4/30/2021

କରୋନା କୁ କେହି ଡରନା

ଦ୍ବିଲ୍ଲୀପ କୁମାର ନନ୍ଦୀ 
କରୋନାକୁ କେହି ଭୟ କରନା
କରୋନାକୁ କେହି ଡରନା
ଟିକିଏ ସତର୍କ ରହିଲେ ଭାଇ
ବାଟବଣା ହେଵ କରୋନା । ୧।

ଘରୁ ବାହାରକୁ ଗଲାବେଳେ ଭାଇ
ସାଥିରେ ମାସ୍କଟିଏ ନିଅ
ନିଜ ମୁହଁ ନାକ ବାନ୍ଧି ମାସ୍କରେ
ନିଜେ ହିଁ ସୁରକ୍ଷିତ ରୁହ । ୨।

କାହା ସାଥେ ହାତ ମିଳାଅ ନାହିଁ ହେ'
କାହାକୁ କୋଳାଅ ନାହିଁ
ଥଣ୍ଡାପାନୀୟଠୁଁ ରହ ତୁ ଦୂରେଇ
ତହିଁରୁ ବଞ୍ଚିବା ପାଇଁ । ୩।

ବାହାରୁ ଘରକୁ ଅବଶ୍ୟ ଫେରିଲେ
ହାତ ଗୋଡ଼ ମୁହଁ ଧୋଇ
ତା'ପରେ ଗୃହରେ ପ୍ରବେଶ କର ତୁ
ସତର୍କ ସୂଚନା ଏହି । ୪।

ମଇଳା ହାତକୂ ନାକ ଆଖି ପାଟି
ଛୁଅଁନି ହୁଅ ସତର୍କ
ଅବଶ୍ୟ ଦରକାର ପଡ଼େ ଯଦି
ଧୋଇବାଟା ମନେରଖ । ୫।

ହାତକୁ ସାବୁନ୍‌ରେ ଧୋଇ ବାରମ୍ବାର
ସଫା ରଖୁଥାଅ ସର୍ବେ
ଖାଇବା ଆଗରୁ ହାତ ସଫା କରି
ଖାଅ ବସି ଠାବେ ଠାବେ। ୬।

ଜ୍ୱର ଥଣ୍ଡା କାଶ ଛିଙ୍କ ଠାରୁ ଟିକେ
ନିଜକୁ ଦୂରେଇ ରଖ
ଛିଙ୍କ କାଶ ଯଦି ହେଉଛି ନିଜକୁ
ମୁହଁକୁ ଘୋଡ଼ାଇ ରଖ। ୭।

ମଇଳା ପଦାର୍ଥ ଛେପ ଖଙ୍କାରକୁ
ଏଣେତେଣେ ପକା ନାହିଁ
ଥଣ୍ଡାଠୁଁ ଦୂରେଇ ରହ ତୁ ନିଜକୁ
ପିଅ ତୁ ଉଷୁମ ପାଣି। ୮।

କିଛିଟା ନିଜକୁ ସତର୍କ ରଖିଲେ
କି କରେ କରୋନା ହାଏ
ସଚେତନ ହୋଇ ସଂସାରେ ଚଳ ତୁ
କରୋନାକୁ କର ବାଏ ବାଏ। ୯।
ଭବାନୀପାଟଣା , କଳାହାଣ୍ଡି 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।