ପ୍ରଶାନ୍ତ କୁମାର ପ୍ରଧାନ
ପ୍ରାୟ ୩୦ ବର୍ଷ ତଳେ ଖଲ୍ଲିକୋଟ କଲେଜ ପଡିଆରେ ଆୟୋଜିତ ଏକ ଆଧ୍ୟାତ୍ମିକ ପ୍ରବଚନରେ ସୁନ୍ଦର କାହାଣୀଟିଏ ଶୁଣୁଥିଲି , ଯାହା ଦୀର୍ଘଦିନ ପର୍ଯ୍ୟନ୍ତ ମୋ' ମନକୁ ବେଶ୍ ଆନ୍ଦୋଳିତ କରିଥିଲା । କାହାଣୀଟିର ଚରିତ୍ର ଗୁଡିକର ନାମ ସଠିକ୍ ଭାବରେ ମୋ' ସ୍ମୃତିପଟକୁ ଆସୁନାହାନ୍ତି । ଦୁଇଦିନ ହେଲା internetରେ ଶତାଧିକ ବାର ଅନ୍ଵେଷଣ କରିସାରିଲା ପରେ ମଧ୍ୟ ଚରିତ୍ର ଗୁଡିକୁ ନେଇ ମୁଁ' କୌଣସି ଉପସଂହାରରେ ପହଞ୍ଚି ପାରୁନି । କିନ୍ତୁ ସଠିକ୍ ରୂପରେ କାହାଣୀର ଚରିତ୍ର ଗୁଡିକର ପରିଚୟ ଜାଣିଲା ପର୍ଯ୍ୟନ୍ତ ମୋର ଆବେଗ ସବୁକୁ ନିୟନ୍ତ୍ରଣ କରିବା ପାଇଁ ମୋ' ମନ ଅସମର୍ଥ। ତେଣୁ ବାଧ୍ୟ ହୋଇ କାହାଣୀଟି ଉପାସ୍ଥାପନା କରୁଛି । ଅଶା , ଜ୍ଞାନୀ, ଗୁଣୀ ଓ ସୁଧିବୃନ୍ଦରେ ଭରପୂର ଏଇ groupର କ୍ଷମାଶୀଳ ସଭ୍ୟ ମାନେ ମୋର ଏଇ ଅକ୍ଷମଣୀୟ ଔଦ୍ଧତ୍ୟକୁ କ୍ଷମା କରିବା ସଙ୍ଗେ ସଙ୍ଗେ ଯଦି କେହି ସହୃଦୟ ବ୍ୟକ୍ତି ପାଖରେ କାହାଣୀର ଚରିତ୍ର ମାନଙ୍କର ସଠିକ୍ ପରିଚୟ ଥାଏ ତାହେଲେ ତାକୁ ପ୍ରକାଶ କଲେ ଏ ଅଧମ ଆପଣଙ୍କ ନିକଟରେ ଚୀର କୃତଜ୍ଞ ରହିବ।
ଷୋଡଶ ଶତାଦ୍ଧୀର ମଧ୍ୟ ଭାଗରେ ଭାରତ ବର୍ଷର ଜଣେ ପ୍ରଖ୍ୟାତ ପଣ୍ଡିତ (ନାମ ମନେ ନାହିଁ) ଭାରତୀୟ ସନାତନ ଧର୍ମର ସମସ୍ତ ଗ୍ରନ୍ଥର ସାରକଥାକୁ ବୁଝିବା ପାଇଁ ପ୍ରବଳ ଚେଷ୍ଟା କଲେ । ତାଙ୍କର ପ୍ରବଳ ଜ୍ଞାନପୀପାସା ବଳରେ କିଛିଦିନ ମଧ୍ୟରେ ସେ ଅଷ୍ଟାଦଶ ପୁରାଣ ସାଙ୍ଗକୁ ବେଦ,ଉପନିଷଦ ଓ ଦର୍ଶନ ଶାସ୍ତ୍ର ଗୁଡିକୁ ମଧ୍ୟ କେବଳ ଅଧ୍ୟୟନ ହିଁ ନୁହେଁ ବରଂ ସେ ସବୁକୁ କଣ୍ଠସ୍ଥ କରିବାରେ ବି ସେ ସିଦ୍ଧହସ୍ତ ହୋଇପାରିଲେ । କିନ୍ତୁ ଜ୍ଞାନର ଓଜନକୁ ସମ୍ଭାଳିବାରେ ସେ ସକ୍ଷମ ହୋଇପାରିଲେ ନାହିଁ । ତାଙ୍କ ଜ୍ଞାନର ସୀମା ଯେତେ ମାତ୍ରାରେ ବଢିଲା , ଦୁନିଆ ଆଗରେ ନିଜ ଲବ୍ଧ ଜ୍ଞାନର ପ୍ରଚାର କରିବା ପାଇଁ ସେ ସେତେ ମାତ୍ରାରେ ଆଗ୍ରହୀ ହେଲେ । ବିଭିନ୍ନ ଧର୍ମସଭା ଗୁଡିକରେ ନିଜର କଣ୍ଠସ୍ଥ ଜ୍ଞାନରୁ ଶାସ୍ତ୍ରାର୍ଥ କରି ଅନ୍ୟ ପଣ୍ଡିତ ମାନଙ୍କୁ ତର୍କରେ ପରାସ୍ତ କରି ସେ ଯେ ସଂପ୍ରତି ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ଏକଥା ସେ ସବୁ ସ୍ଥାନରେ ପ୍ରମାଣ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ପ୍ରଚଣ୍ଡ ଆତ୍ମବଡିମା ଯୋଁଗୁ କୌଣସୀ ସ୍ଥାନରେ ମଧ୍ୟ ତାଙ୍କୁ ଶ୍ରେଷ୍ଠ ଜ୍ଞାନୀର ମାନ୍ୟତା ପ୍ରାପ୍ତ ହେଲା ନାହିଁ । ତେଣୁ ସେ ଏକ ଧର୍ମସଭାରେ ପ୍ରଶ୍ନ କରିଥିଲେ , "ଏତେ ସବୁ ସ୍ଥାନରେ ଏତେ ସଂଖ୍ୟକ ପଣ୍ଡିତଙ୍କୁ ତର୍କରେ ପରାସ୍ତ କଲା ପରେ ମଧ୍ୟ କାହିଁକି ପଣ୍ଡିତ ମଣ୍ଡଳୀ ମୋତେ ଶ୍ରେଷ୍ଠ ଜ୍ଞାନୀର ମାନ୍ୟତା ଦେବା ପାଇଁ କୁଣ୍ଠାବୋଧ କରୁଛି ?" ପଣ୍ଡିତ ମହାସଭା ତାଙ୍କ ପ୍ରଶ୍ନର ଉତ୍ତରରେ ସେତେବେଳର ସର୍ବଶ୍ରେଷ୍ଠ ଜ୍ଞାନୀ ହିତ୍ ହରିବଂଶ ମହାପ୍ରଭୁ (ସମ୍ଭବତଃ)ଙ୍କୁ ପରାସ୍ତ କରିବା ପାଇଁ ପରାମର୍ଶ ଦେଇ କହିଥିଲେ , "ବୃନ୍ଦାବନରେ ରାଧାବଲ୍ଲଭ ସାଧନାରେ ମଗ୍ନଥିବା ହିତ୍ ହରିବଂଶ ମହାପ୍ରଭୁ ଯଦି ଆପଣଙ୍କ ସହିତ ଶାସ୍ତ୍ରାର୍ଥ କରି ନିଜ ପରାଜୟ ସ୍ବୀକାର କରନ୍ତି ତେବେ ଆପଣଙ୍କୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ରୂପେ ସ୍ବୀକାର କରିବା ପାଇଁ ବିଦ୍ବାନ ମଣ୍ଡଳୀ କୌଣସୀ କାର୍ପଣ୍ୟ କରିବ ନାହିଁ ।
ସେହିଦିନ ଠାରୁ ସେ ବୃନ୍ଦାବନର ନିର୍ଜନ ଲତା କୁଞ୍ଜରେ ହିତ୍ ହରିବଂଶ ମହାପ୍ରଭୁଙ୍କୁ ଅନ୍ବେଷଣ କରିବାରେ ଲାଗିଲେ । ସେତ ମହାପ୍ରଭୁଙ୍କୁ କେବେ ଦର୍ଶନ କରିନାହାନ୍ତି । କେମିତି ଚିହ୍ନି ପାରିଥା'ନ୍ତେ ତାଙ୍କୁ ? ଜନଶୂନ୍ୟ ପର୍ବତରେ କିଏ ଦେବ ତାଙ୍କୁ ମହାପ୍ରଭୁଙ୍କ ପରିଚୟ ? ବହୁଦିନ ବୁଲି ବୁଲି କ୍ଲାନ୍ତ ଶ୍ରାନ୍ତ ହୋଇସାରିବା ପରେ ସେ ଦିନେ ଅତି ସାଧାରଣ ମଣିଷଟିଏକୁ ବୃନ୍ଦାବନର ଲତା କୁଞ୍ଜ ଭିତରେ ଆବିଷ୍କାର କରି ତାଙ୍କ ଠାରୁ ହିତ୍ ହରିବଂଶ ମହାପ୍ରଭୁଙ୍କ ଠିକଣା ଆଶା କଲେ । ସେ ସାଧାରଣ ବ୍ୟକ୍ତି ଜଣକ ପ୍ରଶ୍ନ କଲେ "ହିତ୍ ହରିବଶଂଙ୍କ ପାଖରେ ଆପଣଙ୍କ କାମ ?" ବିଦ୍ବାନ ଜଣକ ଉତ୍ତର ଦେଇ କହିଲେ , ବହୁତ କଷ୍ଟ କରି ସେ ସନାତନ ଧର୍ମର ସକଳ ଶାସ୍ତ୍ରକୁ କଣ୍ଠସ୍ଥ କରିଥିଲେ ମଧ୍ୟ ସେ ଜ୍ଞାନର କୌଣସି ସୁଫଳ ତାଙ୍କୁ ପ୍ରାପ୍ତ ହେଲାନାହିଁ । ଏତେ ସବୁ ଜ୍ଞାନ ଆହରଣ କରି ଅନେକ ସ୍ଥାନରେ ଅନେକ ବିଦ୍ବାନଙ୍କୁ ତର୍କରେ ପରାସ୍ତ କରି ପାରିଥଲେ ମଧ୍ୟ ତାଙ୍କୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀରୁପେ ସ୍ବୀକାର କରିବା ପାଇଁ କେହି ବି ପ୍ରସ୍ତୁତ ନୁହନ୍ତି । ହିତ୍ ହରିବଂଶ ମହାପ୍ରଭୁ ସଂପ୍ରତି ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ବୋଲି ସେ ଶୁଣିବାକୁ ପାଇଛନ୍ତି । ତେଣୁ ତାଙ୍କ ସହିତ ଶାସ୍ତ୍ରାର୍ଥ କରି ଯଦି ତାଙ୍କୁ ତର୍କରେ ପରାସ୍ତ କରିଦେଇ ପାରନ୍ତି ତା'ହେଲେ ସେ ହୋଇ ପାରିବେ ଆର୍ଯ୍ୟବର୍ତ୍ତର ସର୍ବଶ୍ରେଷ୍ଠ ଜ୍ଞାନୀ । ସେଥିପାଇଁ ହିତ୍ ହରିବଂଶ ମହାପ୍ରଭୁ ତାଙ୍କ ଅନୁସନ୍ଧାନର ପାତ୍ର ।
ଅତି ସାଧାରଣ ମନେ ହେଉଥିବା ପୁରୁଷ ଜଣକ ନିଜ ମୁଖରେ ସ୍ମିତ ହାସ୍ୟର ରେଖାଟିଏ ଫୁଟାଇ ଦେଇ କହିଲେ, "ଜ୍ଞାନ ପାଇଁ ଆପଣଙ୍କ କଠୋର ସାଧନା , ଆପଣଙ୍କ ଅଗାଧ ଶାସ୍ତ୍ରଜ୍ଞାନ ଓ ନିଜକୁ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ରୂପେ ସ୍ବୀକୃତି ଦେବା ପାଇଁ ଆପଣଙ୍କର ଅଦମ୍ୟ ଚେଷ୍ଟା ନିକଟରେ ମୁଁ ହାର ମାନୁଛି । ମୁଁ ନିଜେ ଆପଣଙ୍କ ଅନୁସନ୍ଧାନର ପାତ୍ର ଅଧମ ହିତ୍ ହରିବଂଶ"। ଆଶ୍ଚର୍ୟ୍ଯ ହୋଇ ବିଦ୍ବାନ ଜଣକ ସେହି ଶାନ୍ତ ସରଳ ମଣିଷଟିକୁ ଦେଖୁଥିଲେ । ଇଏ କ'ଣ ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ଜ୍ଞାନୀ ? ତେବେ ଏତେ ସହଜରେ ସେ କେମିତି ନିଜର ପରାଜୟ ସ୍ବୀକାର କରୁଛନ୍ତି ?
--"କ୍ଷମା କରିବେ ମହାରାଜ, ଆତ୍ମଘୋଷିତ ଜ୍ଞାନୀକୁ କେହି ସ୍ବୀକାର କରନ୍ତିନି । ତେଣୁ ଶାସ୍ତ୍ରାର୍ଥ ପରେ ତର୍କରେ ଯଦି ଆପଣଙ୍କୁ ପରାଜିତ କରିପାରେ ତେବେ ଆପଣଙ୍କ ପରାଜୟର ସ୍ବୀକୃତିପତ୍ର ନେଇଁ ମୁଁ ଏଠାରୁ ବିଦାୟ ନେବି।"
-- "ମୁଁ ତେବେ ଆପଣଙ୍କ ସହିତ ଶାସ୍ତ୍ରାର୍ଥ କରି ପରାସ୍ତ ହୋଇଛି ବୋଲି ସ୍ବହସ୍ତରେ ଲେଖିଦେଇ ସ୍ବାକ୍ଷର କରିଦେବି । କୁହନ୍ତୁ କେଉଁଠି ଲେଖିବି?"
