ବିଶ୍ବେଶ୍ବର ମାଝୀ
ସତ୍ଯର ଅସୁର ହିରଣାକ୍ଷ ଯହିଁ ଭଗବାନ ନରସିଂହତ୍ରେତୟା ଯୁଗର ରାକ୍ଷସ ରାବଣ ଠାକୁର ତହିଁ ଶ୍ରୀରାମ ।
ଦ୍ୱାପର ଯୁଗର ରାକ୍ଷସଟି କଂସ ରକ୍ଷାକର୍ତା ହେଲେ କୃଷ୍ନ
କଳିର ଅସୁର ସାଜିଛି ଯେ 'ମୁଁ' ତ୍ରାଣକର୍ତା 'ଓଁ' ସ୍ୱନ ।
ଅସୁର ହୋଇଲେ ଚାରି ଅକ୍ଷରିଆ ଚାରି ଅକ୍ଷରି ବି ସୁର
ସେହି କ୍ରମେ ଚାଲେ ତଳକୁ ତଳକୁ ସୁରାସୁରାକ୍ଷର ସାର ।
'ମୁଁ' ଅସୁରଟି ପ୍ରବଳ ହେଲାଣି କଳି ହୋଇବକି ଶେଷ
ଘରେ ଘରେ ଯଦି ଅସୁର ରହିବେ ଦେବତା ପିଇବେ ବିଷ !
ସତ୍ୟର ଶଂଖ ନିନାଦିତ ହେଉ ପ୍ରହଲ୍ଲାଦ ଜପୁ ହରି
ହରିଓଁ ହରିଓଁ ଜପ କରିକରି 'ମୁଁ'ତ୍ୱ ଯାଉ ନିସ୍ତରି ।
କଳିର ପ୍ରଭାବ ଗୌଣ ହୋଇଲାଣି କହୁଛନ୍ତି ଗୁଣୀ ଜନ
ସତ୍ୟ ପ୍ରତି ଧୀରେ ଆଗ୍ରହ ବଢୁଛି ପାପୀ ହେଲେଣି ମଉନ ।
ଆପଣା ଭାଗର ସତ୍ୟ ଯୋଗ କରି କରିବା ତା ଆବାହନ
ନିଜେ ବଦଳିଲେ ଯୁଗ ବଦଳିବ ଉଣା କରିବାନି ମନ ।
ଅଉକେହି ଭଲ ନହେଲେବି ଆପେ ଭଲ ହୋଇ ଦେଖାଇବା
ବିନା ରକ୍ତପାତେ ସତ୍ୟ ଆସିବ ସରଗେ ପାଦ ଥାପିବା ।
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।