ସତ୍ଯଜିତ ସ୍ବାଇଁ
ମହାପାତ୍ର ବାବୁ ଅନେକ ଦିନ ପରେ ନିଜ ପରିବାର ସହ ମେଳା ବୁଲିବାକୁ ଯାଇଥାନ୍ତି , ସହରର ଧାଁ ଦୌଡ଼ ଭିତରେ ମଣିଷ ଯେମିତି ଖୁସି ହେବା ଭୁଲି ଗଲାଣି , ଗାଁରେ କଟିଥିବା ପିଲାଦିନ ଯେମିତି ଏବେ ସ୍ମୃତି ହୋଇ ସମୟ ସୁଅରେ କୁଆଡ଼େ ଭାସି ଗଲାଣି , ଆଜି ବହୁ ଦିନ ପରେ ପରିବାର ସହିତ ବୁଲିବା ପାଇଁ ଟିକେ ସମୟ ମିଳିଛି | ସହରର ଶେଷ ମୁଣ୍ଡରେ ଥିବା ପଡ଼ିଆରେ ଗୋଟେ ମେଳା ଲାଗିଛି , ପରିବାର ଲୋକ ଅନେକ ଦିନ ହେଲା ମେଳା ବୁଲିବାକୁ କହିଲେଣି , ଆଜି ଟିକିଏ ସମୟ ମିଳିଛି |
ପତ୍ନୀ ଏବଂ ଦୁଇ ପିଲାଙ୍କୁ ଧରି ମେଳାରେ ପହଞ୍ଚିଲେ ମହାପାତ୍ର ବାବୁ , ଅନେକ ବୁଲାବୁଲି, ଖିଆପିଆ ଭିତରେ ପୁଅର ନଜର ପଡିଗଲା ବେଲୁନ ବାଲା ଉପରେ | ବେଲୁନ ଦେଖିଲେ ଛୁଆଙ୍କର କ'ଣ ହୁଏ କେଜାଣି ! ଖାଲି ଚୁମ୍ବକ ଟାଣିଲା ପରି ଟାଣି ହୋଇ ଯାଆନ୍ତି | ବେଲୁନ ବାଲା ପାଖରେ ବେଲୁନ କିଣିଲା ବେଳେ ମହାପାତ୍ର ବାବୁ ଲକ୍ଷ୍ୟ କଲେ ତା' ପୁଅଟିକୁ, ବେଲୁନ ଫୁଙ୍କି ବାପାକୁ ବଢ଼େଇ ଦେଉଥାଏ, ହେଲେ ପିଲା ମନ, ବେଲୁନ ଉପରୁ ଆଖି ଫେରେଇ ପାରୁ ନଥାଏ | ମହାପାତ୍ର ବାବୁ ଦେଖୁଥିଲେ ତା'ର ନିରୀହ ଆଖି ଦୁଇଟିକୁ , ପେଟ ପାଇଁ ସତେ ଯେପରି ନିଜ ସପନକୁ ଏହିପରି ବିକି ଚାଲିଛି ନିଜ ବୟସର ଅନେକ ପିଲାଙ୍କୁ , ତାଙ୍କ ଓଠରେ ହସ ଭରି ସତେ ଅବା ପୂରା ହେଉଛି ଅକୁହା ସପନ | ମହାପାତ୍ର ବାବୁ ଠଉରେଇ ପାରୁଥିଲେ ବିନା ପ୍ରତିବାଦରେ ଚାଲିଥିବା ସପନର କିଣାବିକା |
ଅଡ଼ଶପୁର - କଟକ
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।