ପ୍ରାଚ଼ୀଲେଖା ଚ଼ିନ୍ମୟୀଘୋଟି ଆସିଲାଣି ଅନ୍ଧାର
ବୁଡି ଯାଆନ୍ତି ରବି ।
ପଶ୍ଚିମ ଆକାଶ ସୁନ୍ଦର
ନୀଳ ଲୋହିତ ଛବି ।।
ନୀଡକୁ ବାହୁଡି ଆସନ୍ତି
ଆନନ୍ଦରେ ବିହଙ୍ଗେ।
ଚଷା ଭାଇ ଫେରେ ଗୃହକୁ
ହଳ ବଳଦ ସଙ୍ଗେ ।
ପଢି ସାରି ଚାଟ ହରଷେ
ଚାଟଶାଳୀରୁ ଆସେ ।।
ସନ୍ଧ୍ୟାବତୀ ଜାଳି ମା' ମୋ'
ସର୍ବ ଶୁଭ ମନାସେ ।
ଘଣ୍ଟ ଘଣ୍ଟା ଶଙ୍ଖ ଶବଦେ
ପୂରେ ଦେବ ଆଳୟ ।
ସନ୍ଧ୍ୟା କାଳ ଶାନ୍ତ ଶୀତଳ
ହୃଦ ପବିତ୍ରମୟ ।।
ଫକୀରପୁର - କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।