ଶ୍ରୀ ଭରତବନ୍ଧୁ ବିଶ୍ବାଳକୀଟାଣୁ ଭୂତାଣୁ ଅଣୁଜୀବନର
ଅଛି ଶ୍ରେଣୀ ବିଭାଜନ
ବିଜ୍ଞାନ ବିଶେଷ ଜ୍ଞାନ ଉପଯୋଗେ
ନିରେଖେ ଅଣୁବୀକ୍ଷଣ
ମାତ୍ର ତିନି ଘଣ୍ଟାର ଅନ୍ତରେ
ତିନିଶହଗୁଣ ଏ ବିଷ କଣିକା
ବୃଦ୍ଧି ପାଏ ଶରୀରରେ ।
ସଂକ୍ରାମକ ଅତି ଭୟାନକ ମଧ୍ୟ
ବିଷାଣୁ ଭୂତାଣୁ ଭୟ
କରୋନା କୋଭିଡ ନବ ଆବିଷ୍କୃତ
ମାରକ କ୍ଷମତା ତୀବ୍ର
ଅଧିସୂଚନା ଫରଦେ
ଜରୁରୀକାଳୀନ ସତର୍କତା ବାର୍ତ୍ତା
ଜନହିତେ ଜାରି ଏବେ ।
ଆତଙ୍କିତ ସର୍ବେ ଦେଶ କି ବିଦେଶେ
ସମଗ୍ର ବିଶ୍ୱ ଜନତା
ଚାଇନା ଦେଶର ଉହାନ ସହରୁ
ଚାଲିଛି କରୋନା ଅନ୍ଧାରୀ ଯାତ୍ରା
ଜୀବନ ଜୀବିକା ତ୍ରସ୍ତ
ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ପୁଣି
ଠପ ସବୁ ଯାତାୟାତ ।
ଅଖାଦ୍ୟ ଭକ୍ଷଣ କୁକର୍ମ ଅକର୍ମ
ଜଳବାୟୁ ପ୍ରଦୂଷଣ
ନଦୀ ପର୍ବତ ଅରଣ୍ୟାନୀ କ୍ଷୟ
ରସାୟନ ନିର୍ଗମନ
ପ୍ରକୃତି କୂପିତ ଅତି
ଧର୍ମ ଅଧର୍ମ ର ସନ୍ଧି ସଂଘାତେ
ହଳାହଳର ଉତ୍ପତ୍ତି ।
ଅରଜେ ମଣିଷ ସୌଭାଗ୍ୟ ଦୁର୍ଭାଗ୍ୟ
ଆପଣା କୃତ କରମେ
ଘୃଣା ଭୟ ଭେଦେ ମହାବିପଦକୁ
ତୁଚ୍ଛ ଏକାକୀ ଭର୍ଜନେ
ସମୂହ ଶକତି ବଳେ
ଆତ୍ମ ନିରୀକ୍ଷଣେ ସଂପ୍ରୀତି ବର୍ଦ୍ଧନେ
ମହା ବିପତ୍ତି ବି ଟଳେ ।
ଶକତିର ପୁଞ୍ଜ ବିଶ୍ୱ ଶ୍ରେଷ୍ଠ ଜୀବ
ମଣିଷକୁ ଦେଖି ଲାଗେ ଡର
ନିଷ୍ଠୁର ପ୍ରପଞ୍ଚ ହିଂସା ବଳାତ୍କାର
ତା'ର ସ୍ୱଭାବରେ ଭରା ଅହଂକାର
ତା' ମନଟା କୃଷ୍ଣ ଗର୍ତ୍ତ
ଅତ୍ୟାଧୁନିକ ତାର ମାୟାଜାଲବଦ୍ଧ
ତୀବ୍ର ଜାତି ଧର୍ମ ଲିଙ୍ଗ ଭେଦ ।
ରୋଗ ଦୁଃଖ କଷ୍ଟ ଭୟେ ଆତଙ୍କିତ
ମହତ କ୍ଷୀଣ ନ ହୁଅ
ପୁଣ୍ୟ ପଥରେ ବିଜୟ ସର୍ବଦା
ଅଧର୍ମ ଲଭଇ ପରାଭବ
ଶୁଭ୍ର ସତ୍ୟ ସ୍ୱଚ୍ଛତାରେ
ଅନୁସରି ଆମ ମହାନ ସଂସ୍କୃତି
ଆସ ବଞ୍ଚିବା ଅମୃତ ଆଲୋକରେ ।
💩ବରୁଆ , କବୀରପୁର , ଯାଜପୁର💩
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।