4/30/2021

ଆସ ମିଶିକି ବାଟକୁ ଆଣିବା



ଆଲୋକ ଚନ୍ଦ୍ର ନାୟକ 

ଗୋଟେ ହାତରେ କେବେ ତାଳି ବାଜେନା ଏକଥା ଆମେ ସମସ୍ତେ ଜାଣୁ । ଜଣେ ଚିତ୍କାର
କଲେ ଶବ୍ଦ କେବେ ବେଶି ବାଟ ଯାଇପାରେନା ଏ କଥା ବି ଆମେ ସମସ୍ତେ ଜାଣିଛୁ । କିନ୍ତୁ ଆମେ ଏ ସବୁ ଜାଣି ବି କାହିଁକି କେଜାଣି ଚୁପ୍ ହୋଇ ବସିଛୁ ତାହା ଜାଣି ହେଉନି କି ବୁଝି ହେଉନି । ଏବେ ମୁଁ ମୁଖ୍ୟ ବିଷୟ ବସ୍ତୁ ଆରମ୍ଭ କରିବି । କିନ୍ତୁ ତା' ପୂର୍ବରୁ ମୋର ସର୍ବ ସାଧାରଣଙ୍କୁ ଅନୁରୋଧ ; ଏବେ ସମୟ ଆସିଛି ଏକାଠି ହେବା ପାଇଁ । ଆସନ୍ତୁ , ଆଗେଇ ଆସନ୍ତୁ ଆଉ ଜନ ଜାଗରଣ ସୃଷ୍ଟି କରି ଅବାଟକୁ ଯାଇଥିବା ବ୍ୟବସ୍ଥାକୁ ବାଟକୁ ଆଣନ୍ତୁ ।     ମୁଁ ଯେଉଁ କଥା ଏଠି ଆଲୋଚନା କରିବାକୁ ଯାଉଛି ତାହା ୧୮ ୦୩ ୨୦୨୦ର କଥା ; ଆଉ ଏକଥା ଟି ହେଲା ମୋ' ସରକାରକୁ ନେଇ । ଯାହା କିଛିଦିନ ତଳେ ଦେଶର ଶ୍ରେଷ୍ଠ ପ୍ରଶାସକ ଆରମ୍ଭ କରିଥିଲେ । ଆଉ ଧୀରେ ଧୀରେ ଦେଖା ଗଲା ଏହା ବହୁଳ ମାତ୍ରାରେ ଲୋକ ପ୍ରିୟ ହେଉଛି । ସେଥିପାଇଁ ବିଭାଗ ପରେ ବିଭାଗ , ବିଭାଗ ପରେ ବିଭାଗ  ; ଏମିତି ଅନେକ ବିଭାଗକୁ ଏଥିରେ ସଂଯୋଗ କରାଗଲା । ଏଥିପାଇଁ ରଖାଗଲା ବ୍ଯୟ ବିହୀନ ନମ୍ବର ୧୪୫୪୫ । ମୋର କହିବା କଥା , ଏହି ନମ୍ବରକୁ ମୁଁ ଉପରେ ଦେଇଥିବା ତାରିଖରେ ଉଚ୍ଚଶିକ୍ଷା ସମ୍ବଦ୍ଧିୟ ଏକ ବିଷୟକୁ ନେଇ କଥା ହୋଇଥିଲି । କ'ଣ ଏଇ କଥା ? ମୁଁ ଏ ଲେଖାଟି କାହିଁକି ଲେଖୁଛି ? ତାହା ଆପଣମାନେ ସମ୍ପୂଣ୍ଣ ପଢ଼ିଲେ ଜାଣି ପାରିବେ ।
 ମୁଁ ମୋ' ଦୁଇଟା ନମ୍ବରରୁ କଲ୍ କରିଥିଲି ; ତା' ହେଲା 9337541299 / 9090219603... ବହୁତ ସମୟ ପରେ ସେଠି ଜଣେ ମାଡାମ କଲ୍   ରିସିଭ୍‌ କଲେ । ସେ ମୋତେ ଅଭିବାଦନ ଜଣାଇବା ସଂଗେ ସଂଗେ ମୁଁ ବି ତାଙ୍କୁ ମୋ' ପଟରୁ ଅଭିବାଦନ ଜଣାଇଲି । ପରେ ପରେ ମୁଁ ତାଙ୍କ ଠାରୁ ଜଣେ ସାଧାରଣ ନାଗରିକ ହିସାବରେ ମୋ' ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚେଷ୍ଟା କଲି  । ମୋ' ପ୍ରଶ୍ନ ଥିଲା -
