4/30/2021

କବିତା

                 ବାସନ୍ତୀ ଲତା ଜେନା
କବିତା ଅଟଇ    ତିନୋଟି   ଅକ୍ଷର
       କର୍ମ ତାତ୍ପର୍ଯ୍ୟ ବିଶ୍ୱାସ
କବିତା  ଛାଡିଲେ    ଜୀଵନ   ନିରସ
       ନ  ହୁଏ ମନ ସନ୍ତୋଷ l 1l
କବିତା ମାଧ୍ୟମେ   ସଙ୍ଗୀତର ସୃଷ୍ଟି
       ସାମ ବେଦ ଉଚ୍ଚାରଣ
ଶୁଣି ଶୁଣି ଯାହା   ମନେ ରଖା ଯାଏ
       ପରମ୍ପରା ଅଟେ ଜାଣ  l 2l
କବିତା ଅଟଇ      ବିପ୍ଲବର ନିଆଁ
     ନାର୍ଯ୍ୟ ଅଧିକାର ପାଇଁ
କବିତା ପଢି କି କେତେ ଯୁଦ୍ଧ ବୀର
    ଧାଇଁଲେ ସଂଗ୍ରାମ ଭୂଇଁ l 3l
ଗୋପବନ୍ଧୁ ଦାସ    ବୀର କିଶୋରଙ୍କ
        କବିତାରେ ବହ୍ନି  ଥିଲା
ସେ କବିତା ପଢି ତାତିଲେ ଜନତା
     ସ୍ୱାଧୀନତା ଦାବି ହେଲା  l4l
କବିତା ମଧ୍ୟମେ    ଅନ୍ଧ ବିଶ୍ୱାସ ଯେ
         ହଟିଯାଏ ବହୁଦୂର
ପରିବର୍ତ୍ତନର       ସୂର୍ଯ୍ୟୋଦୟ ହୁଏ
        ସ୍ୱାଗତ ମନ ସବୁର  l 5l
କବିତାର ମର୍ମ     ନଇବେଦ୍ୟ ଢାଳେ
       ଈଶ୍ୱର ବିଶ୍ୱାସ ପାଇଁ
ସନାତନ ଧର୍ମ      ପୂଜାର ସମ୍ଭାର
      ଜଗତ କଲ୍ୟାଣ ପାଇଁ     l 6l
              =*=*=*=*=*=
    ଗାନ୍ଧୀନଗର , ନବରଙ୍ଗପୁର 
      ମୋ : ୮୬୫୮୬୫୫୯୭୯
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।