ଜୟଦେବ ସେନାପତି (ଶିକ୍ଷକ)

ବିଜ୍ଞାନ ବଳରେ ମଣିଷ ଧାଉଁଛି
ସୁଖରେ ରହିବା ପାଇଁ ,
ଅଖାଦ୍ୟ ଖାଇ ସେ କୁକର୍ମ କରୁଛି
ଦୁଃଖ ଭୋଗେ କର୍ମ ପାଇଁ ।
କଥା କଥାରେ ସେ ହିଂସା ଆଚ଼ରୁଛି
ଅନ୍ୟକୁ ଯାତନା ଦେଇ ,
ନିଜ ସୁଖ ପାଇଁ ଅନ୍ୟକୁ କନ୍ଦାଏ
ସ୍ୱ।ର୍ଥପରଟିଏ ହୋଇ ।
ଧରମ କରମ କେବେଠୁଁ ଭୂଲିଛି
ନିଜକୁ ସଜାଇ ପାପୀ ,
ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଛି
ପାପରେ ଯାଇଛି ମଜି ।
ଜୀବ ପ୍ରତି ଦୟା ନାହିଁ ତା' ମନରେ
ଘୃଣା , କ୍ରୋଧ , ଅହଂକାର ,
କାମିନୀ , କାଞ୍ଚନେ , ମଦ ମାତ୍ସ୍ୟର୍ଯରେ
ମନ ତା'ର ନିରନ୍ତର ।
କଳିଯୁଗ ଲାଗେ ଯାଏ ସରି ସରି
ପାପ ଭାରା ଯାଏ ବଢି ,
ଅବତାରଟିଏ ନେବାକୁ ଠାକୁର
ପାରନ୍ତିନି ସ୍ଥିର କରି ।
ନାନା ଦୁର୍ଘଟଣା ବିପତ୍ତି ଭିଆଇ
ସଂହାରିବେ ଏବେ ହରି ,
ଧର୍ମ ସଂସ୍ଥାପନା କରିବେ ମହୀରେ
କରୋନା ବାହାନ ଧରି ।
ପ୍ରଭୁଙ୍କୁ ସମର୍ପି ସୁକର୍ମ କରିଲେ
ଟଳିଯିବ ସବୁ ଦୁଃଖ ,
ହରି ନାମ ଥିଲେ ତୁଣ୍ଡରେ ସବୁରି
ବିପଦ ମାଡେନା ପାଖ ।।
########################
💟💟💟💟💟💟💟💟💟💟💟💟💟
🙏ବିଷ୍ଣପୁର🙏
💟💟💟💟💟💟💟💟💟💟💟💟💟
ଜୟ ସାହିତ୍ୟ, ଜୟ ସମାଜ

ବିଜ୍ଞାନ ବଳରେ ମଣିଷ ଧାଉଁଛି
ସୁଖରେ ରହିବା ପାଇଁ ,
ଅଖାଦ୍ୟ ଖାଇ ସେ କୁକର୍ମ କରୁଛି
ଦୁଃଖ ଭୋଗେ କର୍ମ ପାଇଁ ।
କଥା କଥାରେ ସେ ହିଂସା ଆଚ଼ରୁଛି
ଅନ୍ୟକୁ ଯାତନା ଦେଇ ,
ନିଜ ସୁଖ ପାଇଁ ଅନ୍ୟକୁ କନ୍ଦାଏ
ସ୍ୱ।ର୍ଥପରଟିଏ ହୋଇ ।
ଧରମ କରମ କେବେଠୁଁ ଭୂଲିଛି
ନିଜକୁ ସଜାଇ ପାପୀ ,
ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଛି
ପାପରେ ଯାଇଛି ମଜି ।
ଜୀବ ପ୍ରତି ଦୟା ନାହିଁ ତା' ମନରେ
ଘୃଣା , କ୍ରୋଧ , ଅହଂକାର ,
କାମିନୀ , କାଞ୍ଚନେ , ମଦ ମାତ୍ସ୍ୟର୍ଯରେ
ମନ ତା'ର ନିରନ୍ତର ।
କଳିଯୁଗ ଲାଗେ ଯାଏ ସରି ସରି
ପାପ ଭାରା ଯାଏ ବଢି ,
ଅବତାରଟିଏ ନେବାକୁ ଠାକୁର
ପାରନ୍ତିନି ସ୍ଥିର କରି ।
ନାନା ଦୁର୍ଘଟଣା ବିପତ୍ତି ଭିଆଇ
ସଂହାରିବେ ଏବେ ହରି ,
ଧର୍ମ ସଂସ୍ଥାପନା କରିବେ ମହୀରେ
କରୋନା ବାହାନ ଧରି ।
ପ୍ରଭୁଙ୍କୁ ସମର୍ପି ସୁକର୍ମ କରିଲେ
ଟଳିଯିବ ସବୁ ଦୁଃଖ ,
ହରି ନାମ ଥିଲେ ତୁଣ୍ଡରେ ସବୁରି
ବିପଦ ମାଡେନା ପାଖ ।।
########################
💟💟💟💟💟💟💟💟💟💟💟💟💟
🙏ବିଷ୍ଣପୁର🙏
💟💟💟💟💟💟💟💟💟💟💟💟💟
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।