କବି ଶ୍ରୀ ପ୍ରଦୀପ କୁମାର ସାହୁ (ଶିକ୍ଷକ)
******************************
ଜଗତର ନାଥ କାଳିଆ ସାଆନ୍ତ
ରହିଛି ମଉନ ପରି ,
ନଜାଣିଲା ପରି କରେ ଅଭିନୟ
ତଥାପି କରୁ ଗୁହାରି ll
ରଖିଲେ ରଖିବ ମାରିଲେ ମାରିବ
ସବୁତ ତୁମରି ନାଟ ,
ଜଗତ କରତା ପରମ ଈଶ୍ୱର
ଶରଣ ଗଲୁରେ ସତ ll
କୁଆଡୁ ଆସିଲା ଅଜଣା ବେମାର
କରୋନା ନାମ ତା' ହେଲା ,
ଦେଖୁ ଦେଖୁ ପରା ସାରା ଜଗତଟା
ଆତଙ୍କରେ ଖେଳିଗଲା ll
କରୋନା ରୋଗରେ କେତେ ଯେ ମଲେଣି
ଭୟ ଲାଗେ ନାଁ ଶୁଣି ,
କାହିଁକି ମଉନେ ରହିଛୁ କାଳିଆ
ଭାବନା କେମିତି ପୁଣି ll
କରୋନା ପାଇଁ କି କେତେ କଟକଣା
କରିଛନ୍ତି ସରକାର ,
ନୀତି ନିୟମରେ ଚ଼ାଲିବା ଆମେରେ
ଭୟ ହୋଇ ଯିବ ଦୂର ll
(ତଥାପି ଲାଗୁଛି ଡର ll)
ଏ ସଂସାର କି ବା ଧ୍ୱଂସ ହୋଇ ଯିବ
ମାଳିକାରେ ଲେଖା ଅଛି ,
ସେଥିପାଇଁ କି ବା ମଉନେ ବସିଛୁ
କହ ବାରେ ଚକା ଆଖି ll
ସରସରା - ବୌଦ୍ଧ
ଜୟ ସାହିତ୍ୟ, ଜୟ ସମାଜ
******************************
ଜଗତର ନାଥ କାଳିଆ ସାଆନ୍ତ
ରହିଛି ମଉନ ପରି ,
ନଜାଣିଲା ପରି କରେ ଅଭିନୟ
ତଥାପି କରୁ ଗୁହାରି ll
ରଖିଲେ ରଖିବ ମାରିଲେ ମାରିବ
ସବୁତ ତୁମରି ନାଟ ,
ଜଗତ କରତା ପରମ ଈଶ୍ୱର
ଶରଣ ଗଲୁରେ ସତ ll
କୁଆଡୁ ଆସିଲା ଅଜଣା ବେମାର
କରୋନା ନାମ ତା' ହେଲା ,
ଦେଖୁ ଦେଖୁ ପରା ସାରା ଜଗତଟା
ଆତଙ୍କରେ ଖେଳିଗଲା ll
କରୋନା ରୋଗରେ କେତେ ଯେ ମଲେଣି
ଭୟ ଲାଗେ ନାଁ ଶୁଣି ,
କାହିଁକି ମଉନେ ରହିଛୁ କାଳିଆ
ଭାବନା କେମିତି ପୁଣି ll
କରୋନା ପାଇଁ କି କେତେ କଟକଣା
କରିଛନ୍ତି ସରକାର ,
ନୀତି ନିୟମରେ ଚ଼ାଲିବା ଆମେରେ
ଭୟ ହୋଇ ଯିବ ଦୂର ll
(ତଥାପି ଲାଗୁଛି ଡର ll)
ଏ ସଂସାର କି ବା ଧ୍ୱଂସ ହୋଇ ଯିବ
ମାଳିକାରେ ଲେଖା ଅଛି ,
ସେଥିପାଇଁ କି ବା ମଉନେ ବସିଛୁ
କହ ବାରେ ଚକା ଆଖି ll
ସରସରା - ବୌଦ୍ଧ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।