--"କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଭିତରେ ଶାସ୍ତ୍ରାର୍ଥକୁ ନେଇ କୌଣସି ତର୍କ ହିଁ ହୋଇନାହିଁ । ମୁଁ' ଆପଣଙ୍କ ପରାଜୟକୁ କେମିତି ସ୍ବୀକାର କରିବି?"
ସହାସ୍ୟ ବଦନରେ ମହାପ୍ରଭୁ ଉତ୍ତର ଦେଲେ , "ଯାହାଙ୍କୁ ଶାସ୍ତ୍ରର ସାର ହିଁ ଜଣା ନାହିଁ ତାଙ୍କ ସହିତ ଶାସ୍ତ୍ରକୁ ନେଇ ତର୍କ କରିବାର କୌଣସି ମାନେ ନାହିଁ"। ବିଦ୍ବାନ ଜଣକ ଉତ୍ତେଜିତ ହୋଇ ପ୍ରଶ୍ନ କଲେ, "ଶାସ୍ତ୍ର ଉପରେ ମୋ' ସହିତ ଜମାରୁ ଆଲୋଚନା ନକରି ଆପଣ କେମିତି ମୋ' ଶାସ୍ତ୍ରଜ୍ଞାନର ଗଭୀରତା ଜାଣିଲେ ?" ଅତି ସହଜରେ ଭାବରେ ମହାପ୍ରଭୁ ଉତ୍ତର ଦେଲେ , "ଶାସ୍ତ୍ରକୁ ନେଇ ତର୍କ କରି ନିଜକୁ ପୃଥିବୀର ସର୍ବଶ୍ରେଷ୍ଠ ଜ୍ଞାନୀ ବୋଲି ପରିଚୟ ଦେବା ପାଇଁ କୌଣସି ଶାସ୍ତ୍ରରେ ଲେଖା ଯାଇନାହିଁ । ଆତ୍ମବଡିମା ନୁହେଁ ପରମାତ୍ମାଙ୍କ ନିକଟରେ ଆତ୍ମସମର୍ପଣ ହିଁ ସବୁ ଗ୍ରନ୍ଥର ସାରକଥା। ସବୁ ଗ୍ରନ୍ଥରେ ଲେଖା ହୋଇଛି ଇଶ୍ବରଙ୍କୁ ଧ୍ୟାନକର । ଇଶ୍ବର ହିଁ ଦୁନିଆର ଏକାମାତ୍ର ସତ୍ୟ । ବାକି ସବୁ ଅନିତ୍ୟ ଅଳିକ।"
"ବେଦେ ରାମାୟଣେ ଚୈବ
ପୁରାଣେ ଭାରତେ ତଥା
ଆଦ୍ୟ ପ୍ରାନ୍ତେ ଚ ମଧ୍ୟେଚ
ହରି ସର୍ବତ୍ର ଗୀୟତେ।"
ତେବେ ଏଠାରେ ଏହି କାହାଣୀକୂ ଉପସ୍ଥାପନା କରିବାର ତାତ୍ପର୍ଯ୍ୟ ହେଲା , ଜ୍ଞାନ କାହାକୁ ଆତ୍ମଗର୍ବୀ କରେ ନାହିଁ । ଆଉ ଯେଉଁ ଜ୍ଞାନ ମଣିଷକୁ ଆତ୍ମଗର୍ବୀ କରେ ତାକୁ ପ୍ରକୃତ ଜ୍ଞାନ କୁହାଯାଏ ନାହିଁ ବିଦ୍ୟା ଦଦାତି ବିନୟମ"। ତେଣୁ ପ୍ରତ୍ୟେକ ପୁରାଣ ଶାସ୍ତ୍ରର ଭଣତିରେ ପୁରାଣକାର ମାନେ ନିଜକୁ ଅଧମ , ମୁର୍ଖ , ଅଜ୍ଞାନ ବୋଲି ବର୍ଣ୍ଣନା କରିବାର ନଜିର ରହିଛି ।
