାମୀ ହେବୁ..ଚାକିରୀ କରି ତାଙ୍କ ଚାକର ହେବୁ।ଛି..କରିଦେଲେ..ପରିତ୍ୟାଗ କଲେ ଆଇ.ସି.ଏସ୍. ପଦବୀ।ଫେରିଲେ ଭାରତ,କଲେ ଦେଶବାସୀଙ୍କୁ ଏକଜୁଟ୍।ରଚିଲେ ବିଦ୍ରୋହ ବିପ୍ଳବ ସଂଗ୍ରାମର ଚକ୍ରବ୍ୟୁହ।କି ବଜ୍ର ବାଣୀ..କି ବୀର ଚାହାଣୀ..ସତରେ ବଜ୍ରଠୁ କଠିନ..ଆଉ ବିଜୁଳିଠୁ ବି ତେଜିୟାନ୍।
ଦେଖିଲେ ଗାନ୍ଧୀ ବୋଲି ଜଣେ ମହାନ ବ୍ୟକ୍ତି ଅହିଂସା ପଥରେ ଲୋକଙ୍କୁ ଏକଜୁଟ୍ କରି ସ୍ୱାଧୀନ ପାଇଁ ଲଢୁଛନ୍ତି।ସହାୟତା କଲେ..ମାତ୍ର ଆନ୍ତରିକତା ନ ଥିଲା।୧୯୧୯ ମସିହା।ପଞ୍ଜାବ ଅମୃତସରର ଜାଲିୱାନାବାଗ୍।ଚାଲିଥିଲା ସମ୍ମିଳନୀ..କେମିତି ଲଢିବେ।ନୃଶଂସ ବ୍ରିଟିଶ୍ ବାହିନୀଙ୍କ ଅତର୍କିତ ଗୁଳିମାଡରେ ମରିଗଲେ ହଜାର ହଜାର ସରଳ ନିରୀହ ଲୋକ।ଛାତି ଫାଟିଗଲା ତାଙ୍କର।ପ୍ରାଣ କାନ୍ଦି ଉଠିଲା..ଲାଗୁଥିଲା ଏଇନେ ଯାଇ ଗୁଳି କରନ୍ତେ କି।ଭୁଲିଗଲେ ଗାନ୍ଧିଙ୍କର ବାଣୀ"ତୁମ ଏ ଗାଲକୁ ଯେ ମାରୁଛି..ଆର ଗାମ ଦେଖାଅ"।ପ୍ରତିବଦଳରେ ସେ ଗର୍ଜି କହିଉଠିଲେ..ତୁମକୁ ଯେ ଆଙ୍ଗୁଳି ଦେଖାଉଛି ତାକୁ ବନ୍ଧୁକ ଦେଖାଅ।ତୁମ ଉପରକୁ ଯେ ଥେକା ପକାଉଛି ତା ଉପରେ ପଥର ପକାଅ,କଥାର ଜବାବ ଗୁଳିରେ ଦିଅ।ଆମେ କାହାର ଗୋଲାମ ନୁହଁ।ଆମ ଭାରତ ଇଂରେଜଙ୍କ ବୋପା ସମ୍ପତ୍ତି ନୁହଁ।ମୋତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି।ତାତି ଉଠିଲେ ବୀର ଭାରତୀୟ।ମିଳାଇଲେ ତାଙ୍କ ହାତରେ ହଜାର ହଜାର ଶକ୍ତ ହାତ।ମନୋବଳ ଶରୀରବଳ ନୈତିକ ବଳ ବଢିଲା।ମାତ୍ର ତାଙ୍କ ଏ ନୀତି ସେତେବେଳର ଆଗଧାଡିର ନେତାଙ୍କୁ ସୁହାଇଲା ନାହିଁ।ତେଣୁ ତାଙ୍କ ପ୍ରାଣ କାନ୍ଦିଲା।
ବନ୍ଦୀ..ବନ୍ଦୀ ପରେ ତା'ଙ୍କ ଚରମପନ୍ଥୀ ନୀତିପାଇଁ ଆଙ୍କୁଶ ବୀରକୁ ଦୁର୍ବଳ କି ହତାଶ କଲା ନାହିଁ କାରଣ ସେ ସାଧାରଣ ନେତା ନ ଥିଲେ, ଥିଲେ ନେତାଙ୍କର ନେତା।ଚାଲିଲେ ଜାପାନ୍ ଜର୍ମାନ..ନେଲେ ତାଙ୍କ ସହାୟତା।ବୀର ବୀରକୁ ଚିହ୍ନେ।ହିଟଲର୍ ପରି ବୀର ତାଙ୍କ ବୀରତ୍ୱକୁ ସାଲୁଟ୍ କରିଥିଲେ।ଅସଂଖ୍ୟ ବୀର ଫଉଜ ମେଳରେ ଗଢିଲେ ଆଜାଦ୍ ହିନ୍ଦ୍ ଫୌଜ।ସ୍ଳୋଗାନ୍ ଦେଲେ ଦିଲ୍ଳୀ ଚଲୋ।ଭାରତ ମାତା କୀ ଜୟ।ଗଗନ ପବନ ପ୍ରକମ୍ପିତ ହେଲା ।ଚାଲିଲେ ଦିଲ୍ଲୀ ଅଭିମୂଖେ ..।ଥରି ଉଠିଲା ବ୍ରିଟିଶ୍ ସୈନ୍ୟ।ମଥା ନଇଁଗଲା ଏପରି ବୀରର ବୀରତ୍ୱରେ।ମାତ୍ର ଆବଶ୍ୟକ ହେଉଥିଲା ଆହୁରି କିଛି ସମୟ ଓ ବୀରତ୍ୱର ସୁଯୋଗ।ବିଶ୍ୱ ଚକିତ ହୋଇ କହୁଥାଏ ହେ ଆନ୍ତର୍ଜାତିକ ନାୟକ..ତୁମକୁ ସାଲ୍ୟୁଟ୍।
ଚାଲିଲା ବୀରଙ୍କ ପ୍ରଚେଷ୍ଟା।ହେଲେ ସବୁ ବେଳେ ଆକାଶ ଚାନ୍ଦିନୀ ରାତି ଦେଖେନାହିଁ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ।ଜାପାନର ଏକ ବିମାନରେ ଆସୁଥାନ୍ତି ସେ ବୀର।ଆମେରିକା ନିକ୍ଷେପ କଲା ଜାପାନର ହିରୋସୀମା ନାଗାସାକି ଉପରେ ପରମାଣୁ ବୋମା।ସେଇ ବିଷ୍ଫୋରଣରେ ଉଭାନ୍ ହୋଇଗଲା ମୋ ଗେହ୍ଲା ବୀର ପୁଅ।ଏତେ ଦୂରକୁ ଚାଲିଗଲା ଯେ ସେଇଦିନୁ ତା ଏ ହତଭାଗିନୀ ମାଆର କୋଳରେ ସେଭଳି ବୀରପୁତ୍ର ସ୍ଥାନ ପାଇନି।ଥିବା ପର୍ଯ୍ୟନ୍ତ ମୋ ଆଖିରୁ କେବେ ବି ଲୁହ ଝରେଇଦେଇନି।
ମା' ତାଙ୍କ ନାଆଁ ତ କହିଲନି..?ହଁ ରେ ଧନ ସେ ପରା ନେତାଙ୍କର ନେତା...ଆନ୍ତର୍ଜାତିକ ମହାନାୟକ..ମହାଯୋଦ୍ଧା...ଭାରତୀୟ ସ୍ୱାଧିନତାର ଜନ ନାୟକ ନେତାଜୀ ସୁଭାଷ ବୋଷ।ଫେରିଆ ଧନ...ଫେରିଆରେ..ସୁଭାଷ...ତୋ ମା' ଡାକ
କ'ଣ ଶୁଭୁନି ? ତୋ ମା' ଆଖିର ଲୁହ କ' ଣ ତୁ ପୋଛିବୁ ନାହିଁ?ମୋ ସୁନାଟା ପରା ଏବେର ଗୋଲାକୁ କିଛି ଶିଖାଇ ତୁ ଚାଲିଯା ଧନ।ମା' କ'ଣ ମାତୃଭୂମି କ'ଣ ସନ୍ତାନର କର୍ତ୍ତବ୍ୟ କ'ଣ ଟିକେ ଶିଖେଇ ଯା।ଫେରିଆ ରେ...ଧନ,ଫେରିଆ..ସୁଭାଷ।
ଏଭଳି ଚିତ୍କାରରେ ଅସୀମାର ନିଦ ଭାଙ୍ଗିଗଲା...ସ୍ୱପ୍ନ ସରିଗଲା।ବାଉଳି ହୋଇ ସେ ଖୋଜୁଥିଲା କାହାକୁ।କିଛିକ୍ଷଣ ସ୍ଥିତପ୍ରଜ୍ଞ ହୋଇ ସେ କଳ୍ପନା ଦୁନିଆଁରେ ହଜିଗଲା।ଦେହ ମନ ଆତ୍ମା ସିନା ପ୍ରକମ୍ପିତ ହେଲା,ହେଲେ ଅନ୍ତରରେ ଲୁଚିଥିବା ମୂରୁକି ହସି ଚୁପ୍ ଚିପ୍ କହିଲା,ମୋ ଭାଷଣ ମୋତେ ମିଳିଗଲା।ଫେରିଆରେ..ସୁଭାଷ।
..କୁଣ୍ଢେଇପକାଇ ପିଠି ଥାପୁଡାଇଦେଲେ ତା'ର।ଖାଲି ପାଶ୍ ନୁହଁ..ସବୁଥିରେ ଫାଷ୍ଟ କ୍ଲାସ୍ ଫାଷ୍ଟ।
ଗଲେ ଇଂଲଣ୍ଡ...ବାପାଙ୍କ ଇଚ୍ଛା ସିଭିଲ୍ ସର୍ଭିସ୍ କରୁ।ଚମକାଇଦେଲେ ସେ।ଆଇ.ସି.ଏସ୍.ପରୀକ୍ଷାରେ ଚତୁର୍ଥ ସ୍ଥାନ ମାତ୍ର ଓଡିଆ ପିଲା ହୋଇ ଇଂରାଜୀରେ ପ୍ରଥମ।ମିଳିଲା ଅଧିକାରୀ ପଦବୀ।ଶୁଣିଲେ, ନୃଶଂସ ଇଂରେଜ ପ୍ରିୟ ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଛନ୍ତି।ମନ ବିବେକ କହିଲା ତୁ ଏ ସୈତାନ୍ ଙ୍କର ଗୋଲାମୀ ହେବୁ..ଚାକିରୀ କରି ତାଙ୍କ ଚାକର ହେବୁ।ଛି..କରିଦେଲେ..ପରିତ୍ୟାଗ କଲେ ଆଇ.ସି.ଏସ୍. ପଦବୀ।ଫେରିଲେ ଭାରତ,କଲେ ଦେଶବାସୀଙ୍କୁ ଏକଜୁଟ୍।ରଚିଲେ ବିଦ୍ରୋହ ବିପ୍ଳବ ସଂଗ୍ରାମର ଚକ୍ରବ୍ୟୁହ।କି ବଜ୍ର ବାଣୀ..କି ବୀର ଚାହାଣୀ..ସତରେ ବଜ୍ରଠୁ କଠିନ..ଆଉ ବିଜୁଳିଠୁ ବି ତେଜିୟାନ୍।
ଦେଖିଲେ ଗାନ୍ଧୀ ବୋଲି ଜଣେ ମହାନ ବ୍ୟକ୍ତି ଅହିଂସା ପଥରେ ଲୋକଙ୍କୁ ଏକଜୁଟ୍ କରି ସ୍ୱାଧୀନ ପାଇଁ ଲଢୁଛନ୍ତି।ସହାୟତା କଲେ..ମାତ୍ର ଆନ୍ତରିକତା ନ ଥିଲା।୧୯୧୯ ମସିହା।ପଞ୍ଜାବ ଅମୃତସରର ଜାଲିୱାନାବାଗ୍।ଚାଲିଥିଲା ସମ୍ମିଳନୀ..କେମିତି ଲଢିବେ।ନୃଶଂସ ବ୍ରିଟିଶ୍ ବାହିନୀଙ୍କ ଅତର୍କିତ ଗୁଳିମାଡରେ ମରିଗଲେ ହଜାର ହଜାର ସରଳ ନିରୀହ ଲୋକ।ଛାତି ଫାଟିଗଲା ତାଙ୍କର।ପ୍ରାଣ କାନ୍ଦି ଉଠିଲା.. ଲାଗୁଥିଲା ଏଇନେ ଯାଇ ଗୁଳି କରନ୍ତେ କି।ଭୁଲିଗଲେ ଗାନ୍ଧିଙ୍କର ବାଣୀ"ତୁମ ଏ ଗାଲକୁ ଯେ ମାରୁଛି.. ଆର ଗାମ ଦେଖାଅ"।ପ୍ରତିବଦଳରେ ସେ ଗର୍ଜି କହି ଉଠିଲେ.. ତୁମକୁ ଯେ ଆଙ୍ଗୁଳି ଦେଖାଉଛି ତାକୁ ବନ୍ଧୁକ ଦେଖାଅ।ତୁମ ଉପରକୁ ଯେ ଥେକା ପକାଉଛି ତା ଉପରେ ପଥର ପକାଅ,କଥାର ଜବାବ ଗୁଳିରେ ଦିଅ।ଆମେ କାହାର ଗୋଲାମ ନୁହଁ।ଆମ ଭାରତ ଇଂରେଜଙ୍କ ବୋପା ସମ୍ପତ୍ତି ନୁହଁ।ମୋତେ ରକ୍ତ ଦିଅ ମୁଁ ସ୍ୱାଧିନତା ଦେବି।ତାତି ଉଠିଲେ ବୀର ଭାରତୀୟ।ମିଳାଇଲେ ତାଙ୍କ ହାତରେ ହଜାର ହଜାର ଶକ୍ତ ହାତ।ମନୋବଳ ଶରୀରବଳ ନୈତିକ ବଳ ବଢିଲା।ମାତ୍ର ତାଙ୍କ ଏ ନୀତି ସେତେବେଳର ଆଗଧାଡିର ନେତାଙ୍କୁ ସୁହାଇଲା ନାହିଁ।ତେଣୁ ତାଙ୍କ ପ୍ରାଣ କାନ୍ଦିଲା।
ବନ୍ଦୀ..ବନ୍ଦୀ ପରେ ତା'ଙ୍କ ଚରମପନ୍ଥୀ ନୀତିପାଇଁ ଆଙ୍କୁଶ ବୀରକୁ ଦୁର୍ବଳ କି ହତାଶ କଲା ନାହିଁ କାରଣ ସେ ସାଧାରଣ ନେତା ନ ଥିଲେ, ଥିଲେ ନେତାଙ୍କର ନେତା।ଚାଲିଲେ ଜାପାନ୍ ଜର୍ମାନ..ନେଲେ ତାଙ୍କ ସହାୟତା।ବୀର ବୀରକୁ ଚିହ୍ନେ।ହିଟଲର୍ ପରି ବୀର ତାଙ୍କ ବୀରତ୍ୱକୁ ସାଲୁଟ୍ କରିଥିଲେ।ଅସଂଖ୍ୟ ବୀର ଫଉଜ ମେଳରେ ଗଢିଲେ ଆଜାଦ୍ ହିନ୍ଦ୍ ଫୌଜ।ସ୍ଳୋଗାନ୍ ଦେଲେ ଦିଲ୍ଳୀ ଚଲୋ।ଭାରତ ମାତା କୀ ଜୟ।ଗଗନ ପବନ ପ୍ରକମ୍ପିତ ହେଲା ।ଚାଲିଲେ ଦିଲ୍ଲୀ ଅଭିମୂଖେ ..।ଥରି ଉଠିଲା ବ୍ରିଟିଶ୍ ସୈନ୍ୟ।ମଥା ନଇଁଗଲା ଏପରି ବୀରର ବୀରତ୍ୱରେ।ମାତ୍ର ଆବଶ୍ୟକ ହେଉଥିଲା ଆହୁରି କିଛି ସମୟ ଓ ବୀରତ୍ୱର ସୁଯୋଗ।ବିଶ୍ୱ ଚକିତ ହୋଇ କହୁଥାଏ ହେ ଆନ୍ତର୍ଜାତିକ ନାୟକ..ତୁମକୁ ସାଲ୍ୟୁଟ୍।
ଚାଲିଲା ବୀରଙ୍କ ପ୍ରଚେଷ୍ଟା।ହେଲେ ସବୁ ବେଳେ ଆକାଶ ଚାନ୍ଦିନୀ ରାତି ଦେଖେନାହିଁ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ।ଜାପାନର ଏକ ବିମାନରେ ଆସୁଥାନ୍ତି ସେ ବୀର।ଆମେରିକା ନିକ୍ଷେପ କଲା ଜାପାନର ହିରୋସୀମା ନାଗାସାକି ଉପରେ ପରମାଣୁ ବୋମା।ସେଇ ବିଷ୍ଫୋରଣରେ ଉଭାନ୍ ହୋଇଗଲା ମୋ ଗେହ୍ଲା ବୀର ପୁଅ।ଏତେ ଦୂରକୁ ଚାଲିଗଲା ଯେ ସେଇଦିନୁ ତା ଏ ହତଭାଗିନୀ ମାଆର କୋଳରେ ସେଭଳି ବୀରପୁତ୍ର ସ୍ଥାନ ପାଇନି।ଥିବା ପର୍ଯ୍ୟନ୍ତ ମୋ ଆଖିରୁ କେବେ ବି ଲୁହ ଝରେଇଦେଇନି।
ମା' ତାଙ୍କ ନାଆଁ ତ କହିଲନି..?ହଁ ରେ ଧନ ସେ ପରା ନେତାଙ୍କର ନେତା...ଆନ୍ତର୍ଜାତିକ ମହାନାୟକ.. ମହାଯୋଦ୍ଧା ଭାରତୀୟ ସ୍ୱାଧିନତାର ଜନ ନାୟକ ନେତାଜୀ ସୁଭାଷ ବୋଷ। ଫେରିଆ ଧନ...ଫେରିଆରେ..ସୁଭାଷ...ତୋ ମା' ଡାକ କ'ଣ ଶୁଭୁନି ? ତୋ ମା' ଆଖିର ଲୁହ କ' ଣ ତୁ ପୋଛିବୁ ନାହିଁ ? ମୋ ସୁନାଟା ପରା ଏବେର ଗୋଲାକୁ କିଛି ଶିଖାଇ ତୁ ଚାଲିଯା ଧନ।ମା' କ'ଣ ମାତୃଭୂମି କ'ଣ ସନ୍ତାନର କର୍ତ୍ତବ୍ୟ କ'ଣ ଟିକେ ଶିଖେଇ ଯା।ଫେରିଆ ରେ...ଧନ,ଫେରିଆ..ସୁଭାଷ।
ଏଭଳି ଚିତ୍କାରରେ ଅସୀମାର ନିଦ ଭାଙ୍ଗିଗଲା...ସ୍ୱପ୍ନ ସରିଗଲା।ବାଉଳି ହୋଇ ସେ ଖୋଜୁଥିଲା କାହାକୁ।କିଛି କ୍ଷଣ ସ୍ଥିତପ୍ରଜ୍ଞ ହୋଇ ସେ କଳ୍ପନା ଦୁନିଆଁରେ ହଜିଗଲା।ଦେହ ମନ ଆତ୍ମା ସିନା ପ୍ରକମ୍ପିତ ହେଲା,ହେଲେ ଅନ୍ତରରେ ଲୁଚିଥିବା ମୂରୁକି ହସି ଚୁପ୍ ଚିପ୍ କହିଲା,ମୋ ଭାଷଣ ମୋତେ ମିଳିଗଲା।ଫେରିଆରେ..ସୁଭାଷ।
🎍 *ଧରମ ଭାଇ*🎍
ମଧ୍ୟରାତ୍ର ଛୁଇଁବାକୁ କିଛିକ୍ଷଣ ଅପେକ୍ଷାରେ।ମାନସ ଓ ମାନସୀ ଶଯ୍ୟାରେ ନିଦକୁ ଅପେକ୍ଷା କରିଥାନ୍ତି।ମାନସର ଅନ୍ୟମନସ୍କ ମନରେ ଭରି ରହିଥିଲା କିଛି ସ୍ମୃତିର ଆହ୍ୱାନ।
ହଠାତ୍ ମୋବାଇଲ୍ ର ରିଙ୍ଗ ଟୋନ୍ ଟା ତାକୁ ଚେତେଇ ଉଠାଇଦେଲା ବିଛଣାରୁ।ଫୋନଟାକୁ ଧରି ରିସିଭ୍ କରିବା ପୂର୍ବରୁ ସହଧର୍ମିଣୀ ମାନସୀର କେତେକ ଅବାନ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା ତାକୁ।ସେ କିଏ..କାହିଁକି...ଓ ଏ ଅସମୟରେ ଫୋନ୍ କାହିଁକି କରିଛି ଆଦି ସନ୍ଦେହର ପ୍ରଶ୍ନ ବାଣ କ୍ଷତ ବିକ୍ଷତ ଓ ବିବ୍ରତ କରୁଥାଏ ମାନସକୁ।ମାନସ ଏକ ବିଜ୍ଞ ସରଳ ଉଚ୍ଚମନା ଦରଦୀ ମଣିଷ।ତଥାପି ସେ ଧୀର କ୍ଷୀଣ ଗଳାରେ କହିଲା..ମୋର ଜଣେ ସମ୍ପର୍କୀୟା ଭଉଣୀ ଫୋନ୍ କରିଛି।ଏତିକି କାନରେ ନ ପଶୁଣୁ ମାନସୀ ମୋବାଇଲ୍ ଟିକୁ ଛଡେଇ ନେଇ ଦେଖିଲା...ନାଁ ଅଛି ଅନୀତା । ଏ ଅନୀତା କିଏ? କେଉଁ ଦିନରୁ ତୁମର ଭଉଣୀ ହେଲାଣି ? କହି ଗର୍ଜି ଉଠିଲା ମାନସୀ । ତୁମେ ତାକୁ ଜାଣିନ..।ମୁଁ ତାର ଧରମ ଭାଇ,ମାନସର ଉତ୍ତର ଥିଲା। ଓ.. ଧରମଭାଇ...ଏଇମିତି ଚାଲିଛି ଲୁଚା ଛପା ପ୍ରେମ...।ଏଇମିତି ଅନେକ ଅବାଞ୍ଛିତ ଅବାନ୍ତର ଟିପ୍ପଣୀ ଓ ତିରସ୍କାର ବାରମ୍ବାର ଧକ୍କା ଦେଉଥାଏ ମାନସର ନିଷ୍କପଟ ମନକୁ। ଛତ ବିକ୍ଷତ କରୁଥାଏ ତା ନିଷ୍ପାପ ହୃଦୟକୁ।ଏଇମିତି ଯୁକ୍ତି ତର୍କ ବାଦ ବିବାଦ ତିରସ୍କାର ଓ ଭତ୍ସନା ସହଚରୀମାନେ କିଛିକ୍ଷଣ ଆନନ୍ଦରେ କରୁଥାନ୍ତି ଉଦଣ୍ଡ ନୃତ୍ୟ।କେବଳ ମାନସର କେଇ ପଦ ଆଦୃତ କଥାକୁ ନୀରବରେ ଶୁଣୁଥିଲା ସେ ସମୟର ଜନୈକ ଶ୍ରୋତା "ସମୟ" ଅତି ଆଗ୍ରହରେ।
ବୁଝିଲ ମାନସୀ, ଏ ସଂସାରରେ କେବଳ ମା'ଠାରୁ ଜନ୍ମିତ ଭଉଣୀ କ'ଣ ଭଉଣୀ ? ତୁମେ ଜାଣିନ, ମୋ ପବିତ୍ର ଭାରତୀୟ ସଂସ୍କୃତିକୁ।ଏଠି ଯେ ସେନେହ ଶରଧାରେ ଭାଇକୁ ମମତାର ବନ୍ଧନରେ ନିଃସ୍ୱାର୍ଥପରତାରେ ବାନ୍ଧିଥାଏ ସେ ଜଣେ ସଚ୍ଚା ଭଉଣୀ।ମାନସୀର ମୁହଁରୁ ଜ୍ୱାଳାମୁଖି ଅଗ୍ନି ଉଦ୍ଗୀରଣ ପରି ବର୍ଷୁଥିଲା ସେ ଭାଷଣ, ବାଜ୍ୟେ ସମ୍ପର୍କକୁ ମୁଁ ବିଶ୍ୱାସ କରେନା।ତାହା ଖାଲି ପ୍ରବଞ୍ଚନା ଓ ଧର୍ମକୁ ଆଖିଠାର.. ମାତ୍ର ବାସ୍ତବରେ ସେଥିରେ ନ ଥାଏ ଆନ୍ତରିକତା.. ବିଶ୍ୱାସ..ଓ ଭରସା।ଏ ମିଛ ସମ୍ପର୍କ ଅବାସ୍ତବ ଓ ସଭ୍ୟତାର ବିଷାକ୍ତ ଜତୁଗୃହ।ତେବେ ମୋତେ ତୁମେ ଜଣାଅ, ଏ ଅନୀତା କିପରି ତୁମର ଭଉଣୀ ହେଲା ? ଦୀର୍ଘ ୯ ବର୍ଷର ବୈବାହିକ ସମ୍ପର୍କ ଭିତରେ ଏଭଳି ଅକସ୍ମାତ ଭଉଣୀର ଚିହ୍ନ ଆଜି ମୁଁ ପାଇଛି।କୁହ....ତା ସହିତ ତୁମର ସମ୍ପର୍କ କ'ଣ ? ହଉ, ତେବେ ଶୁଣ କହି ବହୁ ଦିନର ସାଇତା ସ୍ମୃତି ପେଡିଟାକୁ ଖୋଲିଦେଲା ମାନସ॥
ସେତେବେଳେ ମୁଁ ଥିଲି ଅବିବାହିତ।ମହାପାତ୍ର ଟ୍ରେଡିଂ କମ୍ପାନୀର ଏମ୍.ଡି.।ଆମର ପାରମ୍ପରିକ ଚିରଶତ୍ରୁ ଥିଲା ସମ୍ବିତ ପଟ୍ଟନାୟକ ଯେ କି ପଟ୍ଟନାୟକ ଟ୍ରେଡିଂ କମ୍ପାନୀର ଏମ୍.ଡି.।ଶତ ସହସ୍ର ଚେଷ୍ଟାକରି ତା କମ୍ପାନୀକୁ ଆଶାନୁରୂପ ଅଗ୍ରସର କରାଇପାରୁ ନ ଥିଲା ସେ।ଶେଷରେ ଷଢଯନ୍ତ୍ର କରିଥିଲା ଟଙ୍କା ଲୁଟ୍ ସହ ଜୀବନରୁ ମୋତେ ମାରି ଦେବାକୁ । ଥରେ ଅଫିସ୍ ରୁ ବିଳମ୍ବ ରାତ୍ରିରେ ଅନ୍ୟୁନ ୫୦ ଲକ୍ଷ ଟଙ୍କା ନେଇ ଫେରିବାର ଥିଲା,ଅଫିସ୍ ର କୌଣସି ଏକ ଗୃହଶତ୍ରୁ ଠାରୁ ଖବର ନେଇ, ଫେରିବା ଜଙ୍ଗଲ ରାସ୍ତାରେ ମୂତୟନ କରିଥିଲା ଭଡାଟିଆ ଗୁଣ୍ଡା।ମୁଁ ଫେରୁଥାଏ ଜିପ୍ ରେ।ନିଘଞ୍ଚ ଜଙ୍ଗଲ ଭିତରେ ଶୁଣିଲି ଏକ ଅବଳାର ଆର୍ତ୍ତଚିତ୍କାର।ସ୍ୱର ଅନ୍ୱେଷଣ କରି ପହଞ୍ଚିଲି ପାଖରେ।ଯାହା ଦେଖିଲି ହୃଦୟ ମୋର ବାରମ୍ବାର ପ୍ରଣୋଦିତ କଲା ସେ ବିପନ୍ନକୁ ସାହାଯ୍ୟ କରିବାକୁ।ସେ ଝିଅଟିକୁ ଉଲଗ୍ନ କରି ଧର୍ଷଣ କରିବାକୁ ଉଦ୍ୟତ ହେଉଥିଲେ ଦୁର୍ବୃତ୍ତମାନେ।ଆପ୍ରାଣ ଚେଷ୍ଟା କରି ନିଜ ଇଜ୍ଜତକୁ ବଞ୍ଚାଇବାକୁ ବାରମ୍ବାର ସଂଗ୍ରାମ କରୁଥିଲା ସେ ବିଚାରୀ,କାକୁତି ମିନତି ବି କରୁଥିଲା ଓ ଭଗବାନଙ୍କୁ ଡାକୁଥିଲା ମଧ୍ୟ।ମୋ ବିବେକ କହିଲାନି ତାକୁ ସାହାଯ୍ୟ ନ କରିବାକୁ।ଭାବିଲି ଏ ଯଦି ମୋ ମା',ଭଉଣୀ କି ଝିଅ ହୋଇଥାନ୍ତା !ଟଙ୍କାକୁ ଲୋଭ ନ ରଖି ଦୁର୍ବୁର୍ତ୍ତଙ୍କ ସଙ୍ଗେ କରିଥିଲି ଯୁଦ୍ଧ।ବଞ୍ଚାଇଥିଲି ସେ ବିଚାରୀଟାକୁ।ମାତ୍ର ସମ୍ବିତର ଗୁଣ୍ଡାମାନେ ଅସମୟରେ ମୋତେ ଆକ୍ରମଣ କରିଥିଲେ।ସେମାନଙ୍କୁ କାବୁ କରି ଘଉଡାଇ ଥିଲି,ସେ ଝିଅଟିବି ମୋତେ ଅନେକ ସାହାଯ୍ୟ କରିଥିଲା।ମୋ ମୁଣ୍ଡରେ ଶକ୍ତ ମାଡ ବାଜି ଲଢୁଥିବା ବେଳେ ସେମାନଙ୍କ ଆଖିକୁ ବାଲି ଫିଙ୍ଗି ଦୁର୍ବଳ କରିଦେଇଥିଲା।ପରେ ଶକ୍ତ ଆଘାତରୁ ସଂଜ୍ଞାହୀନ ହୋଇ ପଡିରହିଲି।ବହୁତ ଚେଷ୍ଟା କରିଥିଲା ସେ ମାତ୍ର ମୁଁ ଚେତା ପାଇ ନ ଥିଲି।ଅକସ୍ମାତ୍ ବର୍ଷାର ବର୍ଷଣ ମୋତେ ନବ ଜୀବନ ଦେଇଥିଲା।ଊଠି ଦେଖିଲି,ଜଙ୍ଗଲରେ ମୁ୍ଁ ଏକାକୀ।ଜିପ୍ ପାଖରେ ଦେଖିଲି ମୋ ଡାଏରୀରେ ଏକ ଲିଖିତ ଚିଠି ଯାହାକି ଥିଲା ଅଭାଗିନୀ ସେ ଝିଅଟାର।ଲେଖାଥିଲା...
ଭାଇ ଆଜି ମୋତେ ଇଜ୍ଜତ ଦେଇ ଆପଣ ଭଗବାନଠୁ ବି ବଳି ଅଧିକ ଉପକାର କରିଛନ୍ତି।ମୁଁ ଏକ ଅନାଥିନୀ।ମୋ ସ୍ୱାମୀକୁ ମାରି ମୋତେ ବଳପୂର୍ବକ ବିବାହ କରିବାକୁ ଭୀରୁ ଦାଦା ଯୋଜନା ଚଲାଇଛି।ମୁଁ ଜାଣେ ମୁଁ କେବେ ବି ତାପରି ରାକ୍ଷସଠାରୁ ରକ୍ଷା ପାଇବିନି।ତେଣୁ ମୁଁ ଏ ନଦୀରେ ବୁଡି ଆତ୍ମ ହତ୍ୟା କରିବାକୁ ଯାଉଛି।ମୋତେ ଭୁଲ୍ ବୁଝିବେନି।
ଇତି ଆପଣଙ୍କର ଅଭାଗିନୀ ଭଉଣୀ ଅନୀତା ।
ଇତସ୍ତତଃ ଓ ବିବ୍ରତ ହୋଇ ଦୌଡିଲି ସେ ନଦୀକୂଳକୁ।ଦେଖିଲି ସେ ଗଣ୍ଡରେ ବୁଡି ଭାସୁଛି।କୂଳକୁ ଆଣି ତା ପେଟରୁ ପାଣି କାଢିଲି।ବହୁତ କଷ୍ଟରେ ସେ ଫେରି ପାଇଲା ଚେତା।ଚେତା ପାଇ ଧକେଇଵକାନ୍ଦି ମୋ ମୁଣ୍ଡର କ୍ଷତରୁ ନିର୍ଗତ ରକ୍ତ ଦେଖି ସେ ବିବ୍ରତ ହୋଇଗଲା।ଶାଢୀର କାନି ଚିରି ପୋଛିଲା ଶରଧାରେ ମୋ ମଥାର ଲହୁ,ଆଦରରେ ବାନ୍ଧିଦେଲା ତା ଶାଢୀର କାନି ଖଣ୍ଡେ ମୋ ମଥାରେ ତ ଖଣ୍ଡେ ମୋ ହାତରେ । କାନ୍ଦି କାନ୍ଦି କହିଲା ଆଜିଠୁ ତୁମେ ମୋର ଭାଇ।ହେଲେ କାହିଁକି ମୋତେ ବଞ୍ଚାଇଲ ଭାଇ।କିଏ ମୋତେ ସାହାରା ହେବ?ସେଇଦିନୁ ସେ ଭଉଣୀଟାକୁ ଅନେକ ଦିନ ଅନାଥାଶ୍ରମରେ ରଖି ତା କଥା ବୁଝୁଥିଲି।ବିବାହ ପରେ ସେ ମୋତେ ମନା କରିଥିଲା ସାହାଯ୍ୟ କରିବାକୁ..କାହିଁକି ନା ..ସେ ଚାହୁଁ ନଥିଲା ତା-ମୋ ଭାଇ ଭଉଣୀର ପବିତ୍ର ସମ୍ପର୍କରେ କିଏ ଅପବିତ୍ର ଜଳ ଢାଳୁ।ମାତ୍ର ଏତିକି ବିନତି କରିଥିଲା ଭାଇ...ମୁଁ ବଞ୍ଚିଥିବା ଯାଏଁ ଯେମିତି ସବୁ ରାକ୍ଷୀ ପୁନେଇଁରେ ତୁମ ହାତରେ ରାକ୍ଷୀ ବାନ୍ଧିବି।ସେଥିପାଇଁ ରାକ୍ଷୀପୁନେଇଁ ପୂର୍ବଦିନ ସେ ମୋତେ ଫୋନ୍ କରି ଜଣାଏ।ଆଜି ସେଇଥି ପାଇଁ ସେ ଫୋନ୍ କରିଥିଲା ତା ଘରକୁ କାଲି ଯାଇ ରାକ୍ଷୀ ବାନ୍ଧିବାକୁ।
କଥା ନ ସରୁଣୁ ହାତରେ ରାକ୍ଷୀପୁନେଇଁର ସଜ ଧରି ପହଞ୍ଚିଗଲା ଅନୀତା ତା ଭାଇ ଘରେ।ଆନନ୍ଦର ମହକ ଯେତିକି ତା ଓଠର ହସ ଦେଇ ବାହାରି ଆସୁଥିଲା ଆଶଙ୍କାର ଉଷୁମ ବି ସେତିକି ବାରି ହେଉଥିଲା ତା ମୁଖମଣ୍ଡଳରେ।ଭାଇକୁ ପ୍ରଣିପାତ ପରେ ଇସାରାରେ ଭାଉଜକୁ ଚିହ୍ନି ଭକ୍ତିପୂତ ପ୍ରଣାମ ଜଣାଇଲା ଅନୀତା।ସଙ୍କୋଚରେ କହିଥିଲା ଭାଇ,ମୋର ଭୁଲ୍ ହୋଇଯାଇଛି।ତୁମେ ଫୋନ୍ ରିସିଭ୍ ନ କରିବାରୁ ବ୍ୟସ୍ତ ହୋଇ ଚାଲି ଆସିଲି ତୁମ ଘରକୁ ବିନା ଅନୁମତିରେ।ଭାଉଜ ଆପଣ ମୋତେ ଯେଉଁ ଦଣ୍ଡ ଦେବେ ତାହା ନିଃସଙ୍କୋଚରେ ଗ୍ରହଣ କରିବି।ମାନସୀର ହୃଦୟରୁ ସନ୍ଦେହର ଖଣ୍ଡିଆଭୂତ ଗୁଡାକ ଧିରେ ଧିରେ ଅପସରି ଗଲା ପରି ଲାଗିଲା।ସମ୍ପର୍କର ଆଇନାଟା ଏତେ ଚିକ୍କଣ ଓ ଏତେ ସ୍ୱଚ୍ଛ ତା
ଅସ୍ୱଚ୍ଛ ମନ ଏବେ କଳିପାରିଲା।ନିଜ ସ୍ୱାମୀର ମହାନତା ଏତେ ..ମାତ୍ର ସେ ତାଙ୍କୁ ନୀଚ୍ଚ ପରି କଦର୍ଯ୍ୟ ବ୍ୟବହାର କରିଛି ସେଥିପାଇଁ ନିଜ ବିବେକକୁ ବାରମ୍ବାର କୁଠାରଘାତ କରିଥିଲା।ଏ ଭାଇ ଡାକର ମହତ୍ତ୍ୱ..ଭଉଣୀ ପ୍ରତି ଭାଇର ମମତାର ନିବନ୍ଧନକୁ ସେ ଶହେ ସଲାମ୍ କଲା।ନିଜକୁ ଶତ ଧିକ୍କାର କଲା।ଆଖିରୁ ଅମାନିଆ ନିଷ୍ଠୁର ନିର୍ଲଜ ଅଶ୍ରୁଗୁଡାକ ଧାର ଧାର ହୋଇ ବହିଯାଉଥାଏ।ଲଜ୍ଜାରେ ମଥାନତ କରି ଅନୀତାକୁ କହିଲା...ଅନୀତା ମୋତେ କ୍ଷମା କର।ଆଖିରୁ ଲୁହ ପୋଛି ଦେଇ ଅନୀତା କହିଲା..ତୁମେ ପରା ମୋ ଭାଉଜ,ହିନ୍ଦୁ ଧର୍ମ ଅନୁସାରେ ବଡ ଭାଉଜ ମା' ସମାନ।ମା' କେବେ ତା ଝିଅକୁ କ୍ଷମା ମାଗିପାରେ?ମାନସ ଆଡକୁ ଯାଇ ମାନସୀ କହିଲା.. ମୋତେ କ୍ଷମା କରିଦିଅ।ମଥାକୁ ଆଉଜେଇ ନେଇ ମାନସ କହିଲା..ଆମେ ପରା ଜନମ ଜନମର ସାଥୀ...ତମର ଏ ସାମାନ୍ୟ ସନ୍ଦେହକୁ ମୁଁ କ'ଣ ଭୁଲ୍ ଭାବିପାରେ।ତା ଛଡା ମୋ ଭଉଣୀ ତ ତୁମକୁ କ୍ଷମା କରିଦେଇଛି...।
ମାନସୀର ଆଖିର ଲୁହ କିଛି କହୁଥିଲା...କିଛି ଅଭାବ ଅନୁଭବ କରିଥିଲା।ତା'ର ତ ଭାଇ ନାହିଁ ସେ କେମିତି ବା ଜାଣିଥାନ୍ତା ଭାଇ ଭଉଣୀର ସମ୍ପର୍କ!ମନେ ମନେ ଗର୍ବ ଅନୁଭବ କଲା ଏଇ ଓଡିଆ ମାଟିର ବୋହୂ ବୋଲି।ଯେଉଁ ସଂସ୍କୃତି ଖିଏ ସୂତାରେ ବାନ୍ଧେ ଭାଇ ଭଉଣୀର ମମତା ଡୋରି,ପଦିଏ ମଧୁବୋଳା ଡାକରେ ଚଢେ ସମ୍ପର୍କର ସରଗକୁ ସିଡି ସେଇ ସଂସ୍କୃତିର ପୂଜାରୀ ତା ନିଜ ସ୍ୱାମୀ।ଯେକି ମାନବିକତାର ସ୍ପର୍ଶରେ ଧରମ ଭାଇରୁ ରକ୍ତର ଭାଇଠୁ ଅଧିକ ହୋଇପାରିଛନ୍ତି ସେ କେଡେ ମହାନ...ଯେ ସେଭଳି ସ୍ୱାମୀର ସ୍ତ୍ରୀ!ମାନସ ..ଅନୀତାର ହାତରେ ଉପହାର ଦେଖି..ପଚାରିବାରୁ..ଅନୀତା କହିଲା..ଭାଇ,ଆଜି ମୁଁ ଚାକିରି ପାଇଯାଇଛି।ଯେଉଁ ଭାଇ ତାକୁ ଇଜ୍ଜତ,ଜୀବନ ଦେଇ ନୂଆ ଜୀବନ ଦେଇଛି ସେ ଭାଇ ପାଇଁ ଗରିବ ଭଉଣୀଟାର ଛୋଟ ଉପହାରଟିଏ।ଶ୍ରଦ୍ଧାରେ ମାନସୀ କୁଣ୍ଢେଇ ନେଇଥିଲା ଅନୀତାକୁ..। କହିଥିଲା ଏ ତୁମ ଧରମ ଭାଇ ନୁହଁ ଆଜିଠୁ ତୁମେ ମୋ ଗେହ୍ଳା ନଣନ୍ଦ ଓ ସେ ତୁମ ନିଜ ଭାଇ॥
🔥 ଏକ ଦରଦୀ ଆତ୍ମାର ଅନ୍ତର୍ଧ୍ୱନି🔥
ଶୀତ ସକାଳଟାରେ ବି ବିଶ୍ୱଜିତଙ୍କ କପୋଳ ଦେଶରେ ଅନେକ ଘର୍ମବିନ୍ଦୁ...।ବେଡରୁମର ଝରକାପାଖରେ ଥିବା ଥୁଣ୍ଟା ଆମ୍ବଗଛଟା ଉପରୁ ଭାସିଆସୁଥିବା ଡାମରାକାଉର କର୍କଶଭାବ ଖୁବ୍ ଅସହ୍ୟବୋଧ ହେଉଛି ତାଙ୍କୁ।ଅନେକ ଅସମାହିତ ପ୍ରଶ୍ନଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ।ହଟାତ୍ ଟେଲିଫୋନର କ୍ରିଙ୍ଗ କ୍ରିଙ୍ଗ ଆବାଜରେ ନିଜକୁ ପ୍ରକୃତିସ୍ଥ କରିନେଲେ ବିଶ୍ୱଜିତ୍...।
ଅତି ସନ୍ତର୍ପଣରେ ରିସିଭ୍ କଲେ ଫୋନ କଲ୍। ଟାଉନ ଥାନା ଇନ୍ସପେକ୍ଟରଙ୍କ ଡକରା,ମହାନଦୀ ବ୍ରିଜରୋଡ୍ ଉପରେ ଏକ ଆକସ୍ମିକ ଦୁର୍ଘଟଣାରେ, ମୃତ ଜନୈକା ବୃଦ୍ଧାଙ୍କ ହାତରୁ ହସ୍ତଗତ ହୋଇଥିବା ଏକ ହାତଲେଖା ଚିଠିରେ ଲେଖା ଅଛି,ତାଙ୍କ ନାମ ଓ ଠିକଣା।ଭୟ ଓ ଆଶଙ୍କାର ଭୂତାଣୁଗୁଡାକ କଲବଲ କଲା ତାଙ୍କୁ।କିଏ,କାହିଁକି.. ଆଦି ପ୍ରଶ୍ନବାଚକ ଚିହ୍ନର ମହାରଥୀମାନେ ଘୁରିବୁଲିଲେ ଠିକ୍ ଚକ୍ରବ୍ୟୁହ ପରିକ୍ରମଣ ପରି।ଗତକାଲି ମା' ନୁହଁ ବୋଲି କହି ଯେଉଁ ମା'କୁ ସେ ସିକ୍ୟୁରିଟି ହାତରେ ଧକ୍କାଦେଇ ବାହାର କରିଦେଇଥିଲା .ସେଇ ମା' ନୁହଁ ତ? ହୃତସ୍ପନ୍ଦନର ତ୍ୱରଣ ତାଙ୍କୁ ଅସହାୟ କରିଦେଉଥିଲା। ବ୍ୟସ୍ତ, ବିବ୍ରତରେ ଅହଙ୍କାରୀ ଅଡିକାରରେ ଚଟାପଟ୍ ବାହାରିପଡିଲା ସେ ଉତ୍କଣ୍ଠାକୁ କାନ୍ଧରେ ବସାଇ।ଘଟଣାସ୍ଥଳୀରେ ଭିଡ ହଟାଇ ଯାହା ଦେଖିଲେ ତାଙ୍କ ଆଖି ବାରମ୍ବାର ବିଶ୍ୱାସ କରିବାକୁ ମନାକରୁଥିଲା।ପ୍ରାଚୁର୍ଯ୍ୟ ଓ କ୍ଷମତାର କାଚମହଲଟା ସତେ ଯେମିତି ଭାଙ୍ଗିତୁଟି ଚୁରମାର ହୋଇଗଲା ତାଙ୍କ ବୁକୁଫଟା ଚିତ୍କାରରେ।ଲୁହର ବନ୍ୟାରେ ବୁଡିଗଲା ତାଙ୍କ ଭରସାର ତରୀଟା। ତାଙ୍କ ଅମଣିଷ ପଣିଆକୁ ଶତବାର ଧକ୍କା ମାରୁଥିଲା ବିବେକ। କାରଣ ସେ ଥିଲେ ତାଙ୍କ ଅନ୍ଧୁଣି ମା'। ଯିଏ ବୁକୁଚିରା ରକ୍ତ ପିଆଇ ଗଢିଥିଲା ତାଙ୍କ ଜୀବନ, ଯିଏ ନିଜ ଜୀବନକୁ ତିଳତିଳ ଦଗ୍ଧ କରି ଫୁଟାଇଥିଲା ତା ଅଧରରେ ହସର ଗୋଲାପ,ତାଙ୍କୁ ସେ ପରୋକ୍ଷରେ ମାରି ସାଜିଲା ମାତୃହନ୍ତା !ନିଜକୁ ଶତ ଧିକ୍କାର କରି ଶୁଷ୍କ ଚଟାଣରେ ପିଟୁଥିଲା ତା କ୍ରୀତଦାସର ମୁଣ୍ଡ॥ କନେଷ୍ଟବଳ ଧରାଇ ଦେଲେ ଅନ୍ଧୁଣୀ ମା' ହାତରୁ ମିଳିଥିବା ଚିଠି ଖଣ୍ଡକ।ଆବେଗ ଭରା କଣ୍ଠରେ ଏକ ଲୟରେ ପଢିଚାଲିଲେ ବିଶ୍ୱଜିତ୍ ନିଜ ଦରଦୀ ମାଆର ହୃଦୟର କେଇପଦ ଶେଷକଥା।
ବାବାରେ,ଯମପୁରରୁ ମୋତେ ଡକରା ଆସିଲାଣିରେ ଧନ।କହିବି କହିବି ବୋଲି ରହି ଯାଇଥିବା ଅକୁହା କଥାକୁ କହୁଛି ମନଦେଇ ବୁଝି କାମରେ ଲଗାଇବୁ।ଦୁଇ ମାସର ହୋଇଥିଲୁ, ଅସାଧ୍ୟ ରୋଗରେ ପଡିଲୁ।ସମସ୍ତେ କହିଲେ ବଞ୍ଚିବୁନି, ଆଖିରୁ ନିଦ ହଜିଗଲା।।ଜମିଖଣ୍ଡିଏ ବିକି ବଡ ଡାକ୍ତରଖାନା ନେଲି,କେତେ ଦିଅଁ ଦେବତାଙ୍କୁ ଡାକିଲି। ଠାକୁର ମୋ କଥା ଶୁଣିଲେ,ତୁ ଭଲ ହୋଇଗଲୁ ସିନା ହେଲେ ସାରା ଜୀବନ ଅନ୍ଧ ହୋଇଗଲୁ।ଭାବିଲି ମୋ ଆଖି ଥାଇ ଲାଭ କ'ଣ ,ତୋ ଆଖିରେ ମୁଁ ଦୁନିଆଁ ଦେଖିବି।ତୋତେ ଆଖି ଦୁଇଟା ଦେଲି ମାତ୍ର ଦେଇଛି ବୋଲି କେବେ ବି କହିନି କାରଣ କାଳେ ଜାଣିଲେ ତୁ ନିଜକୁ ଅସହାୟ ମନେ କରିବୁ। ତୁ ମୋତେ ବହୁତ ଭଲ ପାଉଥିଲୁ। ସାଥି ମାନେ ଅନ୍ଧୁଣୀ ପୁଅ କହି ଚିଡାଇବାରୁ ଧିରେ ଧିରେ ମୋତେ ଘୃଣା କରି ବସିଲୁ।ବଡ ହେଲୁ,ଚାକିରୀ କଲୁ,ବିବାହ କଲୁ, ସ୍ତ୍ରୀ କଥାରେ ମୋତେ ଭୁଲିଗଲୁ, ଘୃଣାବି କଲୁ ଆଉ.. ମୋତେ ପଚାରିଲୁ ନାହିଁ। ଆଉ ଗୋଟେ ଏମିତି କଥା କହିବିରେ ଧନ ଶୁଣିଲେ ତୋ ପାଦ ତଳୁ ମାଟି ଖସିଯିବ। ତୁ ଏକ ଅବୈଧ ସନ୍ତାନ।ତୋ କୁଆଁରୀ ମା'ଟାକୁ ଆତ୍ମହତ୍ୟାରୁ ବଞ୍ଚାଇବାକୁ ଯାଇ ତୋତେ ପାଳିଥିଲି। ତା ସର୍ତ୍ତରେ ରାଜି ହେଲି ସତ ହେଲେ ମୋ ସ୍ୱାମୀର ସନ୍ଦେହରେ ବି ମୋ ସଂସାର ଉଜୁଡିଗଲା। କେତେ ଆଶା ଥିଲା..ହେଲେ....। ଜୀବନରେ ଅନ୍ଧ,ଛୋଟା ଅସହାୟଙ୍କୁ ଦେଖି ଘୃଣା, ପରିହାସ କରିବୁନି।ମୋ କଥା ରଖିବୁ,ତୋ ଜନ୍ମକଲା ମା'କୁ ଖୋଜିବୁ,ବିଚାରୀକୁ ଭୁଲ୍ ବୁଝିବୁ ନାହିଁ। ଇତି ତୋର ହତଭାଗିନୀ ମା'।
ବିଶ୍ୱଜିତର ଆତ୍ମାର ଆକାଶଟା ସତେ ଯେମିତି ଛିଡି ପଡିଲା । ଅନ୍ଧୁଣି ମା'ର ଶବକୁ ଧରି ବାହୁନି କାନ୍ଦିଲା। ମା ସହ ପିଲାଦିନର ଅଭୁଲାସ୍ମ୍ରତିସବୁ ନାଚି ଉଠିଲା ତା ଆଗରେ । ତା ସ୍ନେହ ଓ ତ୍ୟାଗର ଅପୂର୍ବ ପୁଲକ ତା ହୃଦକୁ ଆନ୍ଦୋଳିତ କଲା। ଶତ ଧିକ୍କାର କଲା ନିଜକୁ।
ସମବେଦନାର ବୁଢୀ ଅସୁରାଣୀଟ ତାକୁ ରାମ୍ପୁଡି ପକାଇଲା।ତା ବିବେକ ଶତ ଧିକ୍ କରି କହିଲା ଛି ଛି ରେ ବିଶ୍ୱଜିତ୍ ଧିକ୍ ତୋ ପୁଅ ପଣିଆ। ଭିଡ ଭିତରୁ ଶୁଣିବାକୁ ପାଇଲା ଏଟା ଗୋଟେ ଅମଣିଷ, କୁଳାଙ୍ଗାର;ଏଭଳି ପୁଅ ଜନ୍ମ ହେବା ଆଗରୁ ମରିଯାଇଥିଲେ ଭଲ ହୋଇଥାନ୍ତା।
ପରିତାପର ବହ୍ନିରେ ନିଜକୁ ଦଗ୍ଧ କଲା ସେ। ନିଜକୁ କୃତଘ୍ନ, ଅମଣିଷ; ଅହଙ୍କାରୀ ଓ ଆଭିଜାତ୍ୟରେ ଅନ୍ଧ କ୍ରୀତଦାସ ଭାବି ଆତ୍ମହତ୍ୟା କରିବାକୁ ସିଦ୍ଧାନ୍ତ ନେଲା। ମାତ୍ର
ଆତ୍ମହତ୍ୟା ଯେ ମହାପାପ।ଦୂର ଦିଗବଳୟକୁ ଚାହିଁଲା।ଭସାବାଦଲ ଫାଙ୍କରୁ ସତେ ଯେମିତି ତା ମା ଇଙ୍ଗୀତ ଦେଉଥିଲା ତା ଶେଷଇଚ୍ଛା ପୂରଣ କରିବାକୁ। ସେଇଦିନୁ ନିଜ ଜନ୍ମଦାତ୍ରୀର ଅନ୍ୱେଷଣରେ ଚାଲିଲା ବିଶ୍ୱଜିତ୍...॥
*ପ୍ରଫୁଲ୍ଲ ଭାଇ ଜିନ୍ଦାବାଦ୍*
ଏଇମିତି କଂଗ୍ରେସ,ବିଜେଡି,ବିଜେପି,ସ୍ୱାଧୀନ ଦଳର ପ୍ରଚାର ଗାଡି,ମାଇକ୍,ପତାକା,ବ୍ୟାନର ସାଙ୍ଗକୁ ଏକ ଅଷ୍ଟାଶ୍ଚର୍ଯ୍ୟ ଦେଖିବାକୁ ମିଳିଥିଲା,ଜଣେ ଦିଵ୍ୟାଙ୍ଗ, ମାନେ ଏଇ ଅନ୍ଧ ପ୍ରଫୁଲ୍ଲର ପ୍ରଚାର।ବାପ୍ ରେ ବାପ୍।ଗୋଟେ ଭଙ୍ଗା ଟ୍ରଲି ଉପରେ ବସି ହାରମାନୀ ଧରି କି ମଧୁର ସ୍ୱରର ଗୀତ। ବାସ୍ତବରେ ଶୁଣିଲେ ଘଡ଼ିଏ ଅଟକିଯିବ।
କିଏ କିଏ ବି କହୁଥାଆନ୍ତି ଆରେ ଭାଇ ଇଏ କୋଉ ଦଳର?କିଏ କି କୁହନ୍ତି ଏଟା ଶଳା ପାଗଳ ଟା ବେ। କେହି କେହି ଥଟ୍ଟା କରି କୁହନ୍ତି, କ'ଣ ପ୍ରଫୁଲ୍ଲ ଭାଇ- ପ୍ରଚାର କେମିତି ଚାଲିଛି?କିଏ ବି କୁହେ; କିରେ ପ୍ରଫୁଲ୍ଲ ତୋର କୋଉ ପାର୍ଟିରେ ?ପ୍ରଫୁଲ୍ଲର ମୁହଁ କୁ ଚାହିଁଲେ ଲାଗେ ଅନେକ ଅସମାହିତ ପ୍ରଶ୍ନର ଉପନ୍ୟାସ ତା ହୃଦୟରେ ଲେଖା।ମନରେ ବିପ୍ଳବର ପ୍ରଶ୍ନ ଆସିଲା ସତରେ ଏ ପ୍ରଫୁଲ୍ଲ କଣ ପାଗଳ?ନାଁ ପାଗଳ କ'ଣ ଏତେ ସୁନ୍ଦର ଲାଳିତ୍ୟ ଗୀତ ଗାଇପାରିବ, ଏତେ ଭାବ ଦେଇ ପାରିବ ? ତେବେ ସେ ତ କେଉଁ ପାର୍ଟିର ପ୍ରଚାର କରୁନାହିଁ, ତେବେ...। ତା ଗୀତର ଅର୍ଥ କହୁଛି କାହାଠୁ ଲାଞ୍ଚ ଖାଇ ଭୋଟ୍ ଦିଅନା,ନିଜ ମନ ବିବେକ ଯାହାକୁ କହୁଛି ତାକୁ ଦିଅ,ଲୁଗା ପଟା ପାଇ, ମଦ ମାଂସ ଖାଇ ଖରାପ ଲୋକକୁ ଭୋଟ୍ ଦିଅନା,ଭଲ ଲୋକକୁ ଦେଇ ଭାରତମାତାର ସମ୍ମାନ ବଢାଅ,ପୁଣି ଗୋଲାମୀ ସାଜି ଇଂରେଜ ଶାସନକୁ ଡାକିଆଣନା।ତେବେ, ତାର ଯାଏ ଆସେ କେତେ।ନାଁ ଏହା ଭିତରେ କିଛି ଗୂଢ ରହସ୍ୟ ଥିବ ସନ୍ଦେହ କରି, ଭାବି ଘରକୁ ଗଲା ବିପ୍ଳବ।
ଘରେ ବିପ୍ଳବର ମନ ମାନୁ ନ ଥିଲା।କୌତୁହଳ ତାକୁ ଉଠ ବସ କରୁଥାଏ।ତା ମନ, ବିବେକ ଓ ଆତ୍ମା କହୁଥାଏ ଏ ପ୍ରଫୁଲ୍ଲର ଉଦ୍ଦେଶ୍ୟ କ'ଣ ।ତା ମନ ଅସମ୍ଭାଳ ହେଲା। ସେ ଭାବିଲା ପ୍ରଫୁଲ୍ଲ ଘରକୁ ଯାଇ ତାକୁ ପଚାରି ସବୁ ବୁଝି ଜାଣିବ।ଉତ୍କଣ୍ଠାର ଗଜା ଗୁଡାକ ସତେ ଯେମିତି ଚାହିଁଥିଲା ସକାଳ ସବିତାର ସୁନେଲି କିରଣର କଅଁଳ ଛୁଆଁ।ସନ୍ଧ୍ୟାର ଶୀତଳ ଛୁଆଁକୁ ପରଶ ମୁଣାରେ ଧରି ଚାଲିଲା ଚାଲିଲା ପଚାରି ପଚାରି ଗାଁ ମୁଣ୍ଡ ଶେଷରେ ଥିବା ପ୍ରଫୁଲ୍ଲ ଘରକୁ।ଘର ନିକଟରେ ଛିଡ଼ାହୋଇ ଶୁଣିଲା ଏକ କରୁଣ କ୍ରନ୍ଦନ।କବାଟକୁ ଠକ୍ ଠକ୍ କଲା । କିଛି ସମୟ ପରେ ପ୍ରଫୁଲ୍ଲ ଆସିଲେ ତାଙ୍କ ଚିର ସହାୟକ ରିକ୍ସାରେ।ସନ୍ତର୍ପଣରେ ଆଖିରୁ ଲୁହ ଗୁଡାକୁ ପୋଛି ଦେଇ ସ୍ୱାଭାବିକ ଭାବେ ଅଭିବାଦନ ଜଣାଇ ଡାକି ନେଲା ଘରକୁ।
-ଆପଣ କାନ୍ଦୁଛନ୍ତି ! ବିପ୍ଳବ ପଚାରିଲା।
-ନା ବାବୁ ଆଖିରେ ଧୂଳି ଟିକେ ପଡିଗଲା ତ ।
ବିପ୍ଳବ ସବୁକିଛି ଜାଣି ପାରିଲା,ଅନ୍ଧ..ଆଖିରେ ପୁଣି ଧୂଳି ! ହେଲେ ଦିବ୍ୟାଙ୍ଗ ପ୍ରଫୁଲ୍ଲ ମନରେ ଛପି ରହିଥିବା ଅବ୍ୟକ୍ତ କାହାଣୀ ଶୁଣିବାକୁ ତା"ର ଉତ୍କଣ୍ଠା ବଢ଼ିଲା।ସେ ପଚାରିଲା, ପ୍ରଫୁଲ୍ଲ ଭାଇ, ଆପଣତ କୌଣସି ଦଳର ନୁହଁନ୍ତି, ମାତ୍ର ବୁଲି ବୁଲି ଗୀତ ଗାଇ ଏସବୁ କାହିଁକି ପ୍ରଚାର କରୁଛନ୍ତି !କିଛି ଆପତ୍ତି ନ ଥିଲେ ଜାଣିପାରେକି?
