ମହାସ୍ମିତା ଓଝା

ସାତ ରଙ୍ଗ ନେଇ ହୋଲି ଖେଳିବାକୁ
ଇଚ୍ଛା ନାହିଁ ଆଜି ମୋହର
ହୋଲିରେ ଆସିଛି କରୋନା ଭୂତାଣୁ
କହୁଛନ୍ତି ଆମ ସରକାର ।
ମେଡ୍ ଇନ୍ ଚାଇନା ରଙ୍ଗକୁ ଦେଖିଲେ
ଘୃଣା ଜାଗି ଉଠେ ମନରେ
ଜାଣିନି ଚାଇନା ରାଧା ସଙ୍ଗେ ଶ୍ୟାମ
ବିଜେ ଆଜି ଦୋଳ ବେଦୀରେ ।
ଫଗୁ ଅବିରରେ ପ୍ରୀତି ବଣ୍ଟାବଣ୍ଟି
ସତେକି ଫଗୁଣ ସମ୍ଭାର
ସାତ ରଙ୍ଗ ନେଇ ବୋଳାବୋଳି ହୋଇ
ରାଧା ସଙ୍ଗେ ଶ୍ୟାମ ସୁନ୍ଦର ।
ଦେଖିଦେଲେ ସେହି ଅପୂର୍ବ ବେଶକୁ
ମନ ହୁଏ ଆଜି ଅଧିର
ହୋଲି , ଅବିରର ସାତରଙ୍ଗ ନେଇ
ଫଗୁଣ ହୋଇଛି ଚଞ୍ଚଳ ।

କେତେ ମନ୍ତ୍ରଣା ଓ ହୀନ ଚକ୍ରାନ୍ତରୁ
ମୋ' ଦେଶ ପାଇଛି ମୁକତି
ସାହା ହୋଇଛନ୍ତି କାଳିଆ ଠାକୁର
ହାରିଛି ଯେତେ ହୀନ ଶକ୍ତି ।
କେତେ ବିପଦକୁ ସାମନା କରିଣ
ତଥାପି ମୋ' ଦେଶ ମହାନ
କରୋନା ଭୂତାଣୁ ମହା ସମୁଦ୍ରରେ
ହୋଇଯିବ ମୂଳୋତ୍ପାଟନ ।
ହୃଦୟ କହୁଛି ଏ ବର୍ଷ ଫଗୁଣ
କାହିଁକି ନିଆରା ଲାଗୁଛି
ହୋଲି , ଅବିରର ରଙ୍ଗ ରୋଷଣୀରେ
ଭାରି ମହମହ ବାସୁଛି ।
ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ

ସାତ ରଙ୍ଗ ନେଇ ହୋଲି ଖେଳିବାକୁ
ଇଚ୍ଛା ନାହିଁ ଆଜି ମୋହର
ହୋଲିରେ ଆସିଛି କରୋନା ଭୂତାଣୁ
କହୁଛନ୍ତି ଆମ ସରକାର ।
ମେଡ୍ ଇନ୍ ଚାଇନା ରଙ୍ଗକୁ ଦେଖିଲେ
ଘୃଣା ଜାଗି ଉଠେ ମନରେ
ଜାଣିନି ଚାଇନା ରାଧା ସଙ୍ଗେ ଶ୍ୟାମ
ବିଜେ ଆଜି ଦୋଳ ବେଦୀରେ ।
ଫଗୁ ଅବିରରେ ପ୍ରୀତି ବଣ୍ଟାବଣ୍ଟି
ସତେକି ଫଗୁଣ ସମ୍ଭାର
ସାତ ରଙ୍ଗ ନେଇ ବୋଳାବୋଳି ହୋଇ
ରାଧା ସଙ୍ଗେ ଶ୍ୟାମ ସୁନ୍ଦର ।
ଦେଖିଦେଲେ ସେହି ଅପୂର୍ବ ବେଶକୁ
ମନ ହୁଏ ଆଜି ଅଧିର
ହୋଲି , ଅବିରର ସାତରଙ୍ଗ ନେଇ
ଫଗୁଣ ହୋଇଛି ଚଞ୍ଚଳ ।

କେତେ ମନ୍ତ୍ରଣା ଓ ହୀନ ଚକ୍ରାନ୍ତରୁ
ମୋ' ଦେଶ ପାଇଛି ମୁକତି
ସାହା ହୋଇଛନ୍ତି କାଳିଆ ଠାକୁର
ହାରିଛି ଯେତେ ହୀନ ଶକ୍ତି ।
କେତେ ବିପଦକୁ ସାମନା କରିଣ
ତଥାପି ମୋ' ଦେଶ ମହାନ
କରୋନା ଭୂତାଣୁ ମହା ସମୁଦ୍ରରେ
ହୋଇଯିବ ମୂଳୋତ୍ପାଟନ ।
ହୃଦୟ କହୁଛି ଏ ବର୍ଷ ଫଗୁଣ
କାହିଁକି ନିଆରା ଲାଗୁଛି
ହୋଲି , ଅବିରର ରଙ୍ଗ ରୋଷଣୀରେ
ଭାରି ମହମହ ବାସୁଛି ।
ଜଗତସିଂହପୁର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।