ରାଜେଶ କୁମାର ବାରୀକ
●●●●●●●●●●●●●●●●
ଦୁଃଖ ପରେ ସୁଖ , ସୁଖ ପରେ ଦୁଃଖ ଏ ତ ଜୀବନ ର ରୀତି। ଆଉ ଏହାରି ଭିତରେ ମଣିଷ ଜୀବନ ! ଜୀବନରେ ଜୀବନ ସହ ସଂଗ୍ରାମ କରି ବଞ୍ଚିବା କେତେ କଷ୍ଟ, ଆଉ ଏଇ କଷ୍ଟରୁ ବାହାରି ମୁକ୍ତିର ସ୍ବାଦ ଚାଖିବା କେତେ ଆନନ୍ଦ ତାହା ମୋତେ କ ଭଲ ଭାବରେ ଜଣା।
ଭଙ୍ଗା ଘର ରେ ସାତ ଜଣ ପରିବାର କୁ ନେଇ ଦୁଇ ଛୁଆଙ୍କୁ ପାଠ ପଢାଇ ମଣିଷ କରିବା କୋଣସି ଏକ ଯୁଧ୍ଧ୍ୟ ଲଢିବା ଠାରୁ କମ ନୁହେଁ। ଆଉ ଏଇ ଯୁଧ୍ଧ୍ୟ କୁ ହସି ହସି ଜିତି ଯାଇଥିଲେ ମୋର ମାଁ ଆଉ ବାପା। ବାପା ଙ୍କ ସ୍ବଳ୍ପ ଆୟ , ବୁଢା ବାପା ବୁଢିମା ର ଦେଖାସୁଣା ସହ ଆମ ଦୁଇ ଭାଇଙ୍କ ପାଠ ପଢା ଭିତରେ ଅଭାବର କଷଣ କୁ ନେଇ ହସ କଣ ଭୁଲି ଯାଇଥିଲେ ସେ! ଘରର ପରିସ୍ଥିତି କୁନେଇ ସଭ୍ୟ ସମାଜ ଆଗରେ ଚାଲୁଥିଲି ସତ କାହାରିକୁ ଡାକି ପାରୁନଥିଲି ଘରକୁ। ବାପା ସମସ୍ତଙ୍କ ଭୋଜି ଭାତରେ ଯୋଗ ଦେଉଥିଲେ ସତ କାହାକୁ ଡାକି ପାରୁନଥିଲେ ଘରକୁ। ଫାଇନାଲି ଘରର ପରିସ୍ଥିତି ବଡ ଶୋଚନିୟ ଥିଲା।
ଗ୍ରାଜୁଏସନ୍ ପରିକ୍ଷା ପରେ ଅହମଦାବାଦରେ ଏକ ଘରୋଇ କମ୍ପାନିରେ କାମ କଲି, ସନ ଭାଇ ମାନସ ବି ମୁମ୍ବାଇ ରେ କାମ କରିବାରେ ଲାଗିଲା। ଆଉ ଏହାରି ଭତରେ ଚାଳ ଛପର ଭଙ୍ଗା ଘର ଟା ବି ଆଜବେଷ୍ଟ ଛପର ରେ ପରିଣତ ହୋଇଜାଇଥିଏ । ଆର୍ଥିକ ପରିସ୍ଥିତି ସୁଧୁରି ଥିଲେବି କିନ୍ତୁ ମନରେ ଅଭାବ ଭରିରହିଥାଏ । ବାପାଙ୍କ ଇଛ୍ଛା ଆଉ ଘରର ଖୁସି କୁ ଭରିଦେବା ପାଇଁ ମାନସ ଫୋନ୍ କଲା ମୋ ପାଖକୁ ।
_ ହେଲୋ.... ଭାଇ..... ସେପ୍ଟେମ୍ବର ମାସ ଗଣେଶ ପୂଜା ମୁଁ ଘରକୁ ଯାଉଛି। ମୁଁ କହୁଥିଲି କି ଗଣେଶ ପୂଜା ଆମେ ଆମ ଘରେ ପାଳନ କରନ୍ତେ। ପିଲା ଦିନେ ଯାହାକୁ ଫଟୋରେ ଧୂପକାଠି ଜଳାଇ ଚୁଡା ଭୋଗ ଦେଇ କରୁଥିଲୁ!!
