ରତିକାନ୍ତ ଗାହାଣ
ସଂସାର କି ତୁମ ହା'ହା'କାର ସମଶ୍ମଶାନ ପରାୟ ଦିଶେ ।
କାହିଁ ଲିଭିଯାଏ ମଣିଷ ପଣିଆ
ମରେ ନର ପରିଶେଷେ ।।
ପେଟ ଚାଖଣ୍ଡେକ ପାଇଁକି ବଞ୍ଚିବା
ସଂଘର୍ଷ ଯେ ବାରମ୍ବାର ।
ସ୍ବାର୍ଥ ନିର୍ଦ୍ଦେଶରେ ଆତ୍ମା କରୁଥାଏ
ଦୟାହୀନ ଅନାଦର ।।
କପଟସ୍ବଭାବେ ନର ଜିଏଁ ଆଜି
ଛଳେ ସାଧୁ ଛଦ୍ମବେଶ ।
ପୁଣ୍ୟାତ୍ମା ଧର୍ମତ୍ମା ବିବଶ ହୋଇଲେ
ହୃଦ ମଧ୍ୟେ ପାଇ କ୍ଳେଶ ।।
ନିରୁପାୟ ଜନ ଯାତନା ଲଭଇ
ପ୍ରଚେଷ୍ଟାର ନିର୍ବିଶେଷେ ।
ଅର୍ଥ ସାଜେ ପ୍ରାଣ ବଇରୀ ଦୀନର
କୁଟୁମ୍ବ କୁଡିଆ ନାଶେ ।।
ସମବେଦନା ର ସୁଅ ଛୁଟେ ପୁଣି
ଓହୋ ଆହା ମିଛେ କରି ।
ହୀନ ଅବସ୍ଥା ଯେ ଲାଜ ବାଣ୍ଟୁଥାଏ
କ୍ଷୁଧାର୍ତ୍ତ ଉଦର ଧରି ।।
ହୀନ ପଣେ ଦୀନ ହରାଏ ମହତ
ବିମର୍ଷ ବେଦନା ସହି ।
ବିକଳେ ଛାଡ଼ଇ ଅର୍ଦ୍ଧରାତ୍ରେ ରଢ଼ି
ଶୂନ୍ୟେ ଭାଳେ ତ୍ରାହି ତ୍ରାହି ।।
ଆତ୍ମୀୟ ସୋଦର ବନ୍ଧୁ ପରିଜନ
ଏକାଳେ ଛାଡନ୍ତି ପାଶ ।
ଧିକ୍କାର ମନରେ ରୋଦନ ଲୋତକ
ଦିଏ କ୍ଳେଶ ଅବଶୋଷ ।।
ମରୁଭୂମି ସମ ଦିଗହୀନ ପଥ
ମନେ ଭରିଦିଏ ଭ୍ରାନ୍ତି ।
ମାଧବ ରୂପରେ ମାନବ କାହିଁ ଯେ
ହରିବ ବିଷାଦ କ୍ଳାନ୍ତି ।।
ବ୍ୟାଧି ପୀଡ଼ା ଯେବେ ହୁଅଇ ଅସହ୍ୟ
ଆତ୍ମ ବିସର୍ଜନ ସାର ।
ଥୁଣ୍ଟା ବୃକ୍ଷ ଆଉ କେଉଁ ପାଇଁ ଲୋଡା
ଜାଳିବା ଯେ ଶ୍ରେୟସ୍କର ।।
ମୁକ୍ତି ଦିଅ ସାଇଁ ଗୁହାରୀ ଘେନ ହେ
ସର୍ବ ଆଶା ହେଲା ଶାନ୍ତ ।
ମିଥ୍ୟା ପ୍ରହେଳିକା ସଂସାର ସମ୍ବନ୍ଧ
ହେଉ ଦୀନ ପାଇଁ ଅନ୍ତ ।।
ଜଜୟ ସାହିତ୍ୟ, ଜୟ ସମା

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।