5/31/2020

କରୋନା

ନାହାକୁ
✴✴✴✴✴✴✴
କରୋନା କରୋନା ଚ଼ିତ୍କାର କରନା
ଲାଗୁଅଛି ଭାରି ଡ଼ର ,
ସାରା ବିଶ୍ବ ଆଜି ଚ଼କିତ ହେଉଛି
ନାମ ଶୁଣିକରି ତା'ର । ୧

ସଚ଼େତନ ହୁଅ ଭୟରେ ରୁହନା
ନଯା' ଥିଲେ ବେଶି ଲୋକ ,
ମଇଳା ହାତରେ କିଛି ବି ଛୁଅଁନା
ଆଖି - ପାଟି ଆଉ ନାକ । ୨

ଥଣ୍ଡା - ଛିଙ୍କ - କାଶ - ଛାତି ବ୍ଯଥା ହେଲେ
ଡ଼ାକ୍ତରୀ ଚ଼ିକିତ୍ସା କର ,
ଦିନରେ ଅନେକ ଥର ହାତ ଧୋଇ
ମୁହଁ - ଦେହ ସଫା କର । ୩

ପିଲା ଓ ବୁଢ଼ାଙ୍କୁ ନଜରରେ ରଖ
ସେଇଠି ଅଧିକ ଡ଼ର ,
ରୋଗ ପ୍ରତିରୋଧ କ୍ଷମତାରେ ପରା
ନୁହଁନ୍ତି ଏ ପାରିବାର । ୪

ବଇଦ ଜାଣିନି ଚ଼ିକିତ୍ସା ତାହାର
ଘୂରିଯାଏ ମଥା ଆମ ,
ଦଇବକୁ ଯାଇ ଗୁହାରି କରିଲେ
ହୋଇପାରେ କିଛି କାମ । ୫

ନିଜେ ବଞ୍ଚିଲେ କି ସଂସାର ଚ଼ାଲିବ
ବିନା ଜୀବ ଜଗତର ,
ପଶୁ - ପକ୍ଷୀ - ବୃକ୍ଷ ସଭିଏଁ ବଞ୍ଚିବେ
ଏହା ତାଙ୍କ ଅଧିକାର  । ୬

ସତର୍କରେ ରୁହ ସଚେ଼ତନ ଥାଅ
ହେଜରେ ମାନବ ହେଜ ,
ପ୍ରକୃତି ତାହାର ତାଣ୍ଡବ କରୁଛି
ହୋଇଯାଅ ସଜବାଜ । ୭

ବିଜ୍ଞାନୀ ଜଗତ ଦିନରାତି ଲାଗି
କରୁଛନ୍ତି ଅନ୍ବେଷଣ ,
ନିଶ୍ଚୟ ଉପାୟ ହୋଇଯିବ ଥୟ
କରୁଛି ଆଶା ପୋଷଣ । ୮

ସତେଜ ଖାଇଣ ସଚେ଼ତନ ରୁହ
ହେବ ନିଶ୍ଚେ ନିରାମୟ ,
ପାଖକୁ ନଯାଇ ବହୁଦୂରୁ କୁହ
ହାୟରେ ଚ଼ାଇନା ହାୟ । ୯

ବେରୁଆଁବାରି - ନୟାଗଡ଼ 
୭୫୨୦୮୨
ଯୋଗାଯୋଗ - ୯୩୩୯୬୧୦୧୬୮
Email - sanmahakud@gmail.com
website - www.sanatanmahakud.in


ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।