ଆଜିକାଲି ଫେସବୁକର ବିଭିନ୍ନ ଗ୍ରୁପରେ ଲେଖା ସବୁ ପୋଷ୍ଟ କରୁଥିବା ଆମ ଭଳି ଅନାମଧ୍ୟେୟ ଲେଖକ ମାନେ ନିଜେ ମହାଜ୍ଞାନୀ ବୋଲି ଡିଣ୍ଡିମ ପିଟୁଛନ୍ତି । ମନକୁ ଯାହା ଆସିଲା ତାକୁ ଲେଖିଦେଇ ଲୋକ ଲୋଚନକୁ ଆଣିବାର ସୁଯୋଗ ଆମକୁ ସାମାଜିକ ଗଣମାଧ୍ୟମ ଦେଇଚି ବୋଲି ଆମେ ତା'ର ଖରାପ ଫାଇଦା ଉଠାଇ ଚାଲିଛୁ । ଆମ ଲେଖା ଉପରେ ଅନୁକୁଳ ମନ୍ତବ୍ୟ ଦେଉଥିବା ପାଠକ ମାନଙ୍କୁ ଆମେ ଧନ୍ୟବାଦରେ ପୋତି ପକାଉଥିବା ବେଳେ ପ୍ରତିକୁଳ ମନ୍ତବ୍ୟ ଦେଉଥିବା ନିରପେକ୍ଷ ପାଠକଟିକୁ ଆମେ ନିଜେ ଏବଂ ନିଜର ସମର୍ଥକ ମାନଙ୍କୁ ଲଗାଇ ଏମିତି ଭାଷାରେ ଶୋଧୁଛନ୍ତି ଯେ ବିଚରା ଆମ ଲେଖାକୁ ଆଉଥରେ ପଢିବାର ସାହାସ କରିନପାରି ନିଜକୁ unfollow ବା unfriend କରିବାକୁ ବାଧ୍ୟ ହେଉଛନ୍ତି। ସତରେ ଆମେ ସବୁ କ'ଣଏତେ ମହାଜ୍ଞାନୀ ? ଆମ ଭିତରୁ କିଛି ଲୋକ ଦୁଇ ଘଣ୍ଟାର ସିନେମା ଦେଖିଆସି ଆମ ଇତିହାସକୁ ଭୁଲ୍ ବୋଲି ପ୍ରମାଣ କରିବାକୁ ବସିଲେଣି ତ ଆଉ କେହି କେହି ଆମ ପୁରାଣ ଶାସ୍ତ୍ରକୁ କାଳ୍ପନିକ କହିବାକୁ ଲାଗିଲେଣି। ଏ ଧାରା ଯଦି ଆଗକୁ ବି ଜାରି ରହେ ମୁଁ ଭାବୁଛି ଆମକୁ ନିଜ ବାପା ମାଁ' ଙ୍କ ପରିଚୟ ନେଇ ସନ୍ଧିହାନ ହେବା ପାଇଁ ଆଉ ବେଶିଦିନ ଲାଗିବ ନାହିଁ ।
ଆଜିକାଲି ଫେସବୁକର ବିଭିନ୍ନ ଗ୍ରୁପରେ ଲେଖା ସବୁ ପୋଷ୍ଟ କରୁଥିବା ଆମ ଭଳି ଅନାମଧ୍ୟେୟ ଲେଖକ ମାନେ ନିଜେ ମହାଜ୍ଞାନୀ ବୋଲି ଡିଣ୍ଡିମ ପିଟୁଛନ୍ତି । ମନକୁ ଯାହା ଆସିଲା ତାକୁ ଲେଖିଦେଇ ଲୋକ ଲୋଚନକୁ ଆଣିବାର ସୁଯୋଗ ଆମକୁ ସାମାଜିକ ଗଣମାଧ୍ୟମ ଦେଇଚି ବୋଲି ଆମେ ତା'ର ଖରାପ ଫାଇଦା ଉଠାଇ ଚାଲିଛୁ । ଆମ ଲେଖା ଉପରେ ଅନୁକୁଳ ମନ୍ତବ୍ୟ ଦେଉଥିବା ପାଠକ ମାନଙ୍କୁ ଆମେ ଧନ୍ୟବାଦରେ ପୋତି ପକାଉଥିବା ବେଳେ ପ୍ରତିକୁଳ ମନ୍ତବ୍ୟ ଦେଉଥିବା ନିରପେକ୍ଷ ପାଠକଟିକୁ ଆମେ ନିଜେ ଏବଂ ନିଜର ସମର୍ଥକ ମାନଙ୍କୁ ଲଗାଇ ଏମିତି ଭାଷାରେ ଶୋଧୁଛନ୍ତି ଯେ ବିଚରା ଆମ ଲେଖାକୁ ଆଉଥରେ ପଢିବାର ସାହାସ କରିନପାରି ନିଜକୁ unfollow