ରଞ୍ଜନ କୁମାର ମହାନ୍ତି
----- କ ----
କେତେଦିନୁଁ ଲୋ ପରାଣ ସହି !
କଳିଥିଲି ମନେ କହିବି ତ ଦିନେ
କରୁଣାକରଙ୍କୁ ଯାଇ...
କୁହା କଥା ମୋର କର୍ଣ୍ଣରେ ଗୋଚର
କରିଲେନି ବ୍ରଜସାଇଁ
କି କରିବି ମିତ କହ ମୋ' ଅଗ୍ରତ
କି ଉପାୟ ଏଥି ପାଇଁ ..... ୧
କାନ୍ତ କଲେ ପର କାନ୍ତା ଯେ କାହାର
କହ କହ ସଖି ତୁହି
କଷଣକୁ ମୋର କରିବ କି ଦୂର
କୃଷ୍ଣ ବିନା ଅନ୍ୟ କେହି..... ୨
କେଉଁ ମନ୍ତ୍ର ପଢି କେ' କଲା ଗାରେଡି
କାହ୍ନୁଙ୍କୁ ନେଲା ଛଡେଇ
କୃପା କରି ସହି କହ ତୁ ବୁଝାଇ
କରିବି କି ବୁଦ୍ଧି ମୁହିଁ..... ୩
କାୟା ଯେ ଅସାର କୃଷ୍ଣ ବିନୁ ମୋର
କଳାକର ସେ ମୁଁ କଇଁ
କଜ୍ଜ୍ୱଳର ଗାର କହେ ବଂଶୀଧର
କୃପା ନେତ୍ରେ ଦିଅ ଚାହିଁ..... ୪
କହଇ ଅଧମ କୃଷ୍ଣ ରାଧା ପ୍ରେମ
କଲମରେ ଲେଖି ନୋହି
କି ଅପୂର୍ବ ସହି କୃଷ୍ଣ ଠାରୁ ରାଇ
କେତେବେଳେ ଭିନ୍ନ ନୋହି.....୫
🔶🔶🔶🔶🔶🔶🔶🔶🔶🔶🔶🔶🔶
ବାଲେଶ୍ୱର
ମୋ --8658574945
🔶🔶🔶🔶🔶🔶🔶🔶🔶🔶🔶🔶🔶
ଜୟ ସାହିତ୍ୟ, ଜୟ ସମାଜ
----- କ ----
କେତେଦିନୁଁ ଲୋ ପରାଣ ସହି !
କଳିଥିଲି ମନେ କହିବି ତ ଦିନେ
କରୁଣାକରଙ୍କୁ ଯାଇ...
କୁହା କଥା ମୋର କର୍ଣ୍ଣରେ ଗୋଚର
କରିଲେନି ବ୍ରଜସାଇଁ
କି କରିବି ମିତ କହ ମୋ' ଅଗ୍ରତ
କି ଉପାୟ ଏଥି ପାଇଁ ..... ୧
କାନ୍ତ କଲେ ପର କାନ୍ତା ଯେ କାହାର
କହ କହ ସଖି ତୁହି
କଷଣକୁ ମୋର କରିବ କି ଦୂର
କୃଷ୍ଣ ବିନା ଅନ୍ୟ କେହି..... ୨
କେଉଁ ମନ୍ତ୍ର ପଢି କେ' କଲା ଗାରେଡି
କାହ୍ନୁଙ୍କୁ ନେଲା ଛଡେଇ
କୃପା କରି ସହି କହ ତୁ ବୁଝାଇ
କରିବି କି ବୁଦ୍ଧି ମୁହିଁ..... ୩
କାୟା ଯେ ଅସାର କୃଷ୍ଣ ବିନୁ ମୋର
କଳାକର ସେ ମୁଁ କଇଁ
କଜ୍ଜ୍ୱଳର ଗାର କହେ ବଂଶୀଧର
କୃପା ନେତ୍ରେ ଦିଅ ଚାହିଁ..... ୪
କହଇ ଅଧମ କୃଷ୍ଣ ରାଧା ପ୍ରେମ
କଲମରେ ଲେଖି ନୋହି
କି ଅପୂର୍ବ ସହି କୃଷ୍ଣ ଠାରୁ ରାଇ
କେତେବେଳେ ଭିନ୍ନ ନୋହି.....୫
🔶🔶🔶🔶🔶🔶🔶🔶🔶🔶🔶🔶🔶
ବାଲେଶ୍ୱର
ମୋ --8658574945
🔶🔶🔶🔶🔶🔶🔶🔶🔶🔶🔶🔶🔶
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।