ପୁଷ୍ପିତା ଭୋଇ
*************
ନିରୁପାୟ ଦିଶେ
ନିରୁଦ୍ଦିଷ୍ଟ ବେଶେ
ହଜି ଯାଇଛି ଦିବସ ,
ଅଜଣା ଅଦେଖା
ପରିସ୍ଥିତି ତାଳେ
ସମୟ ପରଖେ ନିଜସ୍ଵ ।।୧।।
ବାକ୍ୟହୀନ ପରି
ନିଃସ୍ବ ଭାବ ଧରି
ପ୍ରକୃତି କନ୍ଦରେ ବିଦଗ୍ଧ ,
ଦୂର ଦିଗ୍ବଳୟେ
ନୀଳ ନିଳୀମାରେ
ସର୍ବାଙ୍ଗ ପାଲଟେ ଅର୍ଦ୍ଧଦଗ୍ଧ ।।୨।।
ଶୂନ୍ୟ ନଭଶ୍ଚଳେ
ବିଶ୍ଵ ଭୂମଣ୍ଡଳେ
ସୂରୁଜ ନେଲାଣି ମେଲାଣି ,
ପ୍ରକୃତିସ୍ଥ ହୋଇ
ମନୁଷ୍ୟ ବିବେକ
ଡହଳ ବିକଳ ହେଲାଣି ।।୩।।
ନିଜ ପାରୁପଣ
ଉଭେଇ ଗଲାଣି
କାଳର କରାଳ ଛାୟାରେ ,
ଗୋଟିଏ ନିଦାନ
ପଥ୍ୟ ବାହାରିଲେ
ନୂଆ ରୋଗ ଦିଶେ ଆଖିରେ ।।୪।।
ପୃଥିବୀ ଆମର
ଅନ୍ଧକାରମୟ
ଆଲୋକ ଗଲାଣି ଲିଭେଇ ,
ଚନ୍ଦ୍ରମା , ସୂରୁଜ
ନକ୍ଷତ୍ର ରାଇଜ
ସବୁ ତ ଗଲାଣି ଉଭେଇ ।।୫।।
ବେଳହୁଁ ମାନବ
ହୁଅ ସଚେତନ
ଏହି ଭାବେ ଆମ ଜୀବନ ,
ବଞ୍ଚି ମରୁଥାଇ
ଯନ୍ତ୍ରଣା ଭିଆଇ
ବିଜେତା ବୋଲାଇ ବିଜ୍ଞାନ ।।୬।।
ବିଜ୍ଞାନ ପଞ୍ଜୁରୀ
ମଣିଷ ଗଢାଇ
ରଖିଲା ପୃଥିବୀ ରାଣୀକୁ ,
କରିଥିବା ଫଳ
ଆପେ ଭୋଗ କଲା
ଦୋଷ ଦେଉଅଛି ଭାଗ୍ୟକୁ ।।୭।।
ହତଶିରୀ ପରି
ମଥା ପିଟୁଥାଇ
ଭବିଷ୍ୟତ ଆମ ବେକାର ,
ଶୂନ୍ଶାନ୍ ପୂରା
ବିଶ୍ଵ ଛାତିତଳ
ଦିବସ ହୋଇଲା ଅନ୍ଧାର ।।୮।।
*************
ଜଗତସିଂହପୁର
**************
ଜୟ ସାହିତ୍ୟ, ଜୟ ସମାଜ
*************
ନିରୁପାୟ ଦିଶେ
ନିରୁଦ୍ଦିଷ୍ଟ ବେଶେ
ହଜି ଯାଇଛି ଦିବସ ,
ଅଜଣା ଅଦେଖା
ପରିସ୍ଥିତି ତାଳେ
ସମୟ ପରଖେ ନିଜସ୍ଵ ।।୧।।
ବାକ୍ୟହୀନ ପରି
ନିଃସ୍ବ ଭାବ ଧରି
ପ୍ରକୃତି କନ୍ଦରେ ବିଦଗ୍ଧ ,
ଦୂର ଦିଗ୍ବଳୟେ
ନୀଳ ନିଳୀମାରେ
ସର୍ବାଙ୍ଗ ପାଲଟେ ଅର୍ଦ୍ଧଦଗ୍ଧ ।।୨।।
ଶୂନ୍ୟ ନଭଶ୍ଚଳେ
ବିଶ୍ଵ ଭୂମଣ୍ଡଳେ
ସୂରୁଜ ନେଲାଣି ମେଲାଣି ,
ପ୍ରକୃତିସ୍ଥ ହୋଇ
ମନୁଷ୍ୟ ବିବେକ
ଡହଳ ବିକଳ ହେଲାଣି ।।୩।।
ନିଜ ପାରୁପଣ
ଉଭେଇ ଗଲାଣି
କାଳର କରାଳ ଛାୟାରେ ,
ଗୋଟିଏ ନିଦାନ
ପଥ୍ୟ ବାହାରିଲେ
ନୂଆ ରୋଗ ଦିଶେ ଆଖିରେ ।।୪।।
ପୃଥିବୀ ଆମର
ଅନ୍ଧକାରମୟ
ଆଲୋକ ଗଲାଣି ଲିଭେଇ ,
ଚନ୍ଦ୍ରମା , ସୂରୁଜ
ନକ୍ଷତ୍ର ରାଇଜ
ସବୁ ତ ଗଲାଣି ଉଭେଇ ।।୫।।
ବେଳହୁଁ ମାନବ
ହୁଅ ସଚେତନ
ଏହି ଭାବେ ଆମ ଜୀବନ ,
ବଞ୍ଚି ମରୁଥାଇ
ଯନ୍ତ୍ରଣା ଭିଆଇ
ବିଜେତା ବୋଲାଇ ବିଜ୍ଞାନ ।।୬।।
ବିଜ୍ଞାନ ପଞ୍ଜୁରୀ
ମଣିଷ ଗଢାଇ
ରଖିଲା ପୃଥିବୀ ରାଣୀକୁ ,
କରିଥିବା ଫଳ
ଆପେ ଭୋଗ କଲା
ଦୋଷ ଦେଉଅଛି ଭାଗ୍ୟକୁ ।।୭।।
ହତଶିରୀ ପରି
ମଥା ପିଟୁଥାଇ
ଭବିଷ୍ୟତ ଆମ ବେକାର ,
ଶୂନ୍ଶାନ୍ ପୂରା
ବିଶ୍ଵ ଛାତିତଳ
ଦିବସ ହୋଇଲା ଅନ୍ଧାର ।।୮।।
*************
ଜଗତସିଂହପୁର
**************
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।