ବା unfriend କରିବାକୁ ବାଧ୍ୟ ହେଉଛନ୍ତି। ସତରେ ଆମେ ସବୁ କ'ଣଏତେ ମହାଜ୍ଞାନୀ ? ଆମ ଭିତରୁ କିଛି ଲୋକ ଦୁଇ ଘଣ୍ଟାର ସିନେମା ଦେଖିଆସି ଆମ ଇତିହାସକୁ ଭୁଲ୍ ବୋଲି ପ୍ରମାଣ କରିବାକୁ ବସିଲେଣି ତ ଆଉ କେହି କେହି ଆମ ପୁରାଣ ଶାସ୍ତ୍ରକୁ କାଳ୍ପନିକ କହିବାକୁ ଲାଗିଲେଣି। ଏ ଧାରା ଯଦି ଆଗକୁ ବି ଜାରି ରହେ ମୁଁ ଭାବୁଛି ଆମକୁ ନିଜ ବାପା ମାଁ' ଙ୍କ ପରିଚୟ ନେଇ ସନ୍ଧିହାନ ହେବା ପାଇଁ ଆଉ ବେଶିଦିନ ଲାଗିବ ନାହିଁ ।
ଆମେ କିଏ କାହା ଉପରେ ଆମର ବିଚାରଧାରାକୁ ଜୋର ଜବରଦସ୍ତି ଲଦି ଦେବାପାଇଁ ? ଆମ ଲେଖା ସମସ୍ତଙ୍କୁ ଭଲ ଲାଗିବ ବୋଲି କ'ଣ ମାନେ ଅଛି ? ଯାହାକୁ ଭଲ ଲାଗିଲା ସେ ଭଲ ମତାମତ ଦେଲା । ଯଦି କେହି ନିରପେକ୍ଷ ହେଉ ବା ପକ୍ଷଯୁକ୍ତ ପାଠକଟିଏ ବି ଆମ ଲେଖା ଉପରେ ପ୍ରତିକୂଳ ମନ୍ତବ୍ୟଟିଏ ଦେଲା ତେବେ ସେ ତ ତା'ର ମତାମତ ଜାହିର କଲା । ସେଥିରେ ଆମର ବିରକ୍ତ ହେବାର କ'ଣ ଅଛି ? ସାମାଜିକ ଗଣମାଧ୍ୟମ କ'ଣ ଆମ ବାପାର ଜାଗୀର ? ଭଗବାନ ଗଣେଶଙ୍କ ସହିତ ସର୍ତ୍ତ ଲଗାଇ ଥିବା ମହାଜ୍ଞାନୀ ବେଦବ୍ୟାସ ଓ ମହାକବି ବାଲ୍ମିକୀ ଯଦି ନିଜକୁ ସାମାନ୍ୟ ମନକରି ନିଜ ଲେଖାରେ କିଛି ଭୁଲ୍ ଥିଲେ ମାର୍ଜନା କରିବା ପାଇଁ ଶୁଦ୍ଧିପାଠକ ମାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରିପାରିଛନ୍ତି ତେବେ ଆମେ "କୋଉ ଗାଇର ଗୋବର ? ଆମଠାରୁ ଜ୍ଞାନୀ ପାଠକ କେହି ନାହାଁନ୍ତି ବୋଲି ଆମେ କେମିତି ଦାବି କରି ପାରିବା ।
ତା' ବାଦେ ଅସଂଖ୍ୟ ପସନ୍ଦ ଓ ମତାମତ ଆସୁଛି ବୋଲି ଆମ ଲେଖା ଯେ ଉଚ୍ଚକୋଟୀର ଏକଥା ଚିନ୍ତା କରିବା ସବୁବେଳେ ଠିକ୍ ନୁହେଁ ।ପ୍ରତ୍ୟେକ କ୍ରିୟାରେ ଦୁଇଟି ଦିଗ ଥାଏ। କେବଳ ସୁନ୍ଦର କାହାଣୀ ଯେ ନାଟକର ଦର୍ଶକଙ୍କୁ ବାନ୍ଧି ରଖେ ସେକଥା ସତ ନୁହଁ । ନାଟକରେ ରେକର୍ଡ୍ ଡ୍ୟାନ୍ସ୍ ଓ ସିନେମାରେ ଆଇଟମ୍ ନମ୍ବରକୁ ବି ବହୁତ ଲୋକ ପସନ୍ଦ କରନ୍ତି । ତେବେ ତାଙ୍କୁ ଯଦି କେହି ଶୁଧି ଦର୍ଶକ ବିରାେଧ କରେ ତାହେଲେ ସେ କ'ଣ ମୁର୍ଖ,ଅଜ୍ଞାନ ।