ଦେଶ ବହୁତ ତଳକୁ ଖସି ଗଲାଣି ଆଜ୍ଞା,ଯେଉଁ ନେତା ମନ୍ତ୍ରୀ ଶାସନ କଲେ ବାହାଦୂରି ଦେଖାଇ ଦେଶକୁ ଋଣ ଭାରରେ ବୁଡାଇ ଦେଲେଣି। ଦେଶ ତ ବିକ୍ରିହେବା ଉପରେ।ତ୍ୟାଗ ନାହିଁ ନିଷ୍ଠା ବି ନାହିଁ ଦେଶପ୍ରେମ ବି ଖୋଜିଲେ ମିଳୁନି। ଆମେ ଯଦି ସଜାଗ ନ ହେବା ତେବେ ପୁଣି ପରାଧୀନ ଭାରତ କୁ ଫେରି ଯିବା ଯେ ?ପ୍ରଫୁଲ୍ଲ ଉତ୍ତର ଦେଇଥିଲା।
ହେଲେ ଆପଣ ମୋତେ କିଛି ଲୁଚାଉଛନ୍ତି..ଏ ମହତ ଉଦ୍ଦେଶ୍ୟ ପଛରେ ମୋତେ ଲାଗୁଛି କିଛି ବିଚିତ୍ର କାହାଣୀ ଲୁଚି ରହିଛି,ଯଦି ମୋତେ ଆପଣାର ମନେ କରନ୍ତି କହିଲେ ମୁଁ ସହଭାଗୀ ହୁଅନ୍ତି।ମୁଁ ଜଣେ ସମାଜସେବୀ, ସଂଗଠକ, କୌଣସି ନେତା ନୁହଁ,ଆପଣଙ୍କ ଗାଁରେ ବାସ କରୁଥିବା ଦରଦୀ ମଣିଷଟିଏ। ବିପ୍ଳବ ସହୃଦୟେ ବିନତି ଜଣାଇଲା।
ହଉ ବାବୁ କହୁଛ ଯଦି ବର୍ଷ ବର୍ଷ ଧରି ଲୁଚାଇ ରଖିଥିବା ଅକୁହା କଥାକୁ କହୁଛି।ଏହା କହି କାନ୍ଥରେ ଟଙ୍ଗା ହୋଇଥିବା ଫଟୋକୁ ଦେଖିବାକୁ କହିଲା। ଏକ ସୁନ୍ଦରୀ ତରୁଣୀର ଫଟୋ,ଏକ ମନଲୋଭା ଦମ୍ପତିଙ୍କ ଫଟୋ ଓ ଏକ ଦିବ୍ୟ ସୁନ୍ଦର ଯୁବକର ଫଟୋଚ୍ଚିତ୍ର।ବାବୁ ଏ ମୋ ସ୍ତ୍ରୀ,ଆମ ବିବାହ ଫଟୋ ଓ ଅନ୍ୟଟି ମୋ ଯୁବକ ଅବସ୍ଥାର ଫଟୋ।ଫଟୋ ଓ ଏବେର ପ୍ରଫୁଲ୍ଲ କୁ ବାରମ୍ବାର ଦେଖୁଥାଏ ବିପ୍ଳବ, ମେଳ କରୁଥାଏ ସଦ୍ୟ ଅତ୍ୟାଧୁନିକ କମ୍ପ୍ୟୁଟର ପରି। କି ଆକାଶ ପାତାଳ ଫରକ ! ମୋର ଥିଲା ଏକ ଛୋଟିଆ ସଂସାର ଆଜ୍ଞା । ସେତେବେଳର ପ୍ରଖ୍ୟାତ ସାମ୍ବାଦିକ ପ୍ରଫୁଲ୍ଲ ମହାପାତ୍ର ଥିଲି ମୁଁ।ଅସାମାଜିକ,ଅସଭ୍ୟ,ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କର ମୁଁ ଥିଲି କାଳଗ୍ରହ।ନିଷ୍କଳଙ୍କ ସମାଜ ଗଠନ
ଥିଲା ମୋ ଲକ୍ଷ୍ୟ।ନିଜ ଜୀବନକୁ କେବେ ହିଁ ସାରୁପତ୍ରରେ ବାନ୍ଧି ରଖି ଘର କୋଣରେ ଲୁଚି ରହିବାକୁ ପସନ୍ଦ କରିନଥିଲି।ସେ ସମୟରେ ଥିଲେ ଜଣେ ମନ୍ତ୍ରୀ ମାନବେନ୍ଦ୍ର ପଟ୍ଟନାୟକ ଯେ କି ପ୍ରସିଦ୍ଧ କାଠ ମାଫିଆ,ଅଫିମ ଓ ବ୍ରାଉନ ସୁଗାର ଚାଲାଣ ବେପାରୀ ।ସେତେବେଳେ ସେ ଥିଲେ କଂଗ୍ରେସ ଦଳର ଟାଣୁଆ ନେତା ଓ ତାଙ୍କ ଦଳ ସରକାରରେ ରହି ଶାସନ କରୁଥାଏ।ଖାଲି ସେତିକି ନୁହଁ ଅନେକ ସରଳା ନିରୀହା ଝିଅଙ୍କର ଇଜ୍ଜତ ନେଇ ଓ କେତେକଙ୍କୁ ବେଶ୍ୟାବୃତ୍ତି ପାଇଁ ଚାଲାଣ କରିଥାନ୍ତି ସେ ବିଦେଶକୁ।ଦିନକର କଥା,ତାଙ୍କ ଆଡ୍ଡା ସ୍ଥଳୀରେ ଚାଲିଥିଲା ବ୍ରାଉନ ସୁଗାର ବୋଝେଇ ଓ ଗୋଟେପଟେ ଏକ ଅବଳାକୁ ଧର୍ଷଣ,ଶୁଭୁଥିଲା ହତଭାଗିନୀର କରୁଣ ଚିତ୍କାର।ସେହି ବାଟ ଦେଇ ଗଲାବେଳେ ଶୁଣିଲି ସେ ଚିତ୍କାର, ଫାଟିଯାଉଥିଲା ମୋ ଅସମ୍ଭାଳ ହୃଦୟଟା।ଲୁଚି ଲୁଚି ଉଠାଇ ଆଣିଲି ଫଟୋ।ମାତ୍ର ସୁରାକ ପାଇ ମନ୍ତ୍ରୀର ଅନୁଗତ ଗୁଣ୍ଡାମାନେ ମୋ ଘରକୁ ଆସିଲେ,ମୋତେ ଧମକ ଚମକ ଦେଲେ,କିଛି ଫଳ ହେଲାନାହିଁ। ଶେଷରେ ମୋତେ ବାନ୍ଧି ନିସ୍ତୁକ ମାଡ଼ ମାରି ମୋ ଆଖି ଆଗରେ ମୋ ସ୍ତ୍ରୀକୁ ଧର୍ଷଣ କଲା ସେ ମନ୍ତ୍ରୀ ଓ ତାକୁ ଜୀବନରୁ ମାରି ଚକ୍ରାନ୍ତ କରି ମୋତେ ସଜାଇଲା ମୋ ସ୍ତ୍ରୀର ହତ୍ୟାକାରୀ।
ଜେଲ୍ ଜୀବନ ସରିଲା,ଅନ୍ତରରେ ଜଳୁଥିଲା ବିଦ୍ରୋହ, ପ୍ରତିଶୋଧର ନିଆଁ।ଭାବିଲି ବିଜେଡି ସରକାରଙ୍କୁ ଆପଣେଇବି । ଜଣେ ଭଦ୍ର ଦୟାଳୁ ବ୍ରହ୍ମଚାରୀ ଏ ଦଳର ମୁଖ୍ୟ ତାଙ୍କ ସାହାଯ୍ୟରେ ପ୍ରତିଶୋଧ ନେଵି,ନ୍ୟାୟ ପାଇବି ।ଦଳ ପାଇଁ ବହୁତ କାମ କଲି।ମୋ ବିଶ୍ୱସ୍ତତା ପାଇଁ ମୁଖ୍ୟମନ୍ତ୍ରୀ ବି ମୋତେ ବହୁତ ଭଲ ପାଇଲେ।ଭାବିଲି ସମୟ ଦେଖି କହିବି।ହେଲେ ମୋ ସାଥୀମାନେ ମୁଖ୍ୟମନ୍ତ୍ରୀ ଙ୍କ ସହ ମୋ ନିବିଡ଼ତା ସହିପାରିଲେ ନାହିଁ, ମୋ ପ୍ରଶଂସା ବି ସହିପାରିଲେ ନାହିଁ।ମୋ କଥା ଜଣାଇଥିଲି, ପ୍ରତିଶୃତି ବି ପାଇଥିଲି ସମୟ ଦେଖି ବୁଝିବେ ବୋଲି। ହେଲେ ବିଶ୍ୱାସଘାତକ ସହକର୍ମୀ ମାନେ ଦିନେ ମୋତେ ଗାଡି ଆକ୍ସିଡେଣ୍ଟ କରାଇଲେ।ବଞ୍ଚିଗଲି ସିନା, ହେଲେ ଦୃଷ୍ଟିଶକ୍ତି ହରାଇଲି।ମଝିରେ ଶୁଣିଥିଲି ବିଜେପି ଦଳଟିଏ ସ୍ୱଚ୍ଛ- ନିର୍ମଳ, ବହୁତ ବଡ଼ ବଡ଼ ଭଲ କଥା କହୁଛି।ଦିନେ ଦଳର ହାଇକମାଣ୍ଡକୁ ଦେଖାକଲି।ମୋ ଦୁଃଖ ଜଣାଇଲି।ମାତ୍ର ସେ ଆଗ୍ରହରେ ମୋ କଥା ଶୁଣି ମୋତେ କହିଲେ, ଆଜ୍ଞା ଆମ ଓଡ଼ିଶା ଲୋକ ଆମକୁ ଉପରେ ସିନା ଭଲ କହି ପ୍ରତିଶୃତି ଦେଉଛନ୍ତି ହେଲେ ଆମ ଉପରେ ଭରସା ନାହିଁ ତାଙ୍କର।ଆମେ ସିନା ବଡ଼ ଗର୍ଜ୍ଜନ କରୁଛୁ ହେଲେ ପ୍ରକୃତରେ ଆମେ ସବଳ ନୁହଁ।ଆମ ସରକାର ଆସିଲେ ନିଶ୍ଚୟ ସାହାଯ୍ୟ କରିବୁ।
ଭାବିଲି ଆଉ ରହିଲେ ଏଇ ଛୋଟିଆ ଛୋଟିଆ କୁଜି ସ୍ୱାଧୀନ ଦଳ।ଶିଳ ଶିଳିପତା ଗଗନେ ଉଡୁଛି ଶିମିଳି ତୁଳାକୁ ବା କିଏ ପଚାରେ । ତେଣୁ ଭାବିଛି ଏଇମିତି ପ୍ରଚାର କରିବି, ଲୋକ ଲାଞ୍ଚ ନ ନେଇ ନିଜ ବିବେକ ଅନୁସାରେ ଭୋଟ୍ ନେଇ ଭଲ ନେତାଟିଏ ବାଛିବେ।ଯିଏ ପଇସା ଦେଇ ଭୋଟ୍ କିଣିବ ସେ ଜିତିଲା ପରେ ଆମକୁ ଶୋଷିବ ନା,ଆମ ଦୁଃଖ ସୁଖରେ କ'ଣ ଭାଗୀ ହେବ ! ବିପ୍ଳବ ଦୀର୍ଘଶ୍ଵାସଟେ ପକାଇ ତାରିଫ କଲା। ଲୋମହର୍ଷଣକାରୀ ଖବର ତା ହୃତପୁଣ୍ଡକୁ କ୍ଷତାକ୍ତ କଲା।ତ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ପାଖରେ ମଥାନତ କଲା। ଧନ୍ୟ ଧନ୍ୟ ପ୍ରଫୁଲ୍ଲ।ତୁମ ପାଦ ଧୂଳି ଆମ ଦେଶବାସୀ ପାଇଁ ପବିତ୍ର।ତତପରେ ପଚାରିଲା ଆଜ୍ଞା ଆପଣଙ୍କ ଚିନ୍ତାଧାରାତ ମହାନ।ତେବେ ଆପଣ କଣ ଭାବୁଛନ୍ତି, ଲୋକ ବଦଳିବେ?ଆପଣ ଜଣେ ଚାହିଁଲେ କ'ଣ ଦେଶ ସୁଧୁରିଯିବ ?
ପ୍ରଫୁଲ୍ଲ କହିଲା,ଆଜ୍ଞା ଏଇ ବିଶ୍ୱାସ ବଳରେ ତ ମଣିଷ ବଞ୍ଚିଛି । ତେବେ ଦେଶକୁ ବଦଳାଇବା ପାଇଁ ଜଣେ ଗାନ୍ଧୀ ହିଁ ଯଥେଷ୍ଟ ଥିଲେ।ଲକ୍ଷ ଲକ୍ଷ ମୂର୍ଖ ଅଶିକ୍ଷିତ ଦେଶକୁ ବଦଳାନ୍ତି ନାହିଁ,ଗୋଟିଏ ଭଲ ଇଂଜିନ ର ଡବା ହୋଇ ସଜାଡି ଦିଅନ୍ତି।କେତେଜଣ ଭଲ ଲୋକ ମୋ ହାତରେ ହାତ ମିଳାଇବା ଦରକାର।ଏଇ ଯେମିତି ଆପଣ ମୋତେ ବୁଝି ପାରିଲେ ସେହିପରି ଆପଣ ପାଞ୍ଚ ଲୋକକୁ ବୁଝିପାରିଲେ ଏମିତି ପାଞ୍ଚ ପାଞ୍ଚ ଆକାରରେ ଏହା ଦିନେ ବିଶାଳ ହେବ। ମୋର ଏଭଳି ନେତା ଦରକାର ଯିଏ ନାରୀକୁ ଇଜ୍ଜତ ଦେବ,ଭ୍ରାତୃଭାଵ ରଖି ସାହାଯ୍ୟର ହାତ ବଢ଼ାଇବ ଓ ମନ ଶରୀର ଆତ୍ମାକୁ ସବଳ କରିପାରିବ,ତେବେ ଯାଇ ଦେଶ ଶୁଦ୍ଧ ହୋଇପାରିବ ଓ ମୋ ପରି ନିଷ୍ପେସିତ ମାନେ ନ୍ୟାୟ ପାଇପାରିବେ।ଏହା କହି ସେ ଲେଖା କରାଇଥିବା ପ୍ଲାକାର୍ଡ ଦେଖିବାକୁ କହିଲା।ବିପ୍ଳବ ଦେଖିଲା ସୁନ୍ଦର ତଥ୍ୟ ଲେଖାଅଛି,
"ସ୍ୱଚ୍ଛ କର ଭାଇ ନିଜର ହାତ
ଗଢି ଉଠିବ ମୋ ସୁନା ଭାରତ।"
"ଧରମ ପୁଣ୍ୟର ବଜାଅ ଶଙ୍ଖ
ଚହଲି ଉଠୁ ମୋ ଦୁନିଆଁ ଯାକ।"
"ପାପ ପଙ୍କିଳରୁ ହୁଅ ଉଦ୍ଧାର
ସତ୍ୟରେ ଫୁଟାଅ ପଦ୍ମର ଭାର।"
ବିପ୍ଳବ ମନେ ମନେ କହୁଥାଏ
-ବାଃ ପ୍ରଫୁଲ୍ଲ ବାଃ ! ବାସ୍ତବରେ ଏହିଭଳି ବ୍ୟକ୍ତି ଯଦି ନେତା ହୁଅନ୍ତି ତେବେ ଦେଶ ଉଜ୍ଜ୍ୱଳ ନିଶ୍ଚୟ ହୋଇ ଉଠିବ।
ସେ ପ୍ରଫୁଲ୍ଲକୁ କହିଲା, ପ୍ରଫୁଲ୍ଲ ଭାଇ ଯଦି ତୁମକୁ ନିର୍ବାଚନରେ ନେତା କରାଯାଏ ତେବେ ତୁମେ କଣ ଦେଶକୁ ସଜାଡି ପାରିବା ନାହିଁ।ପ୍ରଫୁଲ୍ଲ ଦୁଃଖ ମିଶା ଗଳାରେ କହିଲା ବାବୁ, କାହିଁକି ଏ ଅନ୍ଧକୁ ଥଟ୍ଟା ପରିହାସ କରୁଛନ୍ତି?ବିପ୍ଳବ କହିଲା ନାଁ ଭାଇ ମୁଁ ଚିନ୍ତା କରିଛି ଆପଣଙ୍କ ପରି ଦେଶ ପ୍ରେମୀ, ବିଦ୍ୱାନ, ସ୍ୱାଭିମନୀ ବୀର ଯଦି ଲୋକ ପ୍ରତିନିଧି ହୁଅନ୍ତି ତେବେ ନିଶ୍ଚୟ ଦେଶ ଆଗେଇବ।ଅନ୍ଧ ତ ଦୂରର କଥା,ଏ ଅତ୍ୟାଧୁନିକ ସମାଜରେ କଣ ବା ଅସମ୍ଭବ ?ମୁଁ ଜଣେ ସମାଜସେବୀ, କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ସ୍ବେଚ୍ଛାକୃତ ଚକ୍ଷୁ ଦାନ କଲେ ମୁଁ ନିଶ୍ଚୟ ଚକ୍ଷୁ ଦିଆ କରାଇବି।ନିଜେ ନ ଲଢ଼ିଲେ ଆପଣଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ କଣ ନିଆ ଯାଇ ପାରିବ ? ନିଦାଘ ଗ୍ରୀଷ୍ମରେ ଅସରାଏ ବର୍ଷା ନବ ଜୀବନ ଦେଲାପରି ପ୍ରଫୁଲ୍ଲର ହୃଦୟରେ ବାସ ଚନ୍ଦନ ଲେପିଲା ପରି ଲାଗିଲା।ସେ ପୁଣି ଥରେ ଦେଖି ପାରିବ, ତା ସ୍ତ୍ରୀ ହତ୍ୟାର ପ୍ରତିଶୋଧ ନେଇ ପାରିବ। ଆଖିରୁ ତାର ବହୁ ଦିନର ପ୍ରତୀକ୍ଷିତ ଆନନ୍ଦର ଅଶ୍ରୁ ବିଗଳିତ ହେଲା।ପୁରୁଣା ସ୍ମୃତିକୁ ସେ ମନେ ପକାଇଲା।ବିପ୍ଳବକୁ ପୁନଶ୍ଚ ତା ଗୀତର ମାଧୁର୍ଯ୍ୟ ଶୁଣାଇବାକୁ ଲାଗିଲା।ମୁଗ୍ଧ ବିପ୍ଳବ ସେହି ଦିନୁ ପ୍ରଫୁଲ୍ଲର ପ୍ରଚାରର ସାଥି ଦେଲା।ମନେ ରଖିଲା ସେ ପ୍ରଫୁଲ୍କୁକୁ ଫେରାଇବ ତା ଦୃଷ୍ଟିଶକ୍ତି।ପ୍ରଫୁଲ୍ଲ ହେବ ନେତା,ନେତା ବସ୍ତ୍ରରେ ଅଗ୍ନୀବର୍ଷି ଭାଷଣରେ ପୁଣି ଦେଖି ପାରିବି ସେ ସେଦିନର ସୁଭାଷଙ୍କୁ।ଥଟ୍ଟା ପରିହାସ କରୁଥିବା ତୋଷାମଦିଆ ମାନେ ବି ଦେଖି କହୁଥିଵେ, ବାଃ ! ବାଃ ! ପ୍ରଫୁଲ୍ଲ ବାଃ।ଆଉ ଗୌରବର ଛାତି ଫୁଲାଇ ବିପ୍ଳବ ସାଗର୍ବେ କହୁଥିବ...."ପ୍ରଫୁଲ୍ଲ ଭାଇ ଜିନ୍ଦବାଦ୍।" "ପ୍ରଫୁଲ୍ଲ ଭାଇ ଜିନ୍ଦାବାଦ୍"।
🎍 *ବିଶ୍ୱାସର ବାୟାବସା*🎍
ଅପରାହ୍ଣର ନିଷ୍ଠୁର ସୁର୍ଯ୍ୟଟା ଆଶାର ଆଶାକୁ ନିରାଶ କରୁଥାଏ।ଆଜବେଷ୍ଟସ୍ ଘରର ଗରମ ହାୱାରେ ସେ ସତେ ଯେମିତି ଅଣନିଃଶ୍ବାସୀ ହେଉଥାଏ।ତା ସାଙ୍ଗକୁ ତା ଦୁଃଖର ଅଂଶୁଘାତ ନିଃସଙ୍ଗତାକୁ କରୁଥିଲା ବିଦ୍ରୁପ ହସ।ମୁହଁରୁ ଝାଳ ଓ ଆଖିରୁ ଅସହାୟତାର ନିରୀହ ଲୁହଗୁଡ଼ାକୁ ଭରସାର ଲୁଗାକାନିରେ ପୋଛି ସ୍ମୃତି ସାଇତା ପୁରୁଣା ଆଲବମଟାକୁ ଧରି ଚାଲିଲା ଘର ପଛ ଆମ୍ବଗଛ ମୂଳକୁ।ପାଖରେ ସମୁଦ୍ର କୂଳର ଶୀତଳ ବାଆର କୋମଳ ସ୍ପର୍ଶରେ ଗଛର ପତ୍ର ଗୁଡାକ ସତେ ଯେମିତି ରଜ ଦୋଳି ଖେଳୁଥାନ୍ତି।ଅବଶ୍ୟ ସେହି ଶୀତଳ ବାଆର କୋମଳ ସ୍ପର୍ଶ ଆମୋଦ ଦେଉଥାଏ ତା ଶରୀରକୁ ହେଲେ ତା ମନରେ ଲାଗିଥିବା ଆଗ୍ନେୟଗିରିର ନିଆଁ ହୁତୁହୁତୁ ହୋଇ ଜଳି ବିବ୍ରତ କରୁଥାଏ କ୍ଷଣକୁ କ୍ଷଣ।ତାକୁ ଲିଭାଇ ଆଶ୍ୱସ୍ତି ହେବା ପାଇଁ ଖୋଲିଲା ଆଲବମର ପୃଷ୍ଠା ଗୋଟିକ ପରେ ଗୋଟିଏ।ଆଖିରେ ପଡ଼ିଲା ଏକ ଏପରି ଫଟୋ,ଯାହାକି ସେଦିନ କରିଥିଲା ରଙ୍ଗୀନ ଓ ଆଜି ସାଉଁଟୁଛି ଶ୍ମଶାନର ମୁଠାଏ ପାଉଁଶ।ତାକୁ ଦେଖି ଦୀର୍ଘଶ୍ଵାସଟାଏ ପକାଇଲା ଆଶା।
ସେ ଥିଲା ପି.ଏନ୍.କଲେଜର ଯୁକ୍ତ ଦୁଇ ୨ୟ ବର୍ଷର କୃତୀ ଛାତ୍ରୀ।ପାଠରେ ଗୀତରେ ନାଚରେ ବକ୍ତୃତାରେ ତା ସମକକ୍ଷ ହେବା ଥିଲା ସଭିଙ୍କ ପାଇଁ କଷ୍ଟକର ବ୍ୟାପାର।ଅଭିନୟ ଥିଲା ସ୍ୱତନ୍ତ୍ର ଓ ଜୀବନ୍ତ।ଆନୁଆଲ ଫଙ୍କ୍ ସନ୍ ରେ ଏକ ନାଟକ ମଞ୍ଚସ୍ଥ ହେଉଥାଏ, ସେଥିରେ ଥିଲା ତାର ନାୟିକା ଚରିତ୍ର।ନାଟକ ଟିର ନାଁ ଥିଲା "ଵିଶ୍ଵାସର ବାୟାବସା"।ତାର ନାୟକ ଥିଲେ ଯୁକ୍ତ ତିନି ୨ୟ ବର୍ଷର ଉଦୀୟମାନ ଯୁବକ ଆକାଶ।ମନେ ପଡ଼ିଲା ତାର ଏକ ଦୃଶ୍ୟର କଥା....
ତୁମେ ମୋତେ ଠକି ଦେବନି ତ ଆକାଶ ଭାଇ.....।
ତୁମର କଣ ମୋ ଉପରେ ବିଶ୍ୱାସ ନାହିଁ ଆଶା....।
ଅଛି ବୋଲିତ ଏ ଖରସ୍ରୋତା ନଦୀକୁ ପାର ହେବା ପାଇଁ ତୁମ ବିଶ୍ୱାସର ହାତକୁ ଧରିଛି।ହେଲେ ମୋତେ ଡର ଲାଗୁଛି ଆକାଶ ଭାଇ,ଯଦି କିଏ ଆମ ବିଶ୍ୱାସର ବାୟାବସାକୁ ଭାଙ୍ଗିଦିଏ....? ଯଦି କେଉଁ ଲହଡି ଆମ ବିଶ୍ୱାସର ହୁଲି ଡଙ୍ଗାକୁ ବୁଡାଇ ଦିଏ....? ଯଦି ଏଭଳି କରିବାକୁ କିଏ ସାହସ ଵି କରେ, ତେବେ ବିଶ୍ୱାସ କର ଆଶା,ତାକୁ ମୁଁ ଜୀଅନ୍ତା ଫାଡ଼ି ଦେବି। ସୁର୍ଯ୍ୟ ବରଂ ପଶ୍ଚିମ ଦିଗରେ ଉଦୟ ହୋଇପାରେ କିନ୍ତୁ ଆକାଶ ତା ଭଲ ପାଇବାର ବାୟାବସାକୁ କେବେ ବି ଭାଙ୍ଗିବାକୁ ଦେବ ନାହିଁ।
ଏହି ନାଟକର ଜୀବନ୍ତ ଅଭିନୟ କିଏ ଜାଣିଥିଲା ତାଙ୍କ ଜୀବନରେ ବାସ୍ତବ ରୂପ ନେବ।ପରସ୍ପରକୁ ଭଲ ପାଇଲେ ଆଶା ଓ ଆକାଶ।ମାତ୍ର ପରସ୍ପରର ପାରିବାରିକ ଜ୍ୟାମିତିକ ରେଖା ସମାନ ନ ଥିଲା ବରଂ ସମାନ୍ତରାଳ ଗତିରେ ବାଟ କାଟୁଥିଲା । ଆକାଶ
ଥିଲା ବିଶିଷ୍ଟ ଶିଳ୍ପପତି ରଂଜୀତ ମହାପାତ୍ରଙ୍କ ଏକୋଇରବଳା ବିଶିକେଶନ, ମାତ୍ର ଆଶା ଥିଲା ମାଟିର ମଣିଷ ଜଣେ ସାଧାରଣ କୃଷକର ଝିଅ।ସାମାଜିକ ଅବସ୍ଥା ଆକାଶ ପାତାଳ ଫରକ।ଆଶା ଭୟ କରି ବାରଣ କରୁଥିଲା ଏ ବନ୍ଧନକୁ କିନ୍ତୁ ଆକାଶ ବିଶ୍ୱାସର ବୈତରଣୀକୁ ଛିଞ୍ଚି ବିଶ୍ୱାସର ନିବିଡ଼ତାରେ ଆର୍ଦ୍ର କରି ଦୃଢ଼ ପ୍ରତିଶ୍ରୁତି ଦେଇଥିଲା ଆଶାକୁ ।
କଥାରେ ପରା ଅଛି "କାନ୍ଥ ବାଡ଼ରେ କାନ ଅଛି" ଆଉ "ଦୁଷ୍ଟ ଲୋକଙ୍କ ତୁଣ୍ଡ ବିଞ୍ଚେ ବିଶ୍ୱ ବ୍ରହ୍ମାଣ୍ଡ" । ତେବେ କଲେଜ, ରାସ୍ତାଘାଟ,ବଜାର,ସମୁଦ୍ରକୂଳ,ପାର୍କରେ ଦୁହିଙ୍କ ଲୁଚାଛପା ମିଳାମିଶାକୁ ସହି ପାରୁନଥିଲା ଏ ସମାଜର ବିଷଆଖି।ସବୁଠୁ ବିପଦ୍ଜନକ ଓ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା ଆଶାକୁ ବାରମ୍ବାର ଲୋଲୁପ ଦୃଷ୍ଟି ନିକ୍ଷେପ କରି ବିଫଳ ହୋଇ ଆସୁଥିବା ଅସାମାଜିକ ବିରେନ୍ ଚୌଧୁରୀ।ସବୁ ଅପଚେଷ୍ଟା ସତ୍ତ୍ଵେ ଆକାଶ ଓ ଆକାଶର ପରିବାରଙ୍କ ନିର୍ମଳ ଚିନ୍ତାଧାରା, ତା ହୀନ ଚକ୍ରାନ୍ତକୁ ପଣ୍ଡ କଲା।
ଘୋଟି ଆସିଲା ଦୁହିଁଙ୍କ ପବିତ୍ର ପ୍ରେମର ସ୍ୱଚ୍ଛ ଆକାଶରେ ଦୁଃଖର କଳାବାଦଲ। ଘନେଇ ଆସିଲା ପ୍ରେମର ଯବନିକା, ସାମୟିକ ଆସନ୍ନ ବିଚ୍ଛେଦର ଡ଼ାକରାରେ।ଆକାଶ ଉଚ୍ଚଶିକ୍ଷା କରିବାକୁ ଯିବେ ପଣ୍ଡିଚେରୀ।ଏ କଥା କାନରେ ଶୁଣିବା ମାତ୍ରେ ଆଶାର ଆକାଶରେ ସତେ ଯେମିତି ଦୁଃଖର ଧୂମକେତୁ ଉଙ୍କିମାରିଲା।ଆକାଶ ଯିବାର ପୂର୍ବ ଦିନ ଆଜି ବି ମନେ ପଡୁଛି,ପ୍ରଣୟର ଅନ୍ତିମ ଦେଖା ହୋଇଥିଲା ମଝି ପାହାଚରେ । ଆଶାର ଆଖିରୁ ବହି ଯାଉଥିଲା ପ୍ରେମର ଅମାନିଆ ଅଶ୍ରୁ।ଦୁଃଖମିଶା ଥରା ଗଳାରେ ଆଶାର ଆଖିରୁ ଲୁହ ପୋଛି ଆକାଶ କହିଥିଲା ସେହି ନାଟକର ପୁରୁଣା ସଂଳାପ,
-"ଆମ ବିଶ୍ୱାସ କଣ ଏତେ ଦୁର୍ବଳ ଆଶା ?"
"-ତୁମେ କଣ ମୋତେ ପୁଣି ଅବିଶ୍ୱାସ କରୁଛ?"
-"ବିଶ୍ୱାସର ବାୟା ବସାକୁ ଗଢିବାର ସ୍ବପ୍ନ ତ ଦେଖିଛି ଆକାଶ ଭାଇ,ହେଲେ.....ତୁମେ ବିଦେଶରେ ରହି ତୁମ ଗାଉଁଲି ଆଶାକୁ ଭୁଲି ଯିବନି ତ?"
-"ନାଁ ରେ ଆଶା, ଏ ଆକାଶ ସବୁ ଭୁଲି ପାରେ ହେଲେ କେବେ ବି ଭୁଲି ପାରିବନି ତାର ପ୍ରେମର ଆଶା ଭରସାକୁ।ଏଇ ରହିଲା ଆମର ପ୍ରେମର ସାକ୍ଷୀ..ଏହା କହି ନିଜ ହସ୍ତର ହୀରକ ହାରକୁ ଆଶାର ଆଙ୍ଗୁଠିରେ।ମୋ ସନ୍ତକକୁ ଛୁଇଁ ମୋତେ ମନେ ପକାଇବ ଆଶା।କେବେ ବି ବିଶ୍ୱାସ ହରେଇବ ନାହିଁ।"
ଚାଲିଗଲା ଆକାଶ ବିଦେଶ,ରହିଗଲା ଆଶା ଅସୀମ ଆଶାକୁ ଆଶାର ସାଗର ଗର୍ଭରେ ରଖି।ସନ୍ତାପିତ ମନକୁ ବାରମ୍ବାର ସାନ୍ତ୍ୱନା ଦେଉଥିଲା ଦୁଷ୍ମନ୍ତଙ୍କ ଦିଆହୋଇଥିବା ସ୍ନେହ, ଶ୍ରଦ୍ଧା, ପ୍ରୀତିର ଶକୁନ୍ତଳାକୁ ଦେଇଥିବା ମୁଦ୍ରିକାକୁ ଚାହିଁ ରହିଥିଲା ପରି।
"ମୋ ଆକାଶ କଣ ମୋତେ ସତରେ ମନେ ରଖିଥିବେ ?, କେବେ ଭୁଲିବେ ନାହିଁ?ନିଜ ମନର ଅବ୍ୟକ୍ତ ଭାଷାକୁ ନିଜ ଉତ୍ତରରେ ସାନ୍ତ୍ୱନା ଦେଇ ଆଶ୍ୱସ୍ତି ପାଉଥିଲା ଆଶା।"
ସତେ ଯେମିତି ଆଶାର ଭାଗ୍ୟ ଆକାଶର ଚାନ୍ଦିନୀ ରାତି ଦୁରେଇ ଦୁରେଇ ଅମାବାସ୍ୟାର କିଟିକିଟା ଅନ୍ଧାରକୁ ବନ୍ଦାପନା କରୁଥିଲା।ତା ସୁଖର ବାଳ ଗୁଡାକ ପାଚି ପାଚି ଯାଉଥିଲା ଓ ଦୁଃଖର ମଞ୍ଜି ଅଙ୍କୁରୋଦ୍ଗମ ହୋଇ ଖୁବ୍ ଦ୍ରୁତ ଗତିରେ ବଢ଼ୁଥିଲା।ସାପ କାମୁଡ଼ାରେ ବାପଟି ଆରପାରକୁ ବାଟ କାଟିଲା।ବୁଢ଼ୀ ମାଆ ଓ ନିଜେ ଟିକେ ଶାନ୍ତିରେ ରହିବାକୁ ତାକୁ ପାଖ ଗାଁରେ ଘରୋଇ ଟ୍ୟୁସନ କରିବାକୁ ପଡିଲା।ଦୁଃଖର ଚାରାଗଛଟା ଯୌଵନରେ ପଦାର୍ପଣ କଲା ।ଦିନେ ବିଳମ୍ବରେ ଟ୍ୟୁସନ ସାରି ଫେରିବା ବାଟରେ ପୂର୍ବ ଯୋଜନାନୁସାରେ ବିରେନ୍ ଉଠେଇ ନେଲା ଆଶାକୁ ଓ ନାସାରେ କ୍ଲୋରୋଫର୍ମ ଶୁଂଘାଇ ପାଶବିକ ଅତ୍ୟାଚାର କଲା।ଉଲଗ୍ନ ଫଟୋ ଉଠାଇ ବିବାହ ନ କଲେ ଫଟୋ ମେଡିଆରେ ଛାଡିବାର ଧମକ ଦେଇ ବାରମ୍ବାର ବ୍ଲାକମେଲ୍ କଲା।ତାର ଏ ଦୁର୍ବାର ଆଶା, ସହସ୍ର ପ୍ରଚେଷ୍ଟା ଶେଷରେ ନିଷ୍ଫଳ ହେଲା।ମାତ୍ର ଦୁଃଖର ଚାରାଗଛଟି ବଢି ମହାଦ୍ରୁମରେ ପରିଣତ ହେଲା।ଏପଟେ ଉଲଗ୍ନ ଫଟୋ ଛାଡି ଆଶାକୁ ବଦନାମ କଲା ତ ସେପଟେ ଅଜାଣତରେ ଶାରୀରିକ ସମ୍ପର୍କର ଲକ୍ଷଣ ତାକୁ କଳଙ୍କିନି ସଜାଇଲା।"ତୁଣ୍ଡ ଵାଇଦ ସହସ୍ର କୋଶ" ପରି ଏ କଦର୍ଯ୍ୟ ଖବର ସମାଜର ବାୟୁମଣ୍ଡଳକୁ ଘାଇଲା କଲା।ଗାଁ ରେ ଛି ଛାକର, ନିନ୍ଦା ଅପବାଦ ସହି ନ ପାରି, ବାଛନ୍ଦରୁ ବର୍ତ୍ତିବାକୁ, ନିଜ ଅସହାୟା ମାଆଟିକୁ ଏ ଅପବାଦରୁ ରକ୍ଷା କରିବାକୁ ବିଶେଷ କରି ଆକାଶର ବିଶ୍ୱାସର ବାୟାବସାକୁ ଅବିଶ୍ୱାସ ନର୍ଦ୍ଦମାକୁ ନ ଠେଲିବାକୁ ଆତ୍ମହତ୍ୟା କରିବାକୁ ଡେଇଁ ପଡିଲା ସମୁଦ୍ରକୁ।ତାପରେ ଦେଖିଲା ଏକ ଯୁବକ ତାକୁ ଆଣି ଘରେ ଚିକିତ୍ସା
କରୁଛି,ବଞ୍ଚାଇଛି।ବିଚରା ପତ୍ନୀହରା ଯୁବକ ଅମ୍ବର ମୋ ଦୁଃଖ ଶୁଣି ମୋତେ ଭାଇର ସ୍ନେହ ଦେଇ ତା ପାଖରେ ଇଜ୍ଜତର ସହ ରଖିଲା।ହେଲେ ମୋ ଦୁଃଖର ଚାରା ବୁଢା ବରଗଛ ପାଲଟିଲା।ଆକାଶ ଫେରିଲେ, ମୋତେ ଖୋଜିଲେ ମାତ୍ର ଏସବୁ ଶୁଣି ମୋତେ ଧିକ୍କାର କଲେ, ଏମିତି କି ବାରନାରୀ ବେଶ୍ୟାର ପ୍ରମାଣପତ୍ର ଦେଲେ।ମୋ ବିଶ୍ୱାସର ବାୟା ବସାଟା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।ମୋ ଆଶାର ସୌଧଟା ଭାଙ୍ଗିତୁଟି ଚୁର୍ ମାର ହୋଇଗଲା।ଏଣେ ଅବୈଧ ସନ୍ତାନର ଜନନୀ ହୋଇ ଅମ୍ବର ଭାଇକୁ ସନ୍ଦେହରୁ ମୁକ୍ତ କରି, ଵିଦାୟ ନେଇ ଚାଲିଆସି ଏ ଅଜଣା ରାଇଜରେ ବଂଚିରହିଛି ଏ ଛୁଆଟିର ଆଖିକୁ ଚାହିଁ।
ସତରେ ମୋର ଭୁଲ କଣ ଥିଲା?ବହିରେ ପଢିଥିବା ବିଶ୍ୱାସର ସଜ୍ଞାଟା କଣ ଭୁଲ ? "ବିଶ୍ୱାସ ହିଁ ଗାଢ଼ତମ ଅନ୍ଧକାରମୟ ଦିନ ଗୁଡିକରର ପଥ ପ୍ରଦର୍ଶକ" କହିଥିବା ଦାର୍ଶନିକଙ୍କ ଏ ଉକ୍ତି କଣ ମିଥ୍ୟା ଉପରେ ପର୍ଯ୍ୟବେସିତ?ଆକାଶଙ୍କ ଏ ପ୍ରଣୟର ସନ୍ତକ ହୀରକ ମୁଦ୍ରିକା କଣ ଥିଲା ଛଳନା ? ଏଇମିତି ଭାବୁ ଭାବୁ ଆଶା ଦେଖିଲା ସେହି ଗଛର ଛୋଟ ଡାଳ ଉପରେ ପକ୍ଷୀଟିଏ ବସି ଆନନ୍ଦରେ ରାବୁଛି।ମନରେ ତାର ଏକ ଦାର୍ଶନିକ ଚିନ୍ତାଧାରା ଆସିଲା।ସତରେ ଏ ପକ୍ଷୀଟିର ଏ ଡାଳ ଉପରେ କେତେ ବିଶ୍ୱାସ.... କେତେ ଭରସା...।ଭାଙ୍ଗିଯିବାର ଅବିଶ୍ୱାସ କେବେ ବି ଆସୁନି।ଡାଳଟି ବି ଛଳନା କରୁନି,ପ୍ରତାରଣା କେବେ ବି କରେନା।ପୁଣି ସେମାନେ ତ ପକ୍ଷୀ...ଓ ଉଦ୍ଭିଦ। .।ଆମେ ତ ଶ୍ରେଷ୍ଠଜୀବ ମଣିଷ।
ପୁଣି ଚାହିଁଲା ପାଖ ସମୁଦ୍ରକୁ....ଲହଡିକୁ....ପାର୍ଶ୍ଵରେ ଛିଡା ହୋଇଥିବା କୁଡ଼ିଆ ଘରକ୍ଜ।ବାରମ୍ବାର ଲହଡି ମାଡ଼ ଖାଇ ଭାଙ୍ଗି ବି ସଗର୍ବେ ସାରା ଜୀବନ ବିତାଇବାର ବିଶ୍ୱାସ ଅଛି ସେ ସମୁଦ୍ର ଉପରେ ତାର ଓ ତା ମାଲିକ ନୋଳିଆଙ୍କର...।ସେ ଏତେ ହତାଶ କାହିଁକି?
