ବୈଜୟନ୍ତୀ ସାହୁ

ରୋଗର ଜନକ ଜୀବାଣୁ ଭୂତାଣୁ
ଅତିସୂକ୍ଷ୍ମ ଅଣୁଜୀବ
ଭୂତାଣୁର ସଂକ୍ରମଣ ଜନିତରେ
କରୋନାର ଆବିର୍ଭାବ ।
ଆମିଷ ଭୋଜନ ଭୂତାଣୁ ଆତଙ୍କ
ମଣିଷ ଶରୀରେ ପଶି
ସଂକ୍ରମିତ ଲୋକ ଲାଳ ଓ କଫରୁ
ସୁସ୍ଥ ଲୋକକୁ ଯେ ଆସି ।
ଦୁଷ୍ପାପ୍ଯ କୁକୁର,କୁକୁଡା,ଶୂକର
ସର୍ପ ଓ ବଣବିଲେଇ
ଆସୁରିକ ଭାବେ ଭକ୍ଷଣ କରନ୍ତି
ରୋଗ ସଂକ୍ରମିତ ହୋଇ ।
ଥଣ୍ତା,କାଶ,ଶ୍ବାସ,ପ୍ରଶ୍ବାସ ନଳୀରେ
ଫୁସଫୁସ ପ୍ରବାହ କଷ୍ଟମୁକୁଟ ବଳୟେ ଅଜଣା ଭୂତାଣୁ
କରୁଛି ଜୀବନ ନଷ୍ଟ ।
ଅମ୍ଲରୁ ଅମର ଅନିଷ୍ଟ ଭୂତାଣୁ
ଦେଉଛି ମରଣ ଧ୍ବନି
କରୋନା ନାମରେ ମହାମାରୀ ରୂପେ
ଘଟାଉଛି ପ୍ରାଣହାନି ।
ଜଳବାୟୁ ପରିବର୍ତ୍ତନ ସହିତ
ଲୋକଙ୍କ ଖାଦ୍ଯ ପଦ୍ଧତି
ସତର୍କ ରହିଲେ ସୁନ୍ଦର ଜୀବନ
କରୋନା ନକରେ କ୍ଷତି ।
ନିରାମିଷ ଖାଦ୍ଯ ମହୋଷଧୀ ଆମ
କରୋନାଟି ଡରିଯିବ
ରୋଗୀମରା ଭୟ କୋକୁଆ ଆତଙ୍କ
ଭକୁଆ ବନେଇ ଦେବ ।
ପଶୁ,ପକ୍ଷୀଙ୍କର ଅଛି ଅଧିକାର
ବଞ୍ଚିବ ମଣିଷ ପରି
ଜୀବମଣ୍ତଳରେ ଭାରସାମ୍ଯ ରକ୍ଷା
କରନ୍ତି କାୟା ବିସ୍ତାରି ।
ମାରିମୁରି ଯଦି ଖାଇଯିବା ସବୁ
ଭଲମନ୍ଦ ନ ବିଚାରି
ମଣିଷମରା ଏ ଅମୋଘ ଅସ୍ତ୍ରଟି
ଗୋଡାଇବ ନିଶ୍ଚେ ମାରି ।
ପିପିଲି - ପୁରୀ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।