"ଫଳନ୍ତି ଗଛ ଫୋପାଡ ସହେ" । ଫୋପାଡ ସହିବାର ଶକ୍ତି ଥିଲେ ହିଁ ଗଛ ଫଳ ଦେଇପାରେ। ଧାନ ଯେତେ ପାଚେ ସେତେ ନଇଁଯାଏ । ଯାହା ପାଖରେ ଯେତେ ଜ୍ଞାନ ଥାଏ ସେ ସେତେ ବିନମ୍ର ହୋଇଥାଏ । ଯେ ଉଦ୍ଧତ ହୁଏ ସେ ନିଜକୁ ଯେତେ ମହାଜ୍ଞାନୀ ବୋଲି ଡିଣ୍ଡିମ ପିଟୁଥିଲେ ମଧ୍ୟ ଦୁନିଆ କିନ୍ତୁ ତାକୁ ଜ୍ଞାନୀ ବୋଲି ବିଚାର କରେ ନାହିଁ । ଅବଶ୍ୟ ତା'ର କିଛି ଅନ୍ଧ ସମର୍ଥକ ନିଜର କିଛି ସ୍ବାର୍ଥ ସାଧନ ହେଉଥିବା ଯୋଁଗୁ ତାକୁ ମହାଜ୍ଞାନୀ ବୋଲି କହିପାରନ୍ତି । ତା'ପରେ ଖାଲି ଲେଖକରେ ହିଁ ଦୁନିଆ ସମ୍ପୁର୍ଣ ହୋଇଯାଏ ନାହିଁ । ବିରାଟ ବିଶ୍ବବ୍ରହ୍ମାଣ୍ଡ ! ତା' ଭିତରେ ଲକ୍ଷ ଲକ୍ଷ ନକ୍ଷତ୍ରଙ୍କ ପରିବାର ଭିତରୁ ଆମର ଗୋଟିଏ ବିରାଟ ସୌର ପରିବାର । ସେହି ପରିବାରର ସବୁଠୁ ବଡ ନହେଲେ ବି ସବୁଠୁ ଛୋଟ ବି ନୁହେଁ ଆମର ଏହି ପୃଥିବୀ । ତା' ଭିତରେ ବୃହତ୍ତମ ଏସିଆ ମହାଦେଶ । ସେଥିମଧ୍ୟରେ ଐତିହ୍ୟ ସଂପନ୍ନ , ଅଷ୍ଟାଦଶ ପୁରାଣ ସାଙ୍ଗକୁ ବେଦ , ଉପନିଷେଦ ଇତ୍ୟାଦି ମହାନ ଗ୍ରନ୍ଥ ରଚନା କରିଥିବା ମହାଜ୍ଞାନୀ ମାନଙ୍କର ଜନ୍ମଭୂମି ଆମର ଏହି ପୁଣ୍ଯଭୂମି ଭାରତ। ସେହି ପୁଣ୍ଯ ଭୂମିରେ ଛୋଟିଆ ରାଜ୍ୟଟିଏ ଓଡିଶା ଏବଂ ସେଇ ଓଡିଶାର ଛୋଟ ଓଡିଆ ଗୃପଟିଏ ଆମର ଏହି ଗୃପ୍ । ଜ୍ଞାନ କଥା ଛାଡନ୍ତୁ । ପୂର୍ବରୁ ଆମ ଦେଶକୁ ତିନିପଟରୁ ଘେରି ରହିଥିବା ସମୂଦ୍ର ପରେ ବି ଆହୁରି ଯେ ଦୁନିଆ ଅଛି ଏକଥା ଆମେ ଜାଣି ନଥିଲେ । ବର୍ତ୍ତମାନ ପୃଥିବୀ ବାହାରେ ଯେ ଜୀବନ ନଥିବ ଏକଥା ବି ଆମେ ଜାଣି ନାହାଁନ୍ତି । ତେବେ କେତେ ଆମ ଜ୍ଞାନର ପରିସୀମା ? କ'ଣ ପାଇଁ ଆମ ମନରେ ଏତେ ଗର୍ବ ?