ଶେଷରେ ଚିଂ ଚିଂ ଶବ୍ଦ ଶୁଣି ଚାହିଁଲା ଉପରକୁ ଲମ୍ବିଛି ବାୟା ଚଢ଼େଇର ବସାକୁ।କେବେ ନ ଭାଙ୍ଗିବାର ଆଶା ରଖି ବନାଇଛି କେତେ ଉଚ୍ଚରେ...! ଝଡ ବତାସକୁ ବି ଖାତିର ନାହିଁ କି ସେଥିରେ ଭାଙ୍ଗିବାର ଆଶଙ୍କା ବି ନାହିଁ। ଏ ପୃଥିବୀରେ ପ୍ରତିମୁହୂର୍ତ୍ତରେ ବିନାଶ ଭୟ ଥାଇ ବି ମଣିଷ ବିଶ୍ୱାସରେ ବଂଚି ରହିଛି।ତେବେ ସେ ବା ଅବିଶ୍ୱାସ କରିବ କାହିଁକି?ବୁଝାମଣାର ଭୁଲ ହିଁ ତାର ଓ ଆକାଶର ବିଶ୍ୱାସ ମଝିରେ ପାଚେରି ଉଠାଇଛି।ସମୟ ଆସିବ ତା ବିଶ୍ୱାସର ବାୟାବସାଟା ଖୁସିରେ ଡାକି କହିବ...ହେ ଜୀବମାନେ.. ଜୀବନରେ କେବେ ବିଶ୍ୱାସ ହରାଅନା...କାରଣ କଥାରେ ଅଛି ପରା
ବିଶ୍ୱାସ ବଳେ ଏ ଜଗତ...
ପ୍ରାଣୀ ହୁଅନ୍ତି ଆତଯାତ।
ୟା ଭିତରେ ଆଖିର ଅଭିମାନର ଅଶ୍ରୁ କେଇ ଟୋପା ଭିଜେଇ ଦେଲା ଫଟୋ କେଇଟାକୁ।ସେହି ଟୋପା ଗୁଡାକୁ ପୋଛି ଆଲବମକୁ ବନ୍ଦ କରି ବାହାରିଲା ଘରକୁ।ଏଇ ବେଳେ ଡାକ ପିଅନ ଶନିଆ ଭାଇର ସାଇକେଲ ଘଣ୍ଟି ଶୁଣି ଆବେଗର ପହଁଚିଲା ତା ପାଖରେ।ଶୁଖିଲା ଜୀବନ କାଟୁଥିବା ଏ ହତଭାଗିନୀ ପାଖକୁ କିଏ ବ କାହିଁକି ଚିଠି ପଠାଇବ।ଏୟା ଭାବି ଭାବି ପହଂଚି ଗ୍ରହଣ କଲା ଏକ ରେଜେଷ୍ଟ୍ରି ଚିଠି।ତୁରନ୍ତ ଖୋଲି ପଢି ଚାଲିଲା ଆବେଗର...ଏକ ନିଃଶ୍ଵାସରେ।
ମୋ ପ୍ରାଣପ୍ରିୟା ଆଶା,କଣ ବ ଲେଖିବି?ଭୁଲ ବୁଝାମଣାର ଶିକାର ହୋଇ ତମ ପରି ରତ୍ନକୁ ମୁଁ ମାଟି କରିଦେଲି।ଅମ୍ବର ପାଖରୁ ସବୁ କିଛି ଶୁଣି ମୁଁ ଅନୁତପ୍ତ।ଦୁହେଁ ପ୍ଲାନ୍ କରି ମଦରେ ନିଶା ଦେଇ ବିରେନ କୁ ବେହୋସ କରି,ତା ମୁଣ୍ଡରେ ବନ୍ଧୁକ ଲଗାଇ ତା ଠାରୁ ସବୁ କଥା ଆଦାୟ କରି ଜାଣି ଦେଲୁ।ଶେଷରେ ଅମ୍ବର ତୁମ ପୋଲିସ ଭାଇ ଏନକାଉଣ୍ଟର କରି ତାକୁ ମାରି ଦେଇଛି।ସତରେ ତୁମେ ମୋ ପାଇଁ ଗଙ୍ଗା ପରି ପବିତ୍ର।ମୋତେ କ୍ଷମା କରିଦେବ।ସେଦିନର ହାତ ତିଆରି ବାୟାବସାକୁ କଣ ଆମେ ଭାଙ୍ଗିଦେବା?ମନେ ପକାଇବ ମଞ୍ଚ ନାଟକର ଓ ବାସ୍ତବ ଜୀବନର ସେ ସଂଳାପ।ଆସନ୍ତା ଶ୍ରୀପଞ୍ଚମୀ ରେ ମା' ତାରିଣୀ ମନ୍ଦିରରେ ଶଙ୍ଖା, ସିନ୍ଦୁର ଧରି ଅପେକ୍ଷା କରିଥିବି, ନିଶ୍ଚୟ ପହଞ୍ଚିବ ବୋଲି ମୋର ବିଶ୍ୱାସ। ଇତି ତୁମର ଆକାଶ ଭାଇ।
ଜୀବନର ପ୍ରତି ପାହାଚର ଦୁଃଖ ଗୁଡାକ ସତେ ଯେମିତି କାପୁରୁଷ ପରି ପଛଘୁଞ୍ଚା ଦେଇ ଖସି ପଳାଇଲା ଆଶା ଆକାଶର ମିଳିତ ଚକ୍ରବ୍ୟୁହରୁ।ଆନନ୍ଦରେ ଫାଟି ଉଠିଲା ସେ।ଆଖିର ଆନନ୍ଦାଶ୍ରୁ ଉତ୍ଫୁଲତାରେ ନାଚିଉଠିଲା ।ଆତ୍ମବିଶ୍ୱାସର କାଠି କୁଟା ଗୁଡାକ ଯୋଡିହୋଇ ସତେ ଯେମିତି ତିଆରିକରି ବସିଲେ ଦୁଇ ନିର୍ମଳ ହୃଦୟ ଆଶା-ଆକାଶର ସ୍ନେହ,ଶ୍ରଦ୍ଧା,ପ୍ରେମ,ପ୍ରୀତିବୋଳା..... "ବିଶ୍ୱାସର ବାୟାବସା।"
🎪 ଚାଲିଗଲୁ କିରେ ଧନ ?🎪
ମରିସସର ଏକ ନିଘଞ୍ଚ ଜଙ୍ଗଲ।ସମୀରଣର କଅଁଳ ଛୁଆଁ ସାଙ୍ଗକୁ ପୁଅଝିଅ ନାତିନାତୁଣୀଙ୍କ ଅଭିମାନୀ ଆଉଜା ବୃକ୍ଷ ଲତାଙ୍କୁ ଆନନ୍ଦ ବିଭୋର କରିଦେଇଛି।ହେଲେ ସେଇ ଭିତରେ କାଲଭେରିଆଟା ବାହୁନି ବାହୁନି କାନ୍ଦୁଛି। ନାଁ ଅଛି ତା ପାଖରେ ପୁଅ ଝିଅ,
ନାଁ ଅଛି ନାତି ନାତୁଣୀଙ୍କ ଅଳି ଅଝଟ । ନିଃସନ୍ତାନ ଅଭିଶପ୍ତ ଶୁଷ୍କ ଜୀବନ ଅତିବାହିତ କରୁଛି ସେ ଆଖିର ଲୁହକୁ ସାକ୍ଷୀ ରଖି।ପ୍ରାଣ ତା କାନ୍ଦୁଛି ଡୋଡୋ ପାଇଁ।କି ମଧୁର ଛୁଆଁ ପାଇ ନଥିଲାସେ ଡୋଡୋ ଠାରୁ!ଡୋଡୋ ମାନେ ଉଡି ଉଡି ଆସନ୍ତି,ତା ଉପରେ ବସନ୍ତି, କେତେ ସୁନ୍ଦର ଗୀତ ଗାଆନ୍ତି, ବେଳେ ବେଳେ ତା କୋଳରେ ଆଉଜି ବି ଯାଆନ୍ତି।ସେମାନେ ଯେତେବେଳେ କିଚିରି ମିଚିରି ଶବ୍ଦ କରନ୍ତି,ସେ ଜାଗା ଚହଲି ଉଠେ,ତାଙ୍କର ଗରମ ନିଃଶ୍ଵାସରେ ତା ଦେହରେ ଶିହରଣ ଖେଳି ଯାଏ। କି ଅନୁପମ ଥିଲା ତାଙ୍କ ସ୍ପର୍ଶ ! ବାତ୍ସଲ୍ୟ ମମତାରେ ଫାଟି ଉଠୁଥିଲା ସେ।କେମିତି ଦିନ ଗୁଡାକ ଚାଲି ଯାଉଥିଲା, ସେ ଜାଣିପାରୁ ନ ଥିଲା। ଦୀର୍ଘ ତିନିଶହ ବର୍ଷ ହେଲାଣି ସେ ଛୁଆଙ୍କ ମୁହଁ ଆଉ ଦେଖିନି।ନିଃସଙ୍ଗତାର ଯନ୍ତ୍ରଣାରେ ଛଟପଟ ହୋଇ ମରି ମରି ବଞ୍ଚି ରହିଛି ସେଇମାନଙ୍କୁ...... ଚାହିଁ, କେବେ ଦେଖିବ ତାଙ୍କୁ ଆଖି ପୁରେଇ...., କେବେ ଦେଖିବ ତାଙ୍କ କୁନି ଓଠର ଗୁଲୁରୁ ଗୁଲୁରୁ ହସ....।
ପାଖରେ ବୁଢା ପାହାଡ଼ଟା କ୍ଲାନ୍ତରେ ବିଶ୍ରାମ ନେଉଛି।ପାଖରେ ଛିଡା ହୋଇ ଥଣ୍ଟ ଘଷୁଛି ସୁନ୍ଦରୀ ମୟୁରଟା।ପବନରେ ନାଚି ଉଠୁଛି ତା ଚିକ୍କଣ ରଙ୍ଗୀନ ଆକର୍ଷଣୀୟ ପୁଚ୍ଛ। ଦୁଃଖ ମିଶା ଗଳାରେ କାଲଭେରିଆ କହିଲା,ପାହାଡ଼ ଭାଇ,ମୋ ଡୋଡୋ କୁ ଦେଖିଛ କି ? ମୁଁ ତ ଅଚଳ ହୋଇ ବସିଛି ଅଥର୍ବ ପରି,ମୁଁ କେମିତି ଦେଖିବି ଯେ?ପାହାଡ ଉତ୍ତର ଦେଲା...। ତା ପରେ କେତେ ଆଶା ନେଇ ମୟୂରୀକୁ ପଚାରିଲା...ଏ, ଭଉଣୀ, ମୋ ଡୋଡୋ କୁ ଦେଖିଥିଲ କି?
ନା ତ,ଅନେକ ଦିନ ହେବ ତାକୁ ମୁଁ ଖୋଜୁଛି,ହେଲେ ତାକୁ ମୁଁ ପାଉନାହିଁ।
କାଲଭେରିଆ ଭାବିଲା ଏ ପବନ ତ ସବୁଆଡେ ବୁଲୁଛି, ସେ ନିଶ୍ଚୟ ତା ଡୋଡୋ କୁ ଦେଖିଥିବ।ଆକୁଳ ଓ ଆତୁର ହୋଇ ପଚାରିଲା, ପବନ ଭାଇ ମୋ ଡୋଡୋ ତୁମ
ନଜରରେ ନାହିଁ ? ପବନ କିଛି ନ କହି ଗୁମ୍ ମାରି ବସିଲା।କଣ ବା କହିବ ଯେ।ଏ ଡୋଡୋ ବିଷୟରେ କ'ଣ ବା ସେ ନ ଜାଣିଛି ? ତା ଆଖି ଆଗରେ ତା'ର ସବୁ କିଛି ଧୂଳିସାତ ହୋଇଗଲା।କେଡେ ସରଳ ନିରୀହ ଜୀବଟିଏ ସେ ।ଦେଖିଲେ ଦୟା ଲାଗେ।କି ସୁନ୍ଦର ଚେହେରା ଥିଲା ତା'ର ! ଦେଖିଲେ ପେଟ ପୁରି ଯିବ, ଆଖି ଖୋସି ହୋଇଯିବ ପରା ! ପକ୍ଷୀଟିଏ ସିନା କିନ୍ତୁ ଉଡିପାରେନା।ଖାଲି ଖପ୍ ଖପ୍ ହୋଇ ତ କେତେବେଳେ ଢଳି ଢଳି ଚାଲୁଥାଏ।ଗୋଟେ ଗୋଟେ ଡୋଡୋ ପାଖାପାଖି ପଚିଶ କେଜିରୁ ବେଶୀ ହେବେ।
ପବନ ଦେଖୁଥାଏ କାଲଭେରିଆ ର ବିକଳ।ବିଚରା ଭାବୁଛି, କାଇଁ ଡୋଡୋକୁ ତ କେବେ ବି ମୁଁ ରାଗି ନାହିଁ।ମୋତେ ଛାଡ଼ି କେମିତି ଚାଲିଗଲା ଯେ।ସେ ଥିଲା, ମୋତେ ସବୁ ଥିଲା ପରି ଲାଗୁଥିଲା।ଧୀର ଗଳାରେ କହିଲା, ପବନ ଭାଇ, କିଛି କହିଲ ନାହିଁ ଯେ।ମୋ ଡୋଡୋ କ'ଣ ମୋତେ ରାଗିଛି,ମୋ କଥା କ'ଣ କହୁଥିଲା କି ? ପିଲାଟାକୁ ଟିକେ ବୁଝେଇ ଦେଲ ନାହିଁ।ଭାରି ଅଝଟିଆଟା।
ଦୀର୍ଘଶ୍ଵାସ ଟେ ପକାଇଲା ପବନ।କେଉଁଠୁ ଆରମ୍ଭ କରିବ ସେ କାହାଣୀ ସେ ଭାଵି ପାରିଲା ନାହିଁ।କେମିତି ନ କହିବ ଯେ। ହଁ କହୁଛି ଶୁଣ କହି ଆରମ୍ଭ କଲା ସେ କରୁଣ କାହାଣୀ । ସେ ତ ଦିବ୍ୟଦ୍ରଷ୍ଟା, ଆଉ ଲୁଚେଇ ଲାଭ କଣ ?
ସେଦିନ ପର୍ତ୍ତୁଗୀଜ ସାହେବ ମାନେ ନଦୀ,ସମୁଦ୍ର ପାର ହୋଇ ଆସିଲେ ଏଠାକୁ।ଅତିଥି ମାନଙ୍କୁ ଦେଖି ଡୋଡୋ ମାନଙ୍କର ଖୁସି କହିଲେ ନ ସରେ?କ'ଣ ଗୁଣୁ ଗୁଣୁ କିଚିରି ମିଚିରି କରି ସ୍ୱାଗତ କରିବାକୁ ଗାଇଲେ ସ୍ୱାଗତ ସଂଗୀତ।ତାଙ୍କ ଚାରିପଟେ ଘୁରି କଲେ କେତେ ଯେ ନାନା ଵାୟା ନାଚ । ଖୁସି ରେ ଫାଟି ପଡୁଥିଲେ ସେମାନେ। ଲୋଭାତୁର ପର୍ତ୍ତୁଗୀଜ ମାନେ ଦଳ ବଳ ଧରି ଆସିଥିଲେ ସିନା ବଣିଜ ବେପାର କରିବା ଆଶାରେ ହେଲେ ସାଥିରେ ଆଣିଥିଲେ ସଉକରେ ରଖିଥିବା ବିଲେଇ ଓ କୁକୁର ଦଳକୁ।ଡୋଡୋ ମାନେ ଦେଖି ଡରୁଥିଲେ ସେମାନଙ୍କୁ।ସତରେ ସେ ବଦମାସ ଗୁଡାକ ଡୋଡୋଙ୍କର କି ସର୍ବନାଶ କଲେ... ଶୁଣିଲେ ତୁମେ ମୁଣ୍ଡରେ ହାତ ଦେବ।ଆଇସିଣିଆ ବିଲେଇ ଗୁଡାକ ଖାଇ ଦେଲେ ଡୋଡୋର ଅଣ୍ଡାଗୁଡିକୁ।ଆଉ ବଦମାସ କୁକୁର ଗୁଡାକ ମାରି ଖାଇଗଲେ ଡୋଡୋ ଚିଆଁ ଗୁଡାକୁ।ଧୀରେ ଧୀରେ ସଂଖ୍ୟା କମିବାକୁ ଲାଗିଲା।ଏତିକିରେ ଦୁଃଖ ସରିଲା ନାହିଁ।ମଦ୍ୟପ ସାହେବ ଗଣ ଖୋଜିଲେ ମଦ ସଂଗେ ମାଂସ।ଆମ ଦେଶୀୟ ତୋଷାମଦକାରୀ ଚୁଗୁଲିଆ ଦଳ ଦେଖାଇଲେ ଡୋଡୋର ସୁନ୍ଦର ଚେହେରା ତଳେ ଲୁଚିଥିବା ଛନ ଛନିଆ କଅଁଳିଆ ମାଂସକୁ।ଥରେ ଏ ମଧୁର ମାଂସ ପାଟିରେ ଲାଗିଲା ତ ଚାଲିଲା ଚାଖଣା।ଏସବୁ ଦେଖି ମୋ ହୃଦ ଫାଟି ଯାଉଥାଏ,ଆତ୍ମା କାନ୍ଦୁଥାଏ।ଧୀରେ ଧୀରେ ଡୋଡୋ ସଂଖ୍ୟା କମିଗଲା।ଯିଏ ରହିଲେ ପ୍ରାଣ ବିକଳେ ଲୁଚିଲେ ,ଉଡି ଜାଣି ନ ଥିବାରୁ ସହଜରେ ବି ଶୀକାର ହେଲେ।ଲୋପ ପାଇଗଲା ତାଙ୍କ ବଂଶ!
ଏତିକି ଶୁଣିବା ମାତ୍ରେ କାଲଭେରିଆଟା ରଡି ଛାଡି କାନ୍ଦିଲା।ପବନ ବୁଝାଇବାକୁ ବହୁତ ଚେଷ୍ଟା କଲା ହେଲେ ଧକେଇ ଧକେଇ ବାହୁନି କାନ୍ଦିଲା କାଲଭେରିଆ।କେମିତି କାନ୍ଦିବନି ଯେ।ଏ ଡୋଡୋ ପାଇଁ ପରା ତା ବଂଶ ବଢ଼ୁଥିଲା।ଲୁହ ପୋଛୁ ପୋଛୁ ପବନ କହିଲା, ଭାଇ ଏ ଡୋଡୋ ତୁମର ଏତେ ପ୍ରିୟ ଥିଲା !!! କେବଳ ପ୍ରିୟ ନ ଥିଲା ସେ ଥିଲା ଆମ ଜାତି ପାଇଁ ଜୀବନ।ଏଇ ଦେଖ, ଜଙ୍ଗଲରେ କେତେ ଗଛ ଲତା, କି ଆନନ୍ଦରେ ନାଚୁଛନ୍ତି,ନିଜ ପୁଅ ଝିଅ ନାତି ନାତୁଣୀକୁ ନେଇ କି ମଜା ଖୁସି କରିଛନ୍ତି।ଆଜି ଡୋଡୋ ନାହିଁ ବୋଲି ମୋ ସଂସାର ଭାସିଯାଇଛି।ମୁ ଆଜି ନିଃସ୍ବ,ନିଃସଙ୍ଗ,କେହି ମୋର ନାହିଁ।ଚିନ୍ତାର ଭଉଁରୀ ରେ ଘୁରୁଥିଲା ପବନ।ଭାବିଲା ଏ ଡୋଡୋ ସହ ୟା ବଂଶର କି ସମ୍ପର୍କ? କାଲଭେରିଆ କହିଲା ଭାଇ, ମୋ ଫଳ ଦେଖୁଛ.. ବହୁତ ଟାଣ । ତା ଚୋପା ଏତେ ଵହଳ ଯେ ଆପେ ଆପେ ତା ଭିତରୁ ବୀଜଟା ଫଟାଇ ଆସି ପାରେ ନାହିଁ।ସେ ଡୋଡୋଟା ଭାରି ଭଲ ପାଉଥିଲା ମୋ ଫଳକୁ।ଗିଳି ପକାଉଥିଲା ଗୋଟିକ ପରେ ଗୋଟେ।ମୁ ବି ଖୁସି ହେଉଥିଲି, କହୁଥିଲି,ଖାଉ ମୋ ଛୁଆଟା।ଗିଳି ସିନା ପକାଏ ତା ପେଟରେ ମୋ ଫଳ ରହି ନରମ ହୋଇଯାଏ।ହଜମ କରି ନ ପାରି ମଳରେ ବାହାରି ଯାଏ।ସେ ଫଳରୁ ଧୀରେ ଧୀରେ ଗଜା ବାହାରି ଗଛ ହୁଏ।ମୋ ବଂଶ ବଢିଯାଏ।ସେ ଯେଉଁ ଦିନରୁ ଗଲାଣି ସେଇ ଦିନଠୁ ମୁଁ ମୋ ପୁଅ ଝିଅ ମୁହଁ ଦେଖି ପାରିନାହିଁ।ମୋତେ ତିନିଶ ବର୍ଷ ହେଲାଣି।ମୋର ମୃତ୍ୟୁ ଆସିଲାଣି ପାଖେଇ ପାଖେଇ।
ଏତିକି କହୁ କହୁ ତା ଆଖିରୁ ଝରିପଡ଼ିଲା ସବୁକିଛି ହରାଇ ଥିବା ସର୍ବହରାର ଚିରସ୍ରୋତା ଅଶ୍ରୁ। ଆଉ ଡୋଡୋ ନ ଆସିବା ଶୁଣି ତା ହୃଦୟ ଫାଟି ଯାଉଥିଲା।ଭାବବିହ୍ଵଳ ହୋଇ ପବନର ଆଖିରୁ ଝରିଗଲା କେଇଟୋପା ଜଳକଣା ଥିବା ଅଶ୍ରୁଧାର।ବାସ୍ତବରେ ଏ ସୃଷ୍ଟିର ସମ୍ପର୍କର ବନ୍ଧନଟାକୁ ପାଖରୁ ଅନୁଭବ କଲା ସେ।ଗୋଟିଏ ବିନା ଗୋଟିକ ଜୀବନ ଶ୍ମଶାନ- ଉପଲବ୍ଧି ହେଲା ତାର।
ବାର୍ଦ୍ଧକ୍ୟର ଝରକଫାଙ୍କରେ ବସି ନିଜର ଲୁହକୁ ନିଜେ ପୋଛୁଥିଲା କାଲଭେରିଆ।ଖାଲି ଏତିକି ଶୁଭୁଥିଲା ଆରେ ଡୋଡୋ.. ମୋତେ ଏ ଵୃଦ୍ଧକାଳରେ ଛାଡ଼ିଦେଇ ଏକା ଏକା ଶୁନ୍ୟକୁ ଚାଲି ଗଲୁରେ ଧନ।କିଏ ପୋଛିଦେଵ ମୋ ଆଖିର ଲୁହ?
*ରକ୍ତର ଜବାବ ରକ୍ତରେ ଦିଅ*
କାଉ, କୋଇଲି,କଜଳପତ୍ରୀଙ୍କ କଳରବ ସାଙ୍ଗକୁ ପାଖ ମନ୍ଦିରର ଘଣ୍ଟ ଘଣ୍ଟି ବନ୍ଦାଉଛି ଉଷାଦେବୀଙ୍କୁ ଭକତିର ମଳୟ ପବନରେ । ସତେ ଯେମିତି ମା ଉଷା ସରାଗରେ କହୁଛନ୍ତି,
ଉଠରେ କୁନା, କୁନି- ବଗଲା, ବଗଲି; ରଜନୀ ପରା ଚାଲିଗଲାଣି ସୁରୁଜକୁ ଉପହାର ଦେଇ।ଶଯ୍ୟା ତ୍ୟାଗ କରି ଭଗବାନଙ୍କ କାର୍ଯ୍ୟ ନିର୍ଘଣ୍ଟ ଦେଖି କାମରେ ଲାଗି ପଡ଼ରେ ଧନ।
ଚମକି ଉଠିଲା ଲିଲି ଡାମରା କାଉର ରାଉ ରାଉ କର୍କଶ ସ୍ୱରରେ । ବର୍ଷକର ଟିକି ଗେହ୍ଲିଟା ବା ବା...ପା ପା..କହି କାନ୍ଦୁଥାଏ।ଲିଲି ବୋଧ କରି କହୁଥାଏ,ମୋ ଗେହ୍ଲିଟା, ମୋ ସୁନାଟା.....ବାପାକୁ ଖୋଜୁଛୁ କି ରେ।ଆରେ ତୋ ବାପା ପରା ଶତ୍ରୁ ଘଉଡାଇବାକୁ ଯାଇଛନ୍ତି।ସେ କଣ ପାଖରେ ଅଛନ୍ତି..।ହଉ ଆଜି ଫୋନ୍ କରି କହିଦେବି ତୁମ ଗେହ୍ଲିଟା କେତେ ଖୋଜୁଛି,ଖୁବ୍ ଶୀଘ୍ର ସୁନା କଣ୍ଢେଇଟେ ଧରି ତୁମ ଝିଅ ପାଖକୁ ଆସ।
ଏଇମିତି ବୋଧ କରି ଶୁଆଇଦେଲା ଲିଲି,ଚାଲିଲା ଆଦର୍ଶ ଦିନଚର୍ଯାର ପ୍ରଥମ ସୋପାନକୁ ଛୁଇଁବାକୁ।ତା ପୂର୍ବରୁ ଭୁଲିନଥିଲା ତା ଅଝଟିଆ କାଉକୁ ଶରଧାର ଖୁଦକଣା ଦେବାକୁ। ଆଶ୍ଚର୍ଯ୍ୟ...! କାଉ କ'ଣ ତା ଉପରେ ଅଭିମାନ କରିଛି ଯେ ତା ଦିଆ ଖୁଦ ଚାଉଳକୁ ନ ଛୁଇଁ ଫୁର୍ କିନା ଉଡ଼ିଗଲା।
ମନକୁ ବୋଧ କରି ଚାଲିଲା ଶୁଭ ସ୍ନାନ କରିବାକୁ।ସ୍ନାନ ସାରି ଶୁଭ୍ରବସ୍ତ୍ର,ନାଲି ଶଙ୍ଖା ପିନ୍ଧି ଗୁରୁବାରର ମହଲକ୍ଷ୍ମୀ ସାଜି ସରାଗରେ ଡ୍ରେସିଂ ଟେବୁଲ୍ ସାମ୍ନାରେ ତା ସୁନ୍ଦର ମୁଖ ମଣ୍ଡଳ ଦେଖି ଓଡ଼ିଆ ବୋହୂର ସନ୍ତକ ସୀମନ୍ତ ସିନ୍ଦୁର
ଲଗାଇବାକୁ ଯାଇଛି ତ.. ଏ କ'ଣ....? ସିନ୍ଦୁର ଫରୁଆଟା ତା ହାତରୁ ତଳକୁ ପଡିଗଲା।ଅବାକ୍ ହୋଇଗଲା ସେ !ଏଭଳି ଅଶୁଭ ସୂଚନା।ମନକୁ ବୁଝାଇ ପିନ୍ଧିଦେଲା ସିନା ହେଲେ ତା ମନ ଚାରିପଟେ ଆଶଙ୍କାର ଭୁତ ମାନେ ଘୁରିବୁଲୁଥାନ୍ତି।ତରବର ହୋଇ ଚାଲିଲା ଠାକୁର ଘରକୁ।ଧୂପ,ଦୀପ,ଫୁଲ ଦେଇ ଆବାହନ କଲା ତା ପ୍ରିୟ ଦେବତାଙ୍କୁ।ପୁଣି ଅଶୁଭ ସଂକେତ ! ଦିକ୍ ଦିକ୍ ହୋଇ ଜଳୁଥିବା ଦୀପଟା ହଠାତ ଲିଭିଗଲା!ଲିଲି ମନକୁ ପାପର ପାପାତ୍ମାମାନେ ସତେ ଯେମିତି ରାମ୍ପି ବିଦାରି ଖୀନ୍ ଭିନ୍ କରୁଛନ୍ତି।କାହିଁକି କେଜାଣି ମନୋଜଙ୍କ ମୁହଁଟା ତା ଆଖି ଆଗରେ ଝଲସି ଗଲା।ତାଙ୍କ ସ୍ମୃତି ମନେ ପଡ଼ିଲା।ତାଙ୍କ ହସ ହସ ମୁହଁ,ମଜାଳିଆ କଥା... ସାଂସାରିକ ଜୀବନର ଧାରାବାହିକ ପରି ଲହଡି ମାରୁଥିଲା।ଏଇ କେତେଦିନ ହେବ ଗେହ୍ଲିର ସ୍ଵନକ୍ଷତ୍ର ଦିବସରେ କେକ୍ କଟା,ବେଲୁନ୍ ଫୁଟା, କୌତୁକିଆ ନାଚ,ଘରର ସମସ୍ତଙ୍କ ମୁହଁରେ କେକ୍ ବୋଳା, ମଜାଖୁସି ସବୁ ମନେ ପଡିଗଲା।ଯେଉଁଦିନ ଗଲେ ଗେହ୍ଲିଟା ଜାବୁଡି ଧରିଥାଏ,ଛାଡୁ ନ ଥାଏ,ବା ବା....ପା ପା.....କହି କେତେଯେ କାନ୍ଦୁଥାଏ।ମୋତେ ଅନେଇ ଅନେଇ ଆଖି ଛଳ ଛଳ କରି ଯାଉଥାନ୍ତି,ସତେ ଯେମିତି ତାଙ୍କର ଇଚ୍ଛା ନ ଥିଲା ଯିବାକୁ।ମନ ହେଲା ତାଙ୍କ ଫଟୋ ଦେଖିବାକୁ।
ଡ୍ରଇଂରୁମ୍ ର କାନ୍ଥରେ ଏଇଥର ବୀର ଜ୍ୟୋତି ସମ୍ମାନ ଓ ମେଡଲ୍ ପାଇଥିବା ଦାମ୍ଭିକ ଫଟୋଟିକୁ ଆଣି ଆଖିପୁରେଇ ଦେଖିଲା,ନିଜ ପଣତ କାନିରେ ପୋଛି କାନ୍ଥରେ ଲଗାଇବାକୁ ନେଉ ନେଉ ହାତରୁ ଖସି ଭାଙ୍ଗିଗଲା ଫଟୋଟି।ଚିତ୍କାର କରି ଭୟଭୀତ ହୋଇ ଉଠିଲା ଲିଲି।ଭଙ୍ଗା କାଚ ଗୁଡିକୁ ଖୁଣ୍ଟି ଜୋଡୁ ଜୋଡୁ ହାତରୁ ବୋହିଗଲା କେଇବୁନ୍ଦା ରକ୍ତ।ଅଜାଣତରେ ଟୋପେ ଲାଗିଯାଇଥିଲା ମନୋଜର ମଥାରେ।ସତେ ବୀର ମଥାରେ ବିଜୟର ଟୀକା ନୁହଁ ତ ?
ଆଜି ଲିଲିର ମନ ଆନ୍ଦୋଳିତ,ମନରେ କେତେ ଯେ ଅସମାହିତ ପ୍ରଶ୍ନର ସମ୍ଭାର,ମନୋଜଙ୍କ ସ୍ମୃତି ନାଚିଯାଉଛି କାହିଁକି?ଏଇମିତି ଆଶାଙ୍କର ଭାବନା ଗୁଡାକ ତା'ର ମନ ହୃଦୟକୁ ଦୋଳାୟମାନ ଗତିରେ ପ୍ରଦକ୍ଷିଣ କରୁଥାନ୍ତି।ସେହି ଭିତରେ ଘରର ସବୁକାମ ତାକୁ ହିଁ ନିଭେଇବାକୁ ପଡିବ।ଏଣେ ତା ଶାଶୁ ଯାଇଛନ୍ତି ବନ୍ଧୁଘର।ଘର କାମ ସହ କୁନି ଗେହ୍ଲିର କଥା ବୁଝିଲାବେଳକୁ ବ୍ୟସ୍ତ ହେବାକୁ ପଡେ।ଶ୍ବଶୁରଙ୍କ ନଜର ପଡିଲା ବୋହୁ ଉପରେ।ଆଜି ତା ମନ ନିରସ କାହିଁକି,ତାଙ୍କ ବୋହୁ କୋଟିକରେ ଗୋଟିଏ।କେଉଁ ଜନ୍ମରେ
ପୁଣ୍ୟ କରିଥିଲି ଯେ ଏଭଳି ସର୍ବଗୁଣସମ୍ପନ୍ନ ବୋହୁଟେ ପାଇଛି ମନେ ମନେ କହୁଥାନ୍ତି ସେ।ଏବେର ବୋହୁ ହୋଇ ଶାଶୁ,ଶ୍ବଶୁରଙ୍କ ସେବା,ଘରକରଣା,ପୂଜା ପାର୍ବଣ କେଉଁଥିରେ କୁଣ୍ଠାବୋଧ ନୁହଁ,ସତେ ଯେମିତି ମୋ କୁଲଲକ୍ଷୀ ଟା।ଯେତେ କଷ୍ଟ ହେଲେ ବି ମୁହଁରେ ସଜଫୁଟା ହସ।ହେଲେ ଆଜି ମଳିନ କାହିଁକି?ଅତି ସନ୍ତର୍ପଣରେ ପାଖକୁ ଯାଇ କହିଲେ....ଆରେ ମା, ଦେହ ଭଲ ନାହିଁକି?
ନାଁ ବାପା,ଦେହ ଭଲ ଅଛି,ମନଟା ଆଜି କାହିଁ ଭଲ ଲାଗୁନି।ଲିଲି ନରମ ଗଳାରେ ଉତ୍ତର ଦେଲା ।
ହଉ ମା ଶୀଘ୍ର କାମ ସାରି ଟିକେ ବିଶ୍ରାମ ନେ,ଏକୁଟିଆ ସବୁ କରୁଛୁ,ତୋ ଶାଶୁଟା ନାହିଁ,ସେଥିପାଇଁ ଏମିତି ଲାଗୁଛି ।ହଉ ବାପା କହି ରୋଷେଇ ବାସ ସାରି ସମସ୍ତଙ୍କୁ ଖାଇବାକୁ ଦେଇ ଟିକେ ବିଶ୍ରାମ ନେଲା।ଗେହ୍ଲିଟାକୁ ଶୋଇ ଦେଉ ଦେଉ ତା ଆଖି ବି ଲାଗି ଯାଇଛି।
ନିଦ୍ରାବତୀଙ୍କର ଆବିର୍ଭାବ।ନିଜକୁ ଆଶ୍ୱସ୍ତି ବୋଧ କରୁଥାଏ ଲିଲି।ବିଚରା କ୍ଲାନ୍ତ ପରେ ଉପଶମ ପାଇଲା ପରି ପଡିରହିଛି ନିର୍ଜୀବା ନିରିହା ପରି।ସ୍ୱପ୍ନର ମହଲରେ କିଏ ଯେମିତି ତାକୁ ଧମକ ଦେଇ ମାଗୁଛି ଦେ ଦେ....ତୋ ଶଙ୍ଖା,ସିନ୍ଦୁର ମୋତେ ଦେ. । ନେ, ଏ ଧଳା ଶାଢ଼ୀ ପିନ୍ଧିଦେ।ସେ କାକୁତି ମିନତି ହୋଇ ତା ପଦ ଧରିଛି,ମାତ୍ର ସେ ନିର୍ମମ ତା କେଶକୁ ଧରି ଜୋର୍ କରିଛି ଶଙ୍ଖା ଶାଢୀ଼ ଦେବାକୁ।ଭୟରେ ଚିତ୍କାର କଲା ସେ।ଉଠି ବସିପିଡ଼ିଲା ସେ।ଦେହରୁ ବହି ଯାଉଥିବା ଝାଳକୁ ପୋଛି ପାଣି ଦୁଇ ଗ୍ଲାସ ପିଇଲା ଏକ ନିଃଶ୍ଵାସରେ।କାହିଁକି ବାରମ୍ବାର ଅଶୁଭ ସଂକେତରେ ଛନ୍ଦି ହେଉଛି ସେ ।ଭଗବାନଙ୍କ ପାଖରେ ସେ କ'ଣ ଭୁଲ୍ କରିଛି କି?ଉଠି ପଡି ଆତୁରେ ମୁଣ୍ଡିଆ ମାରି ଶଯ୍ୟା ରେ ପୁଣି ବିଶ୍ରାମ ନେଲା ସେ। ଅଶୁଭର କାଳିମା କ'ଣ ଜହ୍ନର ପିଛା ଛାଡେ ? ପରିକ୍ରମଣର ଚରକି ଦୋଳିରେ ଘୁରି ଶନି କଣ କାହାକୁ ଅକ୍ଷତ ଛାଡେ ? ପୁଣି ଦୁଃସ୍ୱପ୍ନର ନଦୀତଟରେ ତତଲା ବାଲି ନରମ ପାଦକୁ ଟକ୍ ଟକ୍ ଫୁଟାଇ ଯନ୍ତ୍ରଣା ଦେଖି ତାଳି ମାରିବାକୁ ଉଦ୍ୟତ ଥିଲା ସମୟ।ସ୍ୱପ୍ନରେ ସୀମାନ୍ତରେ ଚାଲିଛି ଯୁଦ୍ଧ,ଜଣେ ମୁହଁରେ କଳାପଟି ପିନ୍ଧି ଏକ ଶାଣୀତ ତରବାରୀରେ ଗୋଡେଇ ଗୋଡେଇ ହାଣୁଛି ମନୋଜକୁ।ମନୋଜ ଚିତ୍କାର କରି ଜୀବନ ଭିକ୍ଷା ମାଗୁଛି,ଆକୁଳ ହୋଇ ଡାକୁଛି ମା.. ବାପା. ମୋ ଗେହ୍ଲି...ଲିଲି.. ଆସ,ମୋତେ ଟିକେ ବଞ୍ଚାଅ।ହେଲେ ପିଶାଚଟା ନିର୍ଦ୍ଦୟ ହୋଇ ଖଡ୍ଗରେ କାଟିଦେଇଛି ମନୋଜର ମୁଣ୍ଡକୁ।ବିକଟାଳ ଚିତ୍କାର କରି ପାଗଳି ପ୍ରାୟ ହେଲା ଲିଲି।କୁନି ଝିଅଟାବି ଚିତ୍କାର କରି କାନ୍ଦିଲା।ଶ୍ୱଶୁର ଏ ଚିତ୍କାର ଶୁଣି ଦଉଡି ଆସିଲେ,ଏବଂ ସମସ୍ତ ବୃତ୍ତାନ୍ତ ଶୁଣି ବୋହୂକୁ ସାନ୍ତ୍ୱନା ଦେଲେ।ଆରେ ମା' ସ୍ୱପ୍ନ କଣ ସତ ହୁଏ ?। ତୁ ପରା ବୀର ଯବାନର ଅର୍ଦ୍ଧାଙ୍ଗିନୀ।ସାମାନ୍ୟ ସ୍ୱପ୍ନରେ ତୁ ଏଭଳି ମ୍ରିୟମାଣ ହୋଇଯାଉଛୁ ! ଯା ମା' ତୋ କାମରେ ଲାଗିଯା,ସବୁ ଠିକ୍ ହୋଇଯିବ।
କଥାରେ ପରା ଅଛି,ରୋଗୀ ରୋଗର ଯନ୍ତ୍ରଣା ହିଁ ବୁଝେ।ଯା ଘରକୁ ସମୁଦ୍ର ଝଡ଼ ଧକ୍କା କରେ ସେ ତାହାର ପାହାର, ଆଘାତ ସିନା କଳି ପାରେ।ଯେତେ ବୁଝାଇଲେ ସ୍ତ୍ରୀ ମନ ସ୍ୱାମୀର ବିଭତ୍ସ କଦାକାର ରୂପ ସ୍ୱପ୍ନରେ ହେଉ ବରଂ କେମିତି ସେ ଭୁଲିଯିବ ପାଶୋରିଦେଵ ଅଵା ଝଲସା ଦୃଶ୍ୟକୁ।ଭାବନାରେ ଆଉଟୁ ପାଉଟୁ ହେଉଥାଏ ଲିଲି।
ହଠାତ୍ ଗାଁର ନିଧି ରାଉତ ଧଇଁ ସଇଁ ହୋଇ ଦୌଡ଼ି ଦୌଡ଼ି ଡାକ ଛାଡିଲା, ଜିତେନ୍ଦ୍ର ଭାଇ.... ଶୁଣିଛ କି,ତୁମ ପୁଅ ମନୋଜ ଯେଉଁଠି କାମ କରୁଛି,ସେଇ ପୁଲୱମା ରେ କ'ଣ ଗୋଟେ ବିସ୍ଫୋରଣ ହୋଇଛି ଶୁଣିଲି,ଟିକେ ଟିଭି ଖୋଲି ନ୍ୟୁଜ୍ ରେ ଦେଖ ତ?ମନୋଜର ବାପା ଜିତେନ୍ଦ୍ର ବେହେରା ଭଗବାନଙ୍କୁ ସ୍ମରଣ କରି ଖୋଲି ଦେଖିଲା ଟିଭିର ନ୍ୟୁଜ।କାଶ୍ମୀର ସୀମନ୍ତ ପୁଲୱମା ରେ ସି. ଆର. ପି. ଏଫ୍. ବେଟେଲିୟାନ୍ ପ୍ରାୟ 2180 କି ତଦୁର୍ଦ୍ଧ ଯାଉଥିଲେ ଧାଡି ଧାଡି କରି ସେମାନଙ୍କ ଭ୍ୟାନ୍ ରେ। ପାକିସ୍ଥାନର ଆତଙ୍କବାଦୀ ଜନୈକ ଏକ ସ୍କାରଫିଓ ରେ କିଛି ଚୋରା ବାରୁଦ ନେଇ କ୍ଷୀପ୍ର ଗତିରେ ଯାଉଥିଲା ବେଳେ ଏକ ଭ୍ୟାନ୍ କୁ ଦେଲା ଶକ୍ତ ଧକ୍କା ।ଯାହା ଫଳରେ ଭ୍ୟାନ୍ ରେ ଥିବା ୩୯ ଯବାନ ଓ ନିକଟରେ ଛିଡା ହୋଇ ପହରା ଦେଉଥିବା ୫ଜଣ ସମେତ ମୋଟ ୪୪ ଜଣଙ୍କର ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ।ଆଶଙ୍କା ଓ ଭୟର କୀଟାଣୁ ଗୁଡାକ କଲବଲ୍ କରୁଥାନ୍ତି ଜିତେନ୍ଦ୍ର,ଲିଲି ଓ ପଡୋଶୀ ସାହି ଭାଇଙ୍କ ମନ ଓ ହୃଦୟକୁ।ସମସ୍ତେ ଡାକୁଥାନ୍ତି, ହେ ଭଗବାନ... ଆମ ମନୋଜର କିଛି ହୋଇ ନ ଥାଉ।ତତ୍ପରେ ଖବର ଥିଲା ଏମାନଙ୍କ ମଧ୍ୟରୁ ଅଧିକାଂଶ ଙ୍କର ଶରୀର ଏମିତି ଖୀନ୍ ଭିନ୍ ହୋଇଛି ଯେ କାହାକୁ ଚିହ୍ନିବାତ ଦୂରର କଥା ସେମାନଙ୍କ ଚିହ୍ନ ବର୍ଣ୍ଣ ନାହିଁ।କାହାର ଗୋଟିଏ ପାପୁଲି ଅଛି ତ କାହାର ପାଦରୁ ଖଣ୍ଡେ, କାହାର ମୁଣ୍ଡରେ ମୁହଁଟା କାଦୁଅ ପରି ହୋଇଛି ତ କାହାର ପିଞ୍ଜରାଟା ଗଣି ହୋଇଯାଉଛି।ତେବେ ଭ୍ୟାନ୍ ର ତାଲିକା ଭୁକ୍ତ ଯବାନଙ୍କ ଭିତରୁ ଦୁଇ ଜଣ ଓଡ଼ିଶାର ଯବାନ।ଜିତେନ୍ଦ୍ର, ଲିଲି ଓ ପଡ଼ୋଶୀଙ୍କ ଆଶା ଆକାଶରେ ସତେ ଯେମିତି ଧୂମକେତୁ ଆବିର୍ଭାବ ହେଲା।ତଥାପି ବିଶ୍ୱାସର ହିମାଳୟଟା କେବଳ ଦୋଦୁଲ୍ଯମାନ ହୋଇ ବି ଆତ୍ମବିଶ୍ୱାସର ବଳରେ ଛିଡ଼ାହୋଇଥିଲା ମୂକ ପ୍ରାୟ।ମାତ୍ର ତା ପରେ ଯେଉଁ ନିଷ୍ଠୁର ଖବର ଆସିଲା ତାହା ଆଶାର ସୌଧଟାକୁ ଭାଙ୍ଗି ତୁଟି ନିମିଷକେ ଚୁରମାର୍ କରିଦେଲା।ଓଡ଼ିଶାର ଦୁଇଜଣଙ୍କ ମଧ୍ୟରୁ ଜଣେ ପ୍ରସନ୍ନ କୁମାର ଓ ଆଉ ଜଣେ କଟକ ନିମାପଡା ନିଆଳିର ଯୁବ ଯବାନ ଶହୀଦ ମନୋଜ କୁମାର।ପିତା ଜିତେନ୍ଦ୍ରର ହୃଦୟରେ ବଜ୍ରପାତ ହେଲା । ଲିଲିର ଭରସାର ଭାଗ୍ୟ ଆକାଶରେ ନିର୍ମମ ଉଲ୍ କା ପାତ ହେଲା।ବୁକୁଫଟା ଚିତ୍କାର ଓ କରୁଣ କ୍ରନ୍ଦନରେ ଘରଟା ଭୂମିକମ୍ପ ପରି ଥରି ଉଠିଲା।କୁନି ଝିଅ ମନସ୍ଵୀନୀଟା ବି ମା' ଓ ଜେଜେଙ୍କ ଚିତ୍କାର ଦେଖି କ୍ରନ୍ଦନର ରୋଳରେ ରା ଫେରାଉ ନ ଥାଏ।ସାହି ପଡ଼ିଶାଙ୍କ ଆଖି ଛଳ ଛଳ ଓ ଦୁଃଖଦ ପରିବାରକୁ ବୋଧ ସତେ ଯେମିତି ପ୍ରକୃତିକୁ ସ୍ତବ୍ଧ କରୁଥାଏ।ସଂଗେ ସଂଗେ ଖବର ପାଇ ମନୋଜର ଜନ୍ମଦାତ୍ରୀ ମା ସାବିତ୍ରୀ ବନ୍ଧୁଘରୁ ଆସି ପହଁଚି ଗଲେ ନିଜ ଘରେ।ଗର୍ଭଧାରିଣୀ ମାଆର କରୁଣ ବୁକୁଫଟା ଉନ୍ମାଦିନୀ କ୍ରନ୍ଦନ ରୋଳ ସେ ମୁହୂର୍ତ୍ତର ବାୟୁମଣ୍ଡଳକୁ ବି ଚକିତ କରି ଦେଲା ।
ଆଜି ଫେବୃୟାରୀ ୧୪,ଲିଲିର ପ୍ରେମ ପ୍ରଣୟର ଭଲେଣ୍ଟାଇନ ଦିବସ ହେଲା କଳା ଦିବସ,ପ୍ରେମର ଶହୀଦ ଦିବସ।ଭଗତ,ଜୟୀରାଜଗୁରୁଙ୍କ ସିନା ହୋଇଥିଲା ଐତିହାସିକ ଫାଶୀ ଘୋଷଣା ମାତ୍ର ମନୋଜର ହେଲା ଶହୀଦ ଦିବସ।ବିଚାରୀ ମାଆର କେଣେ ଛାଡି ଚାଲିଗଲୁ ରେ ମୋ ଧନ..... ଡାକ,ମୋ ମେରୁଦଣ୍ଡକୁ ଭାଙ୍ଗିଦେଲୁ ରେ ବାବା....ଚିତ୍କାର,ବାପା ଜିତେନ୍ଦ୍ରର ନିଃସଙ୍ଗ ଡାକ......ଆଉ ଆର୍ଦ୍ଧଙ୍ଗୀନୀ ଲିଲିର . ..ମୋ ସର୍ବସ୍ୱ ଉଜୁଡିଗଲା..ମୋ ପରିଚୟ ହଜିଗଲା...ମୋ ଗେହ୍ଲିଟା ଅନାଥ ହୋଇଗଲା ଏ ଡାକରେ ଧରିତ୍ରୀ ମାତା ଆର୍ତ୍ତଚିତ୍କାର କରି ଲୋତକ ଝରାଉଥାଏ ।ବାରମ୍ବାର ଚେତାଶୂନ୍ୟ ହେଉଥାନ୍ତି ମା ସାବିତ୍ରୀ ଓ ପତ୍ନୀ ଲିଲି।ବୀର ଶହୀଦ ମନୋଜଙ୍କ ପିତା ଜିତେନ୍ଦ୍ର ଧୈର୍ଯ୍ୟର ସମସ୍ତ ଇନ୍ଦ୍ରିୟକୁ ଜୟ କରି ଅନ୍ତରରେ ମୋହକୁ ମାରି କୋହକୁ ଚାପି ବୋଧ କରୁଥିଲା ସାବିତ୍ରୀ ଓ ଲିଲିକୁ।
କଷ୍ଟ ଯନ୍ତ୍ରଣାର କଷାଘାତ ଭିତରେ ନିଜକୁ ଅବାକ୍ ନିର୍ବାକ୍ ସଜାଇ ନିଜ ଘରର କାନ୍ଥକୁ ଆଉଜି କେଇଟା ମୁହୂର୍ତ୍ତ ହଜି ଗଲେ ଜିତେନ୍ଦ୍ର।କାଲିପରି ଲାଗୁଛି।ମା ମଙ୍ଗଳାକୁ କେତେ ଡାକି ଡାକି ଶେଷରେ ୧୯୮୫ ମସିହା ଅକ୍ଟୋବର ୦୯ ତାରିଖରେ ପାଇଥିଲେ ଏ ରତ୍ନକୁ।ସେଦିନ ଘରଟା ସହ ଫାଟି ଉଠିଥିଲା ରତନପୁରର ଗଜାବର ଗାଁ।ଖାଲି ସେତିକି ନୁହଁ ମା ସାବିତ୍ରୀ ଏତେ ଆନନ୍ଦ ବିଭୋର ଥିଲେ ଯେ ଗଜାବର ଗାଁକୁ ମଧୁଛୁଆଁ ଦେଉଥିବା ପୁଣ୍ୟତୋୟା ପ୍ରାଚୀଟା ପ୍ରଫୁଲ୍ଲତାରେ ଉଛୁଳି ପଡୁଥିଲା।
ସେଦିନ ଵି ଖଡିଛୁଆଁ,ଆମେ ବାପା ମା' ଦୁହେଁ କେତେ ଡାକୁଥିଲୁ ମା ବାଗ୍ଦେବୀକୁ ତାଙ୍କ ଜ୍ଞାନ ଥଳିରୁ ଟିକିଏ ଜ୍ଞାନ ପାଇଁ ଆଉ ବାବା ଗଣେଶଙ୍କୁ ବକଟେ ବୁଦ୍ଧି ଭରିଦେବାପାଇଁ।ଗଜାବର ଉ.ପ୍ରା ବିଦ୍ୟାଳୟର ଗୁରୁଜୀ ଗୁରୁମାଙ୍କ କୁନି ଛାତ୍ର ମନୋଜକୁ ଭୁରି ପ୍ରଶଂସା ଛାତିକୁ ପ୍ରଶସ୍ତ କରୁଥାଏ।ସେଦିନ କାଲିପରି ସ୍କୁଲରୁ ଆସି ଗାଉଥିଲା " ପାଠ ପଢିବି କାଳିଆ ଘୋଡାରେ ଚଢିବି ମଧୁବାବୁ ସଙ୍ଗେ ଲଢ଼ିବି"। ଆଉ କହୁଥିଲା ବାପା ଦେଖିବ ମୁଁ ନା କାଳିଆ ଘୋଡାରେ ଚଢି ଏମିତି ଉଡିବି ନା କେହିବି ମୋତେ ପାରିବେ ନାହିଁ।ତେଣୁ ମଝିରେ ମଝିରେ ମୁଁ ଏ ପଦଟିକୁ ଗାଇ କେତେ ଯେ ଆନନ୍ଦ ପାଉଥିଲି....କିନ୍ତୁ ଆଜି ତାହା ଲିଭିଯିବ... ଆମ ସ୍ମୃତି ଭୁର୍ଜପତ୍ରରୁ।ସେଦିନ ଅମରେଶ୍ୱର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ର ଥିଲା ସେ,ହଠାତ୍ ନେତାଜୀ ଜୟନ୍ତୀ ଦିନ ମୋତେ ଗୋଟିଏ ଫଟୋ ଦେଖାଇ କହିଲା ଦେଖିଲ ବାପା, ୟାଙ୍କୁ ଚିହ୍ନିଛ... ଏ କହୁଥିଲେ, ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ,କଥାର ଜବାବ ଗୁଳିରେ ଦିଅ, ଦିଲ୍ଲୀ ଚଲୋ । ତାଙ୍କ ପୋଷାକ ଦେଖ,ଚାହାଣୀ ଦେଖ।ମୁଁ ବଡ଼ ହେଲେ ନା ଏଇପରି ହେବି।ହେଲେ ବିମାନ ଦୁର୍ଘଟଣାରେ ଯେମିତି ହଜିଗଲେ ମୁଁ ଯଦି ହଜିଯାଏ ତେବେ ତୁମେ କଣ କାନ୍ଦିବ?ବୀରର ପିତା କଣ କାନ୍ଦନ୍ତି ?
