ଅଜୟ କୁମାର ମହାନ୍ତି
ଜୀବନର ଅର୍ଥ ବୁଝୁ ବୁଝୁବାର୍ଦ୍ଧକ୍ୟ ଛୁଇଁଲା
ତଥାପି ବି ବୁଝି ପାରିଲିନି
ଏ ଜୀବନଟା କ'ଣ ।
ଜୀବନର ଅର୍ଥ ଯଦି ଖାଲି ବଞ୍ଚିବା
ବଂଶ ବୃଦ୍ଧି କରିବା
ସୁଖକୁ ସାଉଁଟିବାର ପ୍ରୟାସ କରିବା
ଦୁଃଖର ସାମନା କରିବା।
ନିଜର ସ୍ୱାର୍ଥ ପାଇଁ ଅନ୍ୟର ସ୍ୱାର୍ଥକୁ
ଆଖି ବୁଜି ଦେବା
ତା'ହେଲେ ଏ ସମ୍ପର୍କ ଭାବ ଦିଆନିଆ
ଏହାର ଅର୍ଥ କ'ଣ ।
ଶୈଶବ କୈଶୋର ଯୌବନ ପ୍ରୌଢ଼ତ୍ୱ
ବାର୍ଦ୍ଧକ୍ୟ ଓ ମୃତ୍ୟୁ
ଜୀବର ଯିବା ଆସିବା ଲାଗିଛି ଲାଗିଥିବ
ଜନ୍ମ ମୃତ୍ୟୁ ଖେଳ।
ମୃତ୍ୟୁର ଭୟ ତେବେ ଆସେନା କାହିଁକି
କାହାପାଇଁ ଥରେ
ଆହୁରି ବଞ୍ଚିବି ଦୁନିଆଁର ସବୁ ସୁଖ ଭୋଗ କରିବାକୁ
ଏମିତି କାହିଁକି।
ମୃତ୍ୟୁ ଶଯ୍ୟାରେ ପଡ଼ି କେହି କଣ ମରିବାକୁ ଚାହେଁ
ଏମିତି ବିଚିତ୍ର।
ଜୀବନର ଅର୍ଥ କଣ ଧନ ସମ୍ପଦ ଏକାଠି କରିବା
ଏସବୁ ତ ନିରର୍ଥକ।
ଯିବା ବେଳେ କିଏ କିଛି ସାଙ୍ଗେ ନେଇଯାଏ ପରା
ଦେଖିଛ କି କିଏ।
ମାନ ସମ୍ମାନ ଯଶ ଗୌରବ ନ ରହେ ଯଦି ଏ ମରତେ
ବଞ୍ଚିବା ବୃଥା ସିନା।
ହରିପୁର , କବିରପୁର (ଯାଜପୁର)
ମୋ- ୯୪୩୭୫୬୪୧୬୧
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।