କାହାକୁ କେଉଁ କଳା ଦେଇ ଭଗବାନ ଧାରାକୁ ପଠାଇଛନ୍ତି । ଦୁନିଆ ପାଇଁ ସବୁ ବର୍ଗର ଲୋକ ଆବଶ୍ୟକ । ପାଠକ ନଥିଲେ ଲେଖା ସବୁ ମୂଲ୍ୟହୀନ । ଉପଭୋକ୍ତା ନଥିଲେ ବ୍ୟବସାୟ ଅସମ୍ଭବ । ବ୍ୟବାସାୟୀଟିଏ ଉପଭୋକ୍ତାଙ୍କୁ ସମ୍ମାନ ଦେଲା ଭଳି ଲେଖକ ବି ପାଠକ ମାନଙ୍କୁ ସମ୍ମାନ ଦେବା ଉଚିତ୍ । ତା'ପରେ କି ପରିବର୍ତ୍ତନ କରିଦେବ ଆମ ଲେଖା ଏ ସମାଜର ? ବେଦବେଦାନ୍ତ ଓ ରାମାୟଣ, ମହାଭାରତ ପଢି ଯୋଉ ସମାଜର କିଛି ପରିବର୍ତ୍ତନ ହୋଇପାରିନି, ଆମ ଲେଖାରେ ସେ ସମାଜର କି ପରିବର୍ତ୍ତନ ହୋଇଯିବ ? ଆମେ ମନେରଖିବା ଉଚିତ୍ ଆମେ କେହି ବି ସମାଜର ମଙ୍ଗଳ ପାଇଁ ଲେଖୁ ନାହାଁନ୍ତି । ଆମେ ସମସ୍ତେ ଲେଖୁଛନ୍ତି ନିଜର ଖୁସି ପାଇଁ । ଆମେ ଲେଖୁଛନ୍ତି ମନର ଭାଷାକୁ ଶବ୍ଦର ରୂପ ଦେଇଦେଲେ ଆମକୁ ଶାନ୍ତି ମିଳୁଛି ବାେଲି । କିନ୍ତୁ ନିଜେ ଶାନ୍ତି ପାଉଛନ୍ତି ବୋଲି ଅନ୍ୟକୁ ଅଶାନ୍ତ କରିବାର କି ଅଧିକାର ଆମର ଅଛି ? ଆମେ ସମସ୍ତେ କାହିଁକି ଭାବୁଛନ୍ତି ଆମ ଲେଖାରେ ଦସ୍ୟୁ ରତ୍ନାକର ବି ବାଲ୍ମିକୀ ହୋଇଯିବେ ବୋଲି । ଅବଶ୍ୟ ଏକଥା ସତ ଯେ ଗୋଟିଏ ସାମାନ୍ୟ ଘଟଣାରେ ଦସ୍ୟୁ ରାତ୍ନାକର ବି ବାଲ୍ମିକୀ ହୋଇ ଯାଇଥିଲେ କିନ୍ତୁ ଏକଥା ବି ସତ୍ୟ ଯେ କେବଳ ସେହି ଗୋଟିଏ ଘଟଣାରୁ ହିଁ ନୁହଁ ତା' ସହିତ ତାଙ୍କ ସହସ୍ର ବର୍ଷର ସାଧନା ବି ଯୋଡି ହୋଇ ରହିଥିଲା ।
ତେଣୁ ଆସନ୍ତୁ ସମସ୍ତେ ମିଶି ମହାଭାରତୀୟ ସଂସ୍କୃତିର ସେହି ମହାନ ଭାବଧାରାକୁ ଆଗେଇ ନେବା । ଘୃଣା ସୃଷ୍ଟି କରୁଥିବା ସାହିତ୍ୟ ଛାଡି ଆମେ ମଣିଷ ମଣିଷକୁ ପ୍ରେମ କରୁଥିବା ସାହିତ୍ୟ ସୃଷ୍ଟି କରିବା । ଏଇଠି ଆମେ ସମସ୍ତେ ନିଜ ନିଜର ଭାବନାକୁ ଉପସ୍ଥାପନା କରିବା ପାଇଁ ସ୍ବତନ୍ତ୍ର । କିନ୍ତୁ ଆମ ଭାବନା ଯେ ସମସ୍ତଙ୍କୁ ଠିକ୍ ଲାଗିବ ସେ ଆଶା ରଖିବା ଅନୁଚିତ । ଆମ ପ୍ରଶଂସକ ମାନଙ୍କ ପାଖରେ ଅମେ ଯେତିକି କୃତଜ୍ଞ ରହିବା କଥା ତା' ଠାରୁ ଅଧିକ କୃତଜ୍ଞ ଆମ ସମାଲୋଚକ ମାନଙ୍କ ପାଖରେ ରହିବା ଉଚିତ । କାରଣ ବିନା ସମାଲୋଚକରେ ସାହିତ୍ୟ ରୁଦ୍ଧିମନ୍ତ ହୋଇପାରିବ ନାହିଁ । ଜାଣିନି ଏ ଲେଖା କାହାକୁ ଭଲ ଲାଗିବ, କାହା ମନରେ କଷ୍ଟ ଦେବ ? ଯାହା ମନରେ ମୋ' ଲେଖା କଷ୍ଟ ଦେବ ସେଇ ସମସ୍ତଙ୍କ ନିକଟରେ ମଥାନତ ହୋଇ କ୍ଷମା ପ୍ରାର୍ଥୀଟିଏ ଏଇ ଅଧମ , ଅକ୍ଷମ, ଅଜ୍ଞାନ.....
ସୁରଜବିହାର
ବ୍ରହ୍ମପୁର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।