ଶିବାଶିଷ ପାଢ଼ୀ
ସାରା ପୃଥିବୀରେ ଉତ୍ପାତ ମଚାଉ ଥିବା କରୋନା ଭୁତାଣୁର ଭାରତକୁ ଛୁଇଁବା ଖବର ପୁରୁଣା ହେଲାଣି ! ସମସ୍ତ ପ୍ରକାର ପଦକ୍ଷେପ ସରକାରୀ ପ୍ରତିବନ୍ଧକ ସତ୍ତ୍ବେ ବର୍ତ୍ତମାନ କରୋନା ପ୍ରସ୍ତୁତ ହେଉଛି ଦ୍ଵିତୀୟ ଷ୍ଟେଜରୁ ତୃତୀୟକୁ ପ୍ରବେଶ ପାଇଁ ! ବର୍ତ୍ତମାନ ଟି.ଭିଠୁ ନେଇ ମୋବାଇଲ ଯାଏଁ କରୋନାରୁ ରକ୍ଷା ପାଇବା ଉପାୟରେ ମୁଖରିତ ! WHO ଠାରୁ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଲୋକଙ୍କୁ ସତର୍କ କରିବା ପାଇଁ ଲାଗି ପଡିଛନ୍ତି ! ଏସବୁ ତ ଦେଖା ଯାଉଛି କିନ୍ତୁ ଯାହା ଦେଖା ଯାଉନି ତାହା ହେଲା କରୋନାକୁ ନେଇ ଚାଲିଥିବା ରାଜନୀତି ଓ ସେଥିରେ ଭାରତର ପକ୍ଷ ! ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନାକୁ ଚାଇନିଜ୍ ଭାଇରସ କହିବା ପରେ ଚିନ ପକ୍ଷରୁ ତୀକ୍ଷ୍ଣ ପ୍ରତିକ୍ରିୟା ପ୍ରକାଶ କରାଯାଇଛି ! ଏପରିକି ସମସ୍ତ ଆମେରିକୀୟ ସାମ୍ବାଦିକଙ୍କୁ ଚିନ୍ରୁ ବହିଷ୍କାର ବି କରା ଯାଇଛି କିନ୍ତୁ
ବାସ୍ତବତା ହେଲା ଏହା ବିଶୁଦ୍ଧ ଚିନା ଭାଇରସ ! ଚିନ୍ ଯଦି ଆରମ୍ଭରୁ ନିଜ ଡାକ୍ତରଙ୍କ କଥା ମାନିଥା'ନ୍ତା ତା'ହେଲେ ତ ଏହା ସେବେଠୁ ନିୟନ୍ତ୍ରଣକୁ ଆସି ଯାଇଥା'ନ୍ତା ; କିନ୍ତୁ ଅର୍ଥନୈତିକ କ୍ଷତିର ଭୟ ହେଉ କି ଅନ୍ୟ କାରଣ ହେଉ , ଚିନ୍ ଶୋଇ ରହିଲା ଯାହାଫଳରେ ଏହା କେବଳ ଚିନ୍ର କ୍ଷତି କଲାନି ବରଂ ସାରା ବିଶ୍ୱକୁ ସଞ୍ଚରି ଯାଇ ଆଜି ମାନବତାର ଏକ ବିରାଟ ଶତ୍ରୁ ରୂପେ ଉଭା ହୋଇଛି !