କାଲି ପରି ଲାଗୁଛି ନିମାପଡା କଲେଜକୁ ଯାଇଥିବା ପ୍ରଥମ ଦିନର ଅଭିଜ୍ଞତା ଆମ ଦୁହିଁଙ୍କ ଆଗରେ ବଖାଣି ଥିଲା କେତେ ଆଗ୍ରହରେ। ସାର୍ ପଚାରିଲେ ,ହ୍ଵାଟ୍ ଇଜ୍ ଦ ଏମ୍ ଅଫ୍ ୟୋର ଲାଇଫ୍? କିଏ ଡକ୍ଟର,କିଏ ଇଂଜିନିୟର କିଏ କଲେକ୍ଟର କହିଲେ,ମୁଁ କଣ କହିଲି ଜାଣିଛ, ଆଇ ଉଇଲ ବି ଏ ଶୋଲଜର୍ ଫର ମାଇଁ ମଦରଲାଣ୍ଡ୍। ମୁଁ ସେଦିନ ଖୁସିରେ କୁଣ୍ଢେଇ ପକେଇଥିଲି ତାକୁ।ତାପରେ ସତକୁ ସତ ସେଦିନର ମିଛି ମିଛିକା ଯାତ୍ରାର ବନ୍ଧୁକ ଖେଳ ସତ ହେଲା ମନୋଜ ଯେବେ ଗଲା ସୈନ୍ୟବାହିନୀରେ।ସେଦିନ ତା ମାଆଟା ଚାହୁଁ ନ ଥିଲା ଛାଡିବାକୁ,ତାକୁ ବୁଝେଇ ତା ଆଖିର ଲୁହକୁ ଶୁଖାଇ ପଠାଇଥିଲି ଯବାନ୍ କରି।ଆଜି ଅପରାହ୍ଣ ତିନିଟା ପନ୍ଦର ପୂର୍ଣ୍ଣ କରିଦେଲା ତା ଯୁଦ୍ଧ ଇତିହାସକୁ।ଏଇ ଜାନୁୟାରୀ ୨୪ ରେ ଆସିଥିଲା ଗେହ୍ଲିଟାର ଜନ୍ମଦିନରେ।ସବୁତକ ଖୁସି ଅଜାଡି ଦେଇଥିଲା ସେଦିନ।ସେଇ ଖୁସିର ଜନ୍ମ ମାସିକ ଵି ପୁରିନି। ଆଜି ଧୂଳିସାତ ହେଲା ମୋ ସାତ ସପନ । ଏବେ ଆସିବ ତା ଜୟନ୍ତୀ।ଏତିକି ଭାବି ଭାବି ବିହ୍ଵଳରେ ବୀର ଶହୀଦ ର ବୀରପିତା ସମ୍ଭାଳିପାରିଲା ନାହିଁ ଚାପି ରଖଥିବା ଅନ୍ତରର କୋହ।କୁନି ଛୁଆପରି ଧକେଇ ହୋଇ କାନ୍ଦିଲା।ତା ସାଙ୍ଗକୁ ସାବିତ୍ରୀ ଓ ସାଥିରେ ଲିଲି।ଗାଁ ଲୋକ ସମସ୍ତଙ୍କ ପାଟିରୁ ଗୋଟିଏ ଶବ୍ଦ ଛି ଛି, ବୈମାନ ପାକିସ୍ଥାନ,ଜାଳିଦିଅ ପାକିସ୍ଥାନ କୁ,ଧ୍ୱଂସ କର ଆତଙ୍କବାଦୀକୁ,ଉତ୍ଥାନ କର ମାନବବାଦକୁ।
ମଝିରେ ମଝିରେ ସାବିତ୍ରୀ ମୁହଁରୁ ଶୁଭୁଥାଏ, ମୋ ଦୀପ ଲିଭାଇଦେଲୁରେ ସୈତାନ୍, ତୁ ଧ୍ବଂସ ହୋଇଯାରେ ପିଶାଚ, ତୋ ଦେଶ ଜୀବଶୁନ୍ୟ ହୋଇଯାଉରେ ଆତ୍ମଘାତୀ,ଏ ଗୋଟେ କୋଳଶୂନ୍ୟ ମା'ର ଆଭିଶାପ ।
ଇତ୍ୟବସରରେ ଗଣମାଧ୍ୟମର ଉପସ୍ଥିତ ଓ ବାପାର ପ୍ରତିକ୍ରିୟା ସଭିଙ୍କୁ କରିଥିଲା ସ୍ତବ୍ଧ
ଚକିତ।ବୁମ୍ ସମ୍ମୁଖରେ ଜିତେନ୍ଦ୍ରଙ୍କର ନିର୍ଭୀକ କେଇପଦ କଥା ଦର୍ଶାଇଥିଲା ଓଡ଼ିଆ ବୀରର ପିତାର ହୃଦୟ ହିମାଳୟ ପରି ଅଚଳ ଓ ବାଣୀ ବଜ୍ରଠୁ ବି କଠିନ।ମୋ ପୁଅ କହୁଥିଲା କାଳିଆ ଘୋଡାରେ ଚଢିବି,ମଧୁବାବୁ ସଂଗେ ଲଢ଼ିବି।ନେତାଜୀ ପରି ଲେଲିହାନ ଶିଖା ହେବି ଜାଳି ଜାଳି ଜଳିଯିବି,ତାହା ହିଁ ହେଲା।ସବୁଦିନ ପାଇଁ ଦେଶ ପାଇଁ ପ୍ରାଣବଳୀ ଦେଇ ସବୁଦିନ ପାଇଁ ଚାଲି ଗଲା।ମୋର ଆହୁରି ଚାଲିଶରୁ ଅଧିକ ପୁଅ ବି ତା ସାଥେ ଗଲେ।ମୋ ପୁଅ ମା ମାଟିପାଇଁ ଜୀବନ ଦେଇ ସ୍ୱାଭିମାନର ଚାଲିଗଲା ମୁଁ ଗର୍ବିତ।ହେଲେ ବୈମାନ୍ ପାକିସ୍ଥାନ,ପିଶାଚ ଆତଙ୍କବାଦୀ ଙ୍କ ମୁଳୋତ୍ପାଟନ ହେବା ମୁଁ ଚାହେଁ। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏତିକି କହିବାକୁ ଚାହେଁ, ସେ ଶତ୍ରୁଙ୍କୁ ଏମିତି କଡା ଜବାବ ଦିଅନ୍ତୁ,ମୋ ପୁଅ ସମେତ ସମସ୍ତ ଶହୀଦ ମାନଙ୍କର ଆତ୍ମାର ସଦ୍ଗତି ହେଉ।ସ୍ଵର୍ଗରେ ଥାଇ ଏ ନ୍ୟାୟ ଦେଖି ଖୁସିରେ ଆନନ୍ଦଶ୍ରୁ ଗଡି ପଡୁ ସେମାନଙ୍କର।ଶହୀଦଙ୍କ ପିତାମାତାଙ୍କ ସମେତ କୋଟିକୋଟି ହିନ୍ଦୁସ୍ଥାନ ଙ୍କ ଆଖିର ଲୁହ ସେଦିନର ଆନନ୍ଦାଶ୍ରୁକୁ ସାଲ୍ୟୁଟ୍ ମାରୁ।ଏତିକି କହୁ କହୁ ଜିତେନ୍ଦ୍ରଙ୍କ କଣ୍ଠରୁଦ୍ଧ ସୁଚାଇଥିଲା ବାପାର ହୃଦୟାଟା ସନ୍ତାନ ପାଇଁ କେତେ ଯେ ବ୍ୟାକୁଳ, ଲୁକ୍କାୟିତ ଭଲପାଇବାଟା କେତେ ଯେ ଶକ୍ତ।ଗେହ୍ଲିଟା ସାମ୍ବାଦିକଙ୍କ ବୁମ୍ କୁ ବାରମ୍ବାର ଧରି ବା ବା ପା ପା କହିଲା ବେଳେ ସାମ୍ବାଦିକ ମାନଙ୍କ ଆଖିରୁ ଅଜାଣତରେ ବହି ଆସିଥିଲା କେଇଟୋପା ଅମାନିଆ ଅଶ୍ରୁ।ବିଚାରୀ ଲିଲିଟା ନିର୍ବାକ୍ ହୋଇ ବର୍ଷକର ସନ୍ତକ ମନସ୍ବିନୀ ନିଷ୍ପାପ କୋମଳ ନିରିହାର ମୁଖମଣ୍ଡଳକୁ ଚାହିଁରହିଥାଏ.....।
ସେଇ ମୁହୂର୍ତ୍ତର ଚମକତା ଭିତରେ ଶୁଭୁଥିଲା ଭାରତ ମାତାର କରୁଣ ସ୍ୱର। ରେ ମୋ ବୀର ବୀରାଙ୍ଗନା ପୁତ୍ର ପୁତ୍ରୀଗଣ ! ଉଠରେ, ଭାଙ୍ଗି ଦିଅ ବର୍ବର ପିଶାଚଙ୍କର ବର୍ବରତା।ଜାଳିଦିଅ ଆତଙ୍କବାଦୀଙ୍କୁ ତୁମ ଶୌର୍ଯ୍ୟ ବୀର୍ଯ୍ୟ ଲେଲିହାନ ଶିଖାରେ।ଛିଣ୍ଡାଇଦିଅ ବିବାଦର ଶିକୁଳି।କର କଳେ ବଳେ କୌଶଳେ ସମାଧାନ,ଛିଣ୍ଡାଇଦିଅ ଏଇ ଚିରଦିନ ଅଛିଣ୍ଡା ବିବାଦ/ସମସ୍ୟାର ଅଡୁଆ ସୂତାକୁ।ଦିଅ କୋଟିକୋଟ ନୀରିହ,ନିରିହା ହିନ୍ଦୁସ୍ଥାନୀଙ୍କୁ ଚିର ଶାନ୍ତି ନିଦ୍ରା ଉପହାର।ଏହା ଦେଖି ଶାନ୍ତ ହେବେ ମୋ କ୍ଲାନ୍ତ ବୀର ଶହୀହ ପୁତ୍ର ପୁତ୍ରୀଗଣ।
ସଙ୍ଗେ ସଙ୍ଗେ ଦୁଷ୍ଟ ଅନ୍ଧାରଟା କେଉଁଠି ଥିଲା କେଜାଣି ଆସି ସନ୍ତର୍ପଣରେ ପହଞ୍ଚି ଅଶାନ୍ତ ସ୍ଥଳୀକୁ କିଛି କ୍ଷଣ ପାଇଁ କରିଦେଲା ଶାନ୍ତ।ଅବାକ୍ ନିର୍ବାକ୍ ଆତ୍ମା କେତେଟା ଚାହିଁ ଥାନ୍ତି ଆକାଶର ତାରାଗଣଙ୍କୁ ଏକ ଲୟରେ......। ଖୋଜୁ ଥାନ୍ତି ପ୍ରିୟଜନଙ୍କୁ ....ଆଖିରୁ ଝରାଇ ଧାର ଧାର ଲୁହ ....... ।ଆହ୍ୱାନ ଦେଇ ନ୍ୟାୟର ଅପେକ୍ଷାରେ.....;
କହି କହି ଚାଲିଥାନ୍ତି.. ରକ୍ତର ଜବାବ.. ରକ୍ତରେ ଦିଅ ।
☁ବନ୍ଧନୀ☁
ଖୁସିକୁ ସେତେବେଳକୁ ମାତ୍ର ଦଶ ବର୍ଷ ବୟସ ହୋଇଥାଏ।ବାପା ପ୍ରକାଶ ଚନ୍ଦ୍ର ଜଣେ ଜଣାଶୁଣା ଗଣିତଜ୍ଞ।ଗଣିତର ଜଣେ ଏକନିଷ୍ଠ ସାଧକ ଓ ପ୍ରମୁଖ ପୂଜାରୀ।ଗଣିତକୁ ସେ ଏତେ ଭଲପାଉଥିଲେ ଯେ ବସିଲେ ଉଠିଲେ ସବୁବେଳେ ଗଣିତର ବ୍ୟାଖ୍ୟା କରି ଆନନ୍ଦ ନେଉଥିଲେ।ଅନ୍ୟକୁ ଆନନ୍ଦ ଦେଉଥିଲେ ମଧ୍ୟ।ଝିଅ ଖୁସି ବି କମ୍ ନୁହଁ।କଥାରେ ଅଛି ବାପ୍ ସେ ଜାଦା ବେଟି।ପଣିକିଆ ମିଶାଣ ଫେଡାଣ,ସରଳ ଗଣିତର ସମାଧାନ ମୁହେଁ ମୁହେଁ କରିଦିଏ।କିନ୍ତୁ ତାର ଟିକେ ମଝିରେ ମଝିରେ ମନ ଖରାପ ହୁଏ।କାହିଁକି ନା ତା ସାଂଗ ମାନଙ୍କୁ ଗଣିତ ଭଲ ଲାଗେନା।ସେମାନେ କହନ୍ତି ଗଣିତଟା ଗୋଟେ ନିରସ ପାଠ।ଏଥିରେ ସାହିତ୍ୟ କି ଇତିହାସ ପରି ମଜା ନ ଥାଏ।ଖାଲି ହିସାବ ପରେ ହିସାବ।ଏ କଥା ସବୁ ତା ବାପାଙ୍କୁ କହିଲା।ବାପା କିନ୍ତୁ କହିଲେ ତା ଓଲଟା।ଗଣିତଟା ସବୁଠୁ ମଜାଳିଆ ପାଠ।ବୁଝିଗଲେ, ଆଉ ତା ଭିତରେ ହଜିଗଲେ ନା, ସେ ଆମକୁ ଆନନ୍ଦରେ କେବଳ ଭିଜାଏ ନାହିଁ, ବରଂ ଗାଧୋଇ ଦିଏ।
ଖୁସି ମନରେ ଦ୍ବନ୍ଦ୍ୱ ଆସିଲା।ସତରେ ଗଣିତଟା ସରସ ନା ନିରସ।ସେ ସାଧାରଣ କଥାରେ କୌଣସି କଥାକୁ ଅନ୍ଧ ପରି ଗ୍ରହଣ କରେ ନାହିଁ।ଯଦି ବାପା କହୁଛନ୍ତି ତେବେ ସେ ବାସ୍ତବରେ ଦେଖାନ୍ତୁ ଯେ ଗଣିତଟା ସରସ ବୋଲି। ସେ ବାପାଙ୍କୁ ଯାଇ କହିଲା,ବାପା,,ସତରେ କଣ ଗଣିତଟା ସରସ,ଆନନ୍ଦଦାୟକ।ତୁମେ ମୋତେ ଗଣିତର ଏକ ବିଷୟବସ୍ତୁ ବୁଝାଅ ଯିଏ ଆମ ସାହିତ୍ୟ କି ଇତିହାସ ପରି ଗଳ୍ପଟିଏ ହୋଇଥିବ,ସେଥିରୁ ଆନନ୍ଦ ମିଳୁଥିବ,ଆଉ ସହଜରେ ଜାଣିହେଉଥିବ ଏଥିରେ ଗଣିତ କେଉଁଠି ଅଛି।ତେବେ ଯାଇ ମୁଁ ମାନିବି,ନ ହେଲେ ନାହିଁ।ବାପା ପ୍ରକାଶ ଚନ୍ଦ୍ର ଜାଣିଛନ୍ତି ଝିଅ ତାଙ୍କର ଜିଦଖୋର, ନଛୋଡବନ୍ଧା।ତେବେ ହଉ ଠିକ ଅଛି କହି ଭାବନାର ମୁଣିରୁ ଅଭିଜ୍ଞତା ଗୁଡିକୁ ଖୋଜିଲେ।ସେଥିରୁ କେତୋଟି ସାଉଁଟି ପରୀ ରାଇଜର ଗପ ମାଳା ତିଆରି କଲେ।ମଝିରେ ମଝିରେ ଖାଲି ଗଣିତର କେଇଟା ସଜ ଫୁଟା ଫୁଲ ଖୋସିଦେଲେ।ଆରମ୍ଭକଲେ ମଜାଳିଆ ଗପ।କହିଲେ ଆରେ ଖୁସି,ମା ତୁ ମନ ଦେଇ ଶୁଣୁ,ଆଉ ଗଣିତ କେଉଁଠି ଲୁଚିଛି ମୋତେ ନିଶ୍ଚୟ କହିବୁ।
ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ।ତାଙ୍କର ଥିଲେ ସାତୋଟି ଝିଅ।ଝିଅ ମାନେ ରୂପରେ ଯେମିତି ଗୁଣରେ ବି ସେମିତି।ଚନ୍ଦ୍ରକଳାର ବୃଦ୍ଧି ପରି ବଢୁଥାନ୍ତି ସେମାନେ।ସମସ୍ତଙ୍କର ବିବାହ ସମୟ ଉପସ୍ଥିତ।ରାଣୀ ଭାନୁମତି ବ୍ୟସ୍ତ,ରାଜା ଚନ୍ଦ୍ରଭାନୁ ସବୁବେଳେ କହୁଥାନ୍ତି ଆମ ଝିଅମାନଙ୍କ ପାଇଁ ବରପାତ୍ର ଖୋଜ।ରାଜା କିନ୍ତୁ କହୁଥାନ୍ତି ମୋ ଝିଅମାନେ କଣ ବୁଢ଼ୀ ହୋଇଗଲେଣି ନା କଣ? ରହିଥା,ଦେଖିବା।ଦିନେ ସେ ଚିନ୍ତାକଲେ ପ୍ରକୃତରେ ଭାନୁମତୀ ଯାହା କହୁଛି ଠିକ।ରାଜା ମନ୍ତ୍ରୀ ଓ କିଛି ପରିଷଦ ଧରି ଚାଲିଲେ ବର ଅନୁସନ୍ଧାନରେ।ମଧ୍ୟାହ୍ନ ସମୟ।ଜଙ୍ଗଲ ରାସ୍ତାରେ ଘୋଡାରେ ଯାଉ ଯାଉ ସେ କ୍ଲାନ୍ତ ଅନୁଭବ କଲେ।ସମସ୍ତେ ଗୋଟିଏ ବୃକ୍ଷ ମୂଳେ ବିଶ୍ରାମ ନେଲେ।ଠିକ ସେହି ସମୟରେ ଅନ୍ୟ ଏକ ରାଜ୍ୟର ରାଜା ତାଙ୍କର ସାତପୁଅଙ୍କ ବିବାହ ନେଇ କନ୍ୟା ସନ୍ଧାନରେ ବାହାରିଥାନ୍ତି।ସେମାନେ ବି କ୍ଳାନ୍ତ ଅନୁଭବ କରୁଥିବାରୁ ସେଠାରେ ବିଶ୍ରାମ ନେଲେ।କଥାବାର୍ତ୍ତା ଓ ଭାବ ବିନିମୟରୁ ଉଭୟ ଉଭୟଙ୍କ ଆଗମନର ଅଭିପ୍ରାୟ ଜାଣିପାରିଲେ।ଉଭୟଙ୍କ ଝିଅ ପୁଅଙ୍କ ବିବାହ ପାଇଁ ସିଧ୍ୟାନ୍ତ ନେଲେ।ଦିନ ବାର ତିଥି ନିର୍ଘଣ୍ଟ କରାଗଲା।ସେଠାରୁ ସେମାନେ ପ୍ରତ୍ୟାବର୍ତ୍ତନ କରି ବିବାହ ପ୍ରସ୍ତୁତିରେ ମାତିଲେ।
ବିବାହ ଦିନ କିନ୍ତୁ ଗୋଟିଏ ଘଟଣା ଘଟିଲା।ସାତପୁଅଙ୍କ ଭିତରୁ ସାନ ପୁଅ ଯିବାକୁ ରାଜି ହେଲା ନାହିଁ।ରାଜା ବୁଝାଇଲେ ଓ କାରଣ ଜାଣିବାକୁ ଚାହିଁଲେ।ପୁଅ କହିଲା ବାପା ଆମେ ସମସ୍ତେ ଚାଲିଗଲେ ପଡୋଶୀ ରାଜ୍ୟ ଏଇ ସୁଯୋଗରେ ଆକ୍ରମଣ କରିପାରେ।ଆମେ ଆସିଲା ବେଳକୁ ଆମ ରାଜ୍ୟ ଥିବ ତ?ରାଜା ଗମ୍ଭୀର ଭାବେ ଦୀର୍ଘଶ୍ଵାସ ଟିଏ ପକାଇ କହିଲେ ଏହା ଉଚିତ୍ ଓ ଉପାଦେୟ କଥା।ତେବେ ଜଣଙ୍କର ଅନୁପସ୍ଥିତିରେ ତା ବିବାହ କାର୍ଯ୍ୟ ହେବ କେମିତି।ଯାହେଉ ତାର ପ୍ରତିମା ସହ ବରଯାତ୍ରୀ ବାଜା ବାଣ ର ଭରପୁର ରେ ଚାଲିଲା ରାଜାଙ୍କର ବରଯାତ୍ରୀ ରୋଷଣୀ କରି।
ଆନନ୍ଦ ଉଲ୍ଲାସରେ ସମ୍ପନ୍ନ ହେଲା ବିବାହ କାର୍ଯ୍ୟ।ଭୋଜି ଭାତରେ ବୋଧ ହେଲେ ବରଯାତ୍ରୀ।ବାଣ ବାଜାର ନିନାଦରେ ପ୍ରକମ୍ପିତ ହେଲା ପରିବେଶ।ଶେଷରେ କ୍ରନ୍ଦନର ରୋଳରେ ଫେରିଲେ ବରବୋହୁ।କିନ୍ତୁ ସାନ ବୋହୂର ସନ୍ଦେହ, ଦୁଃଖ,ଆଶଙ୍କା ଅତି ମାତ୍ରାରେ ଥିଲା ସାନ ରାଜପୁଅଙ୍କ ଅନୁପସ୍ଥିତି ପାଇଁ।
ଫେରନ୍ତା ବାଟ ।ପାରି ହେବାକୁ ହେବ ଏକ ନଦୀ ଓ ଘଞ୍ଚ ଜଙ୍ଗଲ।ସତେ ଯେମିତି ଆନନ୍ଦ ଓ ହସ ଖୁସିକୁ ସହି ପାରିନଥିଲା ଦୁଃସମୟ।ଏକ ଦୁର୍ଦ୍ଦାନ୍ତର ଆଡ୍ଡାସ୍ଥଳୀ ଥିଲା ଏ ଜଙ୍ଗଲ।ଯେ କୌଣସି ବରବୋହୁ ଫେରନ୍ତା ବାଟରେ ହେଉଥିଲେ ତାର ଶିକାର।ସଙ୍ଗେ ସଙ୍ଗେ
ରାକ୍ଷସମାନେ ମାରିପକାଇଲେ ବରଯାତ୍ରୀ ଓ ଛଅ ରାଜାପୁତ୍ର ସହ ତାଙ୍କ ଆତ୍ମୀୟ ଜ୍ଞାତି କୁଟୁମ୍ବ ଙ୍କୁ।କେବଳ ରଖିନେଲା ସାତ ବୋହୁଙ୍କୁ କରିବାକୁ ତାର ଦାସୀ।ଆଶ୍ରୁର ଧାର ଓ ଯନ୍ତ୍ରଣାର କୋହ ଓ ଆଖିର ଲୁହ ସତେ ଯେମିତି ପ୍ରତିଯୋଗୀତା କରୁଥିଲେ ପରସ୍ପର।ବନଭୂମି ପ୍ରକମ୍ପିତ ହେଉଥିଲା ଆକୁଳ ବୁକୁଫଟା ଚିତ୍କାରରେ।ଏପଟେ ସାନ ରାଜାପୁଅ ବରଯାତ୍ରୀଙ୍କର ଅଫେରନ୍ତା ରେ ସନ୍ଦେହର ଅଡୁଆସୁତାରର ଘେରି ହେଉଥାଏ ଓ ମନକୁ ଭୟ ପାପ ଛୁଉଥାଏ।
ଦିନ ପରେ ଦିନ ବିତି ଗଲା।ରାକ୍ଷସ ଟା ବୋହୁ ମାନଙ୍କୁ ଦାସୀ ପରି ଖଟାଉଥିଲା।ସାନ ବୋହୁଟା ଅତି ବିଚକ୍ଷଣ ବୁଦ୍ଧୀମତୀ ଥିଲା।ସେ ସେବା ଶୁଶୁଷା ବାହାନାରେ ତାର ଅତି ପ୍ରିୟଭାଜନ ହୋଇଗଲା।
ଦିନେ ଗାଧୋଇବାକୁ ପାଖ ନଈକୁ ଯାଇଥାନ୍ତି ବୋହୁ ମାନେ । ସାନ ବୋହୁ ଥିଲା ପଛରେ।ନଦୀ ସେପଟେ ସାନ ରାଜାପୁଅ ବୁଲି ବୁଲି ଖୋଜି ଖୋଜି କ୍ଲାନ୍ତ ଅନୁଭବ କରି ନଦୀର ଅପରପାଶ୍ୱରେ ପିଉଥିଲା ଟୋପେ ନଈ ପାଣି।ଏଭଳି ଦିବ୍ୟସୁନ୍ଦରୀ ନାରୀଟିଏ ଏ ଜଙ୍ଗଲ ଭିତରେ ଦେଖି ତା ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରିଲା।ଏପଟେ ସାନ ରାଜାଝିଅଟି ବି ଏଭଳି ଯୁବକ ରାଜପୁତ୍ର ହୋଇ ବି ପାରନ୍ତି ଭାବିଲା।ନଦୀ ଏପଟକୁ ଆସିଲା ରାଜାପୁଅ।ପରସ୍ପରର କେଇପଦ ପଚରାଉଚୁରା ଓ କଥୋପକଥନରେ ଦୁହେଁ ଦୁହିଁଙ୍କୁ ଚିହ୍ନି ଥିଲେ।ମିଳନର ଆବେଗ ଓ ଦୁଃଖର କୋହର ସଙ୍ଗମ ସତେ ଅବା ଚକିତ କରୁଥିଲା ପରିବେଶ ପରିସ୍ଥିତିକୁ।କଥାହେଲେ ଉଭୟେ ଉଭୟେ କିଛି ଯୋଜନା କରି ରାକ୍ଷସ ଠାରୁ କିପରି ରକ୍ଷାପାଇବେ।ଏଭଳି ପ୍ରତିଦିନ ଦେଖାହେଉଥାଏ ଦୁହିଁଙ୍କର ସେ ନଦୀକୂଳରେ।
ସାନବୋହୁ ଅତି ମାତ୍ରାରେ ଆଦରଣୀୟ ହେଉଥାଏ ରାକ୍ଷସର ତାର ଅତି ଆତ୍ମୀୟ ଓ ଆନ୍ତରିକତା ର ସେବାରେ।ରାକ୍ଷସ ବି ତାକୁ ନିଜ ଝିଅପରି ମନେକରୁଥାଏ,ତାର ସବୁ କଥା
କହୁଥାଏ।ସେଇ ସୁଯୋଗରେ ଦିନେ ରାତିରେ ତାକୁ ଘଷି ଦେଉଦେଉ କହିଲା,ବାପା ତୁମେ ବହୁତ ଭଲ।ତୁମ ସ୍ନେହ ଶ୍ରଦ୍ଧା ଭୁଲିହେବନି।ହେଲେ ଗୋଟିଏ ଦୁଃଖ।ରାକ୍ଷସ ପଚାରିଲା,ଆରେ ମା,କୋଉଟା ଦୁଃଖ ମୋତେ ଖୋଲି କହୁନୁ।ବୋହୁ କହିଲା,ବାପା ମୁଁ ଚାହୁଁଛି ଆପଣ ଜମା ବୁଢା ହୁଅନ୍ତୁ ନାହିଁ।କାରଣ ବୁଢ଼ାହେଲେ ତ ଜଣେ ମରି ଯାଏ।ହେଲେ ଆପଣଙ୍କ ମୃତ୍ୟୁ ମୁଁ ସହିପାରିବିନି।
ରାକ୍ଷସ କହିଲା,ଆରେ ପାଗଳି ମୁଁ କେବେ ବି ମରିବି ନାହିଁ।ଏକଥା ଶୁଣି ବୋହୁ ଚିନ୍ତାରେ ପଡିଗଲା।ଅଭିନୟ କରି କହିଲା,ଭଲ ହୋଇଛି ବାପା...ତୁମେ ସଦା ବଂଚିଥାଅ,ମୁଁ ବହୁତ ଖୁସି ହେବି।
ଅବଶ୍ୟ ମୋର ମରିବାର ଗୋଟିଏ ଉପାୟ ଅଛି,କିନ୍ତୁ ତାହା ସଭିଙ୍କୁ ସମ୍ପୂର୍ଣ୍ଣ ଅଜଣା।ବହୁତ ଭଲ କଥା ବାପା,ହେଲେ ମୋତେ ସେ ଉପାୟ ଟା ଟିକେ କୁହନ୍ତ ନାହିଁ।ରାକ୍ଷସ କହିଲା,ନାଁରେ ମା,ଏହା ମୁଁ ଆଜି ପର୍ଯ୍ୟନ୍ତ କାହାକୁ କହି ନାହିଁ କି କହିବି ନାହିଁ।ହଉ ବାପା ମୁଁ ତାହେଲେ ତୁମର କେହି ନୁହଁ କହି ଅଭିମାନ କଲା।ରାକ୍ଷସଟାକୁ ଭଲ ଲାଗିଲା ନାହିଁ।ସେ କିଛି ଦିନରେ ତା ସହ ବେଶ ମିଶିଯାଇଥିଲା।ତାକୁ ବୁଝେଇଲା ଏବଂ ଶେଷରେ ଗୋଟିଏ ସର୍ତ୍ତରେ ତାକୁ କହିଲା।ମୁଁ କହିବି କିନ୍ତୁ ସେ ଜିନିଷ ଦେଖେଇବି ନାହିଁ।ରାଜି ହେଲା ରାଜା ଝିଅ।ରାକ୍ଷସ କହିଲା କେବଳ ଗୋଟିଏ ଗୁପ୍ତ ରହସ୍ୟ ଅଛି ଯେଉଁଥିରେ ମୁଁ ମରିବି।ଆମ ଏ ଜଙ୍ଗଲ ଭିତରେ ଏକ ନୀଳ ଜଳର ପୁଷ୍କରିଣୀ ଅଛି।ସେ ପୋଖରୀ ଭତରେ ଏକ ଭଅଁର ବି ଅକ୍ଷତ ଅବସ୍ଥାରେ ଅଛି।ମୋର ଏକ କୁହୁକ ବାଡ଼ିରେ ଯେ ତାକୁ ମାରିଦେଵ,ସେତେବେଳେ ମୁଁ ମରିବି।ପୁନଶ୍ଚ ସେ ପୁଷ୍କରିଣୀ ଜଳ ଛିଞ୍ଚିଲେ ଆଜି ଯାଏ ଯେତେ ଲୋକ ମୋ ଦ୍ୱାରା ମରିଛନ୍ତି ସେମାନେ ପୁନର୍ଜ୍ଜୀବନ ପାଇବେ।ସେଠାକୁ ଯିବାର ନକ୍ସା କିଏ ପାଇବ ନା ମୁଁ ମରିବି।ଅଭିନୟରେ ବୋହୁ ଟି କହିଲା ବାପା କେହି ସେସବୁ ନ ପାଆନ୍ତୁ,ତୁମେ ଆମର ହୋଇ ରହିଥାଅ।ସେଦିନ ରାତିରେ ତାର ନିଦ ନାହିଁ,କେମିତି କେତେବେଳେ ସଂଗ୍ରହ କରିବ ତାକୁ।ରାତି ପାହିଲା।ରାକ୍ଷସ ଚାଲିଲା ଜଙ୍ଗଲ।ସେଇ ଭିତରେ ସେ ଖୋଜି ଚାଲିଲା ସେ ସଲ।ଖୀନ ଭିନ କରିଦେଲା ସେ ଘରକୁ।ଶେଷରେ ଏକ ରେଜେଇ,ଭିତରେ ଏକ ଛୋଟ ତକିଆ,ତା ଭିତରେ ଗୋଟେ ଛୋଟ ବାକ୍ସ।ସେଥିରେ ଏକ ନକ୍ସା,ଲେଖା କାଗଜ ଓ ବାଡ଼ି।ଯେଉଁଥିରେ ଲେଖା ଅଛି ରାକ୍ଷସର ମୃତ୍ୟୁ ବିବରଣୀ।ସେସବୁକୁ ସାଥ୍ୱୀରେ ଧରି ଖୁବ୍ ଶୀଘ୍ର ସେ ଛୁଟିଲା ନଦୀକୂଳକୁ।ନଦୀକୂଳରେ ରାଜା ପୁଅକୁ ସବୁତକ ନଥି ଦେଇ ସେ ସଅଳ ଫେରି ଆସିଲା।ଜୀବନରେ ଯେତିକି ସମ୍ମାନ ଆଦର ଅଜାଡି ଦେଲା ସେ ରାକ୍ଷସ ବାପାକୁ।ମୁହୂର୍ତ୍ତେ ବି ଫୁରୁସତ ଦେଲା ନାହିଁ ତାକୁ, ତା ନଥିପତ୍ର କଥା ମନେ ପକାଇବାକୁ।
ରାତି ପାହିଲା।ସୁବିଧା ଉଣ୍ଡି ଚାଲିଲା ରାଜା ଝିଅ ଆଶା ଭରସାକୁ ହୃଦୟେ ଧରି।ରାଜା ପୁଅ ବି ରାତି ଉଜାଗର ରହି ଖୋଳୁଥିଲା ସୁବର୍ଣ୍ଣ ସୁଯୋଗ।ହଠାତ ରାଜଝିଅକୁ ଦେଖି ତା ହୃଦୟ ସ୍ପଂଦିତ ହେଲା।ଦୁହେଁ ନକ୍ସା ଦେଖି ଚାଲିଲେ ପୋଖରୀ କୂଳକୁ।
ଏକ ବିଶାଳ ପ୍ରାଚୀର।ଭିତରକୁ ପ୍ରବେଶ କଲେ।ତାପରେ ଏକ ଶକ୍ତ ଲୁହା ତାର ବାଡ଼।ବାଟ ଖୋଲି ପଶିଲେ ଭିତରକୁ।ଡେଇଁ ପଡିଲା ରାଜା ପୁଅ ପୋଖରୀ ଭିତରକୁ।ପୋଖରୀ ଭିତରୁ ବୁଡି ଆଣିଲା ପଙ୍କ ଭିତରୁ ଏକ ବାକ୍ସ।ବାକ୍ସ ଭିତରେ ଏକ ଫରୁଆ।ଫରୁଆ ଭିତରୁ ଏକ ଭଅଁର।ଭଅଁରକୁ ଟିପରେ ଦଳିଦେଲା।ଛଟପଟ ଭଅଁରକୁ କୁହୁକ ବାଡ଼ିରେ ପିଟୁଥାଏ।ଅଦ୍ଭୁତ ଚିତ୍କାର।ରାକ୍ଷସର ଗର୍ଜ୍ଜନରେ ଗଗନ ପବନ ପ୍ରକମ୍ପିତ ହେଲା।ବିକଟାଳ ରଡି ଛାଡି ନିମିଷକେ ପ୍ରାଣ ହରାଇଦେଲା ସେ।ଆଶ୍ଚର୍ଯ୍ୟ ଜନକ କଥା,ଭିନ୍ନ ଭିନ ସ୍ଥାନରେ ମରି ପଡିଥିବା ମଣିଷ ସବୁ ଆଖି ମଳି ମଳି ନିଦରୁ ଉଠିଲା ପରି ଲାଗିଲେ।ସଭିଙ୍କ ମୁହଁରେ ହସ ଆନନ୍ଦର ପୁଲକର ଜୁଆର।ରାଜା ପୁଅମାନେ ନିଜ ନିଜର ପତ୍ନୀ ମାନଙ୍କୁ ପାଇ ଖୁସି ହେଲେ।ରାଜା,କର୍ମଚାରୀ ଓ ପାତ୍ର ମିତ୍ର ଖୁସିରେ ଫାଟି ପଡିଲେ।
ବାପା କହିଲେ ଖୁସି, ବୁଝିଲୁ କି ଏହା ଭିତରେ ଗଣିତରେ ଏକ କଥା ମୁଁ କହି ଦେଇଛି,କହିପାରିବୁ ତ?ଖୁସି ଭାବିଲା,ଆରେ ଏ ତ ଭଲ ମଉଜିଆ ଗପଟେ।ହେଲେ ଗଣିତ କାହିଁ?ଟିକେ ମୁଣ୍ଡକୁ ସେସବୁ ନେଇ ଦେଖିଲା,ପାଚେରୀ,ତା ପରେ ବାଡ଼,ତା ପରେ ବାକ୍ସ, ତା ପରେ ଫରୁଆ,ତା ଭିତରେ ଭଅଁର,ତା ମୁଣ୍ଡରେ କଲା ଗାର।ଅଭିଜ୍ଞତା କୁ ଗଣିତର ସାଙ୍କେତିକ ଚିହ୍ନ...ଅନ୍ୟାନ୍ୟ ସଂଯୋଗ କରି ଭାବିଲା...ଭାବିଲା ....ତାପରେ ହଠାତ କହିଲା ବାପା ପାଇଗଲି...ପାଇଗଲି,ତାହା ହେଲା ବନ୍ଧନୀ।ଏଇଟି ଅଛି ରେଖା ବନ୍ଧନୀ,ଚନ୍ଦ୍ର ବନ୍ଧନୀ,କୁଟୀଳ ବନ୍ଧନୀ ଆଉ ମଧ୍ୟ ବର୍ଗ ବନ୍ଧନୀ।
ବାପା ଆନନ୍ଦରେ ବିଭୋର ହୋଇଗଲେ।ଆନନ୍ଦର ଅଶ୍ରୁ ଧାର ଧାର ବୋହିଗଲା।ଝିଅକୁ କୁଣ୍ଢେଇ ପକାଇ କହିଲେ,ତୁ ମୋର କେବଳ ନୁହଁ,ବରଂ ଗଣିତର ବି ମାନ ରଖିଦେଲୁରେ ଖୁସି।
🌷 ଚାରିଗୋଟି ବିନ୍ଦୁରେ ଭାଗ୍ୟ 🌷
ବାପା ଆକାଶଠୁ ଉଚ୍ଚ,ମା' ଧରିତ୍ରୀ ଠୁ ବହୁତ ଭାରି,ଗୁରୁ ସାକ୍ଷାତ ଜ୍ଞାନ ଗଙ୍ଗା ଆଉ ଭଗବାନ ସ୍ୱୟଂ ପୁଣ୍ୟ ପାରାବର। ବାଃ କି ଚାମତ୍କାର ଭାବନା।ସବୁକିଛି ଏଇ ଚାରି ବିନ୍ଦୁରେ ହିଁ ବନ୍ଧା।ମନେ ମନେ ଭାବି ଖୁସିରେ ଫାଟି ଉଠୁଥିଲା ଆମେରିକୀୟ ଖ୍ରୀଷ୍ଟିୟାନୀ ଝିଅ ବିୟୁଟି କୁଇନ୍ ଜୁଲିଆ ରବଟ୍।ସତରେ କି ପବିତ୍ର ଚିନ୍ତାଧାରା ଏ ଭାରତୀୟ ସଂସ୍କୃତିରେ ।ଆମେରିକାର କିଂ ଜୋସେଫ୍ ଏଡଭାନ୍ସ କଲେଜର ଆନୂଆଲ୍ ଫଙ୍କ୍ ସନ୍ ରେ ଭାରତୀୟ ଏକ ଯୁବକର ଅନ୍ତରର ଚାରୋଟି ବିନ୍ଦୁର ଵିଶ୍ଳେଷଣ।ବେଷ୍ଟ୍ ସ୍ତୁଡେଣ୍ଟ୍ ଆୱାର୍ଡ ପାଇବା ପରେ ତା ଦେଶପାଇଁ କହିଥିବା କେଇପଦ କଥା କିଣି ନେଇଥିଲା ଜୁଲିଆ ରାବର୍ଟର ବିଦେଶୀ ହୃଦୟକୁ । ଏକଲୟରେ ଶୁଣୁଥାଏ ଗ୍ରୀଷ୍ମ ନିଦାଘ ଅସହ୍ୟ ସମ୍ଭାଳି ନ ପାରି ଚାତକ ଚାହିଁ ଥିବା ପହିଲି ଜଳବୁନ୍ଦାକୁ ପାଖରେ ପାଇବା ଭଳି।
ସତ୍ୟ,ଶାନ୍ତି,ଦୟା,କ୍ଷମା...ଏ ହେଉଛି ଅସଲ ମାନବିକତାର ଚାରୋଟି ଗୁଣ।ଯାହା ପାଖରେ ଏ ସବୁ ଅଛି,ସେ ନ୍ୟାୟରେ ହିଁ ଧର୍ମରାଜ। ସ୍ନେହ,ପ୍ରୀତି,ମାୟା,ମମତା ...ଏ ଚାରି ବିନ୍ଦୁ ପ୍ରେମର ଅସଲ ନିଦର୍ଶନ।ଯିଏ ଏସବୁ ପାଇଛି ସେ ହୃଦୟରେ ହିଁ କୁବେର । ଏସବୁ ଶୁଣି ଜୁଳିଆ ଖାଲି ବିହ୍ଵଳ ହେଉ ନଥିଲା ଭାଵୁଥିଲା, ସତରେ ଏ ଭାରତର ବୈଶିଷ୍ଟ୍ୟ ଯଦି ଏତେ ସୁନ୍ଦର ତେବେ ଏ ଭାରତୀୟଙ୍କ ହୃଦୟ କେତେ ସୁନ୍ଦର ହୋଇ ନ ଥିବ।ଏ ଭାରତରେ ଯେ ଜନ୍ମ ହୋଇଛି ସେ କି ଭାଗ୍ୟବାନ ହୋଇ ନ ଥିବ?ମନେ ମନେ ହୃଦୟରୁ ଭଲ ପାଇବାର ସୁଅ ଛୁଟିଗଲା ସେଇ ରଂଗମଂଚରେ ଚାରି ବିନ୍ଦୁର କୁହୁକ ବର୍ଣ୍ଣନା କରୁଥିବା ସେ ଯୁବକ ଉପରେ।
ଉତ୍ସବର ଅନ୍ତ ହେଲା ହେଲେ ଜୁଲିଆର ଉତ୍ସୁକତାର ଅନ୍ତ ହେବା ତ ଦୂରର କଥା ବରଂ ଆରମ୍ଭ ହେଉଥିଲା... ବୃଦ୍ଧି ହେଉଥିଲା ଅନନ୍ୟ କୌତୁହଳ ବାରମ୍ବାର।ବାଟରେ ଅପେକ୍ଷା କରିଥିଲା ସେ ଯୁବକକୁ।ଯୁବକଟି ତାର ପ୍ରିୟସାଥୀ ବାଇକକୁ ଷ୍ଟାର୍ଟ କରୁକରୁ ଜୁଲିଆର କଣ୍ଠରୁ ବାହାରି ଆସିଲା, ହେଲୋ..କଂଗ୍ରାଚୁଲେସନ...ଫର୍ ୟୋର୍ ଆଚିଭମେଣ୍ଟ୍।ମାଇଁ ସେଲ୍ଫ ଜୁଲିଆ..ଆଇ ମିନ୍ ଜୁଲିଆ ରବଟ୍। ଥାନକ୍ସ, ମାଇଁ ସେଲ୍ଫ ଭାରତ...ଆଇ ମିନ ଭାରତ ଭୂଷଣ ଦାସ।
-ସଥରେ ଥୁମ ସ୍ପୀଚ୍ ଭଉତ ସୁନ୍ଦର ଥିଲା।ଆଉ ଥୁମ ଦେଶ ଆଇ ମିନ୍ ଭାରତ କେଥେ ସୁନ୍ଦର ହୋଇଥିବ,ଯାହାର ସଂସ୍କୃଥି ଏଥେ ସୁନ୍ଦର ।
ଭାରତ ବହୁତ ଖୁସି ହେଲା।ମନେ ମନେ ଗର୍ବ ଅନୁଭବ କରୁଥିଲା ସେ ସେଇ ଦେଶର ସନ୍ତାନ ବୋଲି।ମୋ ଦେଶକୁ ଏତେ ଭଲ ପାଉଛ ଶୁଣି ବହୁତ ବହୁତ ଧନ୍ୟବାଦ ତୁମକୁ।ଖାଲି ସେତିକି ନୁହଁ ମୋ ଦେଶର ତତ୍ତ୍ୱ ଶୁଣିଲେ ତୁମେ ଆଶ୍ଚର୍ଯ୍ୟ ହୋଇଯିବ।ମୋ ଦେଶର ଚାରୋଟି ମୁଖ୍ୟ ବିନ୍ଦୁ ହେଲା ପିତୃ ଦେବ ଭବ, ମାତୃ ଦେବ ଭାବ,ଆଚାର୍ଯ୍ୟ ଦେବ ଭଵ ଆଉ ଅତିଥି ଦେବ ଭଵ।ପିତା-ମାତା-ଗୁରୁ-ଆଇ ମିନ ଅତିଥି ସମସ୍ତଙ୍କୁ ଦେବତାର ସମ୍ମାନ ଦିଆଯାଏ।ଏଇମିତି ଅନେକ ଅନେକ କଥା।
