କଳ୍ପନା ରାୟ
ଖଞ୍ଜାଖଞ୍ଜି କରି ସଜାଇଥିଲି ମୁଁ ଖଟ୍କା ଲାଗିଲା ତୋତେ
ଖଙ୍ଗଟିଆ ମନ କରିଥିଲୁ ତୁ
ଖଚକୁହା ଥିଲେ ଯେତେ ।
ଖଗାସନ ସ୍ଥାନ ଦେଖିକରି ମନ
ଖଗେନ୍ଦ୍ର ସ୍ମରଣ କଲି
ଖଜପ ଦୀପ ଦେଇ ଡାକୁ ଡାକୁ ନାମ
ଖଟ୍ ଖଟ୍ ଶବ୍ଦ ଶୁଣିଲି ।
ଖଗ ଆସନଙ୍କୁ ଡାକୁଥିଲି ମୁଁ
ଖଞ୍ଜଣି ବଜାଇ ବଜାଇ
ଖଙ୍କାଳ ପେଟକୁ ଦେଖାଇ ଦେଲୁ ତୁ
ଖଙ୍ଗଣା ଵି ଗଲା କାହିଁ ।
ଖାଇବାକୁ ଦେଲି କ୍ଷିରି କରିଥିଲି
ଖଣ୍ଡପୁରୀ ତା' ସାଙ୍ଗେ
ଖିଆପିଆ ସାରି ମନ ସ୍ଥିର କରି
ଖାଡି ଗୁଣ୍ଡି ନେଲୁ ରଙ୍ଗେ ।
ଖାରୁ ଖାରୁ ହେଉ ତୁଚ୍ଛାଟାରେ ତୁ
ଖଜୁରୀ କନ୍ଦା ଵି ଦେଲି
ଖଚ ମିଛ କେଵେ କହେ ନାହିଁ ମୁଁ
ଖନା ବଚନ ଭଜିଲି ।
ଖରପତ୍ର ସବୁ ଝରି ପଡି ଅଛି
ଖରକ ଶୀଘ୍ର ତୁ ଯାଇ
ଖରଵର୍ଣ୍ଣିନୀ କିଛି ଲଗାଇବା ସେଠି
ଖାଦ୍ୟ ଆମ ଯିବ ହୋଇ ।
ଖଳ ପ୍ରକୃତି ସବୁ ତ୍ୟାଗ କର ବାପା
ଖଲି ପତ୍ର କିଛି ଵନା
ଖାଉଦକୁ ଦେଇ ଆଣିବା ପଇସା
ଖସିବ ଆମ ଦୁଃଖ ଯନ୍ତ୍ରଣା ।
☁☁☁☁☁☁☁☁☁☁☁☁
ସହକାରୀ ଶିକ୍ଷୟିତ୍ରୀ ,
ଲାଇଡ଼ା ବାଳିକା ଉଚ୍ଚବିଦ୍ୟାଳୟ ,
ଲାଇଡ଼ା , ସମ୍ବଲପୁର
☁☁☁☁☁☁☁☁☁☁☁☁
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।