4/30/2021

ଚିଠି ଦେବ ନେଇ ଜଗନ୍ନାଥଙ୍କୁ

                           ଅମରନାଥ ବାରିକ 
    ମାନନୀୟ ଜଗନ୍ନାଥ ମାନ୍ୟ ମୋର ନେବ  ,
     ମୋ' ଚିଠିର ପ୍ରତ୍ୟୁତ୍ତର ଯଥାଯଥ ଦେବ ।
     ଲେଖୁଛି ମୁଁ  ଚିଠି ଖଣ୍ଡେ ହୃଦୟ ପତ୍ରରେ  ,
     କାଗଜ ଲଲମ ନୁହେଁ ଆଖିର ଲୁହରେ ।
     ତୁମେ ତ ମଣିମା ଜାଣ ଜଗତର ଦୁଃଖ  ,
     ଉଦ୍ଧାର କରିଣ ତୁମେ ବାହୁ ତଳେ ରଖ ।
     ଏତେ ସୁଖ ଦେଲ ମୋତେ ରଖିବି କେଉଁଠି ?
     ଦିନ ରାତି ଚାହିଁଲେ ବି ପାରୁନି ସାଉଁଟି !
     ଆହା ପଦେ କହିବାକୁ ନାହିଁ ମୋର କେହି  ,
     ପିତା ମାତା ଦେଖୁଛନ୍ତି ସ୍ୱର୍ଗପୁରେ ରହି ।
     ବାଳୁତ କାଳରୁ ନେଲ ଛଡ଼େଇ ମୋ' ଠାରୁ !
     ଅନାଥ କରି ରଖିଲ ଭାବ ବନ୍ଧନରୁ ।
     କାଳେ ଭୁଲିବି ତୁମକୁ ତାଙ୍କୁ ପାଇ ପାଖେ ।
     ବୋଧହୁଏ ତାଙ୍କୁ ନେଇ ରଖିଲ ସେପାଖେ !
     ଚାଳରେ ଦିଶୁଅଛି ପୁଣି ଉଦିଆ ଜହ୍ନ ,
     ଚୂଲି ଅଛି ଜାଳ ଅଛି ନାହିଁ ମୁଠେ ଅନ୍ନ ।
     ପଡ଼ିଲେ ରୋଗ ଶଯ୍ୟାରେ କିଏ ବା ଦେଖିବ ?
     ମରିଯାଏ ଯଦି କେବେ କିଏ ବା କାନ୍ଦିବ ?
     କାନ୍ଦିବା ଲୋକେବି ସବୁ କରିଦେଇ ପର ,
     ଚାଲିଗଲେ ନିଜ ବାଟେ ହୋଇ ସାତପର ।
     ବିଶ୍ୱାସ ଘାତକ ନୁହେଁ  ବିଷ ଦେଇ ଗଲେ  ,
     ମରଣ ଯୂଇରେ ନୁହେଁ ଜିଅନ୍ତା ଜାଳିଲେ ।
     ଆହୁରି ଅନେକ ସୁଖ ଦେଇଛ କାଳିଆ ,
     ଲେଖିଲେ ବି ସରିବନି ମନର ଅଳିଆ ।
     ଏତିକିରେ ରହୁଛି ମୁଁ  ଚିଠି କରି ଇତି ,
     ଉତ୍ତର ଦେବ ସାଆନ୍ତେ ଭରି ତୁମ ପ୍ରୀତି ।


        _____________●◆●____________

              କୟାଁ , ମଙ୍ଗଳପୁର   ଯାଜପୁର
            ଯୋଗାଯୋଗ - ୯୫୪୦୩୦୮୦୯୫
        _____________●◆●____________

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।