-  "ମାଡାମ ! ଏଇ କରୋନା ପାଇଁ ଆମ ରାଜ୍ୟରେ ଆଗୁଆ ପଦକ୍ଷପ ସ୍ବରୂପ ସବୁ ସ୍କୁଲ୍ -  କଲେଜ୍ ଓ ୟୁନିଭରସିଟିକୁ ଛୁଟି ବୋଲି ଘୋଷଣା ହୋଇ ସାରିଲାଣି । ଏମିତିକି ସବୁ ପରୀକ୍ଷା ବି ବାତିଲ୍ କରିଦିଆ ସାରିଲାଣି । କିନ୍ତୁ ଏ +୩ ପରୀକ୍ଷା ବାତିଲ୍ କରାଯାଉନାହିଁ କାହିଁକି ?ଏଇ ମାଧ୍ୟମରେ କ'ଣ ମାଡାମ ପିଲାଙ୍କୁ କରୋନା ବ୍ୟାପିବନି କି ?"
ଉତ୍ତର ଆସିଲା -
 - "ମୋ' ସରକାରରେ ଆପଣଙ୍କୁ କୌଣସି ତଥ୍ୟ ଏ ବିଷୟରେ ଦିଆଯାଇ ପାରିବ ନାହିଁ ।
ମୋ ପ୍ରଶ୍ନ -
- "ଆଛା ମାଡାମ , କହିବେ କି ଏଠାରୁ ଆମେ କୋଉ କୋଉ ବିଷୟରେ ସୂଚନା ପାଇ ପାରିବୁ ?"
ଉତ୍ତରରେ -
- "ଏ ଉତ୍ତରଟା ଥିଲା ମୋ' ମତରେ ସମ୍ପୂଣ୍ଣ ଏଡେଇ ଯିବାର ମାଧ୍ୟମ । କରୋନାର ତଥ୍ୟ ଏଠି ଦିଆଯାଇ ପାରିବନି ।"
ପୁଣି ମୁଁ ସେଇ କଥା ପଚାରିଲି ।
- "ଆଛା ମାଡାମ କହିବେ କି ଟିକେ ବିସ୍ତାର ଭାବରେ ଏଠାରୁ ଆମେମାନେ କେଉଁ ବିଷୟରେ ତଥ୍ୟ ପାଇପାରିବୁ ?
ଉତ୍ତର ଆସିଲା ....ଯେମିତି କଥାରେ କୁହନ୍ତିନି.... ଅକାଳେ ପଡିଛି ଭାଲୁ / ହେଣୀକୁ ଠେଲୁଛି ଠେଲୁ । ଠିକ୍ ଉତ୍ତରଟି ଥିଲା ସେଇଭଳି ।
- "Medical , ration card ,  police station...ଏଇ ସବୁ ତଥ୍ୟ ମିଳିବ ।"
ମୋ ପ୍ରଶ୍ନ ପୁନରାୟ.....
- "ଆଛା ମାଡାମ ଖାଲି ଏତିକି ତଥ୍ୟ ପାଇହେବ ନା ଆଉ କିଛି ପାଇପାରିବୁ ?"
ଉତ୍ତରଟି ଥିଲା.....
- "ଗୋଟେ ମିନିଟ୍‌ ଲାଇନ୍‌ରେ ରୁହନ୍ତୁ ମୁଁ କହି ଦଉଛି । (କିଛି ସମୟ ପରେ....) Police station ration card agriculture health department SC ST development women and child development Mass education agriculture ଏହି ସବୁ ତଥ୍ୟ ମିଳି ପାରିବ ।
ପ୍ରଶ୍ନ ମୋର....
