ପ୍ରେମଶୀଲା ରାଉତ
ବୃନ୍ଦାବାହାଲ ,ଗୋଲାମୁଣ୍ଡା, କଳାହାଣ୍ଡି
ଜୟ ସାହିତ୍ୟ, ଜୟ ସମାଜ
ପ୍ରତ୍ୟେକ ପ୍ରାଣୀ ଇଶ୍ଵରଙ୍କ ଦ୍ବାରା ସୃଷ୍ଟି । ଗଛଲତା , ବଣଜଙ୍ଗଲ , ପାହାଡପର୍ବତ , ନଦୀନାଳ, ଆକାଶ ବତାସ ସବୁକିଛି ଇଶ୍ଵର ହିଁ ଆମ ପ୍ରାଣୀ ଜଗତ ପାଇଁ ସୃଷ୍ଟି କରିଛନ୍ତି । ଆମେ ସେ ସବୁକୁ ଉପଭୋଗ କରି ଆମର ଦୈନନ୍ଦିନ ଜୀବନକୁ ସରସ ସୁନ୍ଦର କରି ଗଢିତୋଳି ସୁଖମୟ ଜୀବନ ଯାପନ କରିବାକୁ ଇଶ୍ଵର ଆମକୁ ଉପହାର ଦେଇଛନ୍ତି । ପ୍ରତ୍ୟେକ ଜିନିଷର କିଛି ନା କିଛି ଅସ୍ତିତ୍ବ , ମହତ୍ତ୍ଵ ଅଛି ବୋଲି ତାକୁ ଭଗବାନ ଏ ଧରଣୀ ବକ୍ଷରେ ସୁସଜ୍ଜିତ କରି ନାନା ରଙ୍ଗରେ ସଜେଇ ରଖିଛନ୍ତି । ପୃଥିବୀରେ ଯେମିତି ମଣିଷର ବଞ୍ଚିବାର ଅଧିକାର ଅଛି , ସେମିତି ଜୀବଜନ୍ତୁ, ପଶୁପକ୍ଷୀ ଓ କୀଟ ପତଙ୍ଗର ବି ବଞ୍ଚିବାର ଅଧିକାର ଅଛି । ଏ ପ୍ରାଣୀ ଜଗତରେ ସେଥିରୁ ତାଙ୍କୁ ବଞ୍ଚିତ କରିବାର ଅଧିକାର ଧରାଧାମରେ କାହାର ବି ନାହିଁ । ମନୁଷ୍ୟ ଓ ପଶୁପକ୍ଷୀଙ୍କ ଭିତରେ ଖାଲି ଗୋଟେ ପାର୍ଥକ୍ୟ ଯେ ମଣିଷର ଭାବନା ଶକ୍ତି ଥାଏ ଓ ପଶୁପକ୍ଷୀ ମାନଙ୍କର ନଥାଏ । ଏ ଧରଣୀ ବକ୍ଷରେ ଉଭୟ ପ୍ରାଣୀ ଓ ପଶୁପକ୍ଷୀ ଇଶ୍ଵରଙ୍କ ମହାନ୍ ଅବଦାନ । ଇଶ୍ଵର ଯେମିତି ମଣିଷକୁ ସବୁକିଛି ଦେଇଛନ୍ତି ସେମିତି ପଶୁପକ୍ଷୀଙ୍କୁ ମଧ୍ୟ ଦେଇଛନ୍ତି । ପୃଥିବୀ ପୃଷ୍ଠରେ ଏମାନେ କେଉଁ ପ୍ରାଚୀନ କାଳରୁ ଏକାଠି ହୋଇ ମିଳିତ ଭାବେ ବାସ କରି ଆସୁଛନ୍ତି । ମଣିଷ ମଣିଷ ଭିତରେ ଯେପରି ଶତ୍ରୁତା ଓ ମିତ୍ରତାର ଭାବ ଥାଏ ସେଥିରେ ଆରମ୍ଭରୁ ହିଁ ମଣିଷ ଓ ଜୀବଜନ୍ତୁ ଭିତରେ ଶତ୍ରୁ ମିତ୍ରର ଭାବ ପ୍ରକଟିତ ହୋଇଅଛି । ସଭ୍ୟତା ଓ ସଂସ୍କୃତିର ଭାର ଯେତେବେଳେ ଧିରେ ଧିରେ ବଢି ଚାଳିଗଲା ସେତେବେଳକୁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ଦୂରତା ମଧ୍ୟ ବଢ଼ିଚାଲିଛି ।ଆଜି ମଣିଷଙ୍କ ହୃଦୟରେ ଜୀବହିଂସାର ପରିମାଣ ବହୁତ ବଢିବାରେ ଲାଗିଛି । ମଣିଷ ମନ ଭିତରେ ଜୀବମାନଙ୍କ ପ୍ରତି ସ୍ନେହ ,ପ୍ରେମ , ଦୟା , ସହାନୁଶୀଳନ ଭାବ ନାହିଁ । ଜୀବୋଦୟା ଭଳି ପବିତ୍ର ସଂସ୍କୃତ ଶବ୍ଦ ଆଉ ମଣିଷ ମାନଙ୍କ ଭିତରେ ନାହିଁ ସାତ ସପନ ହୋଇଗଲାଣି ।
