5/31/2020

କରୋନା ସାଜିଛି କୋକୁଆ ଭୟ

                                                    ରଞ୍ଜନ କୁମାର ମହାନ୍ତି  
   
 କରୋନା ଆଣିଛି କୋକୁଆ ଭୟ ଗାଁରୁ ସହର ଯାଏଁ ...           
କରୁଣ ଦୁଃଖରେ ଥରୁଛି ପୃଥିବୀ କେହି ଉପାୟ ନପାଏ ...
              ଭାଇ ଏଥି ପାଇଁ ଦାୟୀ କିଏ ...?
ନିଜ ହସ୍ତେ ଯିଏ ନିଜକୁ ମାରଇ ତାକୁ କେ' ଜୀବନ ଦିଏ ...

ଅଖାଦ୍ୟ ଖାଇଲୁ ଅଭକ୍ଷ ଭୁଞ୍ଜିଲୁ ଧର୍ମ କର୍ମ ସବୁ ଭୁଲି ...
ମଦ - ମାଂସେ ବୁଡି ପଥ ଗଲୁ ହୁଡ଼ି ଧରା ହେଲା କାଚ଼ ଗୋଲି ...
                     ଭାଗ୍ୟକୁ ନିନ୍ଦୁଛୁ ଖାଲି ...
ଏ ବେଳାରେ ଆଉ କିଏ ସେ ଭରସା ଅବାଟେ ଯାଇଛୁ ଚାଲି ...

ବେଳ ଥାଉ ସତର୍କ ଯେ' ହୁଏ ଶାସ୍ତ୍ରମତେ ସେହୁ ଜ୍ଞାନୀ ...
ଶପଥ ନେବା ଯେ ପଶୁ - ପକ୍ଷୀ ହତ୍ୟା ଆଉ ପ୍ରଶ୍ରୟ ଦେବାନି ...
                    ବେଳ ତ ବେଶି ହେଇନି ...
     ପରିବର୍ତ୍ତନର ପରିଭାଷା ସ୍ଵରେ ଶୁଭିବ ବିଜୟ ଧ୍ଵନି ...


ସଫା ସୁତୁରାକୁ ବଜାଇ ରଖିବା ମୁହଁକୁ ଘୋଡାଇ ରଖି ...
କରୋନାର ଯଦି ସନ୍ଦେହ ହେଉଛି ସ୍ୱାସ୍ଥ୍ୟକୁ ନେବା ପରଖି ...
                   ସାହା ହେବେ ଚ଼କାଆଖି ...
  ସଚ଼େତନତାର ସ୍ୟାହିରେ ଲେଖିବା ନବ ଜାଗରଣ ସଖି !


                         

                   ଜାମଶୁଳୀ - ବାଲେଶ୍ବର
                        
                        ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।