ମୋଥେ ତୁମ ଦେଶକୁ ବହୁତ ଭଲ ଲାଗୁଛି।ମୁଁ ବି ବହୁତ ଶୁଣିବାକୁ ଚାହୁଁଛି,ମୋଥେ କେବେ କେବେ କହିପାରିବ?ହ୍ଵାଏ ନଟ୍, ନିଶ୍ଚୟ କହିବି ଥିଲା ଭାରତର ଉତ୍ତର।
ଧନ୍ୟବାଦ ଥୁମକୁ।ଥୁମେ ବହୁତ ଭାଗ୍ୟବାନ କାରଣ ଥୁମେ ଭାରତରେ ଜନ୍ମ ହୋଇଛ।ଜୁଳିୟାର ପ୍ରତ୍ୟୁତ୍ତର ଥିଲା।
ଖାଲି ମୁଁ ଭାଗ୍ୟବାନ ନୁହଁ, ଏ ମାଟିରେ ରାମ,କୃଷ୍ଣ,ବୁଦ୍ଧ ଓ ଯୀଶୁ ଜନ୍ମ ହୋଇ ନିଜକୁ ଧନ୍ୟ,ଗର୍ବିତ ଓ ଭାଗ୍ୟବାନ ମଧ୍ୟ ମନେ କରିଯାଇଛନ୍ତି।ଯାହେଉ ମୋ ଦେଶକୁ ଭଲ ପାଉଛ ଶୁଣି ବହୁତ ଖୁସି ହେଲି।ଆଜି ବହୁତ ବିଳମ୍ବ ହେଲାଣି,ମୁଁ ଆସୁଛି।ଆଉ କେବେ ସମୟ ହେଲେ କଥା ହେବା ଓ ମୋ ଭାରତ ବିଷୟରେ ମୁଁ କହିବି।
ଭାରତ ଦେଶ, ଭାରତୀୟ ସଂସ୍କୃତିକୁ ଭଲ ପାଉ ପାଉ କେତେବେଳେ ଯେ ସତକୁ ସତ ଭାରତକୁ ଭଲ ପାଇବସିଲା ଏ ଜୁଲିଆ।ଏଇମିତି ଦିନ ପରେ ଦିନ ଜୁଲିଆ ଓ ଭାରତ ପରସ୍ପର କିଛି ସମୟ କଥାବାର୍ତ୍ତାରେ ମଜ୍ଜି ଯାନ୍ତି।ଭାରତ, ଭାରତୀୟ ସଂସ୍କୃତି ସମ୍ବନ୍ଧରେ କିଛି କହେ,ଜୁଲିଆ ମେଧାବୀ ବିଦ୍ୟାର୍ଥୀ ପରି ଅନେକ ପ୍ରଶ୍ନ କୌତୁହଳରେ ପଚାରି ପଚାରି ଜାଣେ।ଏଇମିତି ମିଳାମିଶା ଏତେ ଅଧିକ ହୋଇଗଲା ଯେ ଜଣେ ଅନ୍ୟ ଜଣଙ୍କୁ ନ ଦେଖିଲେ କେହି ରହିପାରନ୍ତିନି।ଜଣେ ଖ୍ରୀଷ୍ଟିୟାନୀ ଆଉ ଜଣେ ନୈଷ୍ଠିକ ବ୍ରାହ୍ମଣ।ଦୁଇ ବିପରୀତ ସରଳରେଖା,ଦିଗବଳୟର ଦୁଇ ଅଯୋଡ଼ା ପ୍ରାନ୍ତ।ହେଲେ ପ୍ରେମର ସଂଜ୍ଞା କ'ଣ ଏସବୁ ମାନେ।ଜୁଲିଆ ଯେଉଁଦିନ ପ୍ରପୋଜ୍ କଲା ଭାରତକୁ ଭାରତ ବି ଏଇଆ କହିଥିଲା।ହେଲେ ଜୁଲିଆର ଭାରତୀୟ ସଂସ୍କୃତିର ବ୍ୟାଖ୍ୟା ତା ପାଟିକୁ ଚୁପ କରିଦେଇଥିଲା।ପରିସ୍ଥିତିର ଟ୍ରାଫିକ୍ ଛକରେ କିଂକର୍ତ୍ତବ୍ୟବିମୁଢ ଭାରତ ବିବାହର ଦୁର୍ଘଟଣା କରି ଛନ୍ଦି ହୋଇଗଲା ପ୍ରଣୟର ସୁପ୍ରିମ କୋର୍ଟର ପ୍ରେମ ଶିକୁଳିରେ।ପ୍ରତିକ୍ଷଣ ଭାରତ ଭାବେ ତା ଭବିଷ୍ୟତ,ତା ଲୁକ୍କାୟିତ କଥାକୁ ଅନ୍ତରରେ ଲୁଚାଇ।ହଠାତ୍ ବାପାଙ୍କର ଜରୁରୀ ମେସେଜ୍ ପାଇ ବିଦାୟ ନେଲା ଆମେରିକାରୁ ଖୁବ୍ ଶୀଘ୍ର ଫେରିବାର ପ୍ରତିଶ୍ରୁତି ଦେଇ।ଅଶ୍ରୁଳ ଓ ବିହ୍ଵଳ ମୁହୂର୍ତ୍ତକୁ ଭାଳି ଭାଳି ପହଁଚିଲା ନିଜ ଜନ୍ମ ମାଟି ଭାରତବର୍ଷରେ।
ବାପା ଭାନୁ ପ୍ରଦୀପ ଦାସ,ଜଣେ ନୈଷ୍ଠିକ ହିନ୍ଦୁ ବ୍ରାହ୍ମଣ।ଆଚାର ବିଚାର ଓ ସଦାଚାରରେ ସେ ଶ୍ରେଷ୍ଠ।ମୁସଲିମ, ଖ୍ରୀଷ୍ଟିୟାନ କୌଣସି ଅଣ ହିନ୍ଦୁଙ୍କର ଛାଇ ବି ସେ ଦେଖନ୍ତି ନାହିଁ।ବିଶିଷ୍ଟ ଶିଳ୍ପପତି ଅମରେନ୍ଦ୍ର ବିଦ୍ୟାଧର ମହାପାତ୍ର ଯେ କି ତାଙ୍କ ବାଲ୍ୟବନ୍ଧୁ,ତାଙ୍କ ଝିଅ ସହ ବିବାହ ସିଦ୍ଧାନ୍ତ ନେଇଛନ୍ତି । ଭାରତକୁ ଡାକିଛନ୍ତି ବିବାହ ପାଇଁ।ଏସବୁ ଶୁଣି ଭାରତର ପ୍ରେମରେ ଗଢ଼ା ତାଜମହଲଟା ସତେ ଯେମିତି ଭୂମିକମ୍ପରେ ଭୁଷୁଡି ପଡିଲା।ବିବାହ କରିଛି ବୋଲି କହିବାର ସାହସ ତ ତାର ନ ଥିଲା ପୁନଶ୍ଚ ଅଣହିନ୍ଦୁ ଖ୍ରୀଷ୍ଟିୟାନ ସହ ଏହା ଜାଣିଲେ ତାର ଏ ଘରେ ସ୍ଥାନ ନାହିଁ ସେ ଜାଣିଥିଲା।ହେଲେ ଜୁଲିଆ ସହ ବିଶ୍ୱାସଘାତକତାର ଅହିରାଜ ତା ହୃଦୟକୁ ବାରମ୍ବାର ଚୋଟ ମାରୁଥିଲା।ବିବାହ ସରିଲା,ତା ଅଧାଗଢା ମନ୍ଦିରଟା ସତେ ଯେମିତି କାନ୍ଦି କାନ୍ଦି ଚାହିଁ ରହିଥିଲା ତା ଅପୂଜା ଦିଅଙ୍କୁ।
ଦିନ ପରେ ରାତି, ରାତି ପରେ ଦିନ ଏମିତି ଏ ଦମ୍ପତ୍ତିଙ୍କର ଲୁଚକାଳି ଖେଳରେ ପ୍ରାଣପ୍ରିୟା ଜୁଲିଆଟା ଆଖିର ଲୁହ ଓ ଆଶାର କୋହକୁ ନେଇ ଶୁଖି ଶୁଖି ବଂଚି ରହିଥିଲା।ଏଣେ ଆଧୁନିକା ଆବାହନିର ଉତ୍ଶୃଙ୍ଖଳ, କଦର୍ଯ୍ୟ ବ୍ୟବହାର ଓ ସଂସ୍କୃତି ବିହୀନ ଆଚରଣରେ କ୍ଷତାକ୍ତ ହେଉଥାଏ ଭାରତ।ନୈଷ୍ଠିକ ବ୍ରାହ୍ମଣ ପରିବାରର ବୋହୂର ମଦ୍ୟପାନ,ପାର୍ଟି ଆଟେଣ୍ଡ,ପର ପୁରୁଷଙ୍କ ସହ ରାତ୍ରିଯାପନ କ୍ଷତ ବିକ୍ଷତ କରୁଥିଲା ତା ଶିକ୍ଷା ଦୀକ୍ଷା ଓ ସଭ୍ୟତାକୁ।ସେତେବେଳେ ସେ ମନେ ପକାଇଥିଲା ଏ ସଂସ୍କୃତିର ଅନ୍ୟ ଚାରିବିନ୍ଦୁ,ସତ୍ ଚିନ୍ତା,ସତ୍ କର୍ମ,ସତ୍ ସଙ୍ଗ ଓ ସତ୍ ଜ୍ଞାନ।ସତରେ କିଏ ସ୍ୱଦେଶୀ ଓ କିଏ ବିଦେଶୀ ତାର ଯଥୋଚିତ ମୂଲ୍ୟାୟନ କରିପାରି ନ ଥିଲା ଭାରତ।
ଅନେକ ଦିନ ଅପେକ୍ଷାର ଅନ୍ତ କରି ଜୁଲିଆ ଚାଲିଲା ଭାରତ ପାଖକୁ।ଭାରତରେ ପାଦ ଦେଇ ନିଜକୁ ଧନ୍ୟ ମନେ କଲା ସିନା,ସେତିକି ଦୁଃଖ ବି କଲା କାରଣ ସେ ଯଦି ଭାରତ ସାଥିରେ ଆସିଥାନ୍ତେ ତାଙ୍କୁ କେତେ ଇଜ୍ଜତ ଲାଗିଥାନ୍ତା।ହେଲେ ...ତାର କି ଦୁର୍ଭାଗ୍ୟ ! ମନେ ମନେ ଭାବୁଥାଏ ମୋତେ ଭାରତ ଭୁଲିଯାଇନାହାନ୍ତି ତ?ମୋତେ ପ୍ରତାରଣା ଦେଇ ନାହାନ୍ତି ତ? ନା ମୋ ଭାରତ କେବେ ଏମିତି ହୋଇ ପାରିବେ ନି।ତାପରେ ଭାରତୀୟ ସଂସ୍କୃତିରେ ବଢିଥିବା ବ୍ୟକ୍ତି ସେମିତି କଣ କଟିପାରେ?ଏପଟେ ଦୁଃଖର ବନ୍ୟାରେ ବୁଡୁଛି ଭାରତ ଏକ ନିଆଁ ହୁଳା ପରି ପତ୍ନୀ ପାଇ । ମନ ବି ବନ୍ୟାର ଅତଡା ଖାଉଛି କି ହାତଭାଗ୍ୟ ସେ, ଧିକ୍କାର ଵି କରୁଛି ନିଜକୁ ସେପଟେ ଜଣଙ୍କର ଭାଗ୍ୟକୁ ଖିନଭିନ କରି।ସତରେ ଜୁଲିଆ ମୋତେ କଣ ଭାବୁଥିବେ?ମୋତେ ଝୁରି ହେଉଥିବେ ନା ?ପୁଣି ଭାବୁଥାଏ ନାଁ, ସେମାନେ ଖ୍ରୀଷ୍ଟିୟାନ, ସେମାନେ କଣ ଭାରତୀୟଙ୍କ ପରି ରକ୍ଷଣଶୀଳ ଯେ,ସେ ମୋତେ ପୁରା ଭୁଲି ଯାଇ ଆଉ କାହାକୁ ବିବାହ କରିବାକୁ ପ୍ରସ୍ତୁତ ହେବଣି ବୋଧେ।କିନ୍ତୁ ମୋ ଜୁଲିଆ ତ ସେମିତି ନୁହଁ, ସେ ମୋତେ ଜୀବନ ଦେଇ ଭଲ ପାଉଥିଲା,ସେ କଣ ମୋତେ ଭୁଲିପାରେ?ଯଦି ସେ ଏଠାକୁ ଆସନ୍ତି ତେବେ ମୋର କଣ ହେବ ?
ଏହି ମୟରେ ଜୁଲିଆ ଆସି ପହଂଚି ଗଲେ ଭାରତ ଘରେ । ସମସ୍ତେ ଭାରତର ବିବାହ ଖବର ଶୁଣି ସ୍ତବ୍ଧ।ଏମିତିକି ଭାରତ ବି ଚିହ୍ନି ନି ବୋଲି କହି ତା ମନକୁ ଶକ୍ତ ଆଘାତ ଦେଲା।
ଭାନୁ ପ୍ରତାପ ଜୁଲିଆକୁ ତିରସ୍କାର କଲେ ଏବଂ ରୋକଠୋକ କହିଲେ,ତୁମେ ଖ୍ରୀଷ୍ଟିୟାନ, ଆମେ ହିନ୍ଦୁ ନୈଷ୍ଠିକ ବ୍ରାହ୍ମଣ।ଏହା କେବେ ବି ସମ୍ଭବ ନୁହଁ। ଜୁଲିଆ କହିଲା, ଭାରଥଠୁ ମୁଁ ଶୁଣିଛି,ଭାରଥୀୟ ସଂସ୍କୃତି ଫରା କହେ ହିନ୍ଦୁ,ମୁସଲିମ,ଶିଖ ଇସାଇ...ହିନ୍ଦୁସ୍ଥାନ ମେ ସବ ଭାଇ ଭାଇ।ଥେବେ ଆପଣ....। ଆଶ୍ଚର୍ଯ୍ୟ ଚକିତ ହେଲେ ଭାନୁ ପ୍ରତାପ...କଣ ବା ଉତ୍ତର ଦେବେ। ଆଫନଙ୍କ ସଂସ୍କୃତି ଫରା କହେ.. ଅତିଥି ଦେବ ଭଵ...ମୁଁ ବିଦେଶୀ ଆପଣଙ୍କ ଅତିଥି...ମୋତେ କଣ ଅତିଥି ଭାବେ ରଖି ଫାରିବେ ନାହିଁ।
ନୀତି ନିଷ୍ଠ ନୈଷ୍ଠିକର ପାଟିରୁ ଭାଷା ବା କ'ଣ ବାହାରିବ । କିଂକର୍ତ୍ତବ୍ୟବିମୁଢ ହୋଇ କହିଲେ,ଠିକ୍ ଅଛି ତୁ ଏ ଘରେ ରହ କିନ୍ତୁ ମୋ ପୁଅର ସ୍ତ୍ରୀ କିମ୍ବା ମୋ ଘରର ବୋହୁ ଭାବେ ନୁହଁ।ଆଉ ଏ ଘରେ ମୋ ଠାକୂରଙ୍କ ଉପରେ ତୋ ଛାଇ ଯେମିତି ନ ପଡେ।
କଣ ବା କରିବ ଜୁଲିଆ।କୋଟିପତି ଉଚ୍ଚ ସମ୍ଭ୍ରାନ୍ତ ଘରର ଅତ୍ୟାଧୁନିକ ଝିଅ ଆଜି ହିନ୍ଦୁ ଘରେ କ୍ରୀତଦାସ।ଆରମ୍ଭ କଲା ହିନ୍ଦୁ ନାରୀର କର୍ତ୍ତବ୍ୟ।ଚକିତ ହେଲେ ପରିବାର ବାସୀ ଜୁଳିଆର ନିଷ୍ଠାକୁ ଦେଖି।ଏଣେ ସକାଳ 8ଟାରେ ଆବହାନୀର ବିଛଣା ଛଡ଼ା, ମଦ୍ୟପାନ,ଅଶ୍ଳିଳ ବେଶ ପୋଷାକ,ଅଭଦ୍ର ବ୍ୟବହାର,ଚାରିତ୍ରିକ ସ୍ଖଳନ ପରିବାରବାସୀଙ୍କୁ ସ୍ତବ୍ଧ କଲା।ଦିନେ ଚଉଁରାରେ ସଞ୍ଜ ଦେଉଥିବା ଦେଖି ଭାନୁ ଜୁଲିଆକୁ ବହୁତ ଭତ୍ସନା କଲେ।ମାତ୍ର ଜୁଲିଆର ଉତ୍ତର ନୈଷ୍ଠିକ ଭାନୁଙ୍କ ଭାବନା ତମସା ଦୂର କରୁଥାଏ। ଜୁଲିଆର କଥା,ଆଜ୍ଞା, ଏ ପରା ଜଗନ୍ନାଥ ସଂସ୍କୃତି,ଏଠି ସମସ୍ଥେ ସମାନ।କାଳିଆ ପାଖରେ କଣ ଜାଥି ଅଜାଥି ଅଛି।ଛାରି ବିନ୍ଦୁ ପରା କହେ ; ମନ, ହୃଦୟ, ଅନ୍ତର, ଆତ୍ମା ଦେଇ ଭକ୍ତି ଯେ ଖରେ ସେ ଭଗବାନଙ୍କର ଭକ୍ତ।ଥେବେ ମୁଁ କଣ ଜଗନ୍ନାଥ ସଂସ୍କୃତିକୁ ମାନି ପାରିବି ନାହିଁ।
ଚୁପ ରହିଲେ ଭାନୁ ବାବୁ।ଏଇମିତି ଗୋଟିକ ପରେ ଗୋଟିଏ ବିନ୍ଦୁ ଜୁଲିଆର ଭାଗ୍ୟ କଳା ଦାଗକୁ ସଂସ୍କୃତିର ବିନ୍ଦୁରେ ଲିଭାଇ ଦେଉଥାଏ।
ଭାନୁବାବୁ ବିବେକ ଓ ମାନବିକତାର ମାନକ ସ୍କେଲରେ ମାପି ଚାଲିଥାନ୍ତି କିଏ ପ୍ରକୃତ ହିନ୍ଦୁ ବୋହୁ ହେବାକୁ ଯୋଗ୍ୟ?ଜୁଲିଆ ନା ଆବାହାନି? ନା ସେ ଖ୍ରୀଷ୍ଟିୟାନୀଟା କେବେ ହିନ୍ଦୁଘରର ବୋହୁ ହୋଇ ପାରେନା। ୟା ଭିତରେ ଭାରତଟା ଆବହାନୀର କଦର୍ଯ୍ୟ ବ୍ୟବହାରରେ ମର୍ମାହତ ହୋଇ ନିଶାସକ୍ତ ସାଜିଛି।ରାତିରେ ଲୁଚି ଲୁଚି ଜୁଲିଆ ଅଚେତ ଭାରତର ସାର୍ଟ ପେଣ୍ଟ ଖୋଲି ତାକୁ ଘୋଡେ଼ଇ ଦେଉଥାଏ।ଏମିତି ଦିନେ ଭାରତର ମାଆଟା ସେ ପାରିକୁ ଚାଲିଗଲା। ହେଲେ ଆବହାନିଟା ମାନିଲାନି ରୀତିନୀତି, ମାତ୍ର ଜୁଲିଆ ଲୁଚି ଲୁଚି ସବୁ କାମ ବି ନିଷ୍ଠାର ସହ କରେ।କିଛି ଦିନ ପରେ ଭାନୁ ବାବୁ ଏକ ବଡ଼ ରୋଗର ଶୀକାର ହେଲେ।ରକ୍ତ ଦେବାକୁ ପଡିଲା।କାହାର ରକ୍ତ ମିଶିଲା ନାହିଁ, ପଡିଲା ଭାଳେଣି,ଶେଷରେ ଜୁଲିଆ ରକ୍ତ ଦେଇ ବଞ୍ଚାଇଲା ଭାନୁକୁ।ଭାନୁଙ୍କ ଅଜାଣତରେ ବି ସେ ସେବା କରି ସୁସ୍ଥ କଲା।ଏଣେ ଆବାହାନୀ ତା ପୁରୁଣା ପ୍ରେମିକ ସାଥିରେ ରାତି ବିତାଇ ଭାରତ ହାତରେ ଧରା ପଡିଲା।ଶେଷରେ ଭାରତକୁ ଛାଡପତ୍ର ଦେଇ ଚାଲିଗଲା।
ଜୁଲିଆ କହିଲା ଯେଉଁ ଭାରଥରେ ସ୍ତ୍ରୀ ସ୍ୱାମୀ ପାଇଁ ଯମ ସହ ଲଢେଇ କରି ପତିକୁ ବଂଚାଏ ସେଠି ସ୍ତ୍ରୀ ପ୍ର ପୁରୁଷ ସାଥିରେ ଚାଲିଯାଏ।ପତ୍ନୀ ପରା ଗଙ୍ଗା, ଯମୁନା, ସିନ୍ଧୁ, କାବେରୀ ପରି ପବିତ୍ର ହେବା ଉଚିତ୍।ଭାନୁର ମନରୁ ଧୀରେ ଧୀରେ କୁସଂସ୍କାର ଦୂର ହେଉଥାଏ।ହେଲେ ନିଜ ଜିଦ୍ ରେ ଅଟଳ ହୋଇଥାନ୍ତି ସେ।ଗୋଟିକ ପରେ ପାହାଚ ଆଗକୁ ଯାଉଥାନ୍ତି ସେ।ଭାରତ ନିଜର ଭୁଲ ପାଇଁ ଜୁଲିଆକୁ ଭୁଲ ମାଗିଲା।ମାତ୍ର ନିଜ ଶ୍ୱଶୁର ଯେତେବେଳେ ବୋହୁ ବୋଲି ସ୍ୱୀକାର କରୁନାହାନ୍ତି ତେବେ ଶେଷରେ ଆମେରିକା ଫେରି ଯିବାକୁ ନିଷ୍ପତ୍ତି ନେଲା। ପ୍ରସ୍ତୁତ ହୋଇ ଚାଲିଯିବପୂର୍ବରୁ ନିଜ ସ୍ୱାମୀ ପାଖରୁ ଆଶୀର୍ବାଦ ନେଲା,ଶ୍ୱଶୁର ଠାରୁ ବି ବିଦାୟ ନେଇ ଚାଲିଗଲା ବେଳେ ଭାରତଟା ଧକେଇ କାନ୍ଦୁଥାଏ।ସମସ୍ତେ ଚାହିଁଥାନ୍ତି ଭାନୁ ପ୍ରତାପର ପାଟିକୁ।ହଠାତ୍ ଶୁଭିଲା ଏ ଖ୍ରୀଷ୍ଟିୟାନୀ ଝିଅ ଜୁଲିଆ ରବଟ୍, କୋଉ ଭାରତୀୟ ସଂସ୍କୃତିର ଚାରି ବିନ୍ଦୁରେ ଅଛି ପତ୍ନୀ ତା ଶାଶୁ,ଶ୍ୱଶୁର,ସ୍ୱାମୀ ଓ ଶାଶୂଘର ଛାଡି ଚାଲିଯାଏ,ତା ଶଙ୍ଖା, ଶାଢ଼ୀ, ସିନ୍ଦୁର, ଅଳତା ଭୁଲି ବିଦେଶୀ ପୋଷାକରେ ରଙ୍ଗ ଟାଣେ।କୋଉଠି ଗଲା ତୋ ସଂସ୍କୃତିର ବିନ୍ଦୁ ସ୍ନେହ,ପ୍ରୀତି,ମାୟା,ମମତା?କେଉଁଠି ଗଲା ତୋ ବିନ୍ଦୁ.. ଚାରି ବିନ୍ଦୁ?ସେଇ ବିନ୍ଦୁରେ ପରା ଭାରତୀୟଙ୍କ ଭାଗ୍ୟ ଗଢ଼ାହୁଏ।ବୁଝିଲୁ ଛାଡି ଯାଇଥିଲୁ ତୁ ମୋ ସଂସ୍କୃତିର ଆଉ ଚାରି ବିନ୍ଦୁ... ଧୈର୍ଯ୍ୟ, ନିଷ୍ଠା, ତ୍ୟାଗ, ସହନଶୀଳତା । ଆଉ ଚାରିବିନ୍ଦୁ ଶିଖ୍...ନ୍ୟାର୍ଯ୍ୟ ଦାବୀ, ଅଧିକାର, କର୍ତ୍ତବ୍ୟ ଓ ଦାୟିତ୍ୱ।ତୁ ଏସବୁ ଭୁଲି ଯାଇଛୁ ନା ମୋ ପୁଅ ଭାରତ ତୋତେ ଶିଖାଇ ନାହିଁ।ଆରେ ଏ ଚାରି ବିନ୍ଦୁରେ ପରା ଭାରତୀୟ ତା ଭାଗ୍ୟ ଗଢେ। ମୋର ଭୁଲ ହୋଇଗଲା ବାପା,ମୁଁ କାନ ଧରୁଛି,ଆଉ ଏମିଥି ଭୁଲ ମୋର କେବେ ହେବନି।
ଶେଷରେ ଜୁଲିଆର ଭାଗ୍ୟ ଗଢି ଉଠିଲା ହସି ଉଠିଲା ଏଇ ଭାରତର ଘରେ। ଆଣ୍ଠୁମାଡ଼ି ମୁଣ୍ଡିଆ ମାରିଲା ତା ବାପାକୁ ଆଇ ମିନ୍ ତା ଶ୍ବଶୁରଙ୍କୁ। ଆଉ ଭାନୁ ଆନନ୍ଦାଶ୍ରୁ ଗଡ଼ାଇ ଜୁଳିଆକୁ ଉଠାଇ ତା ମୁଣ୍ଡକୁ ଆଉଁସି କହି ଉଠିଲେ ଏଇ ହେଉଛି ମୋ ସଂସ୍କୃତିର ଉପହାର... ମୋ ଗେହ୍ଲା ବୋହୁ।
🌻 ବିଚାରୀଟା🌻
ସନ୍ଧ୍ୟାର ମିଠା ଚୁମ୍ବନରେ ସତେ ଯେମିତି ଓଦା ଓଦା ଅନୁଭବ କରୁଥିଲା ପ୍ର୍ରକୃତି।ଅନ୍ଧାରର ଶିକୁଳିଟା ଈର୍ଷାରେ ମାଡ଼ିଆସୁଥିଲା ତା ପଛେ ପଛେ।ସେହି ଅନ୍ଧାରର ବୁଢୀଆଣି ଜାଲକୁ ଛଡେଇ ଛଡେଇ ଚାଲିଥିଲା କ୍ରିଷ୍ଣା ତା ଜୀବନର ପହିଲି ଶ୍ରମ ପ୍ରଥମ ମାସର ପାଉଣା ଧରି।କିଛି ଆନନ୍ଦ କିଛି ଦୁଃଖ ସଂଗମର ମଝି ନଈରେ ସତେ ଯେମିତି ସେ ବାହୁଥିଲା ତା ଅଭିଶପ୍ତ ଜୀବନର ହୁଲି ଡଙ୍ଗା।କଅଣ ଆଉ କରିଥାନ୍ତା ଯେ । ବାପ ଛେଉଣ୍ଡ ଝିଅଟା।ମାଆଟା ରୋଗର ଶେଯରେ ଘାଣ୍ଟି ହୋଇ ମୃତ୍ୟୁ ସଂଗେ କରୁଛି ସଂଗ୍ରାମ।ଶେଷରେ ତାକୁ ପ୍ରାଇଭେଟ୍ କମ୍ପାନୀରର ମାସକୁ ପାଞ୍ଚ ହଜାର ଟଙ୍କାର ମୂଲ ଲାଗିବାକୁ ପଡିଲା।
ଆଜି ପାଇଲା ମାସର ପ୍ର୍ରଥମ ଦରମା,ତା ଲହୁ ଲୁହ ବୋଳା କଠିନ ଶ୍ରମର ଫଳ।ଏମିତି କେତେ ମାସ ପଇସା ରଖି ତା ମାଆକୁ ବଡ ଡାକ୍ତରଖାନା ନେଇ ଭଲ କରିବାର ଦୁର୍ବାର ସ୍ବପ୍ନ ସାଇତିଛି ତା ଦରଦୀ ହୃଦୟର ମୁଣିରେ।
ହଠାତ୍ ତା ହାତରେ ଧରିଥିବା ବ୍ୟାଗକୁ ଝାମ୍ପ ମାରି ଛଡେଇ ନେଇ ଦୌଡିଲା ଏକ ଚୋର।ଯେଉଁଠି ସାଇତା ହୋଇ ଥିଲା ତାର ପ୍ରଥମ ମାସ ମୂଲର ପହିଲି ମୂଲ୍ୟବୋଧ ଫେଣ୍ଟା ପାରିଶ୍ରମିକ। ଚୋର ଚୋର ବୋଲି ବୁକୁଫଟା ଚିତ୍କାର କରୁଥାଏ କ୍ରିଷ୍ଣା।ସତେ ଯେମିତି ତା ଦେହରୁ ରକତ କିଏ ଶୋଷିନେଲାକି। ନିଛାଟିଆ ରାସ୍ତାରେ ପଛେ ପଛେ ଗୋଡାଉଥାଏ,ଆଖିରୁ ଗଡୁଥିବା ଲୁହ ଧାର ଗୁଡାକ ବନ୍ୟା ସୁଅପରି ଭାସିଯାଉଥାନ୍ତି।କଥାରେ ପରା ଅଛି, ବେଡି ଉପରେ କରଡ଼ା।ଏତିକିରେ ନିୟତି ସନ୍ତୁଷ୍ଟ ହୋଇ ନ ଥିଲା ତା ଉପରେ।ନିଛାଟିଆ ଜଙ୍ଗଲ ଭିତରେ ଏଇ ଦୁର୍ବୃତ୍ତର ସାଥୀମାନେ ଜଗିଥାନ୍ତି କ୍ରିଷ୍ଣାର କଅଁଳ ମାଂସକୁ ବଣଭୋଜି କରିବା ଆଶାରେ।କଥାରେ ପରା ଅଛି ବିପଦ ଯେବେ ଆସେ, ଭାଇ ବନ୍ଧୁ କୁଟୁମ୍ଭଙ୍କୁ ସାଥୀରେ ଧରି ଆସେ।କିଂକର୍ତ୍ତବ୍ୟବିମୁଢ ହୋଇ କ୍ରିଷ୍ଣା ଡାକୁଥାଏ ଜଗତର ନାଥ ଶ୍ରୀଜ଼ଗନ୍ନାଥଙ୍କୁ।ହେ ଜଗାକାଳିଆ,ମୁଁ ତୋର କ"ଣ ଦୋଷ କରିଥିଲି ଯେ,ବାପାର
ସ୍ନେହରୁ ବଂଚିତ କଲୁ,ମାଆଟାକୁ ମରଣମୁଖରୁ ବଞ୍ଚାଇବାକୁ ସଂଘର୍ଷ କରୁ କରୁ ଏକାବେଳେ ଆମ ଦୁହିଁଙ୍କର ସର୍ବନାଶ କରିବାକୁ ଚାହୁଁଛୁ ! ଏପରି ହାତଭାଗିନୀର ଜୀବନ ନେଇ ବଞ୍ଚିବାର ଅଭୀପ୍ସା କେବେ ବି ମୋର ନାହିଁ ପ୍ରଭୁ,କେବଳ ଏତିକି ଚାହିଁଥିଲି ଯେଉଁ ମା' କେତେ ଯନ୍ତ୍ରଣା ସହି ଦେଇଥିଲା ଜନମ, ରକତ ବୁହାଇ ଉଭୟ ବାପା ଓ ମାଆର ପରମ କର୍ତ୍ତବ୍ୟ କରିଥିଲା,ତାକୁ ମରଣ ମୁହଁରୁ ବଞ୍ଚାଇ ପାରିଥିଲେ ହୁଏତ ତାହାର ଋଣ ଶୁଝି ଥା'ନ୍ତି....। ଏତିକି ବେଳେ ଅସାମାଜିକ ଗଣ ତାକୁ ଟାଣି ନେଇ ତା"ର ଇଜ୍ଜତ ନେବାପାଇଁ କରୁଥାନ୍ତି ପ୍ରୟାସ।ଗୋଟେ ପଟେ କ୍ରିଷ୍ଣାର ବୁକୁଫଟା ଚିତ୍କାର ତ ଅନ୍ୟପଟେ ସୈତାନ ମାନଙ୍କ ଉନ୍ମାଦ ହସ।ସେ ପରା ଜଗତର ନାଥ ଜଗନ୍ନାଥ, ଭକ୍ତର ଡାକକୁ କେମିତି ବା ଶୁଣି ନ ଥାନ୍ତେ।କଥାରେ ପରା ଅଛି ଅରକ୍ଷିତକୁ ଦଇବ ସାହା।
ସ୍ନେହରୁ ବଂଚିତ କଲୁ,ମାଆଟାକୁ ମରଣମୁଖରୁ ବଞ୍ଚାଇବାକୁ ସଂଘର୍ଷ କରୁ କରୁ ଏକାବେଳେ ଆମ ଦୁହିଁଙ୍କର ସର୍ବନାଶ କରିବାକୁ ଚାହୁଁଛୁ ! ଏପରି ହାତଭାଗିନୀର ଜୀବନ ନେଇ ବଞ୍ଚିବାର ଅଭୀପ୍ସା କେବେ ବି ମୋର ନାହିଁ ପ୍ରଭୁ,କେବଳ ଏତିକି ଚାହିଁଥିଲି ଯେଉଁ ମା' କେତେ ଯନ୍ତ୍ରଣା ସହି ଦେଇଥିଲା ଜନମ, ରକତ ବୁହାଇ ଉଭୟ ବାପା ଓ ମାଆର ପରମ କର୍ତ୍ତବ୍ୟ କରିଥିଲା,ତାକୁ ମରଣ ମୁହଁରୁ ବଞ୍ଚାଇ ପାରିଥିଲେ ହୁଏତ ତାହାର ଋଣ ଶୁଝି ଥା'ନ୍ତି....। ଏତିକି ବେଳେ ଅସାମାଜିକ ଗଣ ତାକୁ ଟାଣି ନେଇ ତା"ର ଇଜ୍ଜତ ନେବାପାଇଁ କରୁଥାନ୍ତି ପ୍ରୟାସ।ଗୋଟେ ପଟେ କ୍ରିଷ୍ଣାର ବୁକୁଫଟା ଚିତ୍କାର ତ ଅନ୍ୟପଟେ ସୈତାନ ମାନଙ୍କ ଉନ୍ମାଦ ହସ।ସେ ପରା ଜଗତର ନାଥ ଜଗନ୍ନାଥ, ଭକ୍ତର ଡାକକୁ କେମିତି ବା ଶୁଣି ନ ଥାନ୍ତେ।କଥାରେ ପରା ଅଛି ଅରକ୍ଷିତକୁ ଦଇବ ସାହା।
ଠିକ୍ ଏହି ସମୟରେ ବିଶିଷ୍ଟ ଶିଳ୍ପପତି ଜଗନ୍ନାଥ ପଟ୍ଟନାୟକ ଫେରୁଥାନ୍ତି ସେହି ବାଟ ଦେଇ।ଜଣେ ଦାନୀ ମାନୀ ପରୋପକାରୀ ନ୍ୟାୟୀ ଓ ବିଚାରବନ୍ତ ବ୍ୟକ୍ତି ସେ।ଅବସରପ୍ରାପ୍ତ ସୈନ୍ୟବିଭାଗର କର୍ମଚାରୀ ବି ସେ।ମହାବଳ ବାଘ ସହ ଲଢେ଼ଇ କରିବାର କ୍ଷମତା ବି ଥିଲା ତାଙ୍କର , ବିଚାରୀ ତରୁଣୀର ଆର୍ତ୍ତଚିତ୍କାର ଶୁଣି ନୀରବ କେମିତି ରହିପାରିଥାନ୍ତେ ସେ ।ଜଗନ୍ନାଥଙ୍କ ଦୂତ ରୂପେ ଜଗନ୍ନାଥ ବାବୁ ସେମାନଙ୍କୁ ନିର୍ଘାତ ପ୍ରହାର ଦେଇ କ୍ରିଷ୍ଣା ର ଇଜ୍ଜତ ଓ ଜୀବନ ବି ବଞ୍ଚାଇଲେ।ମାତ୍ର ଝିଅଟିକୁ ଦେଖି ନିଜ ଆଖିକୁ ଵିଶ୍ଵାସ କରିପାରିଲେ ନାହିଁ।ଅତ୍ୟନ୍ତ ବିସ୍ମିତ ହୋଇ ମାନସୀ ବୋଲି ଚିତ୍କାର କଲେ।କ୍ରିଷ୍ଣା ଜଗନ୍ନାଥ ବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଭୋ ଭୋ କରି କାନ୍ଦି କହିଲା ମଉସା, ଆପଣ ମୋ ପାଇଁ ସାକ୍ଷାତ ଭଗବାନ,କଣ କହି ଆପଣଙ୍କୁ ଧନ୍ୟବାଦ ଦେବି ମୁଁ ଭାଷାରେ ପ୍ରକାଶ କରିପାରୁନି! କ୍ରିଷ୍ଣା ର ଆଖିରୁ ଲୁହ ପୋଛୁ ଅଜାଣତରେ ତାଙ୍କ ଆଖିରୁ ଅମାନିଆ ଅଶ୍ରୁ ଗଡି ଗଲା।ସଂଗେ ସଂଗେ କହିଉଠିଲେ ଆରେ ତୁ ପରା ମୋ ଝିଅଟା,ବାପା କଣ ଝିଅଠୁ ଧନ୍ୟବାଦ ଆଶାକରେ ?ହେଲେ ତୋର ଏଭଳି ଅବସ୍ଥା ? ସବୁକିଛି ବର୍ଣ୍ଣନା କଲା କ୍ରିଷ୍ଣା।ହେଉ ମାଆ ଆଜିଠୁ ତୋ ଦାୟିତ୍ୱ , ତୋ ମାଆର ଦାୟିତ୍ୱ ଏ ବାପାଟା ନିଶ୍ଚୟ କରିବ ।
ହେଲେ ମଉସା ମୋତେ ଦେଖି ଆପଣ ଚମକି ଉଠିଲେ, ମାନସୀ ବୋଲି ଚିତ୍କାର କଲେ,ସତରେ ଏ ମାନସୀ କିଏ..ମୋତେ କଣ ଜଣାଇପାରିବେ ନାହିଁ ?
ନା'ରେ ମା' ସେ ବହୁତ କଥା,ତୁ ଜାଣିଲେ କିଛି ଲାଭ ନାହିଁ..କେବଳ ଆମେ ଦୁଃଖ ହିଁ ପାଇବା ।ଝିଅର କଣ ବାପା ଅନ୍ତରର କୋହର କଥା ଶୁଣିବାର ଅଧିକାର ନାହିଁ,କ୍ରିଷ୍ଣା ର କୌତୁହଳ ପୂର୍ଣ୍ଣ ଜିଜ୍ଞାସାର ପ୍ରତ୍ୟୁତ୍ତର ଦେଇ ଜଗନ୍ନାଥ ବାବୁ କହିଲେ କିଏ କହିଲା ଅଧିକାର ନାହିଁ ରେ ମା।ସେଇ ଏକା ଆଖି ଏକା ମୁହଁ ଏକା ଚେହେରା,ଅବିକଳ ତୋ ପରି ଦେଖିବାକୁ ମୋର ସୁନାବୋହୁଟିଏ ଥିଲା।ମୋର ଏକମାତ୍ର ପୁଅ ମାନସ ବିଦେଶରେ ରହି ପାଠ ପଢୁଥିଲା।ଛୁଆ ବେଳୁ ମା କୁ ହରାଇଲା ପରେ ମୁଁ ଥିଲି ତା ବାପା ଆଉ ମାଆ।ତାର କୌଣସି ଅଳି ଅର୍ଦ୍ଦଳୀକୁ ମୁଁ ଏଡେଇ ଦେଇନି।ଭଲ ପାଇ ଜିଦି ଧରିଲା ବିବାହ କରିବାକୁ।କେମିତି ବା ମନା କରିଥାନ୍ତି।ହନିମୁନ୍ କରି ଗଲେ ଗୋଆ।ଫ୍ଲାଇଟ୍ ରୁ ଓହ୍ଲାଇ ସ୍କର୍ଫିଓରେ ଫେରିବା ବାଟରେ ହେଲା ଏକ ମର୍ମନ୍ତୁଦ ଦୁର୍ଘଟଣା।ଦୁହିଁଙ୍କୁ ନିଆଗଲା ହସ୍ପିଟାଲ।ସୁନା ବୋହୁଟା ମୋର ସମସ୍ତଙ୍କୁ ଛାଡି ଚାଲି ଗଲା ଆରପାରିକୁ । ମୋ ମାନସଟା ବଂଚିଗଲା ସିନା ହେଲେ ଶଯ୍ୟା ଶାୟୀ ହୋଇ ପ୍ରତିମୁହୂର୍ତ୍ତରେ ଖୋଜୁଛି ତା ମାନସୀକୁ।ଡାକ୍ତରଙ୍କ କହିବା କଥା ଯଦି ସେ ଭଲହେବ ତା ହେଲେ କେବଳ ମାନସୀକୁ ପାଇଲେ।ଏ ପର୍ଯ୍ୟନ୍ତ ତାକୁ ନିଶା ଇଂଜେକସନ ଦେଇ ଅଧିକାଂଶ ସମୟ କତାରାଲଗା ହୋଇ ଶୋଇଵାକୁ ପଡୁଛି ।ତୋତେ ତ ମୁଁ ବାଧ୍ୟକରିବିନି ହେଲେ ତୁ ଚାହିଁଲେ ବିଚରାଟା ବଂଚିଯାଅନ୍ତା।
କ୍ଷମା କରିବେ ଆଜ୍ଞା, କିନ୍ତୁ ମୁଁ ନାଚାର।ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି ମୁଁ ସମ୍ପୂର୍ଣ୍ଣ ଅସମର୍ଥ।ମୁଁ ଏକ ବିଧବା ହିନ୍ଦୁ ନାରୀ ଆଉ ଜାତିରେ ନୈଷ୍ଟିକ ବ୍ରାହ୍ମଣ।ମୁଁ ସେଦିନ ଥିଲି ରେଭେନ୍ସା କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ,ଆକାଶ ଥିଲେ ମୋ ସହ ପାଠୀ।ଦେଖା ସାକ୍ଷାତ ଓ ମିଳାମିଶାରେ ପରସ୍ପରକୁ ଭଲ ପାଇଲୁ।କିନ୍ତୁ ରଂଜୀତ ପଟ୍ଟନାୟକ ନାମିତ ଏକ ଅସାମାଜିକ ମୋତେ ବାରମ୍ବାର ହଇରାଣ କରୁଥିଲା ଓ ଭଲ ପାଇ ପାଇବାକୁ ବହୁତ ଚେଷ୍ଟା କରିଥିଲା।ବିଫଳ, ଅପମାନିତ ହେବାରୁ ମୋ ବିବାହ ପର ଚଉଠି ଦିନ ମୋ ସ୍ୱାମୀକୁ ଆକ୍ସିଡେଣ୍ଟ କରି ମାରିଦେଲା।ମୋ ଶାଶୁ ଘର ମୋ ଉପରେ ଦୋଷାରୋପ କରି ମୁଁ ଅଲକ୍ଷଣୀ କହି ମୋତେ ଘରୁ ବିଦା କରିଦେଲେ।ବାପା ମୋର ହାର୍ଟ ଆଟାକ ରେ ଚାଲିଗଲେ,ମାତ୍ର ମା ବଡ଼ ରୋଗର ଶୀକାର ହେଲା।ତାକୁ ବଞ୍ଚାଇବାକୁ ଵାପ ଘରେ ରହି ମୁଁ ଏ କାମକୁ ଆବୋରିଲି।କୁହନ୍ତୁ ମୋ ପାଖରେ ଆପଣଙ୍କୁ ସାହାଯ୍ୟ କ'ଣ ସମ୍ଭବ !
