ତାରା ପ୍ରସାଦ ଜେନା
କରୋନା ଭୂତାଣୁ ଚାଇନାରୁ ଆସିଦେଖାଉଛି ମୃତ୍ୟୁ ଭୟ
ମଣିଷ ଜାତିଟା ଡର ନାହିଁ ଜମା
କରୋନାର ହେବ କ୍ଷୟ । ୦ ।
କରୋନା ରୋଗୀର ଭୂତାଣୁ ଆସିକି
ସହଜରେ ଛୁଏଁ ମାଟି
ଧାତୁ, ଫାଇବର ଦେହରେ ଭୂତାଣୁ
କିଛି ଘଣ୍ଟା ରହେ ଲୋଟି
ପବନରେ ଏହା ଭାସି ବୁଲେ ନାହିଁ
ରୋଗୀ ଚଳଣୀକୁ ଲୟ । ୧ ।
ଥଣ୍ଡା, କାଶ, ଛିଙ୍କ ଶ୍ବାସକ୍ରିୟା କଷ୍ଟ
ବସ ନାହିଁ ଘରେ କେହି
ଡାକ୍ତରବାବୁଙ୍କ ପରାମର୍ଶ ନେଲେ
ମିଳିଯିବ ସିନା ତ୍ରାହି
ଗରମ ପାଣିକୁ ଗଳ ଗଳ କଲେ
ଘଣ୍ଟିକାକୁ ଭଲ ଥୟ । ୨ ।
ଗରମ ପାଣିକୁ ଆଦରେ ପିଇବା
ସଂକ୍ରମଣ ଦେବା ରୋକି
ସାବୁନ ପାଣିରେ ହାତକୁ ଧୋଇବା
ପରିବେଶ ସଫା ରଖି
ମାସ୍କକୁ ପିନ୍ଧିବା କରୋନା ଟାଳିବା
ଲେଖା ଆମ ନିଶ୍ଚେ ଜୟ । ୩ ।
★★★★★★★★★★★★★
ତା.୪-୪-୨୦୨୦, ରାତ୍ର- ୮ଘ.୨୭ମି.
★★★★★★★★★★★★★
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।