5/31/2020

ରକ୍ଷାକର ଚକ୍ରଧାରୀ

ମୋବେହେରା           
ଜଗତର ନାଥ ଆହେ ଜଗନ୍ନାଥ
      କେମିତି ରହିଛ ବସି
"କରୋନା" ଭୟରେ ସୃଷ୍ଟି ଆତଙ୍କିତ
      ରକ୍ଷାକର ବାରେ ଆସି ।
ଗୋଟେ ପରେ ଗୋଟେ ପ୍ରାଣ ଚ଼ାଲିଯାଏ
           ହୋଅସ ଯାଉଛି ଉଡି
ଡାକ୍ତରି ବିଦ୍ଯା ବିଫଳ ହୁଅଇ
 ବିଜ୍ଞାନ ଯାଇଛି ପଥ ହୁଡି ।
କରୋନା , କରୋନା ଚାରିଆଡେ ଶୁଭେ
       ଭୟରେ ସଭିଏଁ ଥର ହର
ତୁଚ୍ଛ ଲାଗେ ସବୁ ଧନ ଯଉବନ
 କିଛି ଗୋଟେ ପ୍ରଭୁ ଚିନ୍ତା କର ।
ତୁମେ ନ ଚାହିଁଲେ ପୋକମାଛି ପରି
      ମଣିଷତ ଜୀବ ମରି
ଗୁହାରି କରୁଛୁ ସୃଷ୍ଟିକୁ ବଞ୍ଚାଅ
   ଆହେ ପ୍ରଭୁ ଚକ୍ରଧାରୀ ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ 
ପହଙ୍ଗା ୟୁ ଡ଼ି ଏମ୍‌ ଇ ସ୍କୁଲ୍‌ 
ରସୁଲପୁର - ଯାଜପୁର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।