ନା ରେ ମା' ତୋତେ ମୁଁ ବାଧ୍ୟ ତ କରିବିନି,କେଇଦିନ ଯଦି ତୁ ମିଛ ସ୍ତ୍ରୀର ଅଭିନୟ କରୁ,ସେ ଭଲ ହୋଇଯାନ୍ତା,ତା ପରେ...।
ବହୁତ ଚିନ୍ତା କଲା ମାନସୀ,ଗୋଟିଏ ପଟେ ନିନ୍ଦା ଓ ଗୋଟିଏ ପଟେ ମା'ର ଜୀବନ।ବିବେକର ଜାତୀୟ ପକ୍ଷୀଟା ସତେ ଯେମିତି ତାକୁ କିଚ୍ଛି ସୂଚନା ଦେଉଥିଲା।ଶେଷରେ ମା' କୁ ବଞ୍ଚେଇବା ପାଇଁ ଓ ସେପଟେ ଦୁଇ ଦୁଇଟା ଜୀବନ ବଞ୍ଚେଇବା ପାଇଁ ସେ ପ୍ରସ୍ତାବରେ ରାଜି ହେଲା।
ତାପର ଦିନ ଜଗନ୍ନାଥ ବାବୁ କ୍ରୀଷ୍ଣାର ମା'କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଏପଟେ ମାନସୀ ଭୂମିକାରେ ଅଭିନୟ କଲା କ୍ରିଷ୍ଣା ଓ ସ୍ୱାସ୍ଥ୍ୟରେ ସୁଧାର ଆଣିଲା।କିନ୍ତୁ କଥାରେ ଅଛି ବାହାର ଦୁନିଆଁ କ୍ଷୀରକୁ ବି ବିଷ କରେ।ଏ କଥା ଭିନ୍ନ ରୂପରେ ବାହାରକୁ ଆସିଲା।ଫୁସ୍ ଫାସ୍ ଟାଇ ଟାପରା କେତେ କ'ଣ।ଶେଷରର କୃଷ୍ଣା ବ୍ରାହ୍ମଣ କୂଳରେ ଜନ୍ମ ହୋଇ ବିଧବା ହୋଇ ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧିଲା,ଛି ଛି ପୁଣି ମା'ର ଏ ମୁମୂର୍ଷୁ ସମୟରେ।
ମା ଭଲହୋଇ ଫେରିଲା ଘରକୁ,କିନ୍ତୁ ସାଥିରେ ନ ଥିଲା କ୍ରିଷ୍ଣା।କ୍ରିଷ୍ଣା ର ମନ ଚଞ୍ଚଳ ହେଉଥାଏ ମା ଭଲ ହୋଇ ଫେରିଛି,ସେ ଯାଇ ଦେଖିବ।ମାତ୍ର ଜଗନ୍ନାଥ ବାବୁ ଆସିଲେ ସିନା ଅନୁମତି ନେଇ ଯିବ।ଅପେକ୍ଷା କରିଥିଲା ଚାତକ ପରି।ମାଆର ଉତ୍ସୁକତା ଯେତିକି ବଢୁଥାଏ କ୍ରିଷ୍ଣାର ବିଳମ୍ବ ତା ଆଶାରେ ଆଶଙ୍କା ହିଁ ବୃଦ୍ଧି କରୁଥିଲା।ସାହି ପଡ଼ିଶା ଲୋକ ଆସିଲେ ତାକୁ ଦେଖି।ବଖାଣିଲେ କ୍ରିଷ୍ଣା କରିଥିବା ବ୍ୟଭିଚାର ତାଙ୍କ ନଜରରେ।ତା ଝିଅ ବିଧବା ବ୍ରାହ୍ମଣୀ ହୋଇ ଶେଷରେ ଏତେ ତଳକୁ ଖସିଗଲା।ଘର,ଗାଁ,ଏ ଆଠ ଖଣ୍ଡି ମୌଜାରେ ନାଁ ପକେଇଲା।ଗାଁ ଲୋକ ଅଣ୍ଟା ଭିଡିଛନ୍ତି ତାକୁ ଏକ ଘରକିଆ କରିବେ,ନିଆଁ ପାଣି ବନ୍ଦ କରିଦେବେ। ଏ କଥା ଶୁଣି ତାର ଏ ସୁସ୍ଥତାର ଖୁସିଟା ନିମିଷକେ ଧୂଳିସାତ ହୋଇ ତା ଅସୁସ୍ଥତାର ଯନ୍ତ୍ରଣାଠୁ ବି ଆହୁରି ଅଧିକ ଯନ୍ତ୍ରଣା ଅଜାଡି ଦେଲା।ଅପେକ୍ଷା କଲା କୃଷ୍ନାକୁ।ରାତି ଯେତେ ଅଧିକ ହେଉଥାଏ ତା ସନ୍ଦେହ ଓ ଅବିଶ୍ୱାସର ଭୁତ ମାନେ ରାମ୍ପୁଡି
ପକାଉଥାନ୍ତି।ସେପଟେ ଜଗନ୍ନାଥ ବାବୁ ପହଁଚିଲା ପରେ କ୍ରୀଷ୍ଣା ବାହାରିଲା ମା'କୁ ଦେଖିବାକୁ।ରାତି ବହୁତ ହୋଇ ଯାଇଥିଲା,ତେଣୁ ରାତି ପାହିଲେ ଯିବା ପାଇଁ ଜଗନ୍ନାଥ ବାବୁ କହିଲେ।କଥା ରଖିଲା ସିନା ହେଲେ ରାତି ନା ସେ ଶୋଇଛି ନା ତା ମା'।ଜଣେ ଆନନ୍ଦରେ ମା'କୁ ଦେଖିବାର ଆକାଂକ୍ଷାରେ , ଆଉ ଜଣେ ନିନ୍ଦାରୁ ଦୁରେଇବାକୁ ଅପେକ୍ଷା କରିଥିଲା ଶୁଣିବାକୁ ତା ଝିଅ ଠାରୁ ଏ ଗାଁ ଲୋକଙ୍କ କଥା ସବୁ ମିଛ।ରାତି ପାହିଲା ପୂର୍ବରୁ କ୍ରିଷ୍ଣାର ମା' ନିଜକୁ ପ୍ରସ୍ତୁତ କରିନେଲା ଏ ଗାଁ ଛାଡି ପଳେଇବ।ଯେଉଁ ଗାଁରେ ସେ ନିର୍ଭୀକରେ ସମ୍ମାନର ସହ ବଞ୍ଚିଥିଲା ସେଠାରେ ସେ ଏକଘରକିଆ ରହିବ !ନିଜ କେଇଖଣ୍ଡ ଲୁଗା ଧରି ଘରେ ଚାବି ପକାଇ ସକାଳ ପୂର୍ବରୁ ଚାଲିଗଲା ଅନେକ ଦୂରକୁ।
ପକାଉଥାନ୍ତି।ସେପଟେ ଜଗନ୍ନାଥ ବାବୁ ପହଁଚିଲା ପରେ କ୍ରୀଷ୍ଣା ବାହାରିଲା ମା'କୁ ଦେଖିବାକୁ।ରାତି ବହୁତ ହୋଇ ଯାଇଥିଲା,ତେଣୁ ରାତି ପାହିଲେ ଯିବା ପାଇଁ ଜଗନ୍ନାଥ ବାବୁ କହିଲେ।କଥା ରଖିଲା ସିନା ହେଲେ ରାତି ନା ସେ ଶୋଇଛି ନା ତା ମା'।ଜଣେ ଆନନ୍ଦରେ ମା'କୁ ଦେଖିବାର ଆକାଂକ୍ଷାରେ , ଆଉ ଜଣେ ନିନ୍ଦାରୁ ଦୁରେଇବାକୁ ଅପେକ୍ଷା କରିଥିଲା ଶୁଣିବାକୁ ତା ଝିଅ ଠାରୁ ଏ ଗାଁ ଲୋକଙ୍କ କଥା ସବୁ ମିଛ।ରାତି ପାହିଲା ପୂର୍ବରୁ କ୍ରିଷ୍ଣାର ମା' ନିଜକୁ ପ୍ରସ୍ତୁତ କରିନେଲା ଏ ଗାଁ ଛାଡି ପଳେଇବ।ଯେଉଁ ଗାଁରେ ସେ ନିର୍ଭୀକରେ ସମ୍ମାନର ସହ ବଞ୍ଚିଥିଲା ସେଠାରେ ସେ ଏକଘରକିଆ ରହିବ !ନିଜ କେଇଖଣ୍ଡ ଲୁଗା ଧରି ଘରେ ଚାବି ପକାଇ ସକାଳ ପୂର୍ବରୁ ଚାଲିଗଲା ଅନେକ ଦୂରକୁ।
ଏପଟେ ରାତି ସିନା ପାହିଲା, ହେଲେ କ୍ରିଷ୍ଣାର ତା ମା'କୁ ଦେଖିବାର ଖୁସିର ସକାଳ ବୋଧେ ଲୁଚି ଥିଲା।ସଅଳ ସଅଳ ବାହାରି ଗାଁ ମୁଣ୍ଡରେ ପହଁଚି ଏକ ନିଃଶ୍ଵାସରେ ଦୌଡ଼ିଲା।କେହି ଜଣେ କହୁଥାଏ ଛି କ୍ରିଷ୍ଣା ଛି, ଶେଷରେ ତୁ ଏତେ ତଳକୁ ଖସିଗଲୁ।ବିଚାରୀ ମା'ଟାର ମୁହଁକୁ ଟିକେ ଚାହିଁଲୁ ନାହିଁ।
କ୍ରୀଷ୍ଣା ଜାଣିଗଲା ତା ଭୟ ଯାହା ଥିଲା,ତାହା ହିଁ ହେଲା।ତା ମା' ଜାଣିଥିଲେ କଣ ଭାବୁଥିବ,ତାକୁ ସେ ବୁଝିବ ତ ?ଗ୍ରହଣ କରିବ ତ? ଅଣନିଃଶ୍ବାସୀ ହୋଇ ସିଧା ଦୌଡିଲା ଉଦଵେଗର ମଇଦାନରେ।ନିଜ ଘର ପାଖରେ ପହଁଚିଲା।ହେଲେ ଏ କ'ଣ ! ଆସି ଦେଖେ ତ ଘରେ ତାଲା ପଡିଛି ।ଗାଁ ଲୋକେ ବି ଘେରିଗଲେ ତା ଚାରିପଟେ ଏଵଂ କହୁଥାନ୍ତି- ଛି ଛି ,ଶେଷରେ ବିଚାରୀ ବୁଢୀଟାକୁ ଟିକେ ଶାନ୍ତି ଦେଇ ପାରିଲୁନି । ଏତେ ତଳକୁ ଖସିଗଲୁ !
କ'ଣ କରିବ ଭାବି ଆଖିର ଲୁହକୁ ସାକ୍ଷୀରଖି ଘର ବାରଣ୍ଡାରେ ବସିପିଡ଼ିଲା। ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି । ଧକେଇ ହୋଇ କାନ୍ଦି ମା'ର ସ୍ମୃତିଗୁଡାକୁ ଗଣି ଗଣି ମୂଲ୍ୟାୟନ କରୁଥିଲା ସେ ତା ସରଳତା ଓ ସାଧୁତାର ପରୀକ୍ଷା ହଲ୍ ରେ ।ସମୟ ପରିସ୍ଥିତି ଓ ପରିବେଶ ଖାଲି କହୁଥାଏ ଆହା ! ବିଚାରୀଟାର ଭାଗ୍ୟରେ କଣ ଏଇଆ ଥିଲା !
କ୍ଷମା କରିବେ ଆଜ୍ଞା, କିନ୍ତୁ ମୁଁ ନାଚାର।ସାହାଯ୍ୟ କରିବାକୁ ଇଚ୍ଛା ଥିଲେ ବି ମୁଁ ସମ୍ପୂର୍ଣ୍ଣ ଅସମର୍ଥ।ମୁଁ ଏକ ବିଧବା ହିନ୍ଦୁ ନାରୀ ଆଉ ଜାତିରେ ନୈଷ୍ଟିକ ବ୍ରାହ୍ମଣ।ମୁଁ ସେଦିନ ଥିଲି ରେଭେନ୍ସା କଲେଜର ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ,ଆକାଶ ଥିଲେ ମୋ ସହ ପାଠୀ।
ଦେଖା ସାକ୍ଷାତ ଓ ମିଳାମିଶାରେ ପରସ୍ପରକୁ ଭଲ ପାଇଲୁ।କିନ୍ତୁ ରଂଜୀତ ପଟ୍ଟନାୟକ ନାମିତ ଏକ ଅସାମାଜିକ ମୋତେ ବାରମ୍ବାର ହଇରାଣ କରୁଥିଲା ଓ ଭଲ ପାଇ ପାଇବାକୁ ବହୁତ ଚେଷ୍ଟା କରିଥିଲା।ବିଫଳ, ଅପମାନିତ ହେବାରୁ ମୋ ବିବାହ ପର ଚଉଠି ଦିନ ମୋ ସ୍ୱାମୀକୁ ଆକ୍ସିଡେଣ୍ଟ କରି ମାରିଦେଲା।ମୋ ଶାଶୁ ଘର ମୋ ଉପରେ ଦୋଷାରୋପ କରି ମୁଁ ଅଲକ୍ଷଣୀ କହି ମୋତେ ଘରୁ ବିଦା କରିଦେଲେ।ବାପା ମୋର ହାର୍ଟ ଆଟାକ ରେ ଚାଲିଗଲେ,ମାତ୍ର ମା ବଡ଼ ରୋଗର ଶୀକାର ହେଲା।ତାକୁ ବଞ୍ଚାଇବାକୁ ଵାପ ଘରେ ରହି ମୁଁ ଏ କାମକୁ ଆବୋରିଲି।କୁହନ୍ତୁ ମୋ ପାଖରେ ଆପଣଙ୍କୁ ସାହାଯ୍ୟ କ'ଣ ସମ୍ଭବ !
ଦେଖା ସାକ୍ଷାତ ଓ ମିଳାମିଶାରେ ପରସ୍ପରକୁ ଭଲ ପାଇଲୁ।କିନ୍ତୁ ରଂଜୀତ ପଟ୍ଟନାୟକ ନାମିତ ଏକ ଅସାମାଜିକ ମୋତେ ବାରମ୍ବାର ହଇରାଣ କରୁଥିଲା ଓ ଭଲ ପାଇ ପାଇବାକୁ ବହୁତ ଚେଷ୍ଟା କରିଥିଲା।ବିଫଳ, ଅପମାନିତ ହେବାରୁ ମୋ ବିବାହ ପର ଚଉଠି ଦିନ ମୋ ସ୍ୱାମୀକୁ ଆକ୍ସିଡେଣ୍ଟ କରି ମାରିଦେଲା।ମୋ ଶାଶୁ ଘର ମୋ ଉପରେ ଦୋଷାରୋପ କରି ମୁଁ ଅଲକ୍ଷଣୀ କହି ମୋତେ ଘରୁ ବିଦା କରିଦେଲେ।ବାପା ମୋର ହାର୍ଟ ଆଟାକ ରେ ଚାଲିଗଲେ,ମାତ୍ର ମା ବଡ଼ ରୋଗର ଶୀକାର ହେଲା।ତାକୁ ବଞ୍ଚାଇବାକୁ ଵାପ ଘରେ ରହି ମୁଁ ଏ କାମକୁ ଆବୋରିଲି।କୁହନ୍ତୁ ମୋ ପାଖରେ ଆପଣଙ୍କୁ ସାହାଯ୍ୟ କ'ଣ ସମ୍ଭବ !
ନାଁ ରେ ମା' ତୋତେ ମୁଁ ବାଧ୍ୟ ତ କରିବିନି,କେଇଦିନ ଯଦି ତୁ ମିଛ ସ୍ତ୍ରୀର ଅଭିନୟ କରୁ,ସେ ଭଲ ହୋଇଯାନ୍ତା, ତା'ପରେ...।
ବହୁତ ଚିନ୍ତା କଲା ମାନସୀ,ଗୋଟିଏ ପଟେ ନିନ୍ଦା ଓ ଗୋଟିଏ ପଟେ ମା'ର ଜୀବନ।ବିବେକର ଜାତୀୟ ପକ୍ଷୀଟା ସତେ ଯେମିତି ତାକୁ କିଚ୍ଛି ସୂଚନା ଦେଉଥିଲା।ଶେଷରେ ମା' କୁ ବଞ୍ଚେଇବା ପାଇଁ ଓ ସେପଟେ ଦୁଇ ଦୁଇଟା ଜୀବନ ବଞ୍ଚେଇବା ପାଇଁ ସେ ପ୍ରସ୍ତାବରେ ରାଜି ହେଲା।
ତାପର ଦିନ ଜଗନ୍ନାଥ ବାବୁ କ୍ରୀଷ୍ଣାର ମା'କୁ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କଲେ ଏପଟେ ମାନସୀ ଭୂମିକାରେ ଅଭିନୟ କଲା କ୍ରିଷ୍ଣା ଓ ସ୍ୱାସ୍ଥ୍ୟରେ ସୁଧାର ଆଣିଲା।କିନ୍ତୁ କଥାରେ ଅଛି ବାହାର ଦୁନିଆଁ କ୍ଷୀରକୁ ବି ବିଷ କରେ।ଏ କଥା ଭିନ୍ନ ରୂପରେ ବାହାରକୁ ଆସିଲା।ଫୁସ୍ ଫାସ୍ ଟାଇ ଟାପରା କେତେ କ'ଣ।ଶେଷରର କୃଷ୍ଣା ବ୍ରାହ୍ମଣ କୂଳରେ ଜନ୍ମ ହୋଇ ବିଧବା ହୋଇ ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧିଲା,ଛି ଛି ପୁଣି ମା'ର ଏ ମୁମୂର୍ଷୁ ସମୟରେ।
ମା ଭଲହୋଇ ଫେରିଲା ଘରକୁ,କିନ୍ତୁ ସାଥିରେ ନ ଥିଲା କ୍ରିଷ୍ଣା।କ୍ରିଷ୍ଣା ର ମନ ଚଞ୍ଚଳ ହେଉଥାଏ ମା ଭଲ ହୋଇ ଫେରିଛି,ସେ ଯାଇ ଦେଖିବ।ମାତ୍ର ଜଗନ୍ନାଥ ବାବୁ ଆସିଲେ ସିନା ଅନୁମତି ନେଇ ଯିବ।ଅପେକ୍ଷା କରିଥିଲା ଚାତକ ପରି । ମାଆର ଉତ୍ସୁକତା ଯେତିକି ବଢୁଥାଏ କ୍ରିଷ୍ଣାର ବିଳମ୍ବ ତା ଆଶାରେ ଆଶଙ୍କା ହିଁ ବୃଦ୍ଧି କରୁଥିଲା।ସାହି ପଡ଼ିଶା ଲୋକ ଆସିଲେ ତାକୁ ଦେଖି।ବଖାଣିଲେ କ୍ରିଷ୍ଣା କରିଥିବା ବ୍ୟଭିଚାର ତାଙ୍କ ନଜରରେ।ତା ଝିଅ ବିଧବା ବ୍ରାହ୍ମଣୀ ହୋଇ ଶେଷରେ ଏତେ ତଳକୁ ଖସିଗଲା।ଘର,ଗାଁ,ଏ ଆଠ ଖଣ୍ଡି ମୌଜାରେ ନାଁ ପକେଇଲା।ଗାଁ ଲୋକ ଅଣ୍ଟା ଭିଡିଛନ୍ତି ତାକୁ ଏକ ଘରକିଆ କରିବେ,ନିଆଁ ପାଣି ବନ୍ଦ କରିଦେବେ । ଏ କଥା ଶୁଣି ତାର ଏ ସୁସ୍ଥତାର ଖୁସିଟା ନିମିଷକେ ଧୂଳିସାତ ହୋଇ ତା ଅସୁସ୍ଥତାର ଯନ୍ତ୍ରଣାଠୁ ବି ଆହୁରି ଅଧିକ ଯନ୍ତ୍ରଣା ଅଜାଡି ଦେଲା।ଅପେକ୍ଷା କଲା
କୃଷ୍ନାକୁ।ରାତି ଯେତେ ଅଧିକ ହେଉଥାଏ ତା ସନ୍ଦେହ ଓ ଅବିଶ୍ୱାସର ଭୁତ ମାନେ ରାମ୍ପୁଡି ପକାଉଥାନ୍ତି।ସେପଟେ ଜଗନ୍ନାଥ ବାବୁ ପହଁଚିଲା ପରେ କ୍ରୀଷ୍ଣା ବାହାରିଲା ମା'କୁ ଦେଖିବାକୁ।ରାତି ବହୁତ ହୋଇ ଯାଇଥିଲା,ତେଣୁ ରାତି ପାହିଲେ ଯିବା ପାଇଁ ଜଗନ୍ନାଥ ବାବୁ କହିଲେ।କଥା ରଖିଲା ସିନା ହେଲେ ରାତି ନା ସେ ଶୋଇଛି ନା ତା ମା'।ଜଣେ ଆନନ୍ଦରେ ମା'କୁ ଦେଖିବାର ଆକାଂକ୍ଷାରେ... ଆଉ ଜଣେ ନିନ୍ଦାରୁ ଦୁରେଇବାକୁ ଅପେକ୍ଷା କରିଥିଲା ଶୁଣିବାକୁ ତା ଝିଅ ଠାରୁ ଏ ଗାଁ ଲୋକଙ୍କ କଥା ସବୁ ମିଛ।ରାତି ପାହିଲା ପୂର୍ବରୁ କ୍ରିଷ୍ଣାର ମା' ନିଜକୁ ପ୍ରସ୍ତୁତ କରିନେଲା ଏ ଗାଁ ଛାଡି ପଳେଇବ।ଯେଉଁ ଗାଁରେ ସେ ନିର୍ଭୀକରେ ସମ୍ମାନର ସହ ବଞ୍ଚିଥିଲା ସେଠାରେ ସେ ଏକଘରକିଆ ରହିବ !ନିଜ କେଇଖଣ୍ଡ ଲୁଗା ଧରି ଘରେ ଚାବି ପକାଇ ସକାଳ ପୂର୍ବରୁ ଚାଲିଗଲା ଅନେକ ଦୂରକୁ।
କୃଷ୍ନାକୁ।ରାତି ଯେତେ ଅଧିକ ହେଉଥାଏ ତା ସନ୍ଦେହ ଓ ଅବିଶ୍ୱାସର ଭୁତ ମାନେ ରାମ୍ପୁଡି ପକାଉଥାନ୍ତି।ସେପଟେ ଜଗନ୍ନାଥ ବାବୁ ପହଁଚିଲା ପରେ କ୍ରୀଷ୍ଣା ବାହାରିଲା ମା'କୁ ଦେଖିବାକୁ।ରାତି ବହୁତ ହୋଇ ଯାଇଥିଲା,ତେଣୁ ରାତି ପାହିଲେ ଯିବା ପାଇଁ ଜଗନ୍ନାଥ ବାବୁ କହିଲେ।କଥା ରଖିଲା ସିନା ହେଲେ ରାତି ନା ସେ ଶୋଇଛି ନା ତା ମା'।ଜଣେ ଆନନ୍ଦରେ ମା'କୁ ଦେଖିବାର ଆକାଂକ୍ଷାରେ... ଆଉ ଜଣେ ନିନ୍ଦାରୁ ଦୁରେଇବାକୁ ଅପେକ୍ଷା କରିଥିଲା ଶୁଣିବାକୁ ତା ଝିଅ ଠାରୁ ଏ ଗାଁ ଲୋକଙ୍କ କଥା ସବୁ ମିଛ।ରାତି ପାହିଲା ପୂର୍ବରୁ କ୍ରିଷ୍ଣାର ମା' ନିଜକୁ ପ୍ରସ୍ତୁତ କରିନେଲା ଏ ଗାଁ ଛାଡି ପଳେଇବ।ଯେଉଁ ଗାଁରେ ସେ ନିର୍ଭୀକରେ ସମ୍ମାନର ସହ ବଞ୍ଚିଥିଲା ସେଠାରେ ସେ ଏକଘରକିଆ ରହିବ !ନିଜ କେଇଖଣ୍ଡ ଲୁଗା ଧରି ଘରେ ଚାବି ପକାଇ ସକାଳ ପୂର୍ବରୁ ଚାଲିଗଲା ଅନେକ ଦୂରକୁ।
ଏପଟେ ରାତି ସିନା ପାହିଲା, ହେଲେ କ୍ରିଷ୍ଣାର ତା ମା'କୁ ଦେଖିବାର ଖୁସିର ସକାଳ ବୋଧେ ଲୁଚି ଥିଲା।ସଅଳ ସଅଳ ବାହାରି ଗାଁ ମୁଣ୍ଡରେ ପହଁଚି ଏକ ନିଃଶ୍ଵାସରେ ଦୌଡ଼ିଲା।କେହି ଜଣେ କହୁଥାଏ ଛି କ୍ରିଷ୍ଣା ଛି, ଶେଷରେ ତୁ ଏତେ ତଳକୁ ଖସିଗଲୁ।ବିଚାରୀ ମା'ଟାର ମୁହଁକୁ ଟିକେ ଚାହିଁଲୁ ନାହିଁ।
କ୍ରୀଷ୍ଣା ଜାଣିଗଲା ତା ଭୟ ଯାହା ଥିଲା,ତାହା ହିଁ ହେଲା।ତା ମା' ଜାଣିଥିଲେ କଣ ଭାବୁଥିବ,ତାକୁ ସେ ବୁଝିବ ତ ?ଗ୍ରହଣ କରିବ ତ? ଅଣନିଃଶ୍ବାସୀ ହୋଇ ସିଧା ଦୌଡିଲା ଉଦଵେଗର ମଇଦାନରେ।ନିଜ ଘର ପାଖରେ ପହଁଚିଲା।ହେଲେ ଏ କ'ଣ ! ଆସି ଦେଖେ ତ ଘରେ ତାଲା ପଡିଛି ।ଗାଁ ଲୋକେ ବି ଘେରିଗଲେ ତା ଚାରିପଟେ ଏଵଂ କହୁଥାନ୍ତି- ଛି ଛି ,ଶେଷରେ ବିଚାରୀ ବୁଢୀଟାକୁ ଟିକେ ଶାନ୍ତି ଦେଇ ପାରିଲୁନି।ଏତେ ତଳକୁ ଖସିଗଲୁ !
କ'ଣ କରିବ ଭାବି ଆଖିର ଲୁହକୁ ସାକ୍ଷୀରଖି ଘର ବାରଣ୍ଡାରେ ବସିପିଡ଼ିଲା। ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି । ଧକେଇ ହୋଇ କାନ୍ଦି ମା'ର ସ୍ମୃତିଗୁଡାକୁ ଗଣି ଗଣି ମୂଲ୍ୟାୟନ କରୁଥିଲା ସେ ତା ସରଳତା ଓ ସାଧୁତାର ପରୀକ୍ଷା ହଲ୍ ରେ ।ସମୟ ପରିସ୍ଥିତି ଓ ପରିବେଶ ଖାଲି କହୁଥାଏ ଆହା ! ବିଚାରୀଟାର ଭାଗ୍ୟରେ କଣ ଏଇଆ ଥିଲା।
🌻 ରହିଗଲା ତୁମ କାହାଣୀ ଅଧା 🌻
କାହିଁକି କେଜାଣି ମଳୟର ମନଟା ଖାଁ ଖାଁ ଲାଗୁଛି।ବସନ୍ତର ଅବଧିରେ ଦୁଷ୍ଟ ନିଦାଘଟା ପଶିଆସି ମୃଦ୍ୟୁ ଯନ୍ତ୍ରଣାରେ ଝରାଉଛି ଦେହରୁ କେଇଟୋପା ଘର୍ମବିନ୍ଦୁ।ସମ୍ବଲପୁରୀ ତଉଲିଆଟିରେ ଦେହ ମୁହଁ ପୋଛି ବାହାରିଲା ସେ ପାଖ ବୈତରଣୀ ନଦୀକୂଳକୁ ଖାଇବାକୁ ଟିକେ ଥଣ୍ଡା ସମୀରଣ।ସାଥିରେ ପ୍ରିୟ ସ୍ମାର୍ଟ ଫୋନ୍ ଟାକୁ ନେବାକୁ ଭୁଲି ନ ଥିଲା ସେ।ସୁର୍ଯ୍ୟ ଅସ୍ତ ହେବାକୁ ଅଣ୍ଟା ଭିଡ଼ିଥାନ୍ତି। ନଦୀ କୂଳର ଚଳ ଜଳରାଶିର ଅନତି ଦୂରରେ ଚକାମାଡି ବସି ମୋବାଇଲଟାକୁ ଅନ୍ କଲା ମଳୟ ।
ହଠାତ୍ ମେସେଞ୍ଜରରେ ଏକ ଅଚିହ୍ନା ଅପରିଚିତର ଚାଟିଂ ଟିଏ ଆସିଲା।
କେମିତି ଅଛ ?
ମଳୟ ଦେଖିଲା ପ୍ରୋଫାଇଲ୍ରେ ଫଟୋ ନାହିଁ, ଆଇ.ଡି.ରେ ଲେଖା ଅଛି, ବି. ଏମ୍. ପି.।
କିଏ ସେ ? କଣ ମୋର ଚିହ୍ନା ? ନ ହୋଇଥିଲେ କେମିତି ଅଛ କିପରି ପଚାରିଥାନ୍ତେ ? ଆଇ. ଡି. ଏବାଉଟ୍ ମାରି ଦେଖିଲେ ଫିମେଲ ଲେଖା ଅଛି।ତେବେ ଏ ମହିଳା ଜଣକ କିଏ ? ସେ ପୁଣି ମୋର ପରିଚିତ ? ଏମିତି ଭଣ୍ଡାର ଘରରୁ କୌଣସି ଜିନିଷ ଖୋଜିଲା ପରି ମଳୟ ତା ମସ୍ତିଷ୍କର ଷ୍ଟୋର ହାଉସରୁ ଏବ୍ରିଭାଏସନ(ସଂକ୍ଷୀପ୍ତକାର)କୁ ନିଜ ଅଭିଜ୍ଞତା ଓ ଚିହ୍ନା ସମ୍ପର୍କିତ କରି ବି. ଏମ୍. ପି. ର ପୁରା ରୂପ ଖୋଜୁଥାଏ ।
ମୋତେ ଜାଣି ପାରୁନ କି ?
ଏତେ ଶୀଘ୍ର ଭୁଲି ଗଲ ?
ହଠାତ୍ ସ୍ମୃତିର ରଙ୍ଗୀନ ପୃଷ୍ଠାରୁ ଆସିଗଲା ସେ ଅଭୁଲା ଅଲିଭା ନାଁ ଟି।ଯେଉଁ ନାଁ ଟିକୁ ସେ ବାରମ୍ବାର ଡାକି ଖୁସିର ମହଲ ସୃଷ୍ଟି କରିଥିଲା,ତାକୁ ସେ ଭୁଲି ଯାଇଛି,ମନେ ପକାଇ ପାରୁନି କିପରି ଯେ ?
ମନେ ରଖିଛି,କେମିତି ବା ସେ ଅଭୁଲା ସ୍ମୃତିକୁ ଭୁଲିବି ?
ମଳୟ କ'ଣ ବାସନ୍ତୀକୁ ଭୁଲିପାରିବ !
ହେଲେ ଗୋଟେ ଯୁଗ ପରେ ଆଜି କେମିତି ଏ ଆଖୋଜା ଅଲୋଡଟା ମନେ ପଡ଼ିଲା ଯେ ? ମଳୟ ଲେଖିଲା।
ବହୁତ ଖୋଜିଛି,ବହୁତ ମନେ ପକାଇଛି,ହେଲେ ଏ ହତଭାଗିନୀ କି ପାପ କରିଥିଲା କେଜାଣି ମନ୍ଦ ମଳୟଟା ତାକୁ ଠକି ଦେଲା ।ସେ କ'ଣ ଏମିତି ଅସୁୟା ଥିଲା ଯେ ତାକୁ ଟିକେ ଆଖିରେ ବି ଛୁଇଁ ପାରିଲା ନାହିଁ ?
ମଳୟ ଓ ବାସନ୍ତୀ ଦୁହିଁଙ୍କର ଉତ୍ସୁକତା ଧୀରେ ଧୀରେ ବଢୁଥାଏ ପରସ୍ପରକୁ ଦେଖିବା ପାଇଁ।ମେସେଞ୍ଜରରେ ଭିଡିଓ କଲ୍ କଲା ବାସନ୍ତୀ ।
ଦୁହେଁ ପରସ୍ପରକୁ ଦେଖି ବିମୁଗ୍ଧ ।ମଳୟ ଦେଖୁଥାଏ ବାସନ୍ତୀକୁ,ସେଇ ଏକା ଚେହେରା,ସେଇ ଢଳ ଢାଳ ଆଖି, ସୁନ୍ଦର ମୁଖମଣ୍ଡଳ,ସୁଢ଼ଳ ତନୁ।ଖୁବ୍ ଆକର୍ଷନୀୟ।କେବଳ କିଛି ବର୍ଷ ବିଟିଯାଇଛି। ବାସନ୍ତୀ ଦେଖିଲା,ଠିକ୍ ସେହି ସୁନ୍ଦର ମୁଖମଣ୍ଡଳ,ହସ ହସ ମୁହଁ।ମନଲୋଭା ଚାହାଣୀ।ନାକ,ଓଠ ଓ କେଶର ସୁନ୍ଦର ଠଣୀ।କେବଳ କିଛି ଦିନ ସିନା ବିଟିଯାଇଛି ହେଲେ କାହିଁ କିଛି ନ ବଦଳିଲା ପରି ଲାଗୁଛି। ଦୁହେଁ ପରସ୍ପରକୁ କିଛି ସମୟ ଦେଖି ନୀରବ ଥାଆନ୍ତି।ଦୁହିଙ୍କ ଆଖିରୁ ବହି ଯାଉଥିଲା ଆନନ୍ଦର ବୁନ୍ଦା ବୁନ୍ଦା ଅମାନିଆ ଅଶ୍ରୁ ।
କାହିଁକି କାନ୍ଦୁଛ ମଳୟ ???
ତୁମ ଆଖିରେ ତ ଲୁହଧାର ବାସନ୍ତୀ ??? ସହର ଛାଡି ଚାଲି ଆସିଲ, ହେଲେ ଜଣାଇଲ ନାହିଁ କେମିତି ? ଜାଣିଛ ମୁଁ କେତେ... ଯେ ଖୋଜିଛି ?
କେମିତି ଜଣାଇଥାନ୍ତି କହିଲ?ମୋ ବିଦାୟ ମୁହୂର୍ତ୍ତ ଦେଖିଥିଲେ ତୁମେ ସମ୍ଭାଳି ପାରିଥାନ୍ତ ତ?ମୁଁ ଧାର୍ଯ୍ୟ ଧରି ପାରିଥାନ୍ତି ତ ?
କଣ ପାଇଁ ବାସନ୍ତୀ ?
ମଳୟ ତୁମର କଣ କି ?
ତୁମେ କଣ ଜାଣିନାହିଁ, ବାସନ୍ତୀ ମଳୟକୁ କେତେ ଯେ ଭଲ ପାଏ।
କିନ୍ତୁ ଏଇ ପଦଟିକୁ ମୁଁ ଚାହିଁ ଥିଲି ।
କିନ୍ତୁ ତୁମେ....
କେମିଟିବା କହିଥାନ୍ତି,ମୁଁ ପରା ଜଣେ ନାରୀ,ହେଲେ ତୁମେ ତ କହି ପାରିଥାନ୍ତ !
କେମିତି ବା କହିଥାନ୍ତି,ତୁମେ ପରା ଥିଲ ବିବାହିତା ।
ଏବେ କଣ ତୁମେ ଶାନ୍ତିରେ ଅଛ ମଳୟ,ମୋ ବିନା ?
ହୃତପିଣ୍ଡରୁ ପ୍ରାଣ ଚାଲିଗଲେ ସେ କେମିତି ବା ଭଲରେ ରହିପାରିବ,ତୁମେ କଣ ରହି ପାରିଛ, ବାସନ୍ତୀ।
ହଁ ଭାଗ୍ୟ ତ ସାଥ ଦେଲା ନାହିଁ,ଆମ କାହାଣୀ ଅଧା ହୋଇ ରହିଗଲା।
ହଉ ପରେ କଥା ହେବି,ସେ ଆସିଲେଣି।ରହୁଛି,ତୁମ ମଲ୍ଲିକା।
ଆନନ୍ଦ ବିଷାଦର ସଙ୍ଗମରେ ଆନନ୍ଦାଶ୍ରୁକୁ ପୋଛି ଦୀର୍ଘଶ୍ଵାସଟାଏ ପକାଇଲା ମଳୟ।ଚାହିଁଲା ନଦୀର ଚଳ ଜଳଧାରକୁ।ସତରେ ପ୍ରେମର ସ୍ରୋତ କାହିଁକି ବା କାହାକୁ ଅପେକ୍ଷା କରିବ?ଉପରକୁ ଚାହିଁଲା, ବଗ ବଗୁଲୀ ଯୋଡି ହୋଇ ଆନନ୍ଦରେ କେମିତି ଘରକୁ ଫେରୁଛନ୍ତି।ମନେ ପଡିଗଲା ତା ପ୍ରେମ କାହାଣୀ,ଖୋଲିଦେଲା ତା ତରଙ୍ଗର ପୃଷ୍ଠାକୁ।
ସେଦିନ ଥିଲା ତା ଚାକିରୀ ଜୀବନର ପ୍ରଥମ ଦିନ।ମନରେ ଆନନ୍ଦର ଜୁଆର।କିଛି ଭଲ କାମ କରି ନିଜର ପରିଚୟ ସୃଷ୍ଟି କରିବା ଥିଲା ତାର ଇଛା।ବାପା ମା ଗୁରୁ
ସଭିଙ୍କ ଵଚନ ଅକ୍ଷରେ ଅକ୍ଷରେ ମନେ ରଖିଥାଏ,ତ୍ୟାଗ,ନିଷ୍ଠା, ବିଶ୍ୱସ୍ଥତା ଓ କୃତଜ୍ଞତା-ଏସବୁକୁ କେବେ ନ ଭୁଲିବାକୁ।ମଧ୍ୟାହ୍ନ ଯାଏ କାମ କରି ଚାଲିଲା ସାଧାରଣ କୋଠରୀକୁ,ଯେଉଁଠି ସମସ୍ତେ ବସି ଟିଫିନ୍ ଖାଆନ୍ତି।ହାତ ଧୋଇ ଟିଫିନ୍ ବକ୍ସ ଖୋଲି ଖାଇଲା ବେଳେ ଆଖି ପଡ଼ିଲା ଜନୈକା କର୍ମଚାରୀଙ୍କ ଉପରେ।ସତରେ ଏ ଦେବୀ ନା ମାନବୀ!ତୋଫା ଗୋରା ତକ୍ ତକ୍ ଚନ୍ଦ୍ରମା ପରି ମୁଖମଣ୍ଡଳରେ ଚକଚକ କରୁଥିବା ଆଖି,ତା ସହ ସଜ ଫୁଟା ଗୋଲାପର ହସ ଓ ଚୋରା ଚାହାଣୀ ।ଖାଇବ ବା କ'ଣ, ତାଙ୍କୁ ଦେଖି ତ ପେଟ ପୁରିଗଲା ମଳୟର । ସେପଟେ ବାସନ୍ତୀର ନଜର ଥାଏ ମଳୟ ଉପରେ।ମଳୟ ଏକ ଦିବ୍ୟ ଚେହେରା ଯୁକ୍ତ ଛନଛଚନିଆ ଷ୍ଟାଇଲିଷ୍ଟ ଟୋକା।ଚିକ୍ଣଣ ମୁଖମଣ୍ଡଳ,ସୁନ୍ଦର ହସ ଓ କେଶସଜ୍ଜା ସହ ଲୁଚା ଲୁଚା ଚାହାଣୀ।ବିହ୍ଵଳ ହୋଇଗଲା ବାସନ୍ତୀ। ଏଇମିତି ଦେଖା, ସାକ୍ଷାତ ଓ ହସଖୁସି ଆମୋଦରେ ବୁଡ଼ାଇ ଦେଉଥାଏ ଦୁହିଁଙ୍କୁ । କିଏ ଯଦି କେବେ ନ ଆସିଲେ,ମନ ଅପରର କାନ୍ଦେ।
ସଭିଙ୍କ ଵଚନ ଅକ୍ଷରେ ଅକ୍ଷରେ ମନେ ରଖିଥାଏ,ତ୍ୟାଗ,ନିଷ୍ଠା, ବିଶ୍ୱସ୍ଥତା ଓ କୃତଜ୍ଞତା-ଏସବୁକୁ କେବେ ନ ଭୁଲିବାକୁ।ମଧ୍ୟାହ୍ନ ଯାଏ କାମ କରି ଚାଲିଲା ସାଧାରଣ କୋଠରୀକୁ,ଯେଉଁଠି ସମସ୍ତେ ବସି ଟିଫିନ୍ ଖାଆନ୍ତି।ହାତ ଧୋଇ ଟିଫିନ୍ ବକ୍ସ ଖୋଲି ଖାଇଲା ବେଳେ ଆଖି ପଡ଼ିଲା ଜନୈକା କର୍ମଚାରୀଙ୍କ ଉପରେ।ସତରେ ଏ ଦେବୀ ନା ମାନବୀ!ତୋଫା ଗୋରା ତକ୍ ତକ୍ ଚନ୍ଦ୍ରମା ପରି ମୁଖମଣ୍ଡଳରେ ଚକଚକ କରୁଥିବା ଆଖି,ତା ସହ ସଜ ଫୁଟା ଗୋଲାପର ହସ ଓ ଚୋରା ଚାହାଣୀ ।ଖାଇବ ବା କ'ଣ, ତାଙ୍କୁ ଦେଖି ତ ପେଟ ପୁରିଗଲା ମଳୟର । ସେପଟେ ବାସନ୍ତୀର ନଜର ଥାଏ ମଳୟ ଉପରେ।ମଳୟ ଏକ ଦିବ୍ୟ ଚେହେରା ଯୁକ୍ତ ଛନଛଚନିଆ ଷ୍ଟାଇଲିଷ୍ଟ ଟୋକା।ଚିକ୍ଣଣ ମୁଖମଣ୍ଡଳ,ସୁନ୍ଦର ହସ ଓ କେଶସଜ୍ଜା ସହ ଲୁଚା ଲୁଚା ଚାହାଣୀ।ବିହ୍ଵଳ ହୋଇଗଲା ବାସନ୍ତୀ। ଏଇମିତି ଦେଖା, ସାକ୍ଷାତ ଓ ହସଖୁସି ଆମୋଦରେ ବୁଡ଼ାଇ ଦେଉଥାଏ ଦୁହିଁଙ୍କୁ । କିଏ ଯଦି କେବେ ନ ଆସିଲେ,ମନ ଅପରର କାନ୍ଦେ।
ଦିନେ ଦୁହେଁ ଥାନ୍ତି,ବାସନ୍ତୀ କହିଲା କାଲି ଆପଣ ଆସି ନ ଥିଲେ ଯେ,ଦେହ ଭଲ ନ ଥିଲା କି?ହଁ ଦେହ ଭଲ ଲାଗିଲାନି ତ ? ମଳୟ ଉତ୍ତର ଦେଲା।କ୍ଷମା କରିବେ, ଆପଣଙ୍କ ପୁରା ନାମଟା ଜାଣିପାରେ କି ? ମୋ ନାଁ ବି ଏମ୍ ପି । ପୁରା ନାମଟା...ବାସନ୍ତୀ ମଲ୍ଲିକା ପାଣି।ଆପଣଙ୍କ ପୁରା ନାମ ? ଏମ୍. ବି. ପି.,ପୁରନାମ ମଳୟ ବଲ୍ଲଭ ପତି,ମଳୟଙ୍କ ଉତ୍ତର ଥିଲା।ଓଃ କି ନାଁ ଯୋଡିଟା ସୁନ୍ଦର କହି ଦୁହେଁ ହସିଥିଲେ।
ୟା'ପରେ ଦେଖା ସାକ୍ଷାତ ମିଳାମିଶା ଏମିତି ବହୁତ କିଛି।ଦିନେ ସ୍ବାଧୀନତା ଦିବସରେ ମଲ୍ଲିକାର ଇଂଗୀତରେ ପାଖରେ ଛିଡା ହେଲା ମଳୟ।ହାତରେ ଥାଏ ଏକ ସୁନ୍ଦର ଚିଜ।ବଢ଼େଇ ଦେଲା ମଲ୍ଲିକା ହାତରେ।ଆନନ୍ଦରେ ଫାଟି ଯାଉଥିଲା ମଲ୍ଲିକା।କାରଣ ତାହା ଥିଲା ଏକ ସୁନ୍ଦର ରକ୍ତ ଗୋଲାପ।ପ୍ରେମର ପକ୍ଷୀ ପ୍ରତୀକ୍ଷଣ ଉଡୁଥାଏ ଦୁହିଙ୍କ ହୃଦୟ ବଗିଚାରେ।
ସେଦିନ କାନ୍ ଝାରୀ ଡ୍ୟାମ୍ ରେ ଅଫିସ୍ ଷ୍ଟାଫ ପିକ୍ନିକ୍। ମଜାଖୁସିର ନାଚଗୀତରେ ମଳୟ ଓ ବାସନ୍ତୀଙ୍କ ସାଥୀ ହୋଇ ନାଚିବା ଏକ ସ୍ମରଣୀୟ ହୋଇଥିଲା। ତା ପରେ ପୁଣି ଥରେ ଅଫିସ୍ ତରଫରୁ ଚାଲିଲେ ଚକ୍ରତୀର୍ଥା। ଯେଉଁଠି ଦେଖିଲେ ମଳୟ ଓ ବାସନ୍ତୀଙ୍କ ଯୋଡି।ଫେରିବା ବାଟରେ ଶୀତରେ ଥରୁଥାନ୍ତି ମଳୟ,ସହି ପାରିଲେନି ବାସନ୍ତୀ,ନିଜର ଶାଲଟିକୁ ଘୋଡାଇ ଦେଲେ ମଳୟଙ୍କୁ ନିଜ ହାତରେ ।
ସବୁଦିନ ଦେଖନ୍ତି ମଳୟ, ବାସନ୍ତୀ ମୁଣ୍ଡରେ ହାଲୁକା ସିନ୍ଦୁର ଲଗାଇ ଆସିଥାନ୍ତି।ମଳୟ ସେଦିନ କହିଲେ,ଆଛା ବାସନ୍ତୀ,ତୁମ ଘର ପାଖରେ କଣ ମନ୍ଦିର ଅଛି କି?ସବୁଦିନ ମନ୍ଦିରରେ ଠାକୁର ସିନ୍ଦୁର ଲଗାଇ ଆସୁଛ।ବାସନ୍ତୀ କହିଲା, ନା ତ,ମୁଁ ସବୁଦିନ ସତ ସତିକା ସିନ୍ଦୁର ଲଗାଇ ଆସେ।ମୋ ହଜଵ୍ଯାଣ୍ଡ କୁହନ୍ତି ଟିକେ ଅଧିକ ଲଗାଇବା ପାଇଁ କିନ୍ତୁ ମତେ ଏପରି ହାଲକା ଲଗାଇବାକୁ ଭଲ ଲାଗେ । ମଳୟର ହୃଦୟରେ ବୈଶାଖାର କାଳବୈଶାଖୀ ବହିଲା।ତାର ମୁଣ୍ଡ, କାନ ସବୁ ଝାଏ ଝାଏ ହୋଇଗଲା।ତା ଆଶାର ବାଲୁକା ସ୍ତୁପଟା ଜଳ ତରଙ୍ଗରେ ଭାଙ୍ଗିଗଲା। ସୁନ୍ଦର ମୁଖମଣ୍ଡଳଟା ପରାଜିତ ସୈନିକ ପରି ଶୁଖିଯାଇଥାଏ।ବାସନ୍ତୀର ଅନେକ ପ୍ରଶ୍ନକୁ ଏଡାଇ ନିଜକୁ ନିୟନ୍ତ୍ରିତ କଲା ସେ । ନିଜକୁ ଅପରାଧୀ ପରି ମନେ କଲା ମଳୟ।ସେ ଜଣେ ହିନ୍ଦୁ, ଭାରତୀୟ । ଭାରତୀୟ ସଂସ୍କୃତିକୁ ସମ୍ମାନ ଦେଉଥିବା ସଚ୍ଚା ଆଚାରୀ ପରିବାରର ମଣିଷଟିଏ।ଶେଷରେ ଜଣେ ବିବାହିତା ମହିଳାଙ୍କୁ ସେ ଭଲପାଉଛି ? ଛି ଛି କି ଅମଣିଷ ଟା ସିଏ।ଯେଉଁ ହିନ୍ଦୁ ଅନ୍ୟ ପତ୍ନୀକୁ ଦେବୀର ଆସନ ଦେଇଥାଏ ସେ ତାକୁ ଭଲପାଉଛି।ନିଜକୁ ପ୍ରଶ୍ନ ପରେ ପ୍ରଶ୍ନ ଓ ନିଜେ ଉତ୍ତର ପରେ ଉତ୍ତର ଦେଉଥାଏ ସେ।ହେଲେ ସେ କ'ଣ ଜାଣିଥିଲା ବାସନ୍ତୀ ଏକ ବିବାହିତା... ବୋଲି ? ଦେଖିଲେ କେହି ବି ବିଶ୍ୱାସ କରିପାରିବେନି ତାକୁ।
ନୀରବ,ଏକୁଟିଆ,ଅପ୍ରସନ୍ନ ଭାବ ଦେଖି ବାସନ୍ତୀ ମନ ଆନ୍ଦୋଳିତ ହେଉଥିଲା,ହୃଦୟକୁ ଆଘାତ ଆସୁଥିଲା।ସେ ମଳୟକୁ ବୁଝାଇବାକୁ ଚାହିଁଲା । ତା ପରିବାର ବିଷୟରେ ସବୁ ଜଣାଇବାକୁ ଚାହିଁଲା।ତା ସ୍ୱାମୀକୁ ତା ଘର ଲୋକ ଜୋର ଜବରଦସ୍ତ ବିବାହ କରିଛନ୍ତି । ତାକୁ ଟିକେ ପଚାରିବାର କଣ ନ ଥିଲା।ସେ କଣ ଗୋଟାଏ ପ୍ଲାଷ୍ଟିକ ଜିନିଷ ଯେ...ହରେକ୍ ମାଲ୍ ପରି ବିକ୍ରି କରାଜୀବ।ସ୍ୱାମୀ ପ୍ରଭାକର ଜଣେ ଭିନ୍ନ ଦୁନିଆର ମଣିଷ।ତାଙ୍କୁ ବୁଝିବାକୁ ଚାହାନ୍ତି ନାହିଁ।ନିଜର ଆଦେଶ,ନିର୍ଦ୍ଦେଶ,ଆଇନ୍ କେବଳ ଜାହିର କରନ୍ତି।ତାଙ୍କର ସ୍ୱାଧୀନତାକୁ ବନ୍ଦୀ କରି କ୍ରୀତଦାସ ଜୀବନ ବିତାଇବାକୁ ବାଧ୍ୟ କରିଥାନ୍ତି।ଯଦି ଟିକେ ଖୁସି ସେ ପାଇଛି ତାହା କେବଳ ତାଙ୍କ ପାଇଁ।ଭାବିଲା କେବେ ସମୟ ଦେଖି ମଳୟକୁ କହିବ।
ସମୟର ଦକ୍ଷିଣା ପବନଟା ହଠାତ୍ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗରୁ ବହିଲା।ମଳୟର ବାପାଙ୍କ ଦେହ ଅତ୍ୟନ୍ତ ଖରାପ ଥିବାରୁ ଡାକରା ଆସିଲା ଗାଁକୁ ଯିବାକୁ।ଇତସ୍ତତଃ ହୋଇ ସେ ଚାଲିଗଲେ ଗାଁକୁ।ଛୁଟିପରେ ଛୁଟି।କଟକ ବଡ଼ ଡାକ୍ତରଖାନାକୁ ନେବାକୁ ପଡିଲା।ୟା ଭିତରେ ବାସନ୍ତୀଙ୍କର ବଦଳି ବାଲେଶ୍ୱର ଜିଲ୍ଲାକୁ।ବଦଳି ଅର୍ଡର ପାଇ ଚାଲିଗଲେ ସେ ।
ମଳୟ ଆସିଲେ,ହେଲେ ସେଇଦିନୁ ପାଇଲେ ନାହିଁ ବସନ୍ତର ସ୍ପର୍ଶ।ବାସନ୍ତୀର ବିଦାୟରେ ନ ରହିଲା ତା ଖୁସି କୋଇଲିର ମୂର୍ଚ୍ଛନା ନା ଉତ୍ଫୁଲ୍ଲିତ ହଲଦୀବସନ୍ତ ଚିତ୍ତାକର୍ଷକ ନୃତ୍ୟ।ଶ୍ରୀହୀନ ହୋଇଗଲା ସେ ପ୍ରକୃତି ଦୁଃଖ ନିଃସଙ୍ଗ ରୂପୀ ନିଦାଘର ବାରମ୍ବାର ବିରହ ରୂପୀ ଅଂଶୁଘାତରେ।
ପୁଣି ଥରେ ମୋବାଇଲ୍ ରେ ମେସେଞ୍ଜରର ଆବାଜ ଶୁଣିଲା ସେ।ଦେଖିଲା କେତୋଟି ପୁରୁଣା ଫଟୋ।କାନଝରୀ ଡ୍ୟାମ ର ଡ୍ୟାନ୍ସ ଓ ଚକ୍ରତୀର୍ଥର ସାଥୀହୋଇ ଯୋଡିଫଟୋ ତା ସଙ୍ଗେ ସ୍ୱାଧୀନତା ଦିବସର ତା ସଙ୍ଗେ ମିଳିତ ଫଟୋ ।
ସତରେ ବାସନ୍ତୀ ମୋତେ କେତେ ଭଲ ପାଉଥିଲା।ସବୁ ସ୍ମୃତିକୁ ଜାବୁଡି ରଖିଛି ତା ପ୍ରେମ ଆଲବମ୍ ରେ।
ପୁଣି ଦେଖିଲା ଏକ ପୁରୁଣା କାଗଜ ଲେଖା ଚିଠି ଯାହା ସେଦିନ ବିବାହିତା ଜାଣିବା ପରେ ମଳୟର ମନ ଦୁଃଖ ଦେଖି ବୁଝାଇବାକୁ ଚାହିଁଥିଲା।
ଶେଷରେ ଲେଖାଥିଲା,ମଳୟ ଆମ କାହାଣୀ କଣ ଏମିତି ଅଧା ହୋଇ ରହିଯିବ।ମୁଁ ଏବେବି ଚାହିଁଛି ମଳୟ ତୁମ ମୃଦ୍ୟୁମନ୍ଦ ପବନକୁ।କେଉଁଦିନ ପାଇବ ଏ ବାସନ୍ତୀ, ତା ନିଜକୁ ଧନ୍ୟ ମନେ କରିବ। ମଳୟ ଆଖିରୁ ଲୁହ ପୋଛି ଲେଖିଲା... ମୋ ହୃଦୟ ଖୋଲା ଅଛି ବାସନ୍ତୀ...ତୁମେ ଯଦି ନ ଆସ ନା... ତେବେ ପ୍ରକୃତି ତାଛଲ୍ୟ କରି ନିଶ୍ଚେ କହିବ..