ଯେତେବେଳେ ସାରା ବିଶ୍ୱ ସତର୍କ ହେଲା ସେତେବେଳେ ବହୁତ ଡେରି ହୋଇ ସାରିଥିଲା ! ୟୁରୋପରେ ତୃତୀୟ ଷ୍ଟେଜ୍ରେ ପହଞ୍ଚାଇ ସାରିଥିଲା କରୋନା ! ୟୁରୋପ ନିଦରୁ ଉଠୁଥିଲା କିନ୍ତୁ ଚେଇଁ ରହିଥିଲା ଭାରତ । ସାରା ବିଶ୍ୱ ଯେତେବେଳେ ଜଗତିକରଣର ଲାଭ କ୍ଷତି ହିସାବ କିତାବ କରୁଥିଲା ସେତେବେଳେ ଇଟାଲୀ ଇରାନରେ ଗୋଟିଏ ଦିନରେ ଶହ ଶହ ମୃତ୍ୟୁ ହେଉଥିଲା ! କିଛି ଦିନ ତଳେ ଘୋର ସରକାର ବିରୋଧୀ ରୂପେ ପରିଚିତ ସୋନାମ କପୁରଙ୍କ ଲଣ୍ଡନରୁ ଫେରି କିଛି ଭିଡିଓ ପୋଷ୍ଟ କରିଥିଲେ । ସବୁବେଳେ ସରକାରଙ୍କୁ ସମାଲୋଚନା କରୁଥିବା କପୁର କିନ୍ତୁ ଏଥର ପ୍ରଶଂସାରେ ଶତମୁଖ ଥିଲେ , କାରଣ ଲଣ୍ଡନରେ ସେ ଯାଏଁ ଚେକିଂ ହୋଇ ନ ଥିଲେ ବି ଭାରତ ଆସିବା ମାତ୍ରକେ ତାଙ୍କୁ ଚେକିଂର ସମ୍ମୁଖୀନ ହେବାକୁ ପଡିଥିଲା । ଏଇ ଭିଡିଓ ପୋଷ୍ଟ କରି ସେ ଦେଶପ୍ରେମ ଦେଖାଇବାକୁ ଚାହୁଁଥିଲେ , କିନ୍ତୁ ଏ କି ଦେଶ ପ୍ରେମ ! ଦେଶ ପ୍ରେମୀ ତ ସେଇ ଡାକ୍ତର ତଥା ନର୍ସ ସମାଜ , ଯିଏ ନିଜ ଜୀବନକୁ ବିପନ୍ନ କରି ସଂକ୍ରମିତଙ୍କ ସେବା କରୁଛନ୍ତି । ଦେଶପ୍ରେମୀ ତ ସେଇ ବିମାନ କର୍ମଚାରୀ ଯେଉଁମାନେ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବିପଦପୂଣ୍ଣ ଊହାନ ଓ ଇରାନକୁ ମାଡିଗଲେ । ଦେଶପ୍ରେମୀ ତ ସେଇ ସରକାର ଯେ ସୂଚନା ମିଳିବା ମାତ୍ରେ ସଜାଗ ଅଛି । ସନ୍ଦେହ ହେଲେ ପୋଲିସ ପଠାଇ ସଙ୍ଗରୋଧ କରୁଛି । ଆଉ ଆମେ କଣ କରୁଛୁ ? ଲୁଚିକି ଡାକ୍ତରଖାନାରୁ ପଳାୟନ କରୁଛୁ !
ମୁଁ ପଢୁଥିଲି ଇଂଲଣ୍ତ ସାମ୍ବାଦିକ ବୋରିସ ଜନସନ କହୁଥିଲେ ଇଂଲଣ୍ଡ ସଙ୍ଗରୋଧ ଅପେକ୍ଷା କଠିନ ପ୍ରତିରୋଧକକୁ ଆପଣାଇବାକୁ ପସନ୍ଦ କରିବ । ଏହା ଦ୍ୱାରା କରୋନା ବିପକ୍ଷରେ ଯିଏ ଦୁର୍ବଳ ସିଏ ପରାଜିତ ହେବ କିନ୍ତୁ ଧୀରେ ଧୀରେ କରୋନା ହାରିବ । ଏତେ ବିକଶିତ ଦେଶ , କିନ୍ତୁ ଏ ପ୍ରକାର ମାନସିକତା ଅନ୍ୟ ପଟେ ଯେ ବିଦେଶୀ ମିଡ଼ିଆ ଭାରତକୁ ସନ୍ଦେହ କରୁଛନ୍ତି । କହୁଛନ୍ତି ନିଶ୍ଚୟ ସରକାର ତଥ୍ୟ ଲୁଚାଉଛି । ୧୩୫ କୋଟି ଲୋକ କିନ୍ତୁ ମୃତ୍ୟୁ ମାତ୍ର ତିନି ଅସମ୍ଭବ ! ମଜା କରୁଛି ନିଶ୍ଚୟ , ୟା' ପଛରେ ଗୋମୂତ୍ର ଅଛି । ହେଲେ ତାଙ୍କର ଏ ଇର୍ଷା ତ ଆମ ବିଜୟ । ଜଗନ୍ନାଥଙ୍କ ଦୟାରୁ ଯଦି ଆମେ ଏ ମହାମାରୀକୁ ଦ୍ଵିତୀୟ ଷ୍ଟେଜ୍ରେ ରୋକି ଦେବା ତେବେ ଆମେ ସବୁ ଦେଶକୁ ପଛରେ ପକାଇ ଦେବା । ସୁଯୋଗ ଆସିଛି ଆସନ୍ତୁ ସହଯୋଗ କରିବା । ସରକାରୀ ଦିଶା ନିର୍ଦେଶକୁ ପାଳନ କରିବା । ସରକାର ତ ତା' କାମ କରୁଛି ଆମେ ଆମ କାମ କରିବା ।
ହେମଗିରି - ସୁନ୍ଦରଗଡ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।