- "ଆଛା ମାଡାମ  ! Higher Education Department କ'ଣ ଏଥିରେ ସାମିଲ୍ ନାହିଁ କି ?"
ଉତ୍ତର ତାଙ୍କର....
- "ହଁ ସାମିଲ୍ ହୋଇଛି ।"
ପ୍ରଶ୍ନ ପୁଣି.....
- "ଆଛା ମାଡାମ ଯଦି ସାମିଲ୍ ହୋଇଛି , ତାହା ହେଲେ ସ୍କୁଲ୍ - କଲେଜ୍ - ୟୁନିଭରସିଟି ଛୁଟି ଘୋଷଣା ହେବା ବେଳେ କାହିଁକି +୩ ପରୀକ୍ଷା ଚାଲୁ ରହିଛି ?
ଉତ୍ତର ଥିଲା....
- "ଏ ବିଷୟରେ ଏଠି କିଛି କୁହାଯାଇ ପାରିବ ନାହିଁ । ପରୀକ୍ଷା ଦେବେ ଆସିବେ ।"
ପ୍ରଶ୍ନ ପୁଣି ....
- "କ'ଣ ମାଡାମ ପରୀକ୍ଷା ଦେବେ ଆସିବେ ? ଏପଟେ ସରକାର ବହୁଳ ଭାବରେ ରୁଣ୍ଡ ନହେବା ପାଇଁ ବିଭିନ୍ୟ ସମୟରେ ବିଭିନ୍ନ କଟକଣା ଲଗେଇ ଚାଲୁଛନ୍ତି । କିନ୍ତୁ ପରୀକ୍ଷା ଅର୍ଥ ତ ପିଲା ମାନେ ନିଶ୍ଚିତ ରୁଣ୍ଡ ହେବେ ? ଆଉ କ'ଣ ୫ - ୭ ମିନିଟ୍‌ର ତ ନୁହେଁ ; ଦୁଇଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏକାଠି ରହୁଛନ୍ତି । ଏହା କ'ଣ କରୋନା ସୃଷ୍ଟି ପାଇଁ ଉଦ୍ଦିଷ୍ଟ ନୁହେଁ କି ?"
ଉତ୍ତର ଥିଲା .....
- "ସେ ବିଷୟରେ ଏଠି ଆପଣଙ୍କୁ କିଛି କୁହାଯାଇ ପାରିବ ନାହିଁ ।"
    ମୁଁ ଜଣେ ସାଧାରଣ ନାଗରିକ ହିସାବରେ ଶ୍ରେଷ୍ଠ ପ୍ରଶାସକ ଓ ତାଙ୍କ ଶ୍ରେଷ୍ଠ ପ୍ରଶାସନର ଅଧିକାରୀ ମାନଙ୍କୁ ପ୍ରଶ୍ନ କରିବି କି - "ଏଇ କ'ଣ ଶ୍ରେଷ୍ଠ ଶାସନ ବ୍ୟବସ୍ଥା ? ମୁଁ ସର୍ବ ସାଧାରଣ ଙ୍କ ନିକଟରେ ଏଇ ପ୍ରଶ୍ନ ରଖିବି - "ଏବେ କଣ୍ ସମୟ ଆସିନି କି ପାଦରେ ପାଦ ମିଶାଇ ଚାଲିବା ପାଇଁ ? ଏବେ କ'ଣ ସମୟ ଆସିନି କି ଶାସନ ବ୍ୟସ୍ଥାକୁ ସ୍ବଚ୍ଛ କରିବା ପାଇଁ ଏକତ୍ର ହୋଇ ଲଢ଼ିବାକୁ ?" ମୋର ସର୍ବ ସାଧାରଣଙ୍କୁ ଏତିକି କହିବାର ଅଛି ଯେ ବର୍ତ୍ତମାନ ଏ ଲେଖା ମାଧ୍ୟମରେ ମୁଁ ଯେଉଁ ଦାବି ଜଣାଇବି ତାହା ପୂରାପୂରି ଯଥାର୍ଥ । କାରଣ ମୋ' ପାଖରେ ପ୍ରମାଣ ସ୍ବରୂପ ଆମ କଥାବାର୍ତ୍ତାର recording ବି ରହିଛି । ଶ୍ରେଷ୍ଠ ପ୍ରଶାସକଙ୍କ ନିକଟରେ ମୋର ଦାବି ଏଇଆ -  ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆପଣ କେତେ କ'ଣ ପଦକ୍ଷପ ମାନ ଗ୍ରହଣ କରୁଛନ୍ତି ; ଠିକ୍ ଯେମିତି ଯୋଜନା "ମୋ' ସରକାର" । କିନ୍ତୁ ଆପଣଙ୍କୁ ତର୍ଜମା କରିବାକୁ ପଡିବ , ସତରେ ମୋ' ସରକାର କେତେ ଠିକ୍ । କାରଣ କୁହାଯାଉଛି police station ,  health , ration card , women and child development , rural area development ,  SC / ST development ,  school and mass education Revenue Department ,  Higher Education Department ଏମିତି ଅନେକ କିଛି ସଂଯୋଗ କରାଯାଇଛି । କାରଣ ଆପଣଙ୍କ ଲକ୍ଷ୍ଯ ଥିଲା ସର୍ବ ସାଧାରଣ ଶାସନ ବ୍ୟସ୍ଥାରେ ପ୍ରତ୍ଯକ୍ଷ ଭାବେ ଅଂଶ ଗ୍ରହଣ କରନ୍ତୁ । କିନ୍ତୁ ଏହା କ'ଣ ସତରେ ହୋଇପାରିଛି କି ? କାଲିକା ଘଟଣାରୁ ଅନ୍ତତଃ ମୁଁ ନିଶ୍ଚିତ - "ନା , ଏହା ଏ ପର୍ଯ୍ୟନ୍ତ ସଠିକ୍‌ ଭାବରେ ସମ୍ଭବ ହୋଇ ପାରିନାହିଁ ।" କାରଣ ଘର ମଣିଷ ଯଦି ଘରୁ ଚୋରି କରେ , ତାହାଲେ ଆମେ କହିବା କାହାକୁ ? ଦୋଷ ଦେବା କାହାକୁ ? ମୋତେ ଠିକ୍ ଏ କଥାବାର୍ତ୍ତାରେ ସେଇଭଳି ଜଣା ଗଲା । ମୋତେ ଲାଗିଲା କଲ୍ ଉଠାଇ ଥିବା ମହିଳା ଅଧିକାରୀ ଜଣକ ନିଜ ଟେବୁଲ୍‌ରେ ନିଦ୍ରା ଯାଇଥିଲେ । ନଚେତ ଅବାନ୍ତର ଉତ୍ତର କେବେ ଆମମାନଙ୍କୁ ଦିଆଯାଇ ନଥା'ନ୍ତା ।
   ତେଣୁ କରି ଜଣେ ସାଧାରଣ ନାଗରିକ ଭାବେ ମୁଁ ଏଇ ଦାବି ରଖିବି - "ଆପଣ ଆଗ ଯେଉଁ ମାନଙ୍କୁ ଦାୟିତ୍ୱ ଦେଉଛନ୍ତି ସେ ମାନଙ୍କୁ ଆଗ ସଜାଡନ୍ତୁ , ତା"ପରେ ଦୁର୍ନୀତି ମୁକ୍ତ ଓଡିଶା କଥା ଚିନ୍ତା କରିବେ ।" ଆଉ ମୁଁ ସର୍ବ ସାଧାରଣଙ୍କ ଅନୁରୋଧ କରିବି ଯେ , ଆଗେଇ ଆସନ୍ତୁ ଆଉ ଦାବି ରଖନ୍ତୁ  ; ତର୍ଜମା କରି ଏଭଳି ଅଧିକାରୀଙ୍କ ଉପରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ବନ୍ଦେ ଉତ୍କଳ ଜନନୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।