ହେ..ମଳୟ,
ହେ ବାସନ୍ତୀ...
ହାରିଗଲ ତୁମେ..
ଏଇଦେଖ...
ରହିଗଲା ତୁମ .....
... ଏ କାହାଣୀ ଅଧା.…।
🌻 ଉପହାର 🌻
ମଲ୍ଲିକା...ଆରେ ମଲ୍ଲିକା, ଉଠିଲୁଣି.. ଦେଖିଲୁ କେତେ ଦିନ ହେଲାଣି,ରାଜା ବିରେନ୍ଦ୍ର ଡାକି
ଡାକି ଆସିଲେ ଝିଅ ପାଖକୁ ; ନା ବାପା, ଉଠିବାକୁ ଇଚ୍ଛା ହେଉନାହିଁ,ଆଉ ଟିକେ ଯାଉ,ନରମ ଗଳାରେ ଉତ୍ତର ଦେଲା ମଲ୍ଲିକା ।ଭାରି ଗେହ୍ଲେଇଟା ଥିଲା ମଲ୍ଲିକା।ରାଜା ବିରେନ୍ଦ୍ର ବର୍ମା ଜୀବନଠୁ ବେଶି ଭଲ ପାଆନ୍ତି ତାକୁ।ଦୁଇ ମାସର ହୋଇ ଥିଲା ତା ମା' ରାଣୀ ଚନ୍ଦ୍ରମୋହିନୀ ଦେବୀ ଆରପାରିକୁ ଚାଲିଗଲେ।ଜଣେ ନୈଷ୍ଟିକ ହିନ୍ଦୁ ଭାବେ ରାଜା ହେଲେ ବି ଦ୍ଵିତୀୟ ପତ୍ନୀ ଗ୍ରହଣ ନ କରି ଉଭୟ ପିତା ମାତାଙ୍କ କାମ ତୁଲାଉଥିଲେ ସେ।ସମୟେ ସମୟେ ଏକୁଟିଆ ବସି ଚନ୍ଦ୍ରମୋହିନୀର ସ୍ମୃତି ଭାଳି ଆଖିରୁ ଦୁଇଟୋପା ଲୁହ ଗଡେଇବାକୁ ଭୁଲିଯାଇ ନ ଥାନ୍ତି।ଅକ୍ଷରେ ଅକ୍ଷରେ ପାଳନ କରନ୍ତି ମଲାବେଳେ ରାଣୀ କହିଥିବା କେଉପଦ କଥା ; "ମୋ ଝିଅକୁ ତୁମକୁ ଶ୍ରେଷ୍ଠ ଉପହାର ଦେଇଛି,ତାର ଯତ୍ନ ଓ ସୁରକ୍ଷା କରିବ । କେବେ ଅବହେଳା କରିବନି।ଏ ହେଉଛି ଏ ବିଶ୍ୱର ସର୍ବଶ୍ରେଷ୍ଠ ଧନ, ଅନ୍ୟ କେଉଁ ଧନକୁ ଲୋଭ କରିବନି। ଏଇ ଆମ ପ୍ରେମ ପ୍ରଣୟର ସନ୍ତକ।"
ଡାକି ଆସିଲେ ଝିଅ ପାଖକୁ ; ନା ବାପା, ଉଠିବାକୁ ଇଚ୍ଛା ହେଉନାହିଁ,ଆଉ ଟିକେ ଯାଉ,ନରମ ଗଳାରେ ଉତ୍ତର ଦେଲା ମଲ୍ଲିକା ।ଭାରି ଗେହ୍ଲେଇଟା ଥିଲା ମଲ୍ଲିକା।ରାଜା ବିରେନ୍ଦ୍ର ବର୍ମା ଜୀବନଠୁ ବେଶି ଭଲ ପାଆନ୍ତି ତାକୁ।ଦୁଇ ମାସର ହୋଇ ଥିଲା ତା ମା' ରାଣୀ ଚନ୍ଦ୍ରମୋହିନୀ ଦେବୀ ଆରପାରିକୁ ଚାଲିଗଲେ।ଜଣେ ନୈଷ୍ଟିକ ହିନ୍ଦୁ ଭାବେ ରାଜା ହେଲେ ବି ଦ୍ଵିତୀୟ ପତ୍ନୀ ଗ୍ରହଣ ନ କରି ଉଭୟ ପିତା ମାତାଙ୍କ କାମ ତୁଲାଉଥିଲେ ସେ।ସମୟେ ସମୟେ ଏକୁଟିଆ ବସି ଚନ୍ଦ୍ରମୋହିନୀର ସ୍ମୃତି ଭାଳି ଆଖିରୁ ଦୁଇଟୋପା ଲୁହ ଗଡେଇବାକୁ ଭୁଲିଯାଇ ନ ଥାନ୍ତି।ଅକ୍ଷରେ ଅକ୍ଷରେ ପାଳନ କରନ୍ତି ମଲାବେଳେ ରାଣୀ କହିଥିବା କେଉପଦ କଥା ; "ମୋ ଝିଅକୁ ତୁମକୁ ଶ୍ରେଷ୍ଠ ଉପହାର ଦେଇଛି,ତାର ଯତ୍ନ ଓ ସୁରକ୍ଷା କରିବ । କେବେ ଅବହେଳା କରିବନି।ଏ ହେଉଛି ଏ ବିଶ୍ୱର ସର୍ବଶ୍ରେଷ୍ଠ ଧନ, ଅନ୍ୟ କେଉଁ ଧନକୁ ଲୋଭ କରିବନି। ଏଇ ଆମ ପ୍ରେମ ପ୍ରଣୟର ସନ୍ତକ।"
ଆଠ ବର୍ଷର ଝିଅ ମଲ୍ଲିକା।ଆସି ବାପାର କୋଳରେ ବସିଗଲା।କହିଲା ବାପା, ସ୍ବପ୍ନ ଦେଖିଥିଲି ତୁମ ଜନ୍ମଦିନ ବଡ଼ ଧୁମଧାମରେ ପାଳନ କରୁଛି। ସ୍ତ୍ରେ ବାପା ତୁମ ଜନ୍ମଦିନ କାହିଁ କେବେ ତ ପାଳୁନ?ତୁମ ଜନ୍ମଦିନ କେବେ ? କେବେ ପାଳିବା ବାପା?ଝିଅଟି ପିଠିରେ ହାତ ଥାପୁଡ଼େଇ ବୀରେନ୍ଦ୍ର କହିଲେ ହଁ ରେ ମଲ୍ଲିକା,ମୋ ଜନ୍ମଦିନ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ପଡେ।ଦିନ ଥିଲା ପାଳନ ବି ବଡ଼ ଧୁମଧାମରେ ପାଳନ କରାଯାଉଥିଲା। ଏ ଦିନ ରାତି ନ ପାହୁଣୁ ତୋ ମା ପିଠା ପଣା, ଭୋଗରାଗ ଓ ଦିଆନିଆରେ ଉଲ୍ଲସି ଉଠୁଥିଲା।ଆଜି ତ ସେ ନାହିଁ ,ଆଉ ମୁଁ କାହିଁକି ବା ଏସବୁ ପାଳିବାକୁ ମନ ବଳେଇବି ? ଏହା କହୁ କହୁ ଆଖିରୁ ଝରି ପଡିଥିଲା କେଇଧାର ଲୁହ।ବାପାର ଆଖିରୁ ଲୁହ ପୋଛୁ ପୋଛୁ ମଲ୍ଲିକା ବି ମା'କୁ ମନେ ପକାଇ କାନ୍ଦି ଉଠିଥିଲା।ନିଜ ଜୀବନ ଠୁ ଭଲ ପାଉଥିବା ଝିଅର ଆଖି ଲୁହକୁ ସହି ପାରିଲେ ନାହିଁ ରାଜା ।ନିଜ ବସ୍ତ୍ରରେ ପୋଛି ବୋଧ କଲେ।ମଲ୍ଲିକା ଜିଦି ଧରିଲା,କହିଲା ବାପା ଆଗକୁ ଆସୁଥିବା ଜନ୍ମଦିନ ମୁଁ ପାଳିବି।ବାପା ଝିଅର ଅଳିକୁ କେମିତି ବି କାଟି ପାରିଥାନ୍ତେ?
ଦୁଇମାସ ଅତିକ୍ରମ ହେଲା।ଆସିଲା ମକର, ଆୟୋଜନ ହେଲା ରାଜାଙ୍କ ଜନ୍ମଦିନ ପାଳନର ଆଡ଼ମ୍ବର ବ୍ୟବସ୍ଥା।ସେଦିନ ରାତିରେ ବହୁଆଡ଼ମ୍ବରର ଆଲୋକ ସଜ୍ଜା ଓ ଧ୍ଵନି ସହ ରାଜା ଓ ସମ୍ଭ୍ରାନ୍ତ ମାନଙ୍କର ହେଲା ମନୋରଞ୍ଜନ ପର୍ବ।କେତେ ରାଜା,କେତେ ଅଂଚଳରୁ ଆସୁଥାନ୍ତି ଅତିଥି ଅବ୍ୟାହତ, ସାଥିରେ ଧରିଥାନ୍ତି କେତେ ଦାମିକା ଉପହାର।ଏସବୁ ଦେଖୁଥାଏ ମଲ୍ଲିକା।ଭାବିଲା ମୋ ବାପାଙ୍କୁ ମୁଁ ବି ଉପହାର ଦେବି।ଅତିଥୀଙ୍କ ମେଳରେ ଚାଲିଲା ଏକ ସ୍ନେହ ପ୍ରେମ,ଶରଧାର ଉପହାରଟିକୁ ନେଇ।
ରାଜା ବିରେନ୍ଦ୍ର ନିଜ ଝିଅକୁ ଉପହାର ଧରି ଆସୁଥିବାର ଦେଖି ଉତ୍ଫୁଲ୍ଲିତ ହେଲେ, ଏବଂ ସଭିଙ୍କୁ ଏ ତାଙ୍କ ଝିଅ, ତାଙ୍କ ଜୀବନ ବୋଲି ଜଣାଇଲେ।ରାଜା ତ ବସିଥାନ୍ତି ରାଜା ସମ୍ଭ୍ରାନ୍ତଙ୍କ ମେଳରେ।ଗର୍ବରେ ଫୁଲି ଉଠି କହୁଥାନ୍ତି ମୋ ଝିଅର ଉପହାର ସବୁଠୁ ନିଆରା ଥିବ।ଏହା କହି ସଭିଙ୍କୁ ଦେଖାଇବା ପାଇଁ ଖୋଲିଲେ ସେ ଅତି ଆଗ୍ରହରେ ଓ ଅତି କୌତୁହଳରେ।ସମସ୍ତେ ଉତ୍କଣ୍ଠାରେ ଉଦବେଗରେ ଚାହିଁଥାନ୍ତି ଦେଖିବାକୁ ସେ ଅପୂର୍ବ ଉପହାର।ରାଜା
ଆନନ୍ଦ ବିଭୋର ରେ ଅତି ଯତନରେ ଖୋଲିଲେ...ହେଲେ ସେ ବାକ୍ସ ଭିତରେ କାଗଜ ଖଣ୍ଡେ ବ୍ୟତୀତ ଆଉ କିଛି ହିଁ ନ ଥିଲା।ହଠାତ ସମ୍ମୁଖରେ ନିଜକୁ ଲଜ୍ଜିତ ମନେ କଲେ ସେ।ସମସ୍ତେ ବି କହୁଥାନ୍ତି ଝିଅ ଆଜି ଏପ୍ରିଲ ଫୁଲ କରି ମଜା କରିଦେଲା ବୋଧେ।ଏତେ ବଡ଼ ଲୋକଙ୍କ ମେଳରେ ଏତେ ଅପଦସ୍ତ, ବରଦାସ୍ତ କରିପାରିଲେନି ସେ। କ୍ରୋଧାନ୍ୱିତ ହୋଇ ଭାରସାମ୍ୟ ହରାଇ ସେ ଝିଅର ଗାଲକୁ ଶକ୍ତ ଚାପୁଡାଟେ ମାରିଲେଏବଂ କହିଲେ ,ତୁ ମୋ ସାଥିରେ ଗେହ୍ଲ ହେଉଛୁ, ଖେଳିବାକୁ ଜାଗା ପାଇଲୁନି, ଭଦ୍ର ଲୋକଙ୍କ ସମ୍ମୁଖରର ଖେଳୁଛୁ।ଝିଅଟି ଆଶାତୀତ ଭତ୍ସନା ଓ ଚାପୁଡା ମାଡ଼ ଖାଇ କାନ୍ଦି କାନ୍ଦି ଦୌଡ଼ି ଚାଲିଗଲା ତା କୋଠରୀକୁ।ବିଛଣାରେ ମୁହଁ ପୋତି ଧକେଇ ହୋଇ କାନ୍ଦିଲା ।
ଆନନ୍ଦ ବିଭୋର ରେ ଅତି ଯତନରେ ଖୋଲିଲେ...ହେଲେ ସେ ବାକ୍ସ ଭିତରେ କାଗଜ ଖଣ୍ଡେ ବ୍ୟତୀତ ଆଉ କିଛି ହିଁ ନ ଥିଲା।ହଠାତ ସମ୍ମୁଖରେ ନିଜକୁ ଲଜ୍ଜିତ ମନେ କଲେ ସେ।ସମସ୍ତେ ବି କହୁଥାନ୍ତି ଝିଅ ଆଜି ଏପ୍ରିଲ ଫୁଲ କରି ମଜା କରିଦେଲା ବୋଧେ।ଏତେ ବଡ଼ ଲୋକଙ୍କ ମେଳରେ ଏତେ ଅପଦସ୍ତ, ବରଦାସ୍ତ କରିପାରିଲେନି ସେ। କ୍ରୋଧାନ୍ୱିତ ହୋଇ ଭାରସାମ୍ୟ ହରାଇ ସେ ଝିଅର ଗାଲକୁ ଶକ୍ତ ଚାପୁଡାଟେ ମାରିଲେଏବଂ କହିଲେ ,ତୁ ମୋ ସାଥିରେ ଗେହ୍ଲ ହେଉଛୁ, ଖେଳିବାକୁ ଜାଗା ପାଇଲୁନି, ଭଦ୍ର ଲୋକଙ୍କ ସମ୍ମୁଖରର ଖେଳୁଛୁ।ଝିଅଟି ଆଶାତୀତ ଭତ୍ସନା ଓ ଚାପୁଡା ମାଡ଼ ଖାଇ କାନ୍ଦି କାନ୍ଦି ଦୌଡ଼ି ଚାଲିଗଲା ତା କୋଠରୀକୁ।ବିଛଣାରେ ମୁହଁ ପୋତି ଧକେଇ ହୋଇ କାନ୍ଦିଲା ।
ନିଜର ଏଭଳି କଦର୍ଯ୍ୟ ବ୍ୟବହାରକୁ ଧିକ୍କାର କରୁଥାନ୍ତି ରାଜା। କଣ ଭୁଲ୍ ସେ ନ କଲେ?ନିଜ ଜୀବନ ଯିଏ ତାକୁ ସେ ଏଭଳି ରାଗି ପାରିଲେ କିପରି?ଯାହା ଉପରେ ଧୂଳି କି ପତ୍ରର ଆଘାତ ଦେଇନଥିଲେ ତାକୁ ମାଡ଼ ମାରି ପାରିଲେ କିପରି ? ନିଜକୁ ଶତ ଧିକ୍କାର କରି ଆସ୍ଥାନରୁ ଉଠି ଆସିଲେ ସେ। ଏକ ମୁହାଁ ହୋଇ ଛୁଟିଗଲେ ନିଜ ଉଆସକୁ।ବହୁତ ବୁଝାଇଲେ,ଆଖିରୁ ଲୁହ ପୋଛିଦେଲେ,କହିଲେ...ଆରେ ମା' ଯଦି କିଛି ଦେବାକୁ ନ ଥିଲା ତୁ ଦେଇ ନଥାନ୍ତୁ,କି ଦେବାକୁ ଚାହୁଁଛୁ କହିଥିଲେ ମୁଁ ତାର ବ୍ୟବସ୍ଥା କରିଥାନ୍ତି, ହେଲେ ଏତେ ଲୋକଙ୍କ ଆଗରେ ମଜା କରିବା କି ମୋତେ ଅପଦସ୍ତ କରିବା କଣ ଭଲ ହେଲା?ଶୁନ୍ୟ ଉପହାର ଦେବା କଣ ଉଚିତ୍ ହେଲା?
ମଲ୍ଲିକା ଲୁହ ପୋଛି ଥର ଗଳାରେ କହିଲା, ବାପା;ମୁଁ ତୁମକୁ ଉପହାସ କରି ନାହିଁ କି ମଜାକ୍ ବି କରିନାହିଁ,ମୁଁ ବରଂ ସବୁଠୁ ଭଲ ଉପହାରଟିଏ ଦେଇଥିଲି, ହେଲେ ଆପଣ ଧୈର୍ଯ୍ୟର ସହ ଦେଖି ନ ଥିଲେ।ନାଁ ରେ ମା ମୁଁ ଟିକନିକ ଦେଖିଛି ସେଥିରେ କିଛି ନ ଥିଲା।ବାପା, ଆପଣ ଏବେବି ଭଲକରି ଦେଖନ୍ତୁ ସେଥିରେ ମୁଁ କ'ଣ ଦେଇଥିଲି?
ରାଜା ବୀରେନ୍ଦ୍ର ଉତ୍କଣ୍ଠାର ସହ ଖୋଜିଲେ । ଉପହାର ବାକ୍ସ ଭିତରେ ଖୋଜି ଖୋଜି ପାଇଲେ କାଗଜଖଣ୍ଡେ।କହିଲେ ମଲ୍ଲିକା ଏଇ ଦେଖ ମା' ଏଥିରେ ଏ କାଗଜ ଛଡା ଆଉ କିଛି ବି ନାହିଁ।ମଲ୍ଲିକା କହିଲା, ବାପା ସେହି କାଗଜକୁ ଖୋଲ ଭଲକରି ଦେଖ ସେଥିରେ କ'ଣ ଅଛି ଜାଣିପାରିବେ।ରାଜା ଖୋଲିଲେ କାଗଜଟି ଏବଂ ଯାହା ଲେଖାଥିଲା ତାହା ପଢି ଆଖି ବୁଜି ଦୀର୍ଘଶ୍ଵାସଟିଏ ପକାଇଲେ।
ଯେଉଁଥିରେ ଲେଖାହୋଇଥିଲା, ଆଇ ଲଭ ୟୁ,ପାପା । ମୁଁ ତୁମକୁ ବହୁତ ଭଲ ପାଏ ବାପା।
"ମଲ୍ଲିକା"
ମଲ୍ଲିକା କହିଲା, ବାପା ଏହାଠାରୁ ବଡ଼ ଉପହାର କ'ଣ ସତରେ ଏ ଦୁନିଆଁରେ ଅଛି ?ମୋ ଉପହରଠାରୁ ବଡ଼ ଓ ଭଲ ଉପହାର କ'ଣ ଆପଣଙ୍କୁ ମିଳିଛି!
ରାଜା ବିରେନ୍ଦ୍ରଙ୍କ ଆଖିରୁ ଧାର ଧାର ଲୁହ ଝରି ପଡିଲା । ସେ ମଲ୍ଲିକାକୁ କୁଣ୍ଢେଇ ପକାଇଲେ ଏଵଂ କହିଲେ ମତେ କ୍ଷମା କରିଦେବୁ ମଲ୍ଲିକା,..ସତରେ ଏହାଠାରୁ ବଡ଼ ଉପହାର ପୃଥିବୀରେ କିଛି ନାହିଁ।
ନିଜକୁ ଶତ ଧିକ୍କାର କଲେ ରାଜା,ବହୁତ ଅନୁତାପ ବି କଲେ ।ସତରେ କିଛି କରିବା ପୂର୍ବରୁ ଶହେ ଥର ଭାବିବା ତାଙ୍କର ଉଚିତ୍ ଥିଲା।ଛୋଟ ପିଲାଟିଏ ହେଲେ ବି ତାକୁ ଓ ତାର ମନକୁ ଧୈର୍ଯ୍ୟର ସହ ସମ୍ମାନ ଦେବା ଉଚିତ୍ ଥିଲା।ଅସହିଷ୍ଣୁ ଭାବ ମଣିଷର ବଡ଼ ଶତ୍ରୁ।ନିଜର ଭାବନାକୁ ନାସ୍ତିକର ସୁଅରେ ଭସାଇବା ସମ୍ପୂର୍ଣ୍ଣ ଅନୁଚିତ ହେଲା।କ୍ଷଣିକ ବଡ଼ପଣ କି ସମ୍ମାନବୋଧ ପାଇଁ ନିଜ ଭଲପାଇବାକୁ ଅଣଦେଖା କରିବା ଅନୁଚିତ।
ନିଜ ଭୁଲ ପାଇଁ ଅନୁତପ୍ତ ହେଲେ ରାଜା,ନିଜ ଝିଅର ଏ ମହାନ ଭାବନା ପାଇଁ ଗର୍ବ ଅନୁଭବ କଲେ ।ଏବଂ ଆନନ୍ଦାଶୁ ଗଡାଇ ଆକାଶକୁ ଚାହିଁ କଣ ସବୁ ଭାବି ଗଲେ, କହିଲେ ଆଖିପୁରେଇ ଦେଖ ହେ,ଚନ୍ଦ୍ରହାସିନୀ -- ତୁମ ଦେଇଥିବା ଉପହାରର ମହାନ ଉପହାର ପାଇ ମୁଁ ଆଜି ବହୁତ ଗର୍ବିତ। ସତରେ ଚନ୍ଦ୍ରହାସିନୀ, ଭଲପାଇବା ହିଁ ଏ ଜୀବନର ଶ୍ରେଷ୍ଠ ଉପହାର, ନୁହଁ ତ ଆଉ କ'ଣ ?
🌳 *ମାନସିକତା*🌳
ପରିବାରର କାହାକୁ ଛାଡ଼ିବି ନାହିଁ।ସବୁଗୁଡ଼ାକ ସ୍ୱାର୍ଥପର, ଅବିବେକୀ । ମୋର ସବୁ ଖାଇଲ, ଶେଷରେ ମୋତେ ରାଜରାସ୍ତାରେ ବସାଇ ବ୍ୟାଙ୍କ୍ ବାଲାନ୍ସ ଓ ବିଲ୍ଡିଂଗ କରିବାରେ ମାତିଛ।ମୁଁ ଆଜି ନିଃସ୍ୱ.. କାହାପାଇଁ?ମୁଁ ଆଜି ବେକାର.. କାହାପାଇଁ?କଣ ନ ଥିଲା ମୋର ? ସବୁତକ ଶୋଷି ନେଇ ଶେଷରେ ମୋତେ ଫିଙ୍ଗିଦେଲ ଅଳିଆ ଗଦାକୁ । ମୁଁ କାହାରିକୁ ଛାଡ଼ିବି ନାହିଁ।ମୋ ସହ କରାଯାଇଥିବା ଅନ୍ୟାୟ ଓ ବିଶ୍ୱାସଘାତକତାର ପ୍ରତିଶୋଧ ନିଶ୍ଚୟ ନେଵି।ହାତକଡି ପକାଇ ବିଚ୍ ରାସ୍ତାରେ ଘୋଷାରି ଘୋଷାରି ଯଦି ମାମୁଁ ଘର ହଳଦିଆ ଭାତ ନ ଚଖାଇଛି ତେବେ ମୋ ନାଁ ନରସିଂହ ରଣା ନୁହଁ।
ସାହି ଲୋକ,ଗାଁ ଲୋକ ଏସବୁ ଶୁଣନ୍ତି।କେହି କେହି କହନ୍ତି, ଏଟା ଅମଣିଷଟା,ଗୁରୁ ଗୁରୁଜନ ମାନୁ ନାହିଁ।ଘର ଲୋକ କହନ୍ତି, ଏଟା ପାଗଳ ହୋଇଗଲାଣି,ଅଭଦ୍ରଟା।କେହି କେହି କହନ୍ତି, ଏତେ ଭଲପିଲାଟା ଥିଲା,ଏଭଳି ହୋଇଗଲା, ମୁଣ୍ଡ ବୋଧେ ଖରାପ ହୋଇ ଯାଇଛି। ରୋଗ ହେଲେ ସମସ୍ତେ ଲୋଡ଼ନ୍ତି ଔଷଧ । ହେଲେ କିଏ କଣ ଚିନ୍ତାକରେ ଏ ରୋଗଟା କାହିଁକି ହେଲା ? କିଛି ଘଟଣା ଘଟିଲେ ମଣିଷ ଦୋଷ ଦିଏ ଅପରକୁ,ପରିବାର ଲୋକେ କେବେ କଣ ଭାବନ୍ତି, ସେମାନଙ୍କ ଦ୍ୱାରା କିଛି ଭୁଲ ହୋଇଛି କି?
ନରସିଂହର ଏକ ଘନିଷ୍ଠ ବାଲ୍ୟବନ୍ଧୁ ନରେନ୍। ସାଙ୍ଗର ଏଭଳି ଆଚରଣ ତାକୁ ଆଦୌ ଭଲ ଲାଗୁ ନ ଥିଲା। ସେ ତାକୁ ଭୁଲ ନ ବୁଝି ନିଖୁଣ ଭାବେ ପର୍ଯ୍ୟବେକ୍ଷଣ ଓ ଅନୁଧ୍ୟାନ କରୁଥିଲା ;ନରସିଂହର ବାପା ଥିଲେ ଜଣେ ଜ୍ଞାନୀ,ହୃଦୟୀ, ଆଦର୍ଶ ସ୍କୁଲ ଶିକ୍ଷକ।ମା ଥିଲେ ଜଣେ ଆଦରଣୀୟା ଧର୍ମପ୍ରାଣା ମହିଳା।ଆଚରଣରେ ଥିଲେ ସେ ମାର୍ଜିତା।ଏଭଳି ବିଶାଳ ହୃଦୟ ଥିଲା ଯେ ସତେ ଯେମିତି ମା ଗାନ୍ଧାରୀ କି?।ପୁଅକୁ ଜନ୍ମ ଦେଇ ଭାବିଥିଲା ସ୍ୱର୍ଗ ପ୍ରାପ୍ତ କରିଛି। ଅନେକ ଆଶା ରଖିଥିଲା ତା ପୁଅକୁ ସଂସ୍କାର ଦେବ,ଶୃଙ୍ଖଳିତ ଓ ଚରିତ୍ରବାନ ଭଦ୍ର
ବାପାଙ୍କ ଠାରୁ ବାପା ମା ଉଭୟଙ୍କର ଆଦର ପାଇଥିଲା ନରସିଂହ।ପରିବାରର ସମସ୍ତେ ବି ଜୀବନ ଦେଇ ଭଲ ପାଉଥିଲେ। ପରିବାର,ସାହି ଭାଇ,ବନ୍ଧୁବାନ୍ଧବ ସମସ୍ତେ ଚାପ ପକାନ୍ତି ଦ୍ୱିତୀୟ ବିବାହ ପାଇଁ,ଶିଶୁଟିର ଉପଯୁକ୍ତ ଦେଖାଶୁଣା ପାଇଁ। ହେଲେ ହେମାଙ୍ଗୀନୀର ସ୍ଥାନକୁ କାହାକୁ ଉପହାର ଦେବାକୁ ଚାହାନ୍ତି ନାହିଁ ଭାଗ୍ୟଧର । ମଣିଷ ପରିସ୍ଥିତିର ଦାସ । ମା,ବାପା,ଗୁରୁ ଗୁରୁଜନ ସମସ୍ତଙ୍କ କଥାକୁ ମନାକରୁଥିବା ଲୋକଟା ଶେଷରେ ବାଧ୍ୟ ହେଲା ମାନିବାକୁ କେବଳ ନରସିଂହର ମୁହଁକୁ ଅନେଇ ଅନେଇ।
କଥାରେ ଅଛି,ସାବତ ମା,ବିଷାକ୍ତ ନିଆଁ । ହେଲେ ନବାଗତା ମା ସମସ୍ତ ଇତିହାସ,ଭୂଗୋଳ ଓ ବିଜ୍ଞାନକୁ ପଛରେ ପକାଇ ଏତେ ଭଲ ପାଇଲେ ଯେ ହେମାଙ୍ଗୀନୀର ଉପସ୍ଥିତି କେହି ଖୋଜି ନ ଥିଲେ । ହେଲେ ନରସିଂହକୁ କାହିଁକି ସବୁ ଅଲଗା ଅଲଗା ଲାଗୁଥାଏ।ସାଥି ନରେନକୁ ଲାଗୁଥାଏ ଯେମିତି ସେ ତାର ପୁରା ନିଜର।ନରେନର ମା ବି ତାକୁ ନିଜ ପୁଅ ପରି ଆଦର କରନ୍ତି।ନରେନ୍ ଓ ନରସିଂହ ସତେ ଯେମିତି ଦୁଇଟି ଦେହ, ଗୋଟିଏ ଆତ୍ମା।ରାତି ପାହିବା ଠାରୁ ଶେଯକୁ ଯିବା ପର୍ଯ୍ୟନ୍ତ ଅଳ୍ପ କେଇ ଘଣ୍ଟା ଛାଡିଦେଲେ ଯେତେବେଳେ ଦେଖିବ କୃଷ୍ଣ ସୁଦାମଙ୍କ ଯୋଡି ପରି ତାଙ୍କ ମେଳ।ଭାଗ୍ୟଧର ବି ନରେନ୍ କୁ ନିଜ ପୁଅ ପରି ଭଲ ପାଆନ୍ତି । ସକାଳେ ସନ୍ଧ୍ୟାରେ ନିଜ ଘରକୁ ଡାକି ଦୁହିଁଙ୍କୁ ସାଥିକରି ପଢ଼ାନ୍ତି।କୁହନ୍ତି ଏ ଦୁହିଁଙ୍କୁ ବଡ଼ କ୍ଳାସ ହେଲେ ବାହାର ଜାଗାରେ ଭଲ ସ୍କୁଲ ଓ କଲେଜ ରେ ପଢ଼ାଇବାର ବ୍ୟବସ୍ଥା କରିବି ।
ନରସିଂହକୁ ୧୦ ବର୍ଷ ହୋଇଥାଏ।ପାଠ ଯେମିତି, ଚାଲିଚଳନ ଆଚାର ବ୍ୟବହାର ବି ସେମିତି।ସମସ୍ତେ ଭଲ ପାଆନ୍ତି।ହେଲେ ଦୁଃଖ ଯେବେ ଆସେ ସାଥିରେ ପରା ଭାଇ ବନ୍ଧୁ କୂଟୁମ୍ଭଙ୍କୁ ସାଥୀରେ ଧରି ଆସିଥାଏ।ସେତେବେଳେ ନରସିଂହ ପଢୁଥାଏ ପଞ୍ଚମ।ଭାଗ୍ୟଧରଙ୍କୁ ହେଲା ଜ୍ୱର।ଅନେକ ଚେଷ୍ଟାପରେ ବି ଭଲ ହେଲେ ନାହିଁ ସେ ।ମ୍ୟାଲେରିଆ ଚଢ଼ିଲା, ଧରିଲା ବ୍ରେନକୁ । ଶେଷରେ ଆରପାରିକୁ ଚାଲିଲେ ଭାଗ୍ୟଧର ନରସିଂହକୁ ହତଭାଗ୍ୟର ଭଙ୍ଗା ସିଲଟ ଧରାଇ ଦେଇ।
ନରସିଂହ ର ମାମୁଁ ଘର ଭୁଲ ବୁଝିଲେ ଭାଗ୍ୟଧର ଘର ପରିବାରକୁ।କାରଣ ରୋଗର ଚିକିତ୍ସା ଭଲ ଭାବେ ନ କରି ଅବହେଳା କଲେ,ଯତ୍ନହୀନ ହେଲେ, ଯେଉଁଥି ପାଇଁ ଭାଗ୍ୟଧର ହେଲେ ମୃତ।ଶେଷରେ ଅନାଥ ପିଲାଟି ବହି ବସ୍ତାନୀ ଧରି ଚାଲିଲା ମାମୁଁଘର,ପଢିଲା ପାଠ।ହେଲେ ବିପଦ ପାଖ ଛାଡି ନ ଥିଲା ନରସିଂହ ର।ମାଟ୍ରିକ ପରୀକ୍ଷାରେ ସେଣ୍ଟର ସ୍କ୍ରାଚ୍ ହେଲା।ଭାଗ୍ୟ ସାଥ ଦେଲାନି ତାକୁ।ମ୍ରିୟମାଣ ନରସିଂହ ପର ବର୍ଷ ପରୀକ୍ଷାରେ ସେତେ ଭଲ କରିପାରିଲା ନାହିଁ।ଏପଟେ ଭାଗ୍ୟଧର ମୃତ୍ୟୁପରେ ପରିବାର ଅଭାବରେ ସଢିଲେ,ନରସିଂହକୁ ସହାୟତା ଯୋଗାଇ ପାରିଲେ ନାହିଁ।ହେଲେ ନିଃସ୍ୱାର୍ଥପର ଭାଗ୍ୟଧର ବଞ୍ଚିଥିବା ବେଳେ ନିଜ ପୁତୁରା ଝିଆରୀଙ୍କୁ ବି ନିଜ ପିଲା ପରି
ଦେଖୁଥିଲେ ଏମିତିକି, ନିଜ ଜନୈକ ପୁତୁରାକୁ ବିଦ୍ୟାଳୟରେ ନାମଲେଖା ପୁସ୍ତିକାରେ ବାପା ବୋଲି ନିଜ ନାମ ଲେଖିଦେଇଥିଲେ ସରକାରଠାରୁ ପ୍ରୋତ୍ସାହନ ପାଇବାକୁ । ଘରର ଆର୍ଥିକ ଦୁରାଵସ୍ଥା,ପୁତୁରା ମୋହନ ଯେ' କି ଶିକ୍ଷା ବିଭାଗରେ, ଏକ ବିଦ୍ୟାଳୟରେ ତାଙ୍କ ପୁତ୍ର ରିହବିଲିଟେସନ ବା ମୃତ୍ୟୁ ପରେ ରୂପାନ୍ତର ଚାକିରୀ କଲା।ଅବଶ୍ୟ ସାବତ ମା ରାଜି ନ ଥିଲେ ତାଙ୍କୁ ଚାପ ପଡିଲା, ଏପଟେ ନରସିଂହ ନାବାଳକ ଥିଲେ,ସାବାଳକ ହେଲେ ଚାକିରୀ ତାକୁ ଦେବା ପ୍ରତିଶ୍ରୁତି ଵଚନ ଶୁଣି ବିଶ୍ୱାସ ରଖିଥିଲେ ସାବତ ମା ସରସ୍ଵତୀ । ନରସିଂହ ବଡ଼ ହେଲା, ମାମୁଁଘର, ଗାଁ ଲୋକ ପ୍ରରୋଚନାରେ ସେ ହେଲା ମତଭ୍ରଷ୍ଟ।ଭୁଲ ବୁଝିଲା ସମସ୍ତଙ୍କୁ।ଏମିତିକି ମାନସିକ ଅସ୍ଥିରତା ଯୋଗୁଁ କୌଣସି ଜାଗାରେ ସ୍ଥାୟୀତ୍ୱ ବଜାୟ ରଖିପାରିଲାନି ସେ ।ଶେଷରେ ଫେରିଲା ଗାଁକୁ।ଘର ଲୋକ ବହୁତ ଶ୍ରଦ୍ଧା କଲେ।ସାଥି ନରେନ୍ ର ଦିଗଦର୍ଶନ ତା ବିପରୀତ ମତକୁ ଭଲ ପାଇବାର ଅନୁକୂଳରେ ସାମାଜିକତା ଦିଗକୁ ଟାଣିନେଲା।
ଦେଖୁଥିଲେ ଏମିତିକି, ନିଜ ଜନୈକ ପୁତୁରାକୁ ବିଦ୍ୟାଳୟରେ ନାମଲେଖା ପୁସ୍ତିକାରେ ବାପା ବୋଲି ନିଜ ନାମ ଲେଖିଦେଇଥିଲେ ସରକାରଠାରୁ ପ୍ରୋତ୍ସାହନ ପାଇବାକୁ । ଘରର ଆର୍ଥିକ ଦୁରାଵସ୍ଥା,ପୁତୁରା ମୋହନ ଯେ' କି ଶିକ୍ଷା ବିଭାଗରେ, ଏକ ବିଦ୍ୟାଳୟରେ ତାଙ୍କ ପୁତ୍ର ରିହବିଲିଟେସନ ବା ମୃତ୍ୟୁ ପରେ ରୂପାନ୍ତର ଚାକିରୀ କଲା।ଅବଶ୍ୟ ସାବତ ମା ରାଜି ନ ଥିଲେ ତାଙ୍କୁ ଚାପ ପଡିଲା, ଏପଟେ ନରସିଂହ ନାବାଳକ ଥିଲେ,ସାବାଳକ ହେଲେ ଚାକିରୀ ତାକୁ ଦେବା ପ୍ରତିଶ୍ରୁତି ଵଚନ ଶୁଣି ବିଶ୍ୱାସ ରଖିଥିଲେ ସାବତ ମା ସରସ୍ଵତୀ । ନରସିଂହ ବଡ଼ ହେଲା, ମାମୁଁଘର, ଗାଁ ଲୋକ ପ୍ରରୋଚନାରେ ସେ ହେଲା ମତଭ୍ରଷ୍ଟ।ଭୁଲ ବୁଝିଲା ସମସ୍ତଙ୍କୁ।ଏମିତିକି ମାନସିକ ଅସ୍ଥିରତା ଯୋଗୁଁ କୌଣସି ଜାଗାରେ ସ୍ଥାୟୀତ୍ୱ ବଜାୟ ରଖିପାରିଲାନି ସେ ।ଶେଷରେ ଫେରିଲା ଗାଁକୁ।ଘର ଲୋକ ବହୁତ ଶ୍ରଦ୍ଧା କଲେ।ସାଥି ନରେନ୍ ର ଦିଗଦର୍ଶନ ତା ବିପରୀତ ମତକୁ ଭଲ ପାଇବାର ଅନୁକୂଳରେ ସାମାଜିକତା ଦିଗକୁ ଟାଣିନେଲା।
ପୁଣି ଫେରିଆସିଲା ଆନନ୍ଦର ମୁହୂର୍ତ୍ତ।କିନ୍ତୁ ସଫେଦ ଆକାଶକୁ ଅଦିନିଆ ମେଘ ଢାଙ୍କିଲା ପରି କିଛି ଘଟଣା ତାକୁ ମତିଭ୍ରମ କରାଇଲା।କିଛି ଟଙ୍କା ପାଇଁ ମୋହନ ପାଖରେ ହାତ ପତେଇବ ସିଏ?କିଛି ଟଙ୍କା ପାଇଁ ଭିକ୍ଷା ମାଗିଲାପରି ମାଗିବ ସେ ସରସ୍ୱତୀଙ୍କୁ?କିଛି ଟଙ୍କା ମିଳିଲା ସରକାରଙ୍କ ପାଖରୁ।ଚିଙ୍ଗୁଡ଼ି ଚାଷ ରେ ଲଗାଇ ହରାଇଦେଲା ଅଧିକାଂଶ।ଆଉ କିଛିଥିଲା ସାଙ୍ଗ ନରେନ ର ଅସୁବିଧା ଓ ନିଜ ମଉସା କୁ ସାହଯ୍ୟ ଅବଶ୍ୟ କରିଥିଲା ଧାର ସୂତ୍ରରେ ସ୍ବେଚ୍ଛାକୃତ ଭାବେ।ପଡିଲା ତା ସାବତ ଭଉଣୀର ବାହାଘର।ମୋହନ ସବିକିଛି ଭୁଲି ମାଗିଥିଲେ ୟାକୁ ଟଂକା।ତା ବାପା ସମ୍ପତ୍ତି ଖାଇ ଝିଅକୁ ବିବାହ ପାଇଁ ବିକ୍ରିକଲା ଜମି।ଏହା ଖୁବ ଧକ୍କା ଦେଲା ନରସିଂହକୁ।ନିଜ ସାବତ ମା ଓ ମୋହନକୁ ଭୁଲ ବୁଝିଲା ସେ ।
ଜୀବନର ଆଉ ଏକ ମୋଡ଼ ଆସିଲା।ହିଂସୁକ ହୋଇ ଆସିଲା ନରସିଂହ।ୟା ସୁଯୋଗ ନେଇ ଖଳନାୟକ ମାନେ ହେଲେ ତା ପ୍ରିୟ,ଦେଲେ ବାରମ୍ବାର କୁମନ୍ତ୍ରଣା।କେବଳ ନରେନ୍ ବ୍ୟତୀତ ଗଠନମୂଳକ କଥା ପାଇଲାନି କାହାଠାରୁ । ଏପଟେ ବେକାରୀ,ସେପଟେ ଗଲା,ମୋହନ ନେଇଗଲା ଚାକିରୀ....ଏ ଭୂତ କାଟିଲା ତା କଅଁଳିଆ ମନକୁ।ନରେନ୍ ର ହେଲା ଚାକିରୀ।ସେ ବେକାର।କାଳେ ଦୁଃଖ ଲାଗିବ ବୋଲି ନରେନ୍ ଚାକିରୀ ପାଇଁ
କୌଣସି ଖୁସି ମନାଉ ନଥାଏ । ଜୁଆରେ ଟଙ୍କା ଲଗାଇବାକୁ ମନ କଲା।ମାଗିଲା ସାଥି ନରେନ୍ ଓ ମଉସା ଚୈତନକୁ ଧାର ଦେଇଥିବା ଟଙ୍କା।ସେ ଦୁହେଁ ତାର ଅତି ଅନ୍ତରଙ୍ଗ, ଜୁଆ ଖେଳି ବରବାଡ଼ କରିବାକୁ କଣ କେବେ ଚାହିଁବେ।ହେଲେ ନରସିଂହ ବୁଝି ନ ଥିଲା ସାଥି ନରେନ୍ ର ମହତ ଉଦ୍ଦେଶ୍ୟ ଓ ମଉସା ଚୈତନର ସୁଭାବନା । ଖଳ ଲୋକଙ୍କ ମନ୍ତ୍ରଣାରେ ପହଁରିଲା ନରସିଂହ।ମଉସାକୁ ଜୀଅନ୍ତା ଶୁଦ୍ଧି ହୋଇଗଲା,କାଟିଦେଲା ସୁସମ୍ପର୍କ।ଅପପ୍ରଚାର କଲା ସାଥୂ ନରେନ୍ ନାଁ ରେ।ହେଲେ ନରେନ୍ ସ୍ଥିତପ୍ରଜ୍ଞ ଓ ସାଥୀର ମଙ୍ଗଳ ପାଇଁ ବଦ୍ଧପରିକର।ପୂର୍ବ ପରି ଭଲ ପାଇବା ଭୁଲି ନ ଥିଲା ସେ।ଦୁରେଇ ନ ଥିଲା ମା ବାପା ବିହୀନ ସାଥିକୁ ନିଜ ହୃଦୟରୁ।ଶେଷରେ ସବୁ କିଛି ବୁଝାଇ ଘରକୁ ଡାକି ଫେରାଇଦେଲା ତା ଟଙ୍କା ଆଉ ଅନୁରୋଧ କଲା ଯେମିତି ଏହାକୁ ଅପବ୍ୟବହାର ନ କରେ।ନିଜର ସବୁ ଭୁଲ ବୁଝିପାରିଲା ନରସିଂହ, ନରେନ୍ ର ମହତ ଉଦ୍ଦେଶ୍ୟ ପାଖରେ ନୂଆଇଲା ମୁଣ୍ଡ।କ୍ଷମା କରିଦେବା ପାଇଁ ବହୁତ ଅନୁରୋଧ କଲା।
କୌଣସି ଖୁସି ମନାଉ ନଥାଏ । ଜୁଆରେ ଟଙ୍କା ଲଗାଇବାକୁ ମନ କଲା।ମାଗିଲା ସାଥି ନରେନ୍ ଓ ମଉସା ଚୈତନକୁ ଧାର ଦେଇଥିବା ଟଙ୍କା।ସେ ଦୁହେଁ ତାର ଅତି ଅନ୍ତରଙ୍ଗ, ଜୁଆ ଖେଳି ବରବାଡ଼ କରିବାକୁ କଣ କେବେ ଚାହିଁବେ।ହେଲେ ନରସିଂହ ବୁଝି ନ ଥିଲା ସାଥି ନରେନ୍ ର ମହତ ଉଦ୍ଦେଶ୍ୟ ଓ ମଉସା ଚୈତନର ସୁଭାବନା । ଖଳ ଲୋକଙ୍କ ମନ୍ତ୍ରଣାରେ ପହଁରିଲା ନରସିଂହ।ମଉସାକୁ ଜୀଅନ୍ତା ଶୁଦ୍ଧି ହୋଇଗଲା,କାଟିଦେଲା ସୁସମ୍ପର୍କ।ଅପପ୍ରଚାର କଲା ସାଥୂ ନରେନ୍ ନାଁ ରେ।ହେଲେ ନରେନ୍ ସ୍ଥିତପ୍ରଜ୍ଞ ଓ ସାଥୀର ମଙ୍ଗଳ ପାଇଁ ବଦ୍ଧପରିକର।ପୂର୍ବ ପରି ଭଲ ପାଇବା ଭୁଲି ନ ଥିଲା ସେ।ଦୁରେଇ ନ ଥିଲା ମା ବାପା ବିହୀନ ସାଥିକୁ ନିଜ ହୃଦୟରୁ।ଶେଷରେ ସବୁ କିଛି ବୁଝାଇ ଘରକୁ ଡାକି ଫେରାଇଦେଲା ତା ଟଙ୍କା ଆଉ ଅନୁରୋଧ କଲା ଯେମିତି ଏହାକୁ ଅପବ୍ୟବହାର ନ କରେ।ନିଜର ସବୁ ଭୁଲ ବୁଝିପାରିଲା ନରସିଂହ, ନରେନ୍ ର ମହତ ଉଦ୍ଦେଶ୍ୟ ପାଖରେ ନୂଆଇଲା ମୁଣ୍ଡ।କ୍ଷମା କରିଦେବା ପାଇଁ ବହୁତ ଅନୁରୋଧ କଲା।
