ସଞ୍ଜୟ କୁମାର ଉପାଧ୍ୟାୟ
ଅଶ୍ରୁଳ ନୟନେ ନନ୍ଦିଘୋଷ କହେ,
ନୀଳଚକ୍ର ଆଡେ ଚାହିଁ
କେଉଁ ଜନ୍ମରେ କି ପାପ କରିଛି,
ଶାସ୍ତି ପାଏ ସେଥିପାଇଁ ।
ଯୁଗ ଯୁଗାନ୍ତର ତପସ୍ୟା ମୋହର,
ବ୍ୟର୍ଥ କରିଦେଲ ସାଇଁ
ନିହାଣ ପ୍ରହାର ସହିଥିଲି ପ୍ରଭୁ,
ତୁମ ଶ୍ରୀଅଙ୍ଗର ସ୍ପର୍ଶ ପାଇଁ ।
ରଥ କାନ୍ଦୁଅଛି,ପଥ କାନ୍ଦୁଅଛି,
ବାହୁନି କାନ୍ଦେ ଭକତ
ପୋଡ଼ପିଠା ଘେନି ମାଉସୀ ଝୁରୁଛି,
ବିଜେ ହୁଅ ଜଗନ୍ନାଥ ।
କୋଟି ଓଡ଼ିଆର ମଉଡମଣି ହେ ,
ରଖ ତୁମ ଭକ୍ତବତ୍ସଳ ଟେକ
କରପତ୍ର ଯୋଡି କରୁଛି ଗୁହାରି,
ମୁଁ କଳଙ୍କିତ ପାପୀ ରଥ ।।
ବାଲେଶ୍ୱର
ମୋ- ୭୦୦୮୪୫୬୧୨୯
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।