4/30/2021

ଜନତା କର୍ଫ୍ଯୁ

ରାଜକିଶୋର ସାହୁ (ଶିକ୍ଷକ)






ବିଶ୍ୱେ ମଡକ ସଂସାରେ ଚଡକ
କରୋନା ଯା' ଇଛା କରୁଛି ,
କଳ କଉଶଳ ନିଷ୍ଫଳ ଆଜିରେ
ଜଗତେ ହା'-ହା' କାର ପଡିଛି  ||
ଡ଼ର ଲାଗେ ଆଜି ମଡ଼ାକୁ ଛୁଇଁବା
ମମତାର ଡେ଼ାରି ଛିଡିଛି,
ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡି଼ ଯାଉଛି
ବେଳୁବେଳ ମୁଣ୍ଡଗଡୁଛି  ||
ବେଳ ଆସିଛିରେ ସୁଧୁରି ଯିବାକୁ
ପ୍ରକୃତି ତା' ଡାକ ଦେଇଛି,
ସଂସାରେ ସଂସ୍କାର ସଦାଚାର ବାର୍ତ୍ତା
ସଭିଙ୍କ କାନରେ କହୁଛି  ।।
କୋକୁଆକୁ କେ'ବା ଦେଖିଛି
ଅଦୃଶ୍ୟ ଭୁତାଣୁ କାଳ ଜୟୀ ଆଜି
ବିଶ୍ବ ତ ସଲାମ କରୁଛି ।।
ସରବେ ବଞ୍ଚିବା ନିଜ ନିୟମରେ
ଜୀବନେ ସ୍ବଛତା ବାଢିଛି,
ଜନତା କର୍ଫୁ ଚେତନା ମାର୍ଗେ
କରନା କରନା କହୁଛି ।।
ସଭା ସମିତି ମନ୍ଦିର ମସଜିଦ
ଭୋଜିଭାତ ସବୁ ହଜୁଛି
ବଜାର ଘାଟରେ ବସ ଗାଡି଼ରେ
ସତର୍କ ଘଣ୍ଟି ବାଜୁଛି  ।।
ସଭିଙ୍କୁ ସନ୍ଦେଶ ପଦାକୁ ନଆସ
କରୋନା ବଶଂଟା ବଢୁଛି,
ଆବଶ୍ୟକ ହେଲେ ନିହାତି ଜରୁରୀ
ଗଣମାଧ୍ୟମ ପ୍ରଚାର କରୁଛି ।।
ସଭିଙ୍କ ପାଇଁ ଏ ଗୁରୁ ବାରତା
ପ୍ରତିଶେଧକ ପ୍ରଚାର ପରାମର୍ଶରେ
ନିଜେ ନିଜେ ଯେବେ ସଚେନହେବା
କରୋନା ରହିବ ନିଜଠୁ ଦୂରେ ।।
ସରକାରଙ୍କର ନିୟମ ପାଳିବା
ଅଟଳ ରଖିବା ଶପଥ ଆମ,
ଦେଶର ସୁରକ୍ଷା ମାନବ ସମ୍ବଳ
ପାଇଁ ତତପରେ ହେବା ବ୍ୟାକୁଳ ।।
ଧର୍ଯ୍ୟ ସଙ୍କଳ୍ପ ଓ ଆତ୍ମ ବିଶ୍ବାସର
ସହିତ ଜଡିତ ରହି ,
ମହାମାରୀ ପରି ମହା ବିପଦକୁ
ସମାଜୁ କରିବା ପାରି  ।।
ମଠସାହି , ସାକ୍ଷୀଗୋପାଳ (ପୁରୀ)
              ୭୫୨୦୧୪

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।