_ ଘରେ ମାନିବେ ତ ! ବାପାଙ୍କୁ ବୁଝାଇ ଦେ ବୁଢାବାପା, ବୁଢିମାଁ ମାନିଜିବେ। ଚେଷ୍ଟା କର ସବୁ ଠିକ୍ ହୋଇଜିବ ଆଉ ବହୁତ ଭଲ ହେବ...... କିନ୍ତୁ.....
_ କିନ୍ତୁ ପୁଣି କଣ? ବ୍ରାହ୍ମଣ ଆସିବ ବଡ ମୂର୍ତ୍ତୀ ବସିବ ୪୦/ ୫୦ ଜଣ ପଡୋସୀ ଖାଇବେ କିଛି ବନ୍ଧୁ ବାନ୍ଧବ ଆସିବେ। ଲାଇଟ୍ ଆଉ ମିଉଜିକ୍ ରେ ମସ୍ତିହେବ। ଅନେକ ଦିନ ପରେ ଘରକୁ ଖୁସି ଆସିବ । ଆଉ ପୁଣି କଣ ?
- ଘରେ ପୂଜା ହେବ, ମସ୍ତି ହେବ, ଘରକୁ ଖୁସି ଆସିବ ସବୁ କଥା ଠିକ୍ ଯେ କିନ୍ତୁ........ ତୁତ ଜାଣିଛୁ ନୂଆଁ କାମ ନୂଆଁ କମ୍ପାନି କାମର ପେସର ଅଛି ଏବେ ଏବେ ଦରମା ବି ବଢିଛି , ମୋତେ କାମରେ ଫୋକସ୍ କରିବାରେ ଅଛି ତେଣୁ ମୁଁ ଘରକୁ ଆସି ପାରିବି ନାହିଁ।
_ କିଛି ସମୟ ନୀରବିଗଲା ମାନସ । ..............ତାହା ହେଲେ ପୂଜା କ୍ୟାନ୍ସଲ। ତୁ ଆସିବୁନିତ ପୂଜା କଣ ହେବ ।
_ ଜୀବନ ଆମକୁ ବହୁତ କିଛି ଶିଖାଇଛି ମାନସ । ଖାଲି ମୋ ଖୁସି ପାଇଁ ସମସ୍ତେ ନିରବୀବା ଟା ଠିକ୍ ନୂହେଁ। ଏମିତିରେ ବି ମୁଁ ନ ଗଲି କଣ ହେଲା ମୋବାଇଲ୍ ରେ ଭିଡିଓ କଲିଂ କରି ଦେଖାଇ ଦେବୁନା ,ମୁଁ ଖୁସି ହୋଇଯିବି। ଏମିତିରେ ଅନେକ ଦିନ ପରେ ଘରକୁ ଖୁସି ଆସୁଛି ତାକୁ ମନାକରିବା ଠିକ୍ ନୁହେଁ।
ମୁମ୍ବାଇ ରୁ ଘରକୁ ମାନସ ଆସିଲା , ସମସ୍ତଙ୍କୁ ବୁଝାଇ ଘରେ ପୂଜା କଲା , ବନ୍ଧୁ ବାନ୍ଧବ ଆସିଲେ। ଘରେ ସମସ୍ତେ ଖୁସି ହେଲେ ସତ ମୋର ଅନୁପସ୍ଥିତ ବାରିହୋଇ ପଡୁଥାଏ। ମନ ମାନିଲାନି ମୁଁ ସେଦିନ ଛୁଟି ନେଇ ବିଛଣାରେ ସୋଇ ସୋଇ ପୂଜା..... ଦେଖୁଥିଲି ସତ ! ଦୂରତାର ଦୁଃଖ ଭୁଲି ବହୁତ ଖୁସିଥିଲି।
▪︎▪︎▪︎
ଦେବେନ୍ଦ୍ର ପୁର - ବାଲେଶ୍ବର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।