ସୁରଥ କୁମାର ରାଉତ ====================
କରୋନା ବେମାରୀ ଆସୁଅଛି ବୋଲି
ଚାରିଆଡେ ପଡେ ହୁରି
ଅଜଣା ରୋଗରୁ ରକ୍ଷା ପାଇବାକୁ
ଡାକିଲେଣି ହରି ହରି।
କରୋନା ବେମାର ମାହାମାରୀ ରୂପ
ବିଶ୍ବେ ଧାରଣ କଲାଣି
ଅଜଣା ରୋଗରେ କେତେ ଲୋକଙ୍କର
ଜୀବନ ଚାଲିଗଲାଣି।
କରୋନା ପାଇଁକି କେତେ କଟକଣା
କରିଛନ୍ତି ସରକାର
ନୀତି ନିୟମ କୁ ମାନୁଥିବ ଯଦି
କରୋନା ହୋଇା ଦୂର।
ଜ୍ବର,ଥଣ୍ତା,କାଶ ଲାଗି ରହୁଥିଲେ
ଡାକ୍ତରଙ୍କୁ ଦେଖାଇବ
ନିଃଶ୍ବାସ ପ୍ରଶ୍ବାସେ କଷ୍ଟ ଅନୁଭବ
ରୋଗ ଲକ୍ଷଣ ଜାଣିବ।
ସାବୁନରେ ହାତ ଧୋଉଥିବ ନିତି
ପୋଷାକ ସଫା ରଖିଥିବ
ଥଣ୍ତା ପାନୀୟରୁ ଦୂରେ ରହି ନିତି
ଉଷୁମ ପାଣି ପିଇବ।
ଦେହରୁ ଝାଳ କୁ ବାହାରିବା ପାଇଁ
କଠିନ ଯୋଗ କରିବ
ସକାଳ କିରଣ ଦେହ ପାଇଁ ହିତ
ଏକଥା ଜାଣି ରଖିବ।
ବିଶ୍ବ ସାରା ଆଜି ଆତଙ୍କ ଖେଳୁଛିକରୋନା ବେମାର ପାଇଁ
ଏ ରୋଗରୁ ରକ୍ଷା ପାଇବା ପାଇଁ କି
ଔଷଧ ବାହାରି ନାହିଁ।
ହେଲେ ସାବଧାନ ସତର୍କତା ଆଉ
ନିୟମରେ ଯେବେ ଥିବ
ସଚେତନ ଆଉ ପଦକ୍ଷେପ ନେଲେ
ନିଶ୍ଚୟ ରୋଗ ହଟିବ।
==================
ସଭାପତି - ପରିବାର ସାହିତ୍ଯ ସଂସଦ
ବନ୍ଧୁପୁର - ସମିତଙ୍ଗା - କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।