ଗୁରୁ ଗୌରବ ରବୀନ୍ଦ୍ର କୁମାର ବିଶ୍ବାଳ (ଗୀତିକାର)
କରୋନା କରୋନା ହୁଅନି ଛାନିଆଁହେ ମୋର ଓଡିଶା ବାସୀ
ନୀଳାଚ଼ଳମଣି ନୀଳକନ୍ଦରରୁ
ଚ଼କ୍ରକୁ ଦେଲେଣି ପେଷି ।
ପ୍ରଭୁ !
ଚ଼କ୍ରକୁ ଦେଲେଣି ପେଷି ।
କରୋନା କରୋନା ହୁଅନି ଛାନିଆଁ
ହେ ମୋର ଓଡ଼ିଆ ବାସୀ ।
ଶୟନେ ସପନେ ଭଜ ମନେ ମନେ
ଭାବରେ ହୋଇ ମଗନ
କରୋନା ଭୂତାଣୁ ହୋଇଯିବ ସ୍ଥାଣୁ
ନିମିଷକେ ହେବ ଲୀନ ।
ଭୟ କର ନାହିଁ ହେ ଭଉଣୀ ଭାଇମନରେ ହୁଅ ସାହସୀ ।
ପ୍ରଭୁ !
ଚ଼କ୍ରକୁ ଦେଲେଣି ପେଷି ।
କରୋନା କରୋନା ହୁଅନି ଛାନିଆଁ
ହେ ମୋର ଓଡ଼ିଶାବାସୀ ।
ଯେତେବେଳେ ଯେଉଁ ବିପତ୍ତି ଆସିଛି
ସଭିଏଁ ଯାଆନ୍ତି ଡ଼ରି
ସେତ ପରଂବ୍ରହ୍ମ ଜଗତଠାକୁର
ଭକ୍ତଜନ ହିତକାରୀ
ଦେବେନି ସେ କେବେ ଭକତଙ୍କୁ ଦୁଃଖ
ଦୁଃଖହାରୀ ଅବିନାଶୀ ।
ପ୍ରଭୁ !
ଚ଼କ୍ରକୁ ଦେଲେଣି ପେଷି ।
କରୋନା କରୋନା ହୁଅନି ଛାନିଆଁ
ହେ ମୋର ଓଡ଼ିଶା ବାସୀ ।
ନୀଳାଚ଼ଳମଣି ନୀଳକନ୍ଦରରୁ
ଚ଼କ୍ରକୁ ଦେଲେଣି ପେଷି ।
ସକଳ ପ୍ରାଣୀଙ୍କୁ ଭୁଜ ତଳେ ସିଏ
ରଖିଛନ୍ତି ଜାଣିଶୁଣି ।
ଦାସ ଗଲେ ନାଶ ଅର୍ଜିବ କି ଯଶ
ନୀଳାଦ୍ରି ମଣ୍ଡପେ ବସି ।
କରୋନା କରୋନା ହୁଅନି ଛାନିଆଁ
ହେ ମୋ' ଓଡ଼ିଶା ବାସୀ ।
🌼🌼🌼🌼🌼🌼🌼🌼🌼
ରୂପଖଣ୍ଡ , ବାଲେଶ୍ବର
🌼🌼🌼🌼🌼🌼
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।