ପ୍ରଦୀପ କୁମାର ସାହୁ (ଶିକ୍ଷକ)
*******************
ସଂସାରରେ ଯେତେ ସୁଖ ରହିଅଛିସ୍ୱାମୀ ସୁଖ ବଳିୟାନ,
ତା' ବିନା ଜୀବନ ଅନ୍ଧକାର ପୂର୍ଣ୍ଣ
ଶାସ୍ତ୍ରରେ ଅଛି ପ୍ରମାଣ ll
ଅବୁଝା ହୂଏଟି ମନ ll
ସ୍ୱାମୀ ନ ଥିଲେକି ସ୍ତ୍ରୀ ରହି ପାରେ
ସ୍ତ୍ରୀ ବିନା ସ୍ୱାମୀ ଗତି,
ଗୋଟିଏ ମୁଦ୍ରାର ପରିପୂରକ ତ
ସଂସାର ଚାଲେ ଏମିତି ll
ନୟନ ଝୁରିବ ନିତି ll
ଥିଲେ ଥାଉ ପଛେ ଧନ ଯୌବନ
ସବୁ ଅଟେ ମୂଲ୍ୟହୀନ,
ଜଣକୁ ହାରିଲେ ଅନ୍ୟଟି ଝାଉଁଳେ
ଏ ତ ବିଧିର ବିଧାନ ll
ଅବୁଝା ହୁଏ ତ ମନ ll
ଯେତେ ବୁଝାଇଲେ ବୁଝିବ ନାହିଁଟି
ସ୍ୱାମୀ ସୁଖ ଶ୍ରେଷ୍ଠ ଜାଣ,
ଥିଲେ ଥାଉ ପଛେ ଅପୂର୍ଵ ସୌନ୍ଦର୍ଯ୍ୟ
ତୁଚ୍ଛ ହୋଇଯାଏ ମନ ll
ସରସରା-ବୌଦ୍ଧ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।