ଆଗକାଳରେ ଗ୍ରାମାଞ୍ଚଳରେ ଲୋକମାନେ ପଶୁପକ୍ଷୀ ତଥା ଗାଈଗୋରୁ , ଛେଳି ମେଣ୍ଢା , କୁକୁର , ଶୁଆ - ଶାରୀକୁ ଆଶ୍ରୟ ଦେଇ ତା'ର ଲାଳନପାଳନ କରୁଥିଲେ । ଖାଇବା, ରହିବା ,ଶୋଇବାର ଉତ୍ତମ ବ୍ୟବସ୍ଥା କରୁଥିଲେ । ନିଜର ପୁଅଝିଅଙ୍କ ପରି ମନେକରି ତାଙ୍କର ସେବା ଯତ୍ନ କରୁଥିଲେ । ହେଲେ ଏସବୁ ଧିରେ ଧିରେ ଗ୍ରାମାଞ୍ଚଳରେ ମଧ୍ୟ ଲୋଭ ପାଇବାରେ ଲାଗିଛି । ଇତିହାସ ପୃଷ୍ଠାରେ ଆମେ ପଢିଛେ ଆଦିମ କାଳରେ ପଶୁପକ୍ଷୀ ମାନଙ୍କୁ ଶିକାର କରି କଞ୍ଚା ଖାଉଥିଲେ ଓ ଯେବେ ନିଆଁର ବ୍ୟବହାର ଜାଣିଲେ ପୋଡ଼ି ଖାଇଲେ । ପ୍ରାଚୀନ ସଭ୍ୟତାର ପ୍ରଭାବରେ ଲୋକମାନେ ଧିରେ ଧିରେ ମାଂସ ପିପାସୁ ହୋଇଗଲେ । ଆଜିର ସମାଜରେ ଯେଉଁମାନେ ଗାଈ , ଛେଳି , ମେଣ୍ଢା , କୁକୁଡ଼ା ଇତ୍ୟାଦି ଚାଷ କରୁଛନ୍ତି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେମାନଙ୍କୁ ସରକାର ତରଫରୁ ଆହୁରି କିଛି ଉଚ୍ଚକୋଟୀର ସହଯୋଗ ଦିଆଗଲେ ପଶୁପକ୍ଷୀଙ୍କ ପ୍ରତି ସୁରକ୍ଷା ପ୍ରତିପୋଷଣ ଦିଗରେ ଆହୁରି ସଫଳତା ମିଳନ୍ତା । ଆଉ ସମାଜରେ ଥିବା ପଶୁବଳି ଭଳି ଅନ୍ଧବିଶ୍ୱାସକୁ ଯଦି ସରକାର ସଭିଙ୍କ ମନ ଭିତରୁ ଦୂର କରି ସେଥିପ୍ରତି କିଛି ପଦକ୍ଷେପ ନିଅନ୍ତେ ତେବେ ପଶୁପକ୍ଷୀଙ୍କ ଜୀବନ ଉଦ୍ଧାର ହୁଅନ୍ତା ଓ ଆମରି ପରିବେଶ ସୁନ୍ଦର ହୁଅନ୍ତା । ପ୍ରକୃତି ଶୋଭାକୁ ଆହୁରି ମନଲୋଭା କରନ୍ତା ।
ପଶୁପକ୍ଷୀ ଆମର ବହୁ ଉପକାରୀ । ତା'ର ସର୍ବଦା ସେବା ଯତ୍ନ କରିବା ତାକୁ ସୁରକ୍ଷା ଦେଖା ମଣିଷର ପ୍ରଧାନ କର୍ତ୍ତବ୍ୟ । ପଶୁପକ୍ଷୀ ଙ୍କୁ ହତ୍ୟା ନ କରି ତାକୁ ଆମ ସମାଜ ସହିତ ସାମିଲ କରି ବଞ୍ଚିବାର ଅଧିକାର ଦେଇ ମୁକ୍ତ କରିବା ଆମର ସଦା ଲକ୍ଷ୍ୟ ହେବା ଉଚିତ । ପଶୁପକ୍ଷୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବନ୍ଦ କରି ଗୋଟିଏ ସୁନ୍ଦର ସଂସାର ଗଢ଼ିବା ଏବଂ ହତ୍ୟା ବଦଳରେ ସବୁବେଳେ ତା' ପ୍ରତି ଦୟା କରି ତା' ଜୀବନ ବଞ୍ଚେଇବା ।
ବୃନ୍ଦାବାହାଲ ,ଗୋଲାମୁଣ୍ଡା, କଳାହାଣ୍ଡି
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।