5/31/2020

କରୋନାକୁ ଯିବା ଜିତି

ଅରୁପ କୁମାର ବିଶ୍ବାଳ 
କରୋନା ରୋଗର ଅଉଷଧ ନାହିଁ
ଡରିଲେଣି ଜ୍ଞାନୀ ଗୁୁଣୀ ,
ମହାମାରୀ ହୋଇ ଆସିଛି କରୋନା
ପଞ୍ଝାରେ ନଉଛି ଟାଣିି ।
ଧିରେ ଧିରେ ଇଏ ଧସେଇ ପଶୁଚି଼
ଜଣା ପଡେନାହିଁ କିଛିି ,
ବିଦେଶରୁ ଆସି ପଶୁଛି ଦେଶରେ
ମଣିଷ ମାରୁଛି ବାଛି ।
ଗରମ ଖାଦ୍ୟଠୁ ଗରମ ପାଣିକୁ
ଖାଉଥିବା ନିତିନିତି ,
ତିନି - ଚାରି ଠୋଲା ରସୁଣ ଖାଇବା
କରୋନାକୁ ଯିବା ଜିତିି ।
ଏସି ଠାରୁ ସଦା ଦୂରରେ ରହିବା
ଥଣ୍ଡା କରିବା ବର୍ଜନ ,
ହାତ ଧୋଉଥିବା ହ୍ୟାଣ୍ଡ ଓ୍ବାସରେ
ପରିଷ୍କାରେ ଦେବା ଧ୍ୟାାନ ।
କଠିନ ପରିଶ୍ରମ ସଦା କରୁଥିଲେ
ଝାଳ ବୁହାଇବା ଦେହୁ ,
ଗୁଜବର ପ୍ରତି ସତର୍କ ରହିବା
ଶୁଣିବାନି କହୁ କହୁ ।

ସଞ୍ଜ ସକାଳରେ ବ୍ୟାୟାମ କରିଲେ
କରୋନା ହେବନି ଜମା ,
ସତର୍କ ହୋଇକି ସଚେତନ ହେଲେ
ମାଡିବନି ରୋଗ ସୀମା ।
ଦିନକୁ ଘଣ୍ଟାଏ ପରିଶ୍ରମ କଲେ
ବଢେ ପ୍ରତିଷେଧ ଶକ୍ତି ,
ତାଜା ତାଜା ପନିପରିବା ଖାଇବା
କରୋନାରୁ ହେବା ମୁକ୍ତିି ।

ସହକାରୀ ଶିକ୍ଷକ 
ଏନ୍‌.ଏ.ସି ସରକାରୀ ବାଳିକା ଉଚ୍ଚ ବିଦ୍ଯାଳୟ 
ପାରାଦ୍ବୀପ , ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।