ହେଲେ ତାର ଚାକିରୀ ଦରକାର,ନିଜ ବାପାଙ୍କ ଚାକିରୀ ରେ ହକ ଅଛି,ଏସବୁ ପାଇଁ ସେ ଆଇନରେ ଆଶ୍ରୟ ନେବା ଜଣାଇଲା ନରେନ୍ କୁ।ନରେନ୍ ଧୀକ୍କାର କଲା,ସେ ଜଣେ ଜ୍ଞାନୀ ପିଲା,ପଢି,ପରୀକ୍ଷା ଦେଇ ଚାକିରୀ କରୁ ଏହା ପ୍ରବର୍ତ୍ତାଇଲା।ହେଲେ ନିଜ କ୍ଷତାକ୍ତ ମନକୁ ସୁସ୍ଥ କରି ପାରୁ ନ ଥିଲା ସେ।କେମିତି ଭୁଲିଯିବ ଏତେ ଅନ୍ୟାୟ,ତା ପ୍ରତି କରାଯାଇଥିବା ଅବିଚାରକୁ ; ନରେନ୍ ପରଖି ଦେଲା ନରସିଂହର ମାନସିକତା।ଉପାୟ ଖୋଜିଲା । ଗୋଟିଏ ଶିଶୁ ମନ୍ଦିରରେ ରଖାଇଦେଲା ନିଜ ସାଥିକୁ। ନିୟୋଜନ ଓ ସେଠାକାର ବାତାବରଣ ଧୀରେ ଧୀରେ ବଡଦଲାଇଦେଲା ତାକୁ।ଏ ସମୟରେ ବିବାହ ବନ୍ଧନରେ ଛନ୍ଦିହେଲା ସେ।ଏକ ବିଡୁଷୀ ମହିଳା ସୁଷମାକୁ ପାଇ ବି ସେ ଥିଲା ଖୁସି।ନରେନ୍ ର ଖୁସି କହିଲେ ନ ସରେ।ହେଲେ ଏ ସଭିଙ୍କର ଖୁସିରେ ବି କାହାର ନଜର ଲାଗିଗଲା।ଶିଶୁ ମନ୍ଦିରର ଶେଷ କାଲଂଶ ବନ୍ଦେ ମାତରଂ କଲାବେଳେ ହଠାତ ଖସିପିଡ଼ିଲା ନରସିଂହ।ନିଆଗଲା ନୀଳାଚଳ ହସ୍ପିଟାଲ।ଦୁଇ ଦିନ ଧରି ଅବଜରଭେସନ୍ ରେ ରଖି ଚିକିତ୍ସା ହେଲାପରେ ପରିସ୍ଥିତି ହେଲା ଗୁରୁତର।ଡାକ ପଡିଲା,ଏ ହେଉଛି ଶେଷ ସମୟ।ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ଙ୍କର କନ୍ଦା ବୋବାଳି ସ୍ତବ୍ଧ ଚକିତ କଲା ସଭିଙ୍କୁ।ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଭଗବାନ ବଡ଼ ଅବିବେକୀ।ବାପ ମା ଛେଉଣ୍ଡ ପିଲାଟାକୁ ଶେଷରେ ଏଭଳି ଦଶା ଭୋଗିବାକୁ ପଡିଲା।ନରେନର ହୃଦୟ ଫାଟି ଯାଉଥାଏ।ନିଆଗଲା କଟକ ବଡ଼ ଡ଼ାକ୍ତରଖାନା । ସମସ୍ତଂକ ମୁହଁରେ ଗୋଟିଏ କଥା,ଆଉ ବଂଚିବନି।ସୁଷମା ଚେତାଶୂନ୍ୟ ହୋଇ ପଡିଥାଏ।ପାଞ୍ଚ ବର୍ଷର ପୁଅ ଶୁଭମ୍ ଖାଲି ଚାହିଁଥାଏ ମଟ ମଟ ହୋଇ ସମସ୍ତଙ୍କ ମୁହଁକୁ।ନରେନ ଚାଲିଲେ ମା ତାରିଣୀଙ୍କୁ ନଡ଼ିଆ ସହି, ଡାକି ଡାକି।ମାଆ, ଯଦି ମୋ ସାଙ୍ଗ ନ ବଞ୍ଚେ ତେବେ ଏ ଦୁନିଆଁରେ ଠାକୁର,ଧର୍ମ କିଛି ବି ନାହିଁ ଅନ୍ତରେ କହି କହି।ରାତି ଦଶଟାରେ ପହଁଚିଲା ନରେନ।ଡାକ୍ତରଙ୍କ ପାଖରୁ ନିରାଶର ଶବ୍ଦ ଶୁଣି ମର୍ମାହତ ହେଲା।ବହୁତ ଗୁହାରି କଲା।ହୃତପିଣ୍ଡ ର ସ୍ପନ୍ଦନ ବଢିଲେ ବଞ୍ଚିବାର ଆଶା ବଢିବ ସୂଚନା ପାଇଲା ।
ଆଇ ସି ୟୁ ରୁମରେ ବେଡ଼ ପାଖରେ ବସି ଡାକିଲା, ନରୁ ...ଏ ନରୁ...। ପିଠିରେ ହାତ ଆଉଁସୀ ଦେଇ ମା ତାରିଣୀଙ୍କୁ ସ୍ମରଣ କଲା।ଅନ୍ତରରୁ ଡାକିଲା।ସତେ ଯେମିତି ନରେନ କୁ ଅପେକ୍ଷା କରିଥିଲା ନରସିଂହ।ଦଶ ଦିନରେ ଯାହା ହୋଇ ନ ଥିଲା କେଇ ମିନିଟରେ ସ୍ପନ୍ଦନ ଟିକେ ବଢ଼ିଲା।ଠାକୁରାଣୀଙ୍କୁ ସ୍ମରି ସ୍ମରି ଆପେକ୍ଷ କୋଠରୀରେ ଉଜାଗର ହୋଇ ରହିଲା ନରେନ।ନର୍ସଙ୍କ କେଇପଦ କଥା,ଆଜ୍ଞା ସ୍ପନ୍ଦନ ଧୀରେ ଧୀରେ ବଢୁଛି।ଏଥର ବଞ୍ଚିବାର ଆଶା ଅଛି।
କିଛିଦିନପରେ ସୁସ୍ଥ ହେଲା ନରସିଂହ,ମାତ୍ର ହରାଇ ବସିଲା ବାକଶକ୍ତି।ଦୁଃଖର କଥା ଘର ଲୋକ ଟଙ୍କାଟିଏ ବି ସାହାଯ୍ୟ କଲେ ନାହିଁ।ଯେମିତି ଚାହୁଁଥିଲେ ଏ ମରିଯାଉ।ବହୁତ ଚେଷ୍ଟା କଲେ କଥା ହେବା ପାଇଁ ନରସିଂହ,ସାଥି ଓ ମାମୁଁଘରର ଲୋକେ।ଚାକିରୀ ବି ପାଇଲା ନରସିଂହ।ହେଲେ ବାକଶକ୍ତି ନ ଥିବାରୁ ନିଜକୁ ଧିକ୍କାର କରୁଥିଲା ସେ।ଚାକିରୀ ଜୀବନ ଉପଭୋଗ କରୁଥାଏ ସେ।ପୁଣି ଆଉ ଏକ ଝଡ଼ ମାଡି ଆସିଲା।ଏକ ପରୀକ୍ଷାରେ ପାଶ ନକଲେ ଯିବ ଚାକିରୀ । ଏପଟେ ଅପରେସନ ନ ହେଲେ କଥା ହେବା ଅସମ୍ଭବ।ଏଥିପାଇଁ ଦରକାର ଅପର୍ଯ୍ୟାପ୍ତ ଟଙ୍କା।ପ୍ରଥମେ ପାଶ୍, ଦ୍ଵିତୀୟରେ ସୁସ୍ଥ।ଘରଲୋକ ଉପହାସ କରୁଥାନ୍ତି, ପଇସା ଦେବା ତ ଦୂରର କଥା।ବାରମ୍ବାର ଫେଲ,ଆଉ ଗୋଟିଏ ସୁଯୋଗ।ମ୍ରିୟମାଣ ହୋଇଗଲା ସେ।ଚିନ୍ତାକଲା ଆତ୍ମହତ୍ୟା କରିଦେବ।ନରେନ ସବୁ ଶୁଣିଲା,ଗାଳିଦେଲା ଓ ଅନେକ ବୁଝାଇଲା। ଖରା ଛୁଟିରେ କଠିନ ପରିଶ୍ରମ କରି ପଢ଼ାଇଲା ନରେନ। ଘର ଲୋକଙ୍କ ଦୁର୍ବ୍ୟବହାର ସହି ନ ପାରି ଚାଲିଗଲେ ସେମାନେ ଘରଛାଡି।ଲୋକେ ବା ଜାଣିବେ କାହିଁକି?ସାଥି ମାନଙ୍କ ସହାୟତାରେ ଅପରେସନ ହେଲା ଓ ମାଙ୍କ କରୁଣାରୁ ଭଲ ହେଲା ସେ।ଶୁଣିଲା ମୋହନ ଜାଗା କିଣିଛ ଭୁବନେଶ୍ୱର ରେ,କିଣିଛି ସ୍କରପିଓ।ହେଲେ ମରଣ ଶଯ୍ୟାରେ ପଡିଥିଲାବେଳେ ପାଇଲା ନାହିଁ ଟଙ୍କାଟିଏ। ଭାବୁଥିଲା, କି ସ୍ୱାର୍ଥପର,ଅମଣିଷ ଏମାନେ।
ଘରକୁ ଆସିଲା ନରସିଂହ।ରାଗରେ ଜଳିଯାଉଥାଏ ତା ପ୍ରତି ଅନ୍ୟାୟର ସଢା ଦେହଟା ଓ ଅବିବେକରେ ପୋଡା ମସ୍ତିଷ୍କଟା କଲା ଉନ୍ମତ୍ତ କାଣ୍ଡ । ସତରେ ମାନସିକତା କିପରି ବଦଲାଇବ ଜାଣିପାରୁ ନ ଥାଏ।ନିଜକୁ।ବହୁତ ବୁଝାଇଲା, ହେଲେ ଆତ୍ମାକୁ ବାଧି ଥିବା କଥାକୁ ସେ କିପରି ବା ଭୁଲନ୍ତା।ଅମଣିଷ ଗୁଡାକ ବିଚରା ଅନାଥଟାକୁ ଦାଣ୍ଡରେ ପକାଇ ଦେଲେ । ହଠାତ୍ ଏକ ଫୋନ୍ କଲ୍ ଆସିଲା, ନରେନ୍ ସାଥି ଆକାଶ ଠାରୁ।ନରସିଂହ ପାଶ୍ କରି ଯାଇଛି । ଏସବୁକୁ ଜଣାଇ ବୁଝାଇଲା ନରେନ୍।ଏଥି ମଧ୍ୟରେ ପୋଲିସ ଗାଡ଼ିଟା ଆସି ପହଁଚିଲା ନରସିଂହଙ୍କ ଘର ଆଗରେ । ସୁଷମା ଦେଇଥିବା କେଶ ଇଂଭେସ୍ଟିଗେଶନ କରିବାକୁ।ଗୋଟିଏ ଉପାୟ ଯଦି ବଂଚାଏ ନରସିଂହ ନହେଲେ ମୋହନ ଯିବ ଦଫା ୪୨୦ ଆରେଷ୍ଟ ହୋଇ।ମୋହନର ମା କାକୁତି ମିନତି ହେଲା।ମୋହନର ଶୁଖିଲା ମୁହଁ ଦୁର୍ବଳ ଚେହେରା ଭିତରେ ସତେ ଯେମିତି ସାହାଯ୍ୟ ମାଗୁଥିଲା ନରସିଂହକୁ ପୁରୁଣା ସ୍ନେହ ଶ୍ରଦ୍ଧା ର ଛାଇ।ନରେନ୍ ବୁଝାଇଲା , ମହତ ମଣିଷ ମହାନତାକୁ ଚିହ୍ନେ।ଏ ତୋ ଘରର ଇଜ୍ଜତ।ସାଧୁ ଲୋକ ନିଜ ଘରର ଇଜ୍ଜତକୁ କେବେ ବି ତଳେ ପକାନ୍ତି ନାହିଁ।
ସବୁକିଛିକୁ ଭୁଲିଗଲା ସେ।ଚାହିଁଲା ମନେ ପକାଇଲା ତା ବାପାଙ୍କ ନିଃସ୍ୱାର୍ଥପରତା ଓ ବଦାନ୍ୟତାକୁ।ରାମାୟଣ କଣ ମୋତେ ଏଇ ଶିକ୍ଷା ଦେଇଛି । ମୋ ବାପାଙ୍କ ରୋଇଥିବା ଗଛକୁ ମୁଁ କଣ ଉପାଡ଼ିଦେବି । ବଦଲାଇ ଦେଲା ସେ ମାନସିକତା।ପୋଲିସକୁ କହିଦେଲା ମୋହନ ହେଉଛି ଭାଗ୍ୟଧରଙ୍କ ବଡ଼ପୁଅ,ମୋ ବଡ଼ ଭାଇ।କୌଣସି ଆପତ୍ତି ଅଭିଯୋଗ ଆମର ନାହିଁ।ପୋଲିସ ଚାଲିଗଲା ତା ବାଟରେ । ରହିଗଲେ ଆଉସବୁ।ମୋହନର ଆଖିରୁ
ଝରିପଡ଼ିଲା ଅଶ୍ରୁ ଦୁଇଧାର।କୁଣ୍ଢେଇ ପକାଇଲା ସେ ନରସିଂହକୁ।ପାଟିରୁ ବହାରି ପଡ଼ିଲା ମୋତେ କ୍ଷମା କରିଦେ'ରେ। ଏ ଘରଦ୍ୱାର ଯାହାକିଛି ସବୁ ତୋର।ମୋ ମାନ ସମ୍ମାନ ତୁ ରଖିଦେଲୁ ମୋ ଭାଇ। ଝଡ଼ ଗଲାପରେ ଶାନ୍ତ ପଡ଼ିଗଲା ପରି ସେ ସ୍ଥାନ ସ୍ତବ୍ଧ ହୋଇଗଲା।ଆଖିରୁ ଲୁହ ପୋଛି କହିଲା ଭାଇ ମୋର କିଛି ଦରକାର ନାହିଁ,କେବଳ ଦରକାର ତୁମ ମାନଙ୍କ ଟିକେ ସ୍ନେହ,କାଣିଚାଏ ମମତା ।
ଝରିପଡ଼ିଲା ଅଶ୍ରୁ ଦୁଇଧାର।କୁଣ୍ଢେଇ ପକାଇଲା ସେ ନରସିଂହକୁ।ପାଟିରୁ ବହାରି ପଡ଼ିଲା ମୋତେ କ୍ଷମା କରିଦେ'ରେ। ଏ ଘରଦ୍ୱାର ଯାହାକିଛି ସବୁ ତୋର।ମୋ ମାନ ସମ୍ମାନ ତୁ ରଖିଦେଲୁ ମୋ ଭାଇ। ଝଡ଼ ଗଲାପରେ ଶାନ୍ତ ପଡ଼ିଗଲା ପରି ସେ ସ୍ଥାନ ସ୍ତବ୍ଧ ହୋଇଗଲା।ଆଖିରୁ ଲୁହ ପୋଛି କହିଲା ଭାଇ ମୋର କିଛି ଦରକାର ନାହିଁ,କେବଳ ଦରକାର ତୁମ ମାନଙ୍କ ଟିକେ ସ୍ନେହ,କାଣିଚାଏ ମମତା ।
ମୋହନ କହିଲା ସତରେ ନରସିଂହ ତୁ ମହାନ।ନରେନ୍ ଆଡ଼କୁ ଆଙ୍ଗୁଳି ଦେଖାଇ ନରସିଂହ କହିଲା,ସତରେ ଭାଇ ମୁଁ ମହାନ ନୁହଁ,ମହାନ ଏ ମୋ ସାଙ୍ଗ ନରେନ୍।ଯାହାଙ୍କ ପ୍ରେରଣା ଓ ଦିଗ୍ ଦର୍ଶନରେ ମୁଁ ଆଜି ମୋର ସର୍ବସ୍ୱ ପାଇଛି, ମୋ ମାନସିକତାକୁ ବଦଳାଇ ସେ ମୋତେ କୂପଥରୁ ସୁପଥକୁ ଆଣିଛନ୍ତି।ଏହାର ଶ୍ରେୟ କେବଳ ମୋ ସାଥି ନରେନ୍ । ପୁଣି ନରସିଂହ ଫେରି ପାଇଲା ତା ସରଗପୁରୀ।ସତେ ଯେମିତି ଆନନ୍ଦାଶ୍ରୁ ବିଗଳିତ କରି ଭାଗ୍ୟଧର ଓ ହେମାଙ୍ଗୀନୀ ଆଶୀର୍ବାଦ ଦେଉଥିଲେ ନରେନ୍ କୁ ଓ ଚୁପ ଚୁପ ନରସିଂହ କୁ କହୁଥିଲେ, ସବୁବେଳେ ମାନସିକତାକୁ ସୁସ୍ଥ କରିବୁ, ତେବେ ଯାଇ ନିଜକୁ,ସମାଜକୁ ଓ ଦେଶକୁ ସୁସ୍ଥ କରିପାରିବୁ।
🌳 *ଗଛ ମାଉସୀ*🌳
ଆମ ଫୁଲ ଆଈଟା ଗଛକୁ ବହୁତ ଭଲ ପାଏ । ଯେତେବେଳେ ଦେଖିବ ଗଛ ସାଥିରେ ଲାଗିଥିବ।ଗଛ ଲଗାଇବା,ପାଣିଦେବା, ତାର ଯତ୍ନ ନେବା ସତେ ଯେମିତି ତାର ନିତି ଦିନିଆ କାମ, ପରମ ଧର୍ମ।ଗଛକୁ ଭାବେ ନିଜର ଅତି ଆପଣାର ନାତି କି ନାତୁଣୀ।ବେଳେବେଳେ ସେ ନାତୁଣୀ ସୁଜ୍ଞାନୀକୁ କହେ, ଏ ଗଛ ଠିକ୍ ଆମ ମଣିଷ ପରି।ତାକୁ ଭଲ ପାଇଲେ,ଆଦର ଯତ୍ନ କଲେ,ସେ ପରା ଆମ ନିଜ ପରିବାରର ଜଣେ ହୋଇ ଆମକୁ ଭଲ ପାଇବ ଓ ସର୍ବସ୍ୱ ଅର୍ପଣ କରି ଦେବ।ଏକଥା ନାତୁଣୀ ମନକୁ ପାଏ ନାହିଁ । ସେ ଠୋ ଠୋ ହୋଇ ହସେ । ମନେ ମନେ ଭାବେ ମୋ ଫୁଲ ଆଈଟା କିଛି ଜାଣେ ନାହିଁ । ଖାଲି ପାଗଳି ପରି ଏଣୁ ତେଣୁ କଣ କହି ଦେଉଛି।ବଗିଚାରେ ଖେଳେଇ ଦେଉନି । କହୁଛି ମୋ ଗଛ ଭାଙ୍ଗି ଯିବ। ଟିକେ ଗଛଟାର ଡାଳ କି ପତ୍ର ଭାଙ୍ଗି ଗଲେ ରାଗିଯାଏ,ଗାଳି ଦିଏ । ସୁଜ୍ଞାନୀ ଆଜି ସାଥୀମାନଙ୍କୁ କହିଛି ଖରାବେଳେ ଆସିବେ,ଫୁଲଆଈ ଯେତେବେଳେ ଶୋଇ ପଡିବ ବଗିଚାରେ ଫୁଟବଲ ଖେଳିବ।ଏଣେ ଆଈ ଚେଇଁ ଚେଇଁ ଶୋଇଛି,କେତେବେଳେ ନାତୁଣୀ ମାନେ ଖେଳିଲେ ସେ ଯାଇ ମନା କରିବ।
ଖରାବେଳ,ସୁଜ୍ଞାନୀ ଦେଖିଲା ଆଈ ଶୋଇଛି,ସେପଟେ ସାଙ୍ଗମାନେ ଗେଟ୍ ଠକ୍ ଠକ୍ କଲେଣି।ବଲଟିକୁ ଧରି ଧିରେ କବାଟ ଖୋଲି ସାଥୀମାନଙ୍କ ସଙ୍ଗେ ଚାଲିଲା ବଗିଚା କୁ।ଫୁଲଆଈ ଧିରେ ଧିରେ ,ପଛେ ପଛେ।ଆରମ୍ଭ ହେଲା ଖେଳ।ଫୁଲଆଈ ବଡ଼ ପାଟିରେ ଚିତ୍କାର କରି କହୁଥାଏ, ଆରେ ପିଲେ,ଖେଳନାରେ,ମୋ ଗଛ ଭାଙ୍ଗିଯିବ।ଚାହୁଁ ଚାହୁଁ ଭାଙ୍ଗିଗଲା ଫୁଲକୁଣ୍ଡରେ ଥିବା ସୁକୁମାରୀ ଫୁଲଗଛଟା। ଫୁଲଗଛଟାକୁ ଠିଆ କରୁ କରୁ ଆଈର ପାଟିରୁ ବାହାରି ଥାଏ, ମୋ ଗଛଟିକୁ ଭାଙ୍ଗିଦେଲରେ।ଆଖିରୁ ତା'ର ଲୁହ ଧାର ଧାର ବହୁଥାଏ।କହୁଥାଏ ମୋ ଗଛଟାକୁ କେତେ କଷ୍ଟ ହେଉଥିବ କହିଲ ? ସୁଜ୍ଞାନୀ କହିଲା-ଆଈ, ଗଛର କଣ ଜୀବନ ଅଛି.. ଯେ ତାକୁ କଷ୍ଟ ହେବ, ସେ କାନ୍ଦିବ ? ତୁମେ ଜାଣିନରେ ପିଲେ,ସେ ପରା ଆମ ମଣିଷ ପରି ଜୀବଟିଏ, ଆଈ ଥର ଥର ଗଳାରେ ଉତ୍ତର ଦେଲା।ଫୁଲଆଈର ଆଖିର ଲୁହକୁ ଦେଖି କାହିଁକି କେଜାଣି ସୁଜ୍ଞନୀ ଗଭୀର ଭାବେ ଚିନ୍ତା କରୁଥାଏ।ମୋ ଆଈ ଗଛକୁ, ଆମକୁ ଭଲ ପାଇଲା ପରି ଆଦର କରୁଛି,ଏତେ ଯତ୍ନ ନେଉଛି।ସତରେ ସେ କଣ ଅଜ୍ଞାନ ? ନା ମୋତେ ଏ ବିଷୟରେ ଜଣା ନାହିଁ।
ସେଦିନ ଖାଇସାରି ଶୋଇଲା ସୁଜ୍ଞାନୀ।ପାହାନ୍ତା ସମୟ ଉପନୀତ।ସପନରାଣୀ ତାକୁ ଦେଇଥିଲା କୋମଳ ସ୍ପର୍ଶ।ତା କାନରେ ବାଜିଲା କାହାର କଇଁ କଇଁ କ୍ରନ୍ଦନର ସ୍ୱର।କବାଟ ଖୋଲି ଦେଖିଲା, ସବୁଜ ଵର୍ଣ୍ଣ ଆଧାରିତା ତରୁଣୀ ଟିଏ ।ସୁଜ୍ଞନୀ ସେ କିଏ ଓ କାନ୍ଦିବାର ଅଭିପ୍ରାୟ ପଚାରିଲା।ଦୁଃଖ ଦରଦ ଓ ନରମ ଗଳାରେ କହିଲା ମୁଁ ପରା ତୁମ ଗଛ ମାଉସୀ । କାଲି ମୋତେ କିଏ ଭାଙ୍ଗିଦେଲା,ମୋ ଦେହରେ କେତେ ଯେ କଷ୍ଟ ହେଲା। ତୁମ ମଣିଷ ମାନେ ମୋତେ ବହୁ କଷ୍ଟ ଦେଉଛନ୍ତି।ମୁଁ ମୋ ଜୀବନ ଦେଇ ତାଙ୍କୁ ଭଲ ପାଉଛି କିନ୍ତୁ କୃତଜ୍ଞ ପରିବର୍ତ୍ତେ ସେମାନେ କୃତଘ୍ନ ଓ ନିଷ୍ଠୁର ହୋଇ ମୋତେ ଓ ମୋ ଭାଇ ଭଉଣୀଙ୍କୁ କେତେ ଯେ ନିର୍ଯ୍ୟାତନା ଦେଉଛନ୍ତି ! ସୁଜ୍ଞାନୀ ତାଙ୍କ ଆଖିରୁ ଲୁହ ପୋଛିଦେଲା ଏବଂ କହିଲା,ଗଛ ମାଉସୀ, ସତରେ ତୁମର କଣ ଜୀବନ ଅଛି ?ମୋ ନାନୀକୁ ତାଙ୍କ ଗୁରୁଜୀ ପଢ଼ାଇଲା ବେଳେ ଶୁଣିଥିଲି , ଯିଏ ଖାଏ, ଚାଲେ,ଶ୍ବାସକ୍ରିୟା କରେ,ବଢେ,ବଂଶବୃଦ୍ଧି କରେ ସେ ସିନା ଜୀବ।କିନ୍ତୁ ତୁମର...? ଗଛ ମାଉସୀ ବୁଝାଇ କହିଲା, ଆମେ ହେଲୁ ପାଦପ,ତୁମେ ଉପର ପାଟିରେ ଖାଅ ପିଅ,ହେଲେ ଆମେ ପାଦ ବାଟେ ପିଉ,ମୁଳ ମାଟିରୁ ଖଣିଜ ଲବଣ, ଖତ, ସାର ସବୁ ଖାଏ।ତୁମେ ସିନା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତିକରେ ହେଲେ ଆମର ଚେର ତଳକୁ ତଳକୁ ଚାଲେ।ତୁମେ ନାକରେ ବାୟୁ ନିଅ,ମାତ୍ର ଆମେ ପତ୍ର ବାଟେ ନେଉ।ତୁମର ରକ୍ତ ଅଛି ଲୁହ ଅଛି,ହେଲେ ଆମ ଦେହରେ ବି କ୍ଷୀର ଅଛି।ଆମର ମଞ୍ଜି,ଡାଳ,ଚେରରୁ ବି ନୂଆ ଗଛ ହୁଏ । ଆମର ବି ଜନ୍ମ ମୃତ୍ୟୁ ଅଛି । ତେଣୁ ସଜୀବର ସମସ୍ତ ଗୁଣ ଥିବା ଜୀବ ଆମେ । ସୁଜ୍ଞାନୀ ବୁଝି ପାରିଲା ଗଛ ମାଉସୀର କଥାକୁ ଏବଂ କହିଲା ମାଉସୀ ହଁ ମାନୁଛି ତୁମର ଜୀବନ ଅଛି,ହେଲେ ତୁମେ ମଣିଷର କଣ ଉପକାର କରୁଛ ଯେ ?
ଗଛ ମାଉସୀ ସୁଜ୍ଞାନୀ ର ହାତ ଧରି ନାଚି ନାଚି ଗୀତ ଗାଇ ଗାଇ କହିଲା,ଖାଲି ଇପକାର ନୁହଁ,ଆମେ ମଣିଷର ଜୀବନ ପରା ବଞ୍ଚାଉଛୁ । ନିଶ୍ୱାସରେ ଛାଡୁଥିବା ଅମ୍ଳଜାନ ନେଇ ପରା ମଣିଷ ବଞ୍ଚେ।ଏହା ବିନା ସେ କଣ ମୁହୂର୍ତ୍ତେ ବଂଚି ପାରିବ ? ଆମେ ଦେଉଥିବା ଫଳ, ଫୁଲ, ପତ୍ର, କାଣ୍ଡ, ମୁଳ ଖାଇ ପରା ସେ ବଞ୍ଚିଛି । ତୃଣ,ଗୁଳ୍ମ,ବୃକ୍ଷ,ଲତା ଏମାନେ ଆମ ପରିବାରର ସଦସ୍ୟମାନେ।ସେ ଯେତେ ପ୍ରକାର ଖାଦ୍ୟ ଖାଉଛି ସବୁ ପରା ଆମଠୁ ପାଉଛି ; ଗଛ
ମାଉସୀ, ସତରେ ତୁମେ ଖାଦ୍ୟ ଦେଉଛ ହେଲେ ନାନୀର ଗୁରୁମା କହୁଥିଲେ, ଜଳ ହିଁ ଜୀବନ,ତାକୁ ତ ତୁମେ ଦେଇନାହଁ, ହେଲେ ଜୀବନ କହୁଛ କେମିତି ? ଗଛ ମାଉସୀ କହିଲା,ହଁ ତାକୁ ବି ଆମେ ଦେଇଛୁ।ଖରାଦିନେ ନଦୀ ନାଳ ଗଡ଼ିଆ ପୋଖରୀର ଜଳ ବାଷ୍ପ ହୋଇ ଆକାଶକୁ ଉଠିଯାଏ, ସେ ସବୁ ବାଦଲ ହୋଇ ଘୁରିବୁଲେ,ସେଥରୁ ବର୍ଷା ହୁଏନା,ମାତ୍ର ଯେଉଁ ବାଷ୍ପକୁ ଆମେ ଆମପତ୍ର ଦ୍ୱାରା ଶୋଷି ଉତ୍ସେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡୁ ସେସବୁ ମେଘ ହୋଇ ରହେ,ବର୍ଷାଦିନେ ଥଣ୍ଡା ହୋଇ ପରା ବର୍ଷା କରାଏ।
ବାଃ ମାଉସୀ,ସତରେ ତୁମେ ଆମକୁ ବହୁତ କିଛି ଦେଉଛ, ହେଲେ ଆମକୁ ତମେ ଆଉ କଣ କଣ କିଛି ଦେଉଛ କି କହିଲ ? ଗଛ ମାଉସୀ କହିଲା,କପା,ଶିମିଳି ଆଦି ତୁଳାରୁ ପରା ସୁତା କାଟି ଲୁଗା ବୁଣି ମଣିଷ ପୋଷାକ ପାଏ।ମୋ ଡାଳ ଗଣ୍ଡି ନେଇ ପରା ଘର ତିଆରେ।ଖାଲି ସେତିକି ନୁହଁ, ଯେଉଁ ଭୁଇଁରେ/ମାଟିରେ ଘର ତିଆରେ ଆମେ ପରା ଆମ ଚେରରେ ସେ ମାଟିକୁ ଜାବୁଡି ଧରିଛୁ,ନଷ୍ଟ କରି ଦେଉନାହୁଁ।ଯେଉଁ ଶୁଖିଲା ଡାଳ ଦେଉଛୁ ସେଥିରେ ସେ ରୋଷେଇ କରି ଖାଦ୍ୟ ଖାଉଛି।ଯେତେବେଳେ ଖୁବ୍ ଜୋରରେ ପବନ ଦିଏ ନା, ଆମେ ତା ଓ ତା ଘର ଚାରିପାଖରେ ରହି ପବନ ଝଡ଼ ତୋଫାନ ସାଙ୍ଗେ ଯୁଦ୍ଧ କରି ତାକୁ ଓ ତା ଘରକୁ ସୁରକ୍ଷା ଦେଉ । ବନ୍ୟାଜଳ ମାଡି ଆସିଲେ ଦୁଇ କୂଳରେ ରହି ମାଟିକୁ ନଷ୍ଟ କରି ଦେଉନା । ତୁମ ଘରେ ଯେଉଁ ଖଟ, ପଲଙ୍କ, ଚେୟାର,ଟେବୁଲ,ଆଲଣା କାହାଠାରୁ ତିଆରି ଟିକେ ବୁଝି କହିବ ତ ? ସୁଜ୍ଞାନୀ କହିଲା,ଆରେ ହଁ ଏକଥା ପରା ମୋ ବାପା କହୁଥିଲେ । ହେଲେ ମାଉସୀ ଆମକୁ ଯେବେ ରୋଗ ହୁଏ କାହିଁ ତୁମେ ତ ସାହାଯ୍ୟ କରିପାରନା।ଖାଲି ୨/୩ଟା ଗଛକୁ ଛାଡିଦେଲେ ଅନ୍ୟମାନେ ତ ସେଥିପାଇଁ ଅଦରକାରୀ । ଗଛ ମାଉସୀ କହିଲା,ଆରେ ନାଁ, ତୁମେ ଛୋଟ ପିଲା,ତୁମେ ଏ ବିଷୟରେ ଜାଣିନ। ଗୋଟେ ପୁଅ ଥିଲା,ସେ ହେଲା ଚରକ,ସେ ଆମ ସମସ୍ତଙ୍କ ଗୁଣ ଚିହ୍ନି କହିଦେଇଥିଲାନା ଆମର ଗୁଣ।ତେବେ ଏମିତି କୋଉ ଗଛ ନାହିଁ,ଏମିତିକି ବିଛୁଆତି, ବାଇଡଙ୍କ ପର୍ଯ୍ୟନ୍ତ,ସବୁଥିରେ
ଔଷଧୀୟ ଗୁଣ ପୁରି ରହିଛି । ଅବଶ୍ୟ ପଦାର୍ଥ ବିଜ୍ଞାନୀ ମାନେ ଆମକୁ ଭଲ ଭାବେ ଜାଣିଛନ୍ତି । ହେଲେ ଆମର ତ ସ୍ୱଚ୍ଛ ଅଭିଯାନ ଚାଲିଛି,ତୁମେ ତ ପତ୍ର ପକାଇ ଅପରିଷ୍କାର କରୁଛ ? ଗଛ ମାଉସୀ କହିଲା,ନିର୍ବୁଦ୍ଧିଆ ମଣିଷ ଅଜ୍ଞାତ ଯୋଗୁ ମୋ ଶୁଖିଲା ପତ୍ରରୁ କମ୍ପୋଷ୍ଟ ତିଆରି ପାରନ୍ତା ହେଲେ ସେ ତ ରାସାୟନିକ ସାରରେ ବାୟା ହୋଇଛି।ଜାଣିଛ,ତୁମେ ନିଶ୍ୱାସରେ ଛାଡୁଥିବା ଅଙ୍ଗାରକାମ୍ଳ, କାରଖାନାର ଦୂଷିତ ବାଷ୍ପକୁ ଶୋଷି ମୁଁ ପରା ବିଶୁଦ୍ଧ ଅମ୍ଳଜାନ ଦେଉଛି।ଥଣ୍ଡା ପବନ ଦେଉଛି।ପରିବେଶକୁ ଶୁଦ୍ଧ ମୁଁ ହିଁ କରୁଛି ।
ଔଷଧୀୟ ଗୁଣ ପୁରି ରହିଛି । ଅବଶ୍ୟ ପଦାର୍ଥ ବିଜ୍ଞାନୀ ମାନେ ଆମକୁ ଭଲ ଭାବେ ଜାଣିଛନ୍ତି । ହେଲେ ଆମର ତ ସ୍ୱଚ୍ଛ ଅଭିଯାନ ଚାଲିଛି,ତୁମେ ତ ପତ୍ର ପକାଇ ଅପରିଷ୍କାର କରୁଛ ? ଗଛ ମାଉସୀ କହିଲା,ନିର୍ବୁଦ୍ଧିଆ ମଣିଷ ଅଜ୍ଞାତ ଯୋଗୁ ମୋ ଶୁଖିଲା ପତ୍ରରୁ କମ୍ପୋଷ୍ଟ ତିଆରି ପାରନ୍ତା ହେଲେ ସେ ତ ରାସାୟନିକ ସାରରେ ବାୟା ହୋଇଛି।ଜାଣିଛ,ତୁମେ ନିଶ୍ୱାସରେ ଛାଡୁଥିବା ଅଙ୍ଗାରକାମ୍ଳ, କାରଖାନାର ଦୂଷିତ ବାଷ୍ପକୁ ଶୋଷି ମୁଁ ପରା ବିଶୁଦ୍ଧ ଅମ୍ଳଜାନ ଦେଉଛି।ଥଣ୍ଡା ପବନ ଦେଉଛି।ପରିବେଶକୁ ଶୁଦ୍ଧ ମୁଁ ହିଁ କରୁଛି ।
ହେଲେ ମାଉସୀ କେତେକ ଗଛର ତ ଫଳ ନାହିଁ,ଫୁଲ ନାହିଁ,ତେବେ ସମସ୍ତେ କଣ ଉପକାର କରୁଛନ୍ତି କି?
ଗଛ କହିଲା,ଆରେ କିଏ ଫଳ ନ ଦେଉ କି ଫୁଲ ନ ଦେଉ,ହେଲେ ଛାଇ ତ ଦେଉଛି।ଖରାଦିନେ ଅଂଶୁଘାତରୁ ପରା ରକ୍ଷା କରୁଛି।ଯେଉଁ ତୃଣ ଗୁଳ୍ମ ଛୋଟ ଚାରା ଦେଖୁଛ ସେମାନେ ପରା ଅମ୍ଳଜାନ ଦେଉଛନ୍ତି।ଯେଉଁ ଗଛର ପତ୍ର ସବୁଜ ସେମାନେ ପତ୍ରହରିତ ଦ୍ୱାରା ଖାଦ୍ୟ ତିଆରୁଛନ୍ତି କିଏ କାଣ୍ଡ ତ କିଏ କଣ୍ଟାଦ୍ୱାରା ବି ଖାଦ୍ୟ ତିଆରୁଛନ୍ତି।ଜାଣିଛ ତୁମପରି ଛୁଆଠାରୁ ଆରମ୍ଭ କରି ବଡ଼ଯାଏ ଯେଉଁ ବହି ପଢୁଛନ୍ତି ଏସବୁ ମୋ ଶହୀଦ ଦେହର ଅଂଶରେ।ମୋ ପରି ବଡ଼ ବଡ଼ ୧୭ଟା ଗଛର ଅଂଶରେ ୧ଟନ କାଗଜ ତିଆରି ହୁଏ ଯେଉଁଥିରେ କି ବହି ଛପାଯାଏ।ବର୍ଷା ଦିନେ ମଣିଷ ଯେଉଁ ଡ଼ଙ୍ଗାରେ ଯାଏ ସେସବୁ ବି ମୋ ଗଣ୍ଡିରେ ହୋଇଥାଏ।ମଣିଷ ଯେଉଁ ପଶୁପକ୍ଷୀ ମାରୁଛି ସେମାନଙ୍କ ଠାରୁ ଜିନିଷ ପାଉଛି ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଦେଇ ବଞ୍ଚାଇଛି ପରା ମୁଁ ଓ ଆମ ପରିବାର।
ସତରେ ମାଉସୀ ତୁମେ ମହାନ।ତୁମକୁ ପାଇ ଆମେ ନିଶ୍ଚିତ ରୂପେ ଧନ୍ୟ।ହେଲେ ମଣିଷ ଏମିତି ଅନ୍ୟାୟ କରୁଛି କାହିଁକି ? ଦିନଥିଲା ମୁନିଋଷିମାନେ ମୋତେ ଚିହ୍ନି ଥିଲେ, ମୋର ଏସବୁ ସେବା,ଗୁଣ ଯୋଗୁଁ କହୁଥିଲେ, ଶହେ ଗୁଣବାନ ପୁତ୍ର ଜନ୍ମ କରିବା ଅପେକ୍ଷା ଗୋଟିଏ ଗଛ ବଞ୍ଚେଇ, ବଢ଼େଇବା ଅତି ପୁଣ୍ୟ । ସେଥିପାଇଁ ପୂର୍ବେ ସାଧାରଣ ମଣିଷ ଓ ରାଜା ମହାରାଜା ମାନେ ମୋତେ ପରା ଦେବତା କହି ପୂଜା କରୁଥିଲେ।ବିଜ୍ଞାନୀ ମାନେ କହୁଥିଲେ, ଗୋଟିଏ ବୃକ୍ଷ କାଳେ ଜୀବନ କାଳ ମଧ୍ୟରେ ସାଢେ ସତର ଲକ୍ଷ୍ୟ ଟଙ୍କାର ଉପକାର ଦେଇଥାଏ।ହେଲେ ଏବେର ସ୍ୱାର୍ଥପର ଅବିବେକୀ ମୂର୍ଖ ମାନବ ଏସବୁ ଭୁଲି ଯାଇଛି ।ରାସ୍ତା,କାରଖାନା କରି ମୋ ବଂଶ ଧ୍ବଂସ କରୁଛି ଓ ନିଜେ ବିପଦକୁ ହାତ ଠାରି ଡାକୁଛି। ଖାଲି ସେତିକି ନୁହଁ ମୁଁ ମରିଗଲା ପରେ ମୋ ଶୁଖିଲା ଦେହକୁ ବିକ୍ରି କରି କିବା ଜାଳି ସେ ବହୁତ ଟଙ୍କା ପାଏ।ମୁଁ ତା ପାଇଁ ଶହୀଦ ହୁଏ ପଛେ ତାର ମୋ ଉପରେ ଟିକିଏ ବି ଦୟା,ମାୟା କି ଆନ୍ତରିକତା ନ ଥାଏ । ଏକଥା ଶୁଣି କାନ୍ଦି ପକାଇଲା ସାତ ବର୍ଷର ଝିଅ ସୁଜ୍ଞାନୀ ।ଦୁଇ ହାତରେ ତାକୁ କୁଣ୍ଢେଇ କହିଲା,ମାଉସୀ ତୁମେ କେବେ ମରିପାରିଵ ନି । ମୁଁ ଠାକୁରଙ୍କୁ ଡାକିବି,କହିବି ତୁମକୁ ସେ ମାରିବେ ନାହିଁ।
ସୁଜ୍ଞାନୀର ଆଖିରୁ ଲୁହ ପୋଛି ଦେଲା ଗଛ ମାଉସୀ ।କହିଲା ନାଁରେ ଧନ,ଯିଏ ପୃଥିବୀରେ ଜନ୍ମ ନେଇଥାଏ ସେ ପରା ମୃତ୍ୟୁବରଣ କରେ ଏମିତିକି ଭଗବାନ ମଧ୍ୟ । ହେଲେ ମୋତେ କ୍ଷମା କରିଦିଅ ମାଉସୀ,ମୁଁ ମୋ ଆଈ କଥା ନ ମାନି ତା ଗଛକୁ ଭାଙ୍ଗି ଦେଇଛି।ମୁଁ ତୁମ ପାଦ ଛୁଇଁ ଶପଥ କରୁଛି ଆଉ କେବେ ବି ଗଛ ଭାଙ୍ଗିବି ନାହିଁ,ବରଂ ଗଛ ଲଗାଇବି ଓ ଗଛ ଲଗାଇବା ପାଇଁ ସମସ୍ତଙ୍କୁ କହିବି।ଏସବୁ କହି ଭାଉଁ ଭାଉଁ ହୋଇ କାନ୍ଦିଲା ସୁଜ୍ଞାନୀ।ଗଛ ମାଉସୀ ତାକୁ କୁଣ୍ଢେଇ ପକାଇଲା ଓ କାନ୍ଦନା କହି ଆଖିରୁ ଲୁହ ପୋଛିଦେଲା ।ତା'ପରେ କୁଆଡେ ଶୁନ୍ ହୋଇ ଚାଲିଗଲା।
ହଠାତ ସୁଜ୍ଞାନୀର ନିଦ ଭାଙ୍ଗିଗଲା।ଚାରିଆଡେ କାହାକୁ ଖୋଜିଲା ପରି ଲାଗିଲା।ତରବର ହୋଇ ମୁହଁଧୋଇ ଏକ ଲୟରେ ଚାଲିଲା ବଗିଚାର ସେ ଗଛ ପାଖକୁ । ଛୋଟ କାଠିଟିଏ ଆଣି ଚାରା ଫୁଲଗଛଟିକୁ ସିଧା କରି ତା ସହ ବାନ୍ଧି ଦେଲା।ଗଛଟିକୁ ନିଜ ହାତରେ ଶ୍ରଦ୍ଧାରେ ଆଉଁସି ଦେଲା।ତାପରେ ଫୁଲକୁଣ୍ଡଟିଏ ଆଣି ନୂଆ ଗଛଟିଏ ଲଗାଇ ପାଣି ଟିକେ ଦେଲା।ଏସବୁ ଲକ୍ଷ୍ୟ କରୁଥିଲା ଫୁଲ ଆଈ।ନାତୁଣୀ ମୁଣ୍ଡରେ ଆଉଁସୀ ଦେଇ କହିଲା ମୋ ସୁନା ନାତୁଣୀ ଟା।କାନ୍ଦି କାନ୍ଦି ସୁଜ୍ଞାନୀ ଆଈକୁ କୁଣ୍ଢେଇ ପକାଇ କହିଲା, ଲୋ ଫୁଲ ଆଈ, ମୁଁ ଆଉ ବଗିଚାରେ ଖେଳି ତୋ ଗଛ ଭାଙ୍ଗିବି ନାହିଁ।ସତରେ ଲୋ, ଏ ଗଛର ନା, ଜୀବନ ଅଛି।ତାର ଯତ୍ନ ଓ ସୁରକ୍ଷା କଲେ,ତାକୁ ଭଲ ପାଇଲେ ସେ ପରା କଥା କହେ।ସେ ହସି ହସି କହେ...
ମୁଁ ଗଛଟିଏ ....
ତୁମରି ଓଠର ହସଟିଏ ।











































No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।