ପ୍ରଣତି ମହାପାତ୍ର
💐💐💐💐💐💐
ବିଶ୍ଵ ଆତଙ୍କିତ ସର୍ବେ ଭୟଭୀତ
ନିରୁପାୟ ଏ ମଣିଷ
ଜାଣି ଜାଣି ନିଜ ମୃତ୍ୟୁକୁ ନିଜେ ହିଁ
ଡାକୁଅଛି ନିଜ ପାଶ।
ଯୁଆଡେ ଚାହିଁଲେ ତାଟି କବାଟ ଯେ
ପଡି ଦିଶେ ଶୁନ ଶାନ,
ଜୀବଜନ୍ତୁ କିଛି ନମାନି ଚାଇନା
ଜୀବନ୍ତ କରେ ଭକ୍ଷଣ।
ମଣିଷ ହୋଇଣ ଜୀବେଦୟା ନୀତି
କେମିତି ଯାଏ ଭୁଲିଣ,
କଲା କର୍ମଫଳ ନିଜେ ଯା ଭୋଗଇ
ତା ସାଥେ ଭୋଗନ୍ତି ଆନ।
ଶୁଣ କର୍ଣ୍ଣଡେରି ମୋ ଭାରତବାସୀ
କରୋନା ଭୟ ରଖନା,
ପରିବେଶ ସ୍ଵଛ ନିଜେ ପରିସ୍କୃତ
ବାସ କରିବା ତ ଜାଣ।
ସୁଷମ ଆହାର ଉଷୁମ ଜଳକୁ
କରିବା ଆମେ ଗ୍ରହଣ,
ଅସୁସ୍ଥ ହୋଇଲେ ଡାକ୍ତର ଖାନାରେ
ଚିକିତ୍ସିତ ହେବା ଜାଣ।
ନୀତି ନିୟମ ଓ ଦୟା ଧର୍ମ କର୍ମ
କରି ଚାଲିବା ରେ ଭାଇ,
ସତ୍ୟପଥେ ଚାଲି ସତ୍ୟର ବାରତା
ସଭିଙ୍କୁ ଦେବା ବତାଇ।
💐💐💐💐💐💐
ଫକୀରମୋହନ ନଗର (ବାଲେଶ୍ବର)
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।