ପ୍ରତାପ କିଶୋର ରାଉତ
ପୀରତି ପଥ ବଡ ଖସଡା ରେନଥିଲି ଜାଣି ନବ ଛଇଳା ରେ ।0।
ନଟନାଗର ପ୍ରେମେ ପଡି ମୁଁ ଗଲି ଭ୍ରମ ଦଗାଦିଆ ତା' କଥା କହନା ରେ,
ବାସି ହୋଇଲା ଶେଜ ନଦେଖି ବ୍ରଜରାଜ
ନିରାଶେ ନିଶୀଥ ଯେ ପାହିଲା ରେ ।୧।
କରିଲି ଗଳାହାର ଦଗାଦିଆ ନାଗର
ପ୍ରୀତିର ମୂଲ ସେ ତ ନବୁଝେରେ
କାମ ବାଣ ପେଷିଣ ତନୁ ଦହିଲା ଜାଣ
ବିବେକ ବୁଦ୍ଧି ମୋର ହଜିଲା ରେ ।୨।
ଲୋଡ଼ା ନାହିଁ ତା' ପ୍ରେମ ସୁନ୍ଦର ଅନୁପମ
ଜୀବନ ଥାଇ ସତେ ମରିବାରେ
ଦିବା ନିଶି ଶର୍ବରୀ ତା' କଥାକୁ ସୁମରି
ପ୍ରୀତି ନଦୀରେ ଅବଗାହିଲି ରେ ।୩।
ତା' ପ୍ରେମ ଅନୁରାଗ ମୋ' ପାଇଁ ପରମାଦ
ମନକୁ ବୁଝାଇଣ ପାରେନା ରେ
ଦେଉ ପଛେ କଷଣ ତା' ବିନୁ ନାହିଁ ଆନ
ଯିଏ ମଜ୍ଜିଛି ସିଏ ଜାଣିଛିରେ ।୪।
-------0-------
ଶିକ୍ଷକ
ଚମ୍ପକେଶ୍ବର ଉଚ୍ଚ ବିଦ୍ଯାଳୟ
ପୋଇପାଣି , କେନ୍ଦୁଝର
ଭ୍ରାମ୍ଯଭାସ : ୮୩୨୭୭